text stringlengths 52 100k |
|---|
ଉପେନ୍ଦ୍ର କିଶୋର ଦାସ (୨୧ ଫେବୃଆରୀ ୧୯୦୧ - ୨୦ ଅପ୍ରେଲ ୧୯୭୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ । ସେ ୧୯୦୧ ମସିହା ଫେବୃଆରୀ ୨୧ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୭୨ ଅପ୍ରେଲ ୨୦ରେ ମୃତ୍ୟୁ ବରଣ କରିଥିଲେ ।
ଜୀବନୀ
ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର । 'ଭୀମାଭୂୟାଁ' ଉପନ୍ୟାସର ରଚୟିତା ଗୋପାଳ ବଲ୍ଲଭ ଦାସଙ୍କର ସେ ପୋଷ୍ୟପୁତ୍ର। । ରେଭେନ୍ସା କଲେଜରେ ଅଧ୍ୟୟନ କାଳରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ (୧୯୨୧) ଯୋଗ ଦେଇଥିଲେ । ଫଳରେ ତାଙ୍କ ଛାତ୍ରଜୀବନରେ ପୂର୍ଣ୍ଣଛେଦ ପଡିଥିଲା । ଅବଶିଷ୍ଟ ଜୀବନ ସେ ଦେଶସେବା ଓ ସାହିତ୍ୟ ସାଧନାରେ ଅତିବାହିତ କରିଥିଲେ । ଶିଶୁ ସାହିତ୍ୟ ରଚନା ଓ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ମୁକ୍ତି ସଂଗ୍ରାମ ସମୟରେ ତାଙ୍କ ପ୍ରଣୀତ ବହୁ ଦେଶତ୍ମବୋଧକ ଗୀତିକା ସଂଗ୍ରାମୀମାନେ ମୁହେଁମୁହେଁ ଗାନ କରୁଥିଲେ ।
'ମଲାଜହ୍ନ'’ (୧୯୨୨) ଉପନ୍ୟାସର ସ୍ରଷ୍ଟା ଭାବରେ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ । ଏହା ତାଙ୍କର ଏକମାତ୍ର ଉପନ୍ୟାସ । ଉପନ୍ୟାସଟି ସମ୍ପର୍କରେ ପ୍ରଫେସର ନରେନ୍ଦ୍ରନାଥ ମିଶ୍ର କହନ୍ତି, 'ମଲାଜହ୍ନ' ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ । ଏଠାରେ ନାୟିକା ସତୀ ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜ ଜୀବନର ଅକୁହା କାହାଣୀ କହି ବସିଛି । ସମାଜ କେବଳ ବାହାର ଦେଖେ । ଅନ୍ତରାଳରେ କଣ ଘଟିଯାଏ ତାହା ଦେଖେନାହିଁ । ସତୀ ତାହାହିଁ ଦେଖାଇଛି ।”(ଆଧୁନିକ ଓଡ଼ିଆ କଥା ସାହିତ୍ୟ – ଉପନ୍ୟାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୨, ପୃ. ୫୬)
ଏହି ଉପନ୍ୟାସକୁ ନେଇ ଓଡ଼ିଆ ଭାଷାରେ ଗୋଟିଏ ସିନେମା (୧୯୫୬) ପ୍ରସ୍ତୁତ ହୋଇଛି । ସିନେମାର ନାମ ମଧ୍ୟ ମଲାଜହ୍ନ ।
ଆଧାର
ଅଧିକ ତଥ୍ୟ
୧୯୦୧ ଜନ୍ମ
୧୯୭୨ ମୃତ୍ୟୁ
କଟକ ଜିଲ୍ଲାର ଲୋକ
ଓଡ଼ିଆ ଲେଖକ |
ସନାତନ ବିଜୁଳି (ଜନ୍ମ: ୪ ଜାନୁଆରୀ ୧୯୭୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଡ଼ସାହି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ସନାତନ ବିଜୁଳି ୧୯୭୪ ମସିହାର ଜାନୁଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ବିଜୁଳି ଓ ପତ୍ନୀଙ୍କ ନାମ ସୀମାରାଣୀ ବିଜୁଳି।
ରାଜନୈତିକ ଜୀବନ
ସନାତନ ବିଜୁଳି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
ଆଧାର
ବାହାର ଆଧାର
{Commonscat-inline|Sanatana Bijuli}}
୧୯୭୪ ଜନ୍ମ
ଜୀବିତ ବ୍ୟକ୍ତି
ଓଡ଼ିଆ ଲୋକ
ମୟୂରଭଞ୍ଜ ଜିଲ୍ଲାର ଲୋକ
୧୬ଶ ଓଡ଼ିଶା ବିଧାନ ସଭାର ସଭ୍ୟ |
କଡ଼ି ଏକ ଭାରତୀୟ ନଗରପାଳିକା ସହର ଅଟେ । ଏହା ଗୁଜରାଟର ମହେସାଣା ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
କଡ଼ି ୨୩.୨୯୯୧ ଉତ୍ତର ଅକ୍ଷାଂଶ ଓ ୭୨.୩୩୩୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୩ ଫୁଟ ଉଚ୍ଚତାରେ ରହିଛି ।
ଇତିହାସ
ଜନସଂଖ୍ୟା ଓ ସାକ୍ଷରତା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ,କଡ଼ି ସହରର ମୋଟ ଜନସଂଖ୍ୟା ୫୬୨୪୧ ଅଟେ । ସେଥି ମଧ୍ୟରୁ ୫୨.୮୫% ଜଣ ପରୁଷ ହୋଇଥିବା ବେଳେ ୪୭.୧୫% ଜଣ ନାରୀ ଅଟନ୍ତି । କଡ଼ିର ସାକ୍ଷରତା ହାର ୭୪.୧୩% ଅଟେ । ଏହା ଜାତୀୟ ହାରଠାରୁ ୯.୨୯% ପ୍ରତିଶତ କମ ଅଟେ । ସେଥିରୁ ୪୧.୯୬% ପ୍ରତିଶତ ପୁରୁଷ ଓ ୩୨.୧୭% ନାରୀ ଅଟନ୍ତି । ୧୧.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ପର୍ଯ୍ୟଟନ
ଆଧାର
ବାହାର ଲିଙ୍କ
ଗୁଜରାଟର ସହର
ବଟ ତିଆରି ଭୌଗଳିକ ପ୍ରସଙ୍ଗ |
ସାଇଖମ ମୀରାବାଈ ଚାନୁ (ଜନ୍ମ ୮ ଅଗଷ୍ଟ ୧୯୯୪) ଜଣେ ଭାରତୀୟ ମହିଳା ଭାରୋତ୍ତୋଳନକାରୀ । ୨୦୨୦ ଟୋକିଓ ଅଲିମ୍ପିକର ୪୯କେଜି ବର୍ଗରେ ସେ ରୌପ୍ୟପଦକ ହାସଲ କରିଥିଲେ । ଟୋକିଓ ଅଲିମ୍ପିକରେ ଏହା ଥିଲା ଭାରତର ପ୍ରଥମ ପଦକ । ୨୦୧୪ ମସିହାରୁ ମୀରାବାଈ ଭାରତକୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ସେ ପ୍ରଥମେ ୪୮କିଗ୍ରା ବର୍ଗରେ ଖେଳୁଥିଲେ ଓ ପରେ ୪୯ କିଗ୍ରା ବର୍ଗକୁ ପରିବର୍ତ୍ତନ କରିଥିଲେ । ସେ ଭାରଉତ୍ତୋଳନରେ ଭାରତ ପାଇଁ ବିଶ୍ୱ ଚାମ୍ପିୟନସିପ, କମନୱେଲ୍ଥ ଓ ଏସୀୟ କ୍ରୀଡ଼ାରେ ପଦକ ଜିତିଛନ୍ତି । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
୨୦୨୦ ଟୋକିଓ ଅଲିମ୍ପିକରେ ୪୯କିଗ୍ରା ବର୍ଗରେ ସମୁଦାୟ ୨୨୦କିଗ୍ରା ଓଜନ ଉଠାଇ ସେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିଲେ । ସେ ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ୪୮କିଗ୍ରା ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ । ୨୦୧୭ ଆମେରିକାର ଆନାହେଇମରେ ହୋଇଥିବା ବିଶ୍ୱ ଭାରୋତ୍ତୋଳନ ଚ୍ୟାମ୍ପିୟନସିପର ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣପଦକ ଜିତିଥିଲେ । ଆଗରୁ ସେ କମନୱେଲ୍ଥ ଗେମ୍ସରେ ପଦକ ଓ ୨୦୧୪ରେ ଗ୍ଲାସଗୋରେ ହୋଇଥିବା କମନୱେଲ୍ଥ ଗେମ୍ସରେ ମହିଳା ୪୮ କିଗ୍ରା ବିଭାଗରେ ରୌପ୍ୟପଦକ ଜିତିଥିଲେ । ସେଠରେ ଆଉଜଣେ ଭାରତୀୟା କୁମୁକଚାମ ସଞ୍ଜିତା ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ୨୦୧୮ ଗୋଲ୍ଡ଼ କୋଷ୍ଟ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣପଦକ ଜିଣି ଏକ କମନୱେଲ୍ଥ ଗେମ୍ସ ରେକର୍ଡ଼ ପ୍ରତିଷ୍ଠା କରିଥିଲେ ।
ମୀରାବାଈ ୨୦୧୬ ରିଓ ଅଲମ୍ପିକ୍ସର ମହିଳା ୪୮ କିଗ୍ରା ବିଭାଗରେ ମନୋନୀତ ହୋଇଥିଲେ । ତେବେ ସେ କ୍ଲିନ ଆଣ୍ଡ ଜର୍କ ବିଭାଗରେ ସେ ତିନି ଥର ଭିତରେ ଏହା ସାରିବାରେ ଅସମର୍ଥ ହୋଇଥିଲେ । ୨୦୧୭ ଆମେରିକାର ଆନାହେଇମରେ ହୋଇଥିବା ବିଶ୍ୱ ଭାରୋତ୍ତୋଳନ ଚ୍ୟାମ୍ପିୟନସିପର ସେ ମହିଳା ୪୮ କିଗ୍ରା ବିଭାଗରେ ସେ ପ୍ରତିଯୋଗିତା ରେକର୍ଡ଼ରେ ସେ ସର୍ବମୋଟ ୧୯୪ କିଗ୍ରା (୮୫ କିଗ୍ରା ସ୍ନାଚ ଓ ୧୦୯ କିଗ୍ରା କ୍ଲିନ ଆଣ୍ଡ ଜର୍କ) ଭାରୋତ୍ତଳନ କରି ସେ ସ୍ୱର୍ଣ୍ଣପଦକ ଜିଣିଥିଲେ ।
କ୍ରୀଡ଼ା ନିମନ୍ତେ ତାଙ୍କ ଅବଦାନ ନିମନ୍ତେ ମଣିପୁରର ରାଜ୍ୟପାଳ ଏନ. ବିରେନ୍ଦ୍ର ସିଂହ ସମ୍ମାନୀତ ହୋଇଥିଲେ ଓ ତାଙ୍କୁ ୨୦ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
ବ୍ୟକ୍ତିଗତ ଜୀବନ
ମୀରାବାଈ ଚାନୁ, ୧୯୯୪ ମସିହା ଅଗଷ୍ଟ ମାସ ୮ ତାରିଖରେ ମଣିପୁରର ରାଜଧାନୀ ଇମ୍ଫାଲର ନୋଙ୍ଗପୋକ କାକଚିଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ ।
ସମ୍ମାନ ଓ ପୁରସ୍କାର
ରୌପ୍ୟ ପଦକ - ୨୦୨୦ ଟୋକିଓ ଅଲିମ୍ପିକ
ପଦ୍ମଶ୍ରୀ - ୨୦୧୮
ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର - ୨୦୧୮
ଆଧାର
୧୯୯୪ ଜନ୍ମ
ଏକବିଂଶ ଶତାବ୍ଦୀର ଭାରତୀୟ ମହିଳା
ଜୀବିତ ବ୍ୟକ୍ତି |
ଏଇ ସଂଘର୍ଷ, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରଜନୀକାନ୍ତ ସାମନ୍ତରାୟ । ଅରୁଣ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ସୁଜାତା ଆନନ୍ଦ, ବିଜୟ ମହାନ୍ତି, ଦୀପ୍ତି ନାଭାଲ୍, କ୍ରୀତି କୁମାର, ପୂର୍ଣ୍ଣେନ୍ଦୁ ଦତ୍ତ, ରାମଚନ୍ଦ୍ର ପତିଆରୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସୁଜାତା ଆନନ୍ଦ
ବିଜୟ ମହାନ୍ତି
ଦୀପ୍ତି ନାଭାଲ୍
କ୍ରୀତି କୁମାର
ପୂର୍ଣ୍ଣେନ୍ଦୁ ଦତ୍ତ
ରାମଚନ୍ଦ୍ର ପତିଆରୀ
ଜର୍ଜ ତିଆଡ଼ି
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ । ରଜନୀ ରଞ୍ଜନ, ଚିନ୍ମୟ ହୋତା, ନିମାଇଁ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବାଶିଷ, ଲୋପିତା ମିଶ୍ର, ଗୀତା ଦାସ, ମାମା ରଥ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ଆଧାର
ବାହାର ଆଧାର
୧୯୯୦ର ଓଡ଼ିଆ କଥାଚିତ୍ର |
ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି (ଇଂରାଜୀ ଭାଷାରେ Immunoglobulin therapy, ଅନ୍ୟ ନାମ ନର୍ମାଲ ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ/ normal human immunoglobulin ବା NHIG), ଚିକିତ୍ସାରେ ଅନେକ ରୋଗମାନଙ୍କର ଚିକିତ୍ସା ନିମନ୍ତେ କେତେକ ଆଣ୍ଟିବଡି (antibodies) ମିଶ୍ରିତ କରାଯାଏ । ପ୍ରାଇମେରୀ ଇମ୍ମ୍ୟୁନୋଡେଫିସିଏନ୍ସି (primary immunodeficiency), ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପ୍ୟୁରା (idiopathic thrombocytopenic purpura), କ୍ରନିକ ଇନଫ୍ଲାମେଟରି ଡିମାୟେଲିନେଟିଙ୍ଗ ପଲିନିଉରୋପାଥି (chronic inflammatory demyelinating polyneuropathy), କାୱାସାକି ଡିଜିଜ (Kawasaki disease), କେତେକ ଏଚଆଇଭି/ଏଡସ HIV/AIDS, ମିଳିମିଳା measles, ଗୁଲେନ-ବାରି ସିଣ୍ଡ୍ରୋମ (Guillain-Barré syndrome) ଓ ନିର୍ଦ୍ଦିଷ୍ଟ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ମିଳୁନଥିବା କେତେକ ରୋଗ ନିମନ୍ତେ ଏହି ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟଲିନ ଦିଆଯାଏ । ପ୍ରସ୍ତୁତି ଅନୁସାରେ ଏହା ମାଂସପେଶୀରେ (injection into muscle), ବା ଶିରାରେ (vein) ବା ଚର୍ମତଳେ (under the skin) ଦିଆଯାଏ । ଏହାର ପ୍ରଭାବ କିଛି ସପ୍ତାହ ପର୍ଯ୍ୟନ୍ତ ରହେ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ସାଂଘାତିକ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା (kidney problems), ଆନାଫାଇଲାକ୍ସିସ, ରକ୍ତ ଜମାଟ (blood clots) ଓ ଲୋହିତ ରକ୍ତ କଣିକା ଭାଙ୍ଗିଯାଏ (red blood cell breakdown) । କେତେକ ପ୍ରକାରର ଆଇଜିଏ ଅଭାବ (IgA deficiency) ଥିଲେ ଏହା ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ମନେହୁଏ । ମାନବ ରକ୍ତ ପ୍ଲାଜମାରୁ (blood plasma) ହ୍ୟୁମ୍ୟାନ ଇମ୍ମୁନୋଗ୍ଲୋବ୍ୟୁଲିନ ପ୍ରସ୍ତୁତ କରାଯାଏ । ଏହି ଔଷଧରେ ଅନେକ ଧରଣର ଭୁତାଣୁମାନଙ୍କ (viruses) ବିରୁଦ୍ଧରେ କାମ କରୁଥିବା ଆଣ୍ଟିବଡି ଥାଏ ।
ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି ପ୍ରଥମେ ସନ ୧୯୩୦ରେ ପ୍ରସ୍ତୁତ କରାଯାଇଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୧୯୮୧ରେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହି ଔଷଧ କମ୍ପାନୀ ଅନୁସାରେ ଭିନ୍ନ ଭିନ୍ନ ରକମର ଆସେ । ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ଡୋଜର ମୂଲ୍ୟ ୧୧.୨୦ରୁ ୧,୨୦୦.୦୦ ପାଉଣ୍ଡ ହୋଇପାରେ । ହେପାଟାଇଟିସ ବି, ଜଳାତଙ୍କ, ଧନୁଷ୍ଟଙ୍କାର, ହାଡ଼ଫୁଟି ଓ ଆରଏଚଓ (ଡି) ନିମନ୍ତେ ନିର୍ଦ୍ଦିଷ୍ଟ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ମଧ୍ୟ ମିଳୁଛି ।
ଆଧାର
ଔଷଧ |
ଜହ୍ନି ଚଟଣି ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।
ଉପାଦାନ
ଜହ୍ନି – ୫୦୦ ଗ୍ରାମ
ସୋରିଷ ତେଲ – ପଚାଶ ମି.ଲି.
ଜିରା – ଅଧ ଚାମଚ
ରସୁଣ – ସାତ ଆଠ କଲି
ଅଦା - ଇଞ୍ଚେ
କଞ୍ଚା ଲଙ୍କା – ଚାରି ପାଞ୍ଚଟି (ରାଗକୁ ଦେଖି)
ତେନ୍ତୁଳି ଆବଶ୍ୟକତା ଅନୁସାରେ
ଲୁଣ ଆବଶ୍ୟକତା ଅନୁସାରେ
ତିଆରି ପ୍ରଣାଳୀ
ଜହ୍ନିରୁ ଚୋପା ଛଡ଼ାଇ ଚୋପାକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। କଡ଼ାରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଭାଜି ହୋଇଗଲା ପରେ ରଖିଥିବା ଜହ୍ନି ଚୋପାକୁ ପକାନ୍ତୁ। ଏହା ପରେ ଲୁଣ ଦେଇ ଘୋଡ଼ାଇ ଦିଅନ୍ତୁ। ଦୁଇ ତିନି ମିନିଟ ପରେ ଦରସିଝା ଅବସ୍ଥାରେ ତାକୁ ଓହ୍ଲାଇ ତେନ୍ତୁଳି ସହିତ ବାଟି ଦିଅନ୍ତୁ।
ଏହି ଚଟଣୀ ଭାତ ସହିତ ଖାଇବାକୁ ଭଲ ଲାଗେ।
ଆଧାର
ଖାଆନ୍ତୁ ଓ ଖୁଆନ୍ତୁ – ଅରୁଣା ମହାନ୍ତି - ପ୍ରଜାତନ୍ତ୍ର ସାପ୍ତାହିକୀ-(୨-୮ ଡିସେମ୍ବର ୨୦୦୧)
ରାନ୍ଧଣା
ଓଡ଼ିଆ ରାନ୍ଧଣା |
ମଙ୍ଗୁ ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । ଏହା ଏମାର ମଠ ପାର୍ଶ୍ୱରେ ଅବସ୍ଥିତ ଏହି ମଠ ଗୁରୁ ନାନକଙ୍କ ସ୍ମୃତି ସହ ଜଡ଼ିତ ।
ସେବାରେ ଯୋଗଦାନ
ଏହି ମଠ ପ୍ରତିବର୍ଷ ମହାନବମୀ ରାତ୍ରୀରେ ଦେବୀ ବିମଳାଙ୍କ ନିକଟରେ ବଳି ଚଢ଼ାଇଥାନ୍ତି ।
ଆଧାର
ଅଧିକ ପଠନ
ପୁରୀରେ ଥିବା ମଠ ଓ ମନ୍ଦିରମାନଙ୍କ ତାଲିକା
ଜଗନ୍ନାଥ ମନ୍ଦିର
ମଠ
ପୁରୀରେ ଥିବା ମଠ
୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ |
ଏକ ଭାରତୀୟ ଅଟେ । ଏହା ମଧ୍ୟପ୍ରଦେଶର ଶହ୍ଦୋଲ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସହରର ମୋଟ ଜନସଂଖ୍ୟା ୨୯୫୬୬ ଅଟେ । ସେଥି ମଧ୍ୟରୁ ୫୨.୭୦% ଜଣ ପରୁଷ ହୋଇଥିବା ବେଳେ ୪୭.୩୦% ଜଣ ନାରୀ ଅଟନ୍ତି । ର ସାକ୍ଷରତା ହାର ୬୪.୮୮% ଅଟେ । ଏହା ଜାତୀୟ ହାରଠାରୁ ୦.୦୪% ପ୍ରତିଶତ କମ ଅଟେ । ସେଥିରୁ ୩୮.୯୦% ପ୍ରତିଶତ ପୁରୁଷ ଓ ୨୫.୯୯% ନାରୀ ଅଟନ୍ତି । ୧୪.୧୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ଭାଷା
ହିନ୍ଦୀ ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ଆଧାର
ବାହାର ଲିଙ୍କ
ମଧ୍ୟପ୍ରଦେଶର ସହର
Check some error
ବଟ ତିଆରି ଭୌଗଳିକ ପ୍ରସଙ୍ଗ
Cleanup done |
ରବି ଗୋସାଇଁ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଅମାନତ ଧାରାବାହିକରେ ନିଗୋଡ଼ା ଏବଂ ସରହଦେଁ ଧାରାବାହିକରେ ସୋହେଲ୍ ଭୂମିକା ପାଇଁ ଜଣାଶୁଣା । ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସବିରେଁରେ କାମ କରିଛନ୍ତି ।
ଅଭିନୟ ଜୀବନ
ରବି ୧୯୯୫ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଓଃ ଡାର୍ଲିଂ ହୈ ହୈ ଇଣ୍ଡିଆ । ୧୯୯୬ ମସିହାରେ ସେ ମାଚିସ୍ରେ କାମ କରିଥିଲେ, ଯେଉଁଥିରେ ତାଙ୍କ ଚରିତ୍ର କୁଳଦୀପ ପାଇଁ ସେ ଲୋକଲୋଚନକୁ ଆସିଥିଲେ । ଶୁଟ୍ଆଉଟ୍ ଏଟ୍ ଲୋଖଣ୍ଡୱାଲାରେ ସେ ଅସଲମ ଚିକ୍ନା ଭୂମିକାରେ ଅଭିନୟ କରିଥିଲେ । ସେ ଅଭିନେତ୍ରୀ ପ୍ରିୟା ଆର୍ଯ୍ୟଙ୍କ ସହ ସ୍ପାଇସି ସ୍ମାଇଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ପ୍ରଯୋଜନା ସଂସ୍ଥାର ନିର୍ମାଣ କରିଛନ୍ତି ।
କଥାଚିତ୍ର ଓ ଦୂରଦର୍ଶନରେ କାମ କରିବା ପୂର୍ବରୁ ରବି କଲେଜରେ ପାଠ ପଢ଼ିବା ସମୟରେ ନୃତ୍ୟ କରିବା ସହିତ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଥିଲେ । ସେ ସର୍ବଭାରତୀୟ ସ୍ତରରେ ଦୁଇଟି ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେଇ ବିଜେତା ମଧ୍ୟ ହୋଇଥିଲେ । ମାତ୍ର ଏକ ଦୁର୍ଘଟଣାରେ ଶିକାର ହେବା ପରେ ସେ ନୃତ୍ୟଠାରୁ ଦୂରେଇ ଯାଇଥିଲେ । ୨୦୨୨ ମସିହାରେ ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଦିଲ୍ ଦିୟା ଗଲ୍ଲେଁରେ ଅଭିନୟ କରିଥିଲେ ।
ଆଭିନୀତ କଥାଚିତ୍ର
ଆଧାର
ବାହାର ଲିଙ୍କ୍
ଜୀବିତ ବ୍ୟକ୍ତି
ହିନ୍ଦୀ କଥାଚିତ୍ର ଅଭିନେତା
ହିନ୍ଦୀ ଦୂରଦର୍ଶନ ଅଭିନେତା |
କୁଶ ଓ ତାଙ୍କର ଯାଆଁଳା ଭାଇ ଲବ ମହାପୁରାଣର ରାମ ଓ ସୀତାଙ୍କ ପୁତ୍ର ଥିଲେ । ପ୍ରାଚୀନ ସମୟରେ " କସୁର" ନାମକ ରାଜ୍ୟ ଗଠନ କରି ତାହାର ରାଜା ହେଇଥିଲେ । ତାଙ୍କ ଯାଁଳା ଭାଇ ଲବ "ଲାହୋର" ରାଜ୍ୟ ସ୍ଥାପନ କରିଥିଲେ ।
ଖ୍ରୀଷ୍ଟ ପୂର୍ବ ୩୨୦ ମସିହାରୁ ୧୮୫ ମସିହା ଯାଏ ବାରାନଶୀ ଓ ଭାରତୀୟ ଉପମହାଦେଶର ଅଧିକାଂଶ ଅଞ୍ଚଳକୁ ଶାସନ କରିଥିବା ମୌର୍ଯ୍ୟ ରାଜବଂଶ କୁଶଙ୍କ ବଂଶୋଦ୍ଭବ ହେଇଥିବାରା କୁହାଯାଇଥାଏ ।
ଜନ୍ମ ଓ ବାଲ୍ୟକାଳ
ରାମାୟଣ ଅନୁସାରେ ସିତା ଗର୍ଭବତୀ ଥିବା ସମୟରେ ଲୋକ ବାଦ ଯୋଗୁଁ ତାଙ୍କୁ ବନବାସରେ ଯିବାକୁ ହେଇଥିଲା । ସେ ଅରଣ୍ୟରେ ବାଲ୍ମୀକି ଋଷିଙ୍କ ଆଶ୍ରମରେ ରହିଲେ । ତମଶା ନଦୀ କୂଳରେ ଥିବା ସେହି ଆଶ୍ରମରେ ଲବ ଓ କୁଶଙ୍କ ଜନ୍ମ ହେଇଥିଲା । ମହର୍ଷି ବାଲ୍ମୀକି ସେମାନଙ୍କ ଲାଳନ ପାଳନ ଦେଖିବା ସହ ସେମାନେ ବଡ଼ ହେଲା ପରେ ତାଙ୍କୁ ଶିକ୍ଷା ପ୍ରଦାନ କରିଥିଲେ ।
ଅଶ୍ୱମେଧ ଯଜ୍ଞ
ଜନ୍ମ ଓ ବାଲ୍ୟକାଳ
ରାମ ଯେତେବେଳେ ଅଶ୍ୱମେଧ ଯଜ୍ଞ କାଲେ ମହର୍ଷି ବାଲ୍ମୀକି ଲବ ଓ କୁଶଙ୍କୁ ଧରି ସେଟାକୁ ଯାଇଥିଲେ । ସେହି ସ୍ଥଳରେ ଲବ ଓ କୁଶ "ରାମାୟଣ" ମୂଳରୁ ପଠନ କରିଥିଲେ । ସୀତାଙ୍କ ବିଷୟ ଆସିବା ପରେ ରାମ ଦୁଖରେ ଜର୍ଜରିତା ହେଇଗଲେ ଓ ଅନୁତାପ କଲେ । ସେହି ସମୟରେ ବାଲ୍ମୀକି ସୀତାଙ୍କୁ ଆଣି ରାମଙ୍କୁ ପ୍ରଦାନ କାଲେ । କିନ୍ତୁ ତଥାପି ରାମ ଲୋକ ବାଦର ଭ୍ରମ ଏଡେଇବାକୁ ସୀତାଙ୍କୁ ଅଗ୍ନି ପରିକ୍ଷା ଦେବାକୁ କହି ତାହା ପରେ ଗ୍ରହଣ କଲେ ।
ପରବର୍ତ୍ତୀ ଇତିହାସ
ରାମଙ୍କ ଅନ୍ତେ ଲବ ଓ କୁଶ "ଲବପୁରୀ" ଓ "କସୁର" ନାମକ ରାଜ୍ୟ ସ୍ଥାପନ କରି ରାଜୁତି କରିଥିଲେ । କେତେକଙ୍କ ମତରେ କସୁର ଆଧୁନିକ କୁଶୀନଗରଠାରେ ଥିଲା ଓ ତାହାର ନାମ କୁଶବତୀ ଥିଲା । ଏକ ସମୟରେ ଏହା କଳିଙ୍ଗ ସମ୍ଭ୍ରାଜୀରେ ଥିଲା ।
ଆଧାର
ରାମାୟଣର ଚରିତ୍ର |
ଟ୍ରିଚର କୋଲିନସ ସିଣ୍ଡ୍ରୋମ ବା ଟିସିଏସ (Treacher Collins syndrome/ TCS) ଏକ ଜେନେଟିକ ବେମାରୀ (genetic disorder) ଯେଉଁଥିରେ ରୋଗୀର ଆଖି, କାନ, ଗାଲ ହାଡ଼ ଓ ଥୋଡ଼ି ବଙ୍କା ହୋଇ କୁରୂପ ହୋଇଯାଏ । ରୋଗ ସାମାନ୍ୟ ବା ସାଂଘାତିକ ହୋଇପାରେ । ରୋଗ ଜଟିଳ ହେଲେ ଶ୍ୱାସକ୍ରିୟା ସମସ୍ୟା, କ୍ଲେଫ୍ଟ ପ୍ୟାଲେଟ (cleft palate) ଓ ଦୃଷ୍ଟି ସମସ୍ୟା ଓ ଶ୍ରବଣ ହାନୀ (hearing loss) ହୋଇପାରେ । ରୋଗୀର ସାଧାରଣ ବୁଦ୍ଧି ଥାଏ ।
ଟିସିଏସ ଏକ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ରୋଗ । ବଂଶାନୁକ୍ରମରେ ପିତାମାତାଙ୍କଠାରୁ ନଆସି ଏହି ରୋଗ ନୂତନ ମ୍ୟୁଟେସନ (mutation) ଯୋଗୁ ହୋଇଥାଏ । ପ୍ରଭାବିତ ଜିନମାନଙ୍କର ଟିସିଓଏଫ୧ (TCOF1), ପିଓଏଲଆର୧ସି (POLR1C) ଓ ପିଓଏଲଆର୧ଡି (POLR1D) ନାମ ଦିଆଯାଇଛି । ଲକ୍ଷଣ ଓ ଏକ୍ସ-ରେ (X-rays) ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଜେନେଟିକ (genetic testing) କରି ରୋଗ ନିଶ୍ଚିତ କରାଯାଏ ।
ଟ୍ରିଚର କୋଲିନସ ସିଣ୍ଡ୍ରୋମ ଆରୋଗ୍ୟ ହୁଏନାହିଁ । ପୁନର୍ଗଠନ ଅପରେଶନ, ଶ୍ରବଣ ଯନ୍ତ୍ର, ସ୍ପିଚ ଥେରାପି (speech therapy) ଓ ଅନ୍ୟାନ୍ୟ ଯନ୍ତର ସାହାଯ୍ୟ ନେଇ ଚିକିତ୍ସା କରାଯାଏ । ସାଧାରଣ ଆୟୁଷ (life expectancy) ନେଇ ଏମାନେ ଜୀବନ ଯାପନ କରନ୍ତି । ପ୍ରତି ୫୦,୦୦୦ ଲୋକରେ ଜଣେ ଏହି ରୋଗରେ ଆକ୍ରାନ୍ତ ହୁଏ । ଏଡ଼ୱାର୍ଡ଼ ଟ୍ରିଚର କୋଲିନସ (Edward Treacher Collins ନାମକ ଜଣେ ଇଂରାଜୀ (English) ଚକ୍ଷୁ ରୋଗ ବିଶେଷଜ୍ଞ (ophthalmologist) ତଥା ସର୍ଜନ (surgeon) ଏହି ରୋଗ ବିଷୟ ସନ ୧୯୦୦ରେ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।
ଆଧାର
ବାହ୍ୟ ଲିଙ୍କ
ଚିକିତ୍ସା ବିଜ୍ଞାନ |
ଥିଆମିନ ଅଭାବ (Thiamine deficiency) ଏକ ଡାକ୍ତରୀ ସମସ୍ୟା ଯେଉଁଥିରେ କମ୍ ପରିମାଣର ଥିଆମିନ ବା ଜୀବସାର କ ଖାଦ୍ୟ ଖାଇବାକୁ ମିଳେ । ଏହା ସାଂଘାତିକ ଧରଣର ହେଲେ ବେରିବେରି କୁହାଯାଏ । ବୟଃପ୍ରାପ୍ତ ଲୋକଙ୍କର ୨ ପ୍ରକାର ଅଭାବ ଦେଖାଯାଏ ଯଥା:- ଆର୍ଦ୍ର ବେରିବେରି ଓ ଶୁଷ୍କ ବେରିବେରି । ଆର୍ଦ୍ର ବେରିବେରି ରୋଗରେ ହୃତ୍ପିଣ୍ଡ ରକ୍ତନଳୀ ମଣ୍ଡଳ (cardiovascular system) ପ୍ରଭାବିତ ହେବା ଫଳରେ ଦୃତ ହୃଦ୍ଗତି, ଅଣନିଶ୍ୱାସୀ ଓ ପାଦଫୁଲା ହୁଏ । ଶୁଷ୍କ ବେରିବେରି ରୋଗରେ ସ୍ନାୟୁ ମଣ୍ଡଳ ପ୍ରଭାବିତ ହେବା ଫଳରେ ପେରିଫେରାଲ ନିଉରୋପାଥି ହୋଇ କାଲୁଆ ଅନୁଭବ (numbness of the hands and feet), ମାନସିକ ଦ୍ୱନ୍ଦ୍ୱ, ଗୋଡ଼ ଚାଳନାରେ ସମସ୍ୟା, ଯନ୍ତ୍ରଣା ହୁଏ । ଅନ୍ୟ ଏକ ପ୍ରକାର ଅଭାବରେ ଅରୁଚି ଓ କୋଷ୍ଠକାଠିନ୍ୟ ହୁଏ । ଶିଶୁମାନଙ୍କର ଆକ୍ୟୁଟ ବେରିବେରି ହୋଇ ଅରୁଚି, ବାନ୍ତି, ଲାକ୍ଟିକଏସିଡୋସିସ (lactic acidosis), ହୃଦ୍ଗତି ହାର ପରିବର୍ତ୍ତନ ଓ ବଡ଼ ହୃତ୍ପିଣ୍ଡ ହୋଇଯାଏ ।
ଅଧିକାଂଶ ଲୋକ ଧଳା ଭାତ (white rice) ଖାଇବା ଯୋଗୁ, ମଦ୍ୟାତ୍ୟୟ, ଡାଏଲିସିସ (dialysis), କ୍ରନିକ ତରଳ ଝାଡ଼ା, ଅଧିକ ଡାଇୟୁରେଟିକ (diuretics) ବ୍ୟବହାର ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । କ୍ୱଚିତ ଜେନେଟିକ (genetic) ରୋଗ ଥିଲେ ଖାଦ୍ୟରେ ଥିବା ଥିଆମିନ ଅବଶୋଷଣ ହୋଇନପାରିବାରୁ ଏହି ରୋଗ ହୁଏ । ଶୁଷ୍କ ବେରିବେରିରେ କେର୍ନିକ ଏନସେଫାଲୋପାଥି (Wernicke encephalopathy) ଓ କୋର୍ସାକୋଫ ସିଣ୍ଡ୍ରୋମ (Korsakoff syndrome) ରୋଗ ମଧ୍ୟ ହୋଇପାରେ । ଲକ୍ଷଣ, ପରିସ୍ରାରେ ସ୍ୱଳ୍ପ ପରିମାଣ ଥିଆମିନ, ଅଧିକ ରକ୍ତ ଲାକ୍ଟିକ ଏସିଡ (lactate) ଓ ଚିକିତ୍ସାରେ ଉନ୍ନତି ଦେଖାଦେଲେ ରୋଗ ନିର୍ଣ୍ଣୟ ହୁଏ ।
ପାଟିରେ ବା ଇଞ୍ଜେକସନ ଆକାରରେ ଥିଆମିନ ପରିପୂରକ (thiamine supplementation ଦେଇ ଏହାର ଚିକିତ୍ସା କରାଯାଏ । ପ୍ରାୟ ୨ ସପ୍ତାହ ମଧ୍ୟରେ ରୋଗ ଉପଶମ ହୋଇଯାଅଏ । ଖାଦ୍ୟ ପୁଷ୍ଟିକରଣ (Food fortification) ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।
ଯୁକ୍ତରାଷ୍ଟ୍ର ଆମେରିକାରେ ଥିଆମିନ ଅଭାବ କ୍ୱଚିତ ଦେଖାଯାଏ । ସାଧାରଣତଃ ଏହା ସବ-ସାହାରା ଆଫ୍ରିକାରେ (sub-Saharan Africa) ଦେଖାଯାଏ । ରିଫ୍ୟୁଜି କ୍ୟାମ୍ପରେ (refugee camps) ଏହି ରୋଗର ମଡ଼କ ଦେଖାଯାଏ । ହଜାର ହଜାର ବର୍ଷ ଧରି ଏସିଆରେ ଏହି ରୋଗ ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ ଓ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଚାଉଳକୁ ଅଧିକ ଶୁଭ୍ର କରିବାକୁ ପ୍ରସେସିଙ୍ଗ କରିବାରୁ ଏ ରୋଗ ଅଧିକ ହୋଇଥିଲା ।
ଆଧାର
ବାହ୍ୟ ଲିଙ୍କ
ଚିକିତ୍ସା ବିଜ୍ଞାନ |
ମୟୂରଭଞ୍ଜ ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବାରିପଦା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ (ଅଫିସ) ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି ।
ଇତିହାସ
ମୟୂରଭଞ୍ଜ ହେଉଛି ଓଡ଼ିଶାର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ ସ୍ୱତନ୍ତ୍ର ଗଡ଼ଜାତ ରାଜ୍ୟ ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା ଭାରତ ସହିତ ମିଶିଥିଲା ।
ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୂରଭଞ୍ଜ ।
ଗଜପତି ରାଜାଙ୍କ ରାଜତ୍ୱରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହି ରାଜ୍ୟର ଅନ୍ତର୍ଗତ ଥିଲା। କାଳକ୍ରମେ ସେହିସବୁ ରାଜ୍ୟ ମୟୂରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି ।
ଭାଷାକୋଷରେ ମୟୂରଭଞ୍ଜର ନାମ ସମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୂରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା ମୟୂରଧ୍ୱଜ । ସେହି 'ମୟୂରଧ୍ୱଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ ମୟୂରଭଞ୍ଜ ହେଇଥିଲା ।
ଭୂଗୋଳ
ଜନସଂଖ୍ୟା
୨୦୧୧ ଜନଗଣନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ଲୋକସଂଖ୍ୟା ୨୫,୧୩,୮୯୫ ।
ପୁରୁଷ: ୧୨,୫୩,୬୩୩
ମହିଳା: ୧୨,୬୦,୨୬୨
ଛଅ ବର୍ଷରୁ କମ: ୩,୩୭,୭୫୭
ସାକ୍ଷରତା ହାର: ୬୩.୯୮%
ପୁରୁଷ: ୭୪.୯୨%
ମହିଳା: ୫୩.୧୮%
ଓଡ଼ିଶାରେ ବାସ କରୁଥିବା ୬୨ପ୍ରକାର ଅନୁସୂଚିତ ଜନଜାତି ମଧ୍ୟରୁ ୫୩ପ୍ରକାର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରନ୍ତି । ଏଥି ମଧ୍ୟରୁ କେତକ ପ୍ରଧାନ ସମୁଦାୟ ହେଲେ ସାନ୍ତାଳ, କୋହ୍ଲ, ଭୂୟାଁ,ବାଥୁଡି, ଭୂମିଜ, ଗଣ୍ଡ, ମୁଣ୍ଡା, ଖଡ଼ିଆ, ଲୋଧା ।
ପ୍ରଶାସନିକ ବିଭାଗ
ଉପଖଣ୍ଡ (ସବ୍ ଡିଭିଜନ): ୦୪
ତହସିଲ: ୦୯
ବ୍ଳକ: ୨୬
ଗ୍ରାମ ପଞ୍ଚାୟତ: ୩୧୬
ଗ୍ରାମ: ୩୭୧୮
ପର୍ଯ୍ୟଟନ
ମୟୂରଭଞ୍ଜ ଜିଲ୍ଲାରେ ୧୭ଟି ପର୍ଯ୍ୟଟନ ସ୍ଥଳ ଅଛି ।
ଶିମିଳିପାଳ ଜାତୀୟ ଉଦ୍ୟାନ
ସୀତାକୁଣ୍ଡ: ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ଅବସ୍ଥିତ ସୀତାକୁଣ୍ଡର ମୂଳ ଝରଣା କାଳୀପାହାଡ଼ ପର୍ବତର ପ୍ରାୟ ୨୫୦୦ ଫୁଟ ଉଚ୍ଚତାରୁ ବାହାରିଛି । ମୟୂରଭଞ୍ଜ ଜିଲ୍ଲା ଆଦିବାସୀଙ୍କ ଆରାଧ୍ୟ ଦେବତା ମାରାଂବୁରୁ ଏହି କାଳୀପାହାଡ଼ରେ ବାସକରନ୍ତି ବୋଲି ବିଶ୍ୱାସ ରହିଛି ।
କୃଷ୍ଣମୁଖା ହନୁମାନ ମନ୍ଦିର: କିମ୍ବଦନ୍ତୀ ବହନ କରୁଥିବା ଏହି ପ୍ରାକୃତିକ ପଥର ଗୁମ୍ଫା ମନ୍ଦିରରେ ଲଙ୍କା ଦହନ କରି ଫେରିଥିବା କୃଷ୍ଣମୁଖା ହନୁମାନ ପୂଜା ପାଉଛନ୍ତି ।
ମାଛକାନ୍ଦଣା ଜଳପ୍ରପାତ: ଶିମିଳିପାଳର ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତଟି ୩ଟି ଜଳପ୍ରପାତର ସମଷ୍ଟି । ପ୍ରଥମ ଜଳପ୍ରପାତ ନିକଟରେ ଏକ ପଥର ଗୁମ୍ଫା ରହିଛି । ଦ୍ୱିତୀୟ ଜଳପ୍ରପାତଟି ନିକଟରେ ଅପରାହ୍ଣରେ (ସୂର୍ଯ୍ୟ ପଶ୍ଚିମ ଦିଗରେ ଥିବା ସମୟରେ) ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ । ତୃତୀୟ ଜଳପ୍ରପାତଟି ଉପରଆଡୁ ଦେଖାଯାଉ ନଥିବାରୁ, ଏହାକୁ ଦେଖିବାକୁ ତଳକୁ ଓହ୍ଲାଇବାକୁ ପଡେ ।
ଆଧାର
ଅଧିକ ତଥ୍ୟ
whereincityରେ ମୟୁରଭଞ୍ଜ ଜିଲ୍ଲା
ମୟୂରଭଞ୍ଜ ଜିଲ୍ଲା |
ଗଜାନନ ବେଶ (ଗଣପତି ବେଶ ବା ହାତୀ ବେଶ ବା ଗଣେଶ ବେଶ ଭାବରେ ମଧ୍ୟ ଜଣା) ଦେବସ୍ନାନ ପୂର୍ଣ୍ଣିମା (ଜ୍ୟୈଷ୍ଠ ପୂର୍ଣ୍ଣିମା) ଦିନ ଆନନ୍ଦବଜାରସ୍ଥିତ ସ୍ନାନମଣ୍ଡପ (ବେଦୀ) ଉପରେ ହୋଇଥାଏ ।
ସ୍ନାନ ଯାତ୍ରା ପ୍ରତି ବର୍ଷ ଜ୍ୟୈଷ୍ଠ ମାସ ପୂର୍ଣ୍ଣିମା ତିଥିରେ ପାଳିତ ହେଇଥାଏ ।
ନୀତି
ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ପରେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆସିଥିବା ଗଜାନନ ବେଶ ଉପକରଣ ଯଥାକ୍ରମେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନଙ୍କୁ ଲାଗି କରାଯାଏ । ଗଜାନନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ, ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳତୀର୍ଥ ମଠରୁ ବଡ଼ ବାଡ଼ (ବଳଭଦ୍ରଙ୍କ ବାଡ଼) ଓ ଶ୍ରୀସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଆନ୍ତି । ଏହା ପରେ ଗଜପତି ମହାରାଜା କିମ୍ବା ତାଙ୍କ ଅନୁପସ୍ଥିତରେ ମୁଦିରଥ ତିନି ବାଡ଼ରେ ରାଜ ନୀତି କରନ୍ତି । ରାଜ ନୀତି ବଢିବା ପରେ ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଥାଏ । ତତ୍ପରେ ସୁଆରବଡୁ ସେବକ ପାଣି ପକାନ୍ତି । ପାଣି ପଡ଼ିଲା ପରେ ଜଗମୋହନରେ ଥିବା ବଡ଼ବାଡ଼ର (ବଳଭଦ୍ର) ବେଶ ଉପକରଣ ଓ ରାଘବ ଦାସ ମଠରୁ ଆସିଥିବା ଅନ୍ୟ ଦୁଇ ବାଡ଼ (ଜଗନ୍ନାଥ, ସୁଭଦ୍ରା)ର ବେଶ ଉପକରଣମାନ ସ୍ନାନ ମଣ୍ଡପରେ ରଖାଯାଏ । ଭିତରଚ୍ଛ, ଚଳିଚ୍ଛ, ପୁଷ୍ପାଳକ,ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନିବାଡ଼ରେ ହାତୀ ବେଶ କରନ୍ତି । ବେଶ ବଢିବା ପରେ ତିନି ବାଡ଼ରେ କର୍ପୂର ଲାଗି ହୋଇଥାଏ ଏବଂ ପରେ ପରେ ସ୍ନାନ ବେଦୀ ଉପରେ ଶୋଧ କରାଯାଏ ଓ ଭୋଗ ପାଇଁ ପ୍ରସ୍ତୁତି ହୋଇଥାଏ । ସୂଚନାଯୋଗ୍ୟ ଯେ ଏହି ଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ । ଭୋଗ ଶେଷ ପରେ ସ୍ନାନ ବେଦୀ ଉପରକୁ ସର୍ବସାଧାରଣଙ୍କୁ ଦର୍ଶନ ନିମିତ୍ତ ଅନୁମତି ଦିଆଯାଏ ।
କିମ୍ବଦନ୍ତୀ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ । ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ । ତେଣୁ ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱରଠାରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଓ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି । ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇପଡ଼ିଲେ ଓ ତତ୍କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ । ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ଏହି ବେଶ ହୋଇ ଆସୁଛି ।
ଆଧାର
ଅଧିକ ତଥ୍ୟ
ଗଜପ୍ତି ବେଶର ତିନୋଟି ରହସ୍ୟ
ଜଗନ୍ନାଥଙ୍କ ବେଶ |
ହିମାଂଶୁ ଶେଖର ମେହେର (ଜନ୍ମ: ୨୭ ଅଗଷ୍ଟ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୯୮ ମସିହାରେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ହୋଇଥିବା ଉପ-ନିର୍ବାଚନରେ ସେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ହିମାଂଶୁ ଶେଖର ମେହେର ୧୯୫୬ ମସିହାର ଅଗଷ୍ଟ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲମ୍ବୋଦର ମେହେର ଓ ପତ୍ନୀଙ୍କ ନାମ ରତ୍ନ ପ୍ରଭା ମେହେର ।
ରାଜନୈତିକ ଜୀବନ
ହିମାଂଶୁ ଶେଖର ମେହେର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୨ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।
ବିଧାନ ସଭା ସଭ୍ୟ ବିବରଣୀ
ଆଧାର
୧୯୫୬ ଜନ୍ମ
ଜୀବିତ ବ୍ୟକ୍ତି
ଓଡ଼ିଆ ଲୋକ
କଳାହାଣ୍ଡି ଜିଲ୍ଲାର ଲୋକ
୧୧ଶ ଓଡ଼ିଶା ବିଧାନ ସଭାର ସଭ୍ୟ
୧୨ଶ ଓଡ଼ିଶା ବିଧାନ ସଭାର ସଭ୍ୟ
୧୩ଶ ଓଡ଼ିଶା ବିଧାନ ସଭାର ସଭ୍ୟ |
ହୋକାଇଦୋ (北海道), ହେଉଛି ଜାପାନର ଦ୍ୱିତୀୟ ବୃହତ୍ତମ ଦ୍ୱୀପ ଏବଂ ଏଥିରେ ଜାପାନର ବୃହତ୍ତମ ରାଜ୍ଯ ଅବସ୍ଥିତ । ତ୍ସୁଗାରୁ ପ୍ରଣାଳୀ, ହୋକାଇଦୋକୁ ହୋଁଶୁଠାରୁ ଅଲଗା କରିଥାଏ ଏବଂ ଦ୍ୱୀପ ଦ୍ୱୟ ପରସ୍ପର ସହ ଏକ ସାଗରଗର୍ଭୀ ରେଳପଥ - ସେଇକାଁ ଜୁଇଦୋଦ୍ୱାରା ସଂଯୁକ୍ତ ହୋଇଛି ।
ସାପ୍ପୋରୋ-ଶୀ ହେଉଛି ହୋକାଇଦୋର ବୃହତ୍ତମ ସହର ତଥା ଏହାର ରାଜଧାନୀ । ଏହା ମଧ୍ଯ ହୋକାଇଦୋର ଏକମାତ୍ର ଆଦେଶ ନିର୍ଦ୍ଦେଶିତ ସହର । ଋଷିଆଦ୍ୱାରା ପ୍ରଶାସିତ ସାଖାଲିଁ, ହୋକାଇଦୋରୁ ୪୩ କି.ମି. ଦୂରରେ ଉତ୍ତର ଆଡକୁ ଅବସ୍ଥିତ ଏବଂ କୁରିଲ୍ ଦ୍ୱୀପପୁଞ୍ଜ ଏହାର ପୂର୍ବ ଓ ଐଶାନ୍ୟ ଦିଗରେ ଅବସ୍ଥିତ । କୁରିଲ୍ ଦ୍ୱୀପପୁଞ୍ଜର ଦକ୍ଷିଣତମ ଚାରୋଟି ଦ୍ୱୀପ ଉପରେ ଜାପାନର ଦାବି ରହିଛି । ପୂର୍ବରେ ହୋକାଇଦୋ, ଏଜୋ, ୟେଜୋ, ୟେସୋ, ତଥା ୟେସ୍ସୋ ଆଦି ନାମରେ ଜଣାଶୁଣା ।
ଇତିହାସ
ପ୍ରାକ୍-ଇତିହାସ
୧୫,୦୦୦ ବର୍ଷ ପୂର୍ବେ ହୋକାଇଦୋରେ ଯୋମୋନ ସଂସ୍କୃତି ଏବଂ ସମ୍ବନ୍ଧିତ ଶୀକାର-ସଂଗ୍ରହ ଜୀବନଶୈଳି, ବିସ୍ତୃତ ଲାଭ କରିଥିଲା । ହୋଁଶୁ ଦ୍ୱୀପର ବିପରୀତ, ଏହି ଯୁଗରେ ହୋକାଇଦୋରେ କୌଣସି ପ୍ରକାରର ଯୁଦ୍ଧ ହୋଇ ନ ଥିଲା । ଆଇନୁ ଆଧ୍ଯାତ୍ମବାଦର ଉତ୍ପତ୍ତି, ପ୍ରାକୃତିକ ଆଲୌକିକ ଶକ୍ତି ଉପରେ ଯୋମୋନମାନଙ୍କ ବିଶ୍ବାସରୁ ହୋଇଥିଲା ବୋଲି ଗ୍ରହଣ କରାଯାଇଛି । ପ୍ରାୟ ୨,୦୦୦ ବର୍ଷ ପୂର୍ବେ, ଏହି ଦ୍ୱୀପଟିରେ ୟାୟୋଇ ଲୋକମାନେ ବସତି ସ୍ଥାପନ କଲେ । ଫଳରେ ଦ୍ୱୀପରେ ରହୁଥିବା ଅନେକ ଲୋକ ଶୀକାର-ସଂଗ୍ରହ ଜୀବନଶୈଳି ତ୍ଯାଗ କରି କୃଷିକାର୍ଯ୍ୟ ଆଡ଼କୁ ମନ ଦେଲେ ।
ନିହୋଁ ଶୋକୀ, ୭୨୦ ଖ୍ରୀଷ୍ଟାବ୍ଦରେ ସମ୍ପୂର୍ଣ୍ଣ ହେଲା ଏବଂ ଏଥିରେ ହିଁ ହୋକାଇଦୋର ପ୍ରଥମ ଉଲ୍ଲେଖ ଲିପିବଦ୍ଧ ହୋଇଛି । ଏହି ପୁସ୍ତକ ଅନୁସାରେ, ୬୫୮ରୁ ୬୬୦ ମଧ୍ଯରେ ଆବେନୋ ହିରାଫୁ ଏକ ବଡ଼ ନୌବାହିନୀ ଏବଂ ପଦାତିକ ବାହିନୀ ନେଇ ଉତ୍ତର ଆଡକୁ ଗତି କଲେ ଏବଂ ମିଶିହାସେ ଓ ଏମିଶିମାନଙ୍କ ସଂସ୍ପର୍ଶରେ ଆସିଲେ । ସେହି ଯାତ୍ରାରେ ହିରାଫୁ ଏକ ୱାତାରିଶିମା (渡島) ବୋଲି ସ୍ଥାନକୁ ଯାଇଥିଲେ, ଯାହାକୁ ହୋକାଇଦୋ ବୋଲି ଚିହ୍ନଟ କରାଯାଇଛି । ଏହି ଘାଟଣାର ବିବରଣୀ ବିଷୟରେ ଅନେକ ଅନୁମାନ କରାଯାଇ ଥାଏ; ଯେପରିକି - ୱାତାରିଶିମାର ବାସ୍ତବ ଅବସ୍ଥିତି, ତଥା ଏଥିରେ ରହୁଥିବା ଏମିଶି ଲୋକମାନେ ବର୍ତ୍ତମାନର ଆଇନୁ ଲୋକମାନଙ୍କର ପୂର୍ବଜ ।
ନାରା ଓ ହେଈଆଁ କାଳରେ (୭୧୦-୧୧୮୫), ହୋକାଇଦୋର ଲୋକମାନେ ଦେୱା ପ୍ରାନ୍ତ ସହ ବାଣିଜ୍ଯ ବ୍ଯବସାୟ କରୁଥିଲେ । ମଧ୍ଯଯୁଗରୁ, ହୋକାଇଦୋର ଲୋକମାନେ ଏଜୋ ନାମରେ ପରିଚିତ ହେଲେ । ଫଳରେ କ୍ରମେ ହୋକାଇଦୋର ନାମ ଏଜୋଚି (蝦夷地; ଏଜୋଭୂମି) ବା ଏଜୋଗାଶିମା (蝦夷ヶ島; ଏଜୋ ଦ୍ୱୀପ) ହୋଇଗଲା । ଏଜୋଲୋକମାନେ ଶୀକାର ଓ ମାଛଧରା ଉପରେ ନିର୍ଭର କରୁଥିଲେ ଏବଂ ଅନ୍ୟ ଜାପାନୀଙ୍କ ସହ ବ୍ଯବସାୟଦ୍ୱାରା ଧାନ ଓ ଲୁହା ପ୍ରାପ୍ତ କଲେ ।
ନୈରୁକ୍ତଶାସ୍ତ୍ର
ବିକାଶ କମିଶନ ସ୍ଥାପନ କରିବା ସମୟରେ ମେଇଜୀ ପ୍ରଶାସନ ଏଜୋଚିର ନାମ ପରିବର୍ତ୍ତନ କରିବା ପାଇଁ ଚାହିଁଲେ । ମାତ୍ସୁଉରା ତାକେଶୀରୋ, କାଇହୋକୁଦୋ (海北道) ତଥା ହୋକାଇଦୋ (北加伊道) ଆଦି, ଛଅଟି ପ୍ରସ୍ତାବ ଦାଖଲ କରିଥିଲେ ।
ଆଧାର |
ଆକାଶ ଦାସନାୟକ(ଜନ୍ମ ୧୭ ସେପ୍ଟେମ୍ବର ୧୯୮୦) ଜଣେ ଅଭିନେତା ଓ ଓଡ଼ିଶା ବିଧାନ ସଭା ସଭ୍ୟ ।
ଚଳଚ୍ଚିତ୍ର ଜୀବନ
୨୦୦୮ ମସିହାରେ କଳିଙ୍ଗପୁତ୍ର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଆକାଶ, ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
ବ୍ୟକ୍ତିଗତ ଜୀବନ
ଆକାଶ ହେଉଛନ୍ତି ମାୟାଧର ଦାଶ ଓ ଇନ୍ଦିରା ଦାଶଙ୍କ ସୁପୁତ୍ର ଓ ପାହଙ୍ଗା(ଯାଜପୁର)ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଯାଜପୁର ରୋଡସ୍ଥିତ ବ୍ୟାସନଗର କଲେଜରୁ ତାଙ୍କ ସ୍ନାତକ(ଏଲଏଲବି) ହାସଲ କରିଥିଲେ । ତାଙ୍କ ଆଣ୍ଟି ଅନିତା ଦାଶ ଜଣେ ଉଞ୍ଚକୋଟିର ଅଭିନେତ୍ରୀ ଅଟନ୍ତି । ସେ ୨୦୧୪ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରୁ ଭୋଟ ପାଇ (ବିଜେଡ଼ି) ବିଜୟୀ ହୋଇଥିଲେ ।
ଅଭିନୀତ ଓଡ଼ିଆ କଥାଚିତ୍ର
ଅପରେସନ ଅପହରଣ, ୨୦୨୩
ଶପଥ, ୨୦୧୨
ରାଜୁ ଆୱାରା, ୨୦୧୨
ଆସିବୁ କେବେ ସାଜି ମୋ ରାଣି, ୨୦୧୦
ଆଲୋ ମୋର କଣ୍ଢେଇ, ୨୦୧୦
ଶୁଭ ବିବାହ, ୨୦୧୦
ଶତୃ ଶଂହାର, ୨୦୦୯
ସତ୍ୟମେବ ଜୟତେ, ୨୦୦୮
କଳିଙ୍ଗ ପୁତ୍ର, ୨୦୦୮
ମାନ ସମ୍ମାନ
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ଅଭିନେତା (୨୦୦୮)
ଆଧାର
ଅଧିକ ତଥ୍ୟ
୧୯୮୦ ଜନ୍ମ
ଜୀବିତ ବ୍ୟକ୍ତି
ଓଡ଼ିଶା ବିଧାନ ସଭା ସଭ୍ୟ
ଓଡ଼ିଆ କଥାଚିତ୍ର ଅଭିନେତା |
ପୋଡୋଫାଇଲୋଟକ୍ସିନ ( ପିପିଟି ), ଯାହାକୁ ପୋଡୋଫାଇଲକ୍ସ ମଧ୍ୟ କୁହାଯାଏ, ଏହା ଏକ ଔଷଧ ଯାହା ଯୌନାଙ୍ଗ ଭାତୁଡ଼ି ଏବଂ ମୋଲୁସ୍କମ କୋଣ୍ଟାଜିଓସମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ବାହ୍ୟ ୱାର୍ଟ ବିନା ପାପିଲୋମା ଭୂତାଣୁ ସଂକ୍ରମଣ ପାଇଁ ଏହି ଔଷଧ ଦେବାକୁ ସୁପାରିଶ କରାଯାଏ ନାହିଁ । ଏହା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କିମ୍ବା ରୋଗୀ ନିଜେ ପ୍ରଭାବିତ ଚର୍ମରେ ପ୍ରୟୋଗ କରନ୍ତି ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୟୋଗ ସ୍ଥାନରେ ଜ୍ୱାଳା, ଯନ୍ତ୍ରଣା ଏବଂ ଲାଲିମା ହୋଇପାରେ । ଏହା ପୋଡୋଫିଲମରୁ ବାହାର କରାଯାଇଥିବା ଏକ ଅଣ- ଆଲକାଲଏଡ୍ ଟକ୍ସିନ୍ ଲିଗନିନ । ପୋଡୋଫାଇଲମ ରେଜିନ ଭାବରେ ଜଣାଶୁଣା ଏକ କମ ବିଶୋଧିତ ଦ୍ରବ୍ୟ ମଧ୍ୟ ଉପଲବ୍ଧ, କିନ୍ତୁ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ।
ପୋଡୋଫାଇଲୋଟକ୍ସିନ ପ୍ରଥମେ ୧୮୮୦ ମସିହାରେ ପୃଥକ କରାଯାଇଥିଲା । ୧୯୯୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ପୋଡୋଫାଇଲମ ରେଜିନ ବଦଳର ଏହାର ନାମ ଲିପିବଦ୍ଧ ଅଛି । ଯୁକ୍ତରାଷ୍ଟ୍ରରେ ୩.୫ ମିଲିର ଏକ ବୋତଲର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୦ ଡଲାର ଥିଲା । ଏହା ଅନ୍ୟମାନଙ୍କ ମଧ୍ୟରେ କଣ୍ଡିଲାଇନ ଏବଂ ୱାର୍ଟିକନ ବ୍ରାଣ୍ଡ ନାମରେ ବିକ୍ରି ହୁଏ |
ଆଧାର
ଚିକିତ୍ସା ବିଜ୍ଞାନ |
କାଳିଆ ଦେହୁରୀ (୨୧ ନଭେମ୍ବର ୧୯୩୧ - ୮ ସେପ୍ଟେମ୍ବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କାଳିଆ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ଓ ଗଁଦିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
କାଳିଆ ୧୯୪୮ ମସିହାର ଫେବୃଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତ ଚରଣ ଦେହୁରୀ ଓ ପତ୍ନୀଙ୍କ ନାମ ଜୟ ଲକ୍ଷ୍ମୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।
ରାଜନୈତିକ ଜୀବନ
କାଳିଆ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।
ମୃତ୍ୟୁ
କାଳିଆ ୨୦୧୧ ମସିହାର ସେପ୍ଟେମ୍ବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।
ଆଧାର
୧୯୩୧ ଜନ୍ମ
୨୦୧୧ ମୃତ୍ୟୁ
ଓଡ଼ିଆ ଲୋକ
ଢେଙ୍କାନାଳ ଜିଲ୍ଲାର ଲୋକ
୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ |
ଉମା ବଲ୍ଲଭ ରଥ (ଜନ୍ମ: ୪ ଫେବୃଆରୀ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୧ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଉମା ବଲ୍ଲଭ ରଥ ୧୯୬୩ ମସିହାର ଫେବୃଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଚ୍ଚିଦାନନ୍ଦ ରଥ ।
ରାଜନୈତିକ ଜୀବନ
ଉମା ବଲ୍ଲଭ ରଥ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
ଆଧାର
୧୯୬୩ ଜନ୍ମ
ଜୀବିତ ବ୍ୟକ୍ତି
ଓଡ଼ିଆ ଲୋକ
ପୁରୀ ଜିଲ୍ଲାର ଲୋକ
୧୦ମ ଓଡ଼ିଶା ବିଧାନ ସଭାର ସଭ୍ୟ |
୨୫୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୨୫୧ |
ସୁଙ୍କି ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ସୀମାଂତ ଗ୍ରାମ ।
ଅବସ୍ଥିତି
ଏହା ଓଡ଼ିଶାର କୋରାପୁଟ ପଟରୁ ଆନ୍ଧ୍ରପ୍ରଦେଶର ବିଜୟନଗର ଯାତ୍ରା ପଥରେ (ଜାତୀୟ ରାଜପଥ ୨୬- ପୁରୁଣା ୪୩) ଓଡ଼ିଶାର ସୀମାରେ ଅବସ୍ଥିତ । ଆନ୍ଧ୍ରପ୍ରଦେଶର ସାଲୁର ଦେଇ ପୂର୍ବଘାଟ ପର୍ବତମାଳା ଉପରେ କୋରାପୁଟ ଆଡକୁ ଆସିଥିବା ଏହି ରାଜପଥ ଉପରେ ତିନିଟି ଘାଟି ପଡିଥାଏ ଓ ସେଥିରୁ ସୁଙ୍କି ଅନ୍ୟତମ ।
ଜନସଂଖ୍ୟା
2011 ଜନଗଣନା ଅନୁସାରେ ସୁଙ୍କିର ଜନସଂଖ୍ୟା 1839 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 1017 ଥିଲା ବେଳେ ମହିଳା ସଂଖ୍ୟା8 822 ଥିଲା । 6 ବର୍ଷରୁ କମ ଆବାଦୀ13.32% ରହିଥିଲା । ଏଠାକାର ସାକ୍ଷ୍ୟରତା ହାର 59.16 % ଥିଲା ।
ଆଧାର
ବାହାର ଲିଙ୍କ
http://www.unicef.org/india/media_970.htm
ଓଡ଼ିଶା ଭୌଗଳିକ ମୁଣ୍ଡିଆ ପ୍ରସଙ୍ଗସମୂହ |
୮୪୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୮୪୨
ବଟ ତିଆରି ବର୍ଷ ଲେଖା |
୧୧୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୧୧୮ |
ଲକ୍ସାପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲକ୍ସିଟାନ, ହେଉଛି ଏକ ସାଧାରଣ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ସମେତ ସାଇକୋସିସ ଏବଂ ଉତ୍ତେଜନାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।
ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଉପକାର ମିଳିବା ଅସ୍ପଷ୍ଟ ଅଟେ । ଏହା ପାଟିରେ ଦିଆଯାଏ କିମ୍ବା ପ୍ରଶ୍ୱାସରେ ନିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚଳପ୍ରଚଳ ସମସ୍ୟା, ନିଦ୍ରାଳୁ ଭାବ, ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଠିଆ ହେବା ସହିତ ନିମ୍ନ ରକ୍ତଚାପ ଏବଂ ଦ୍ରୁତ ହୃଦସ୍ପନ୍ଦନ ଗତି ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନରୁ ଅଧିକ ଦୁଗ୍ଧ ଉତ୍ପାଦନ, ବାତ, ଆତପଦାହ, ନିଉରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ଡିମେନ୍ସିଆ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ରହିପାରେ। ଡୋପାମାଇନ ଔଷଧ ଡି୨ ଏବଂ ୫-ଏଚଟି୨ଏ ରିସେପ୍ଟରଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।
୧୯୭୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲକ୍ସାପାଇନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ଏହାର ୫୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ୨୦୨୧ରେ ୩୮ ଡଲାର ଥିଲା
ଆଧାର
ଚିକିତ୍ସା ବିଜ୍ଞାନ |
ସାଧନା, ସିଦ୍ଧିଲାଭ ପାଇଁ କରାଯିବା ଚେଷ୍ଟା ଓ ବିହିତ ପ୍ରକ୍ରିୟାକୁ ବୁଝାଇଥାଏ ।
ତେବେ ଏହା ତଳଲିଖିତ ପ୍ରସଙ୍ଗମାନଙ୍କ ଭିତରୁ ଗୋଟିଏ ହୋଇଥାଇ ପାରେ:
ସାଧନା (୧୯୬୪ର ଚଳଚ୍ଚିତ୍ର)
ସାଧନା ସର୍ଗମ, କଣ୍ଠଶିଳ୍ପୀ
ସାଧନା ଟିଭି
ସାଧନା (୧୯୫୮ର ହିନ୍ଦୀ କଥାଚିତ୍ର) |
ସ୍ନିତି ମିଶ୍ର, ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ଜଣେ ଗାୟିକା । ୨୦୧୦ ମସିହାରେ, ଜୀଟିଭିରେ ପ୍ରସାରିତ 'ସାରେ ଗା ମା ପା' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ସେ ଲୋକଲୋଚନକୁ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କୁ 'ସବୁଠାରୁ ଉଲ୍ଲେଖନୀୟ କଣ୍ଠସ୍ୱର' ଉପାଧୀ ମଧ୍ୟ ପ୍ରଦାନ କରାଯାଇଥିଲା ।
ବାଲ୍ୟ ଜୀବନ ଓ ଶିକ୍ଷା
ସ୍ନିତି ବଲାଙ୍ଗୀର ସହରରେ ଜନ୍ମଗ୍ରହଣ କରିଥିଲେ । ସେ ପିତା ଶ୍ୟାମଳ କୃଷ୍ଣ ମିଶ୍ର ଓ ମାତା ସବିତାଞ୍ଜଳି ଉଦଗାତାଙ୍କର ଦ୍ୱିତୀୟ ସନ୍ତାନ ଅଟନ୍ତି । ତାଙ୍କବଡ ଭଉଣୀଙ୍କ ନାମ ସ୍ୱାତୀ ଅଟେ ।
ସ୍ନିତି, ବଲାଙ୍ଗୀରର ସରସ୍ୱତୀ ଶିଶୁ ମନ୍ଦିରରୁ ହାଇସ୍କୁଲ ଶିକ୍ଷା ଓ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ଭୁବନେଶ୍ୱରସ୍ଥିତ 'ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ'ରୁ ବିତ୍ତ ବିଭାଗରେ ଏମ୍.ବି.ଏ ଶିକ୍ଷା ସମାପ୍ତ କରିଛନ୍ତି । ପିଲାଦିନରୁ ସ୍ନିତି ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ ଓ ଗୁରୁ 'ରଘୁନାଥ ସାହୁ'ଙ୍କଠାରୁ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ସେ, ମୁମ୍ବାଇର ଗନ୍ଧର୍ବ ମହାବିଦ୍ୟାଳୟରୁ ସଙ୍ଗୀତ ବିଶାରଦ ଉପାଧୀ ମଧ୍ୟ ହାସଲ କରିସାରିଛନ୍ତି ।
କର୍ମ ଜୀବନ
'ସାରେ ଗା ମା ପା' କାର୍ଯ୍ୟକ୍ରମରୁ ଲୋକପ୍ରିୟତା ହାସଲ କରିଥିବା ସ୍ନିତି ଇତିମଧ୍ୟରେ ଏକ ନେପାଳୀ ଭାଷାର ଚଳଚ୍ଚିତ୍ର ଓ ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ବବଲୁ ହାପି ହେ'ରେ କଣ୍ଠଦାନ କରିସାରିଛନ୍ତି । ଚଳଚ୍ଚିତ୍ର ବ୍ୟତିତ ସେ, ଫୈଜଲ କ୍ୟୁରେସି, ଭିକୁ ବିନାୟକମ, ଲୁଇସ ବ୍ୟାଙ୍କ ଆଦି ବହୁ ପ୍ରତିଷ୍ଠିତ ସଙ୍ଗୀତକାରଙ୍କ ସହ ଦେଶ ବିଦେଶରେ ବହୁବାର ସଙ୍ଗୀତ ପରିବେଷଣ କରିସାରିଛନ୍ତି ।
ଆଧାର
୧୯୮୭ ଜନ୍ମ
ଜୀବିତ ବ୍ୟକ୍ତି
ସଙ୍ଗୀତକାର
ବଲାଙ୍ଗୀର ଜିଲ୍ଲାର ଲୋକ
ବୃତ୍ତି ଅନୁସାରେ ଓଡ଼ିଆ ଲୋକ |
ଚିଟାଗଙ୍ଗ ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ପ୍ରମୁଖ ଉପକୂଳବର୍ତୀ ସହର ଏବଂ ବାଣିଜ୍ୟିକ କେନ୍ଦ୍ର ଅଟେ । ୨୦୧୭ ଜନଗଣନାରେ ଏହି ସହରର ଜନସଂଖ୍ୟା ୮୭ ଲକ୍ଷ ଥିଲା। ଏହା ଦେଶର ଦ୍ୱିତୀୟ ବୃହତ୍ତମ ସହର ଅଟେ । ଏହା ଏକ ନିଜନାମୀ ଜିଲ୍ଲା ଏବଂ ବିଭାଗର ରାଜଧାନୀ ଏବଂ ପ୍ରଶାସନିକ ଆସନ | ଏହି ସହର ଚିଟାଗଙ୍ଗ ପାର୍ବତୀୟ ଅଞ୍ଚଳ ଏବଂ ବଙ୍ଗୋପସାଗର ମଧ୍ୟରେ ଓ କର୍ଣ୍ଣାଫୁଲି ନଦୀ କୂଳରେ ଅବସ୍ଥିତ | ଢାକା ପରେ ଆଧୁନିକ ଚିଟାଗଙ୍ଗ ବାଂଲାଦେଶର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ସହରୀ କେନ୍ଦ୍ର ଅଟେ।
ଭୂଗୋଳ
ଚିଟାଗଙ୍ଗ ୨୨° ୨୦′ ୦୬ ″ ଉତ୍ତର ଓ ୯୧° ୪୯′ ୫୭ ″ ପୂର୍ବରେ ଅବସ୍ଥିତ | ଏହା ଦକ୍ଷିଣ-ପୂର୍ବ ବାଂଲାଦେଶର ଚିଟାଗଙ୍ଗ ପାର୍ବତୀୟ ଅଞ୍ଚଳର ଉପକୂଳ ଅଞ୍ଚଳରେ ବିସ୍ତୃତ । କର୍ଣ୍ଣାଫୁଲି ନଦୀ ସହରର ଦକ୍ଷିଣ କୂଳରେ ପ୍ରବାହିତ ହୋଇ ଏହର ପଶ୍ଚିମ ଦିଗରେ ୧୨ କିଲୋମିଟର (୭ ମାଇଲ) ଦୂରରେ ବଙ୍ଗୋପସାଗରରେ ପ୍ରବେଶ କରେ । ୩୫୧ ମିଟର (୧,୧୫୨ ଫୁଟ) ଉଚ୍ଚତା ବିଶିଷ୍ଟ ଚିଟାଗଙ୍ଗ ଜିଲ୍ଲାର ସୀତାକୁଣ୍ଡା ପର୍ବତ ହେଉଛି ସର୍ବୋଚ୍ଚ ପର୍ବତ । ସହର ଭିତରେ, ସର୍ବୋଚ୍ଚ ଶିଖର ହେଉଛି ୮୫.୩ ମିଟର (୨୮୦ ଫୁଟ) ଉଚ୍ଚ ବାଟାଲି ହିଲ୍ । ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀରୁ ପ୍ରମୁଖ ପଙ୍କ ପ୍ରବାହ ସହରର ଚାରିପଟେ ଜୁଆର ସମତଳ ସୃଷ୍ଟି କରେ ।
ଆଧାର |
ରାଲୋକ୍ସିଫେନ (ଇଂରାଜୀ ଭାଷାରେ Raloxifene, ଏକ ବିକ୍ରୟ ନାମ ଏଭିସ୍ଟା/ Evista) ଯାହା ଗ୍ଲୁକୋକର୍ଟିକଏଡ (glucocorticoids) ଓ ଋତୁବନ୍ଦ ପରବର୍ତ୍ତୀ କାଳର (postmenopausal) ଓଷ୍ଟିଓପୋରୋସିସ ରୋଗର ଚିକିତ୍ସାରେ ଦିଆଯାଏ । ଓଷ୍ଟିଓପୋରୋସିସ ରୋଗରେ ଏହା ବାଇଫସଫୋନେଟ (bisphosphonates) ଅପେକ୍ଷା କମ ପସନ୍ଦ କରାଯାଏ । ସ୍ତନ କର୍କଟ ରୋଗ ସଙ୍କଟ କମେଇବା ନିମନ୍ତେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ ।
ସାଧାରଣ ପ୍ରତିକ୍ରିୟାରେ ଗୋଡ଼ କ୍ରାମ୍ପ (leg cramp), ଫୁଲା, ଗଣ୍ଠି ଯନ୍ତ୍ରଣା ଓ ହଟ ଫ୍ଲାସ (hot flashes) ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ଜମାଟ ରକ୍ତ (blood clots) ଓ ସ୍ଟ୍ରୋକ୍ ହୋଇପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିଥାଏ । ଋତୁ ଲକ୍ଷଣ (menstrual symptoms) ଅଧିକ ହୋଇଥାଏ । ରାଲୋକ୍ସିଫେନ ଏକ ସିଲେକ୍ଟିଭ ଏସ୍ଟ୍ରୋଜେନ ରିସେପ୍ଟର ମୋଡ୍ୟୁଲେଟର (selective estrogen receptor modulator/ SERM) ହୋଇଥିବା ଯୋଗୁ ଏସ୍ଟ୍ରୋଜେନ ରିସେପ୍ଟରର (estrogen receptor/ ER) ମିଶ୍ରିତ ଅଗୋନିସ୍ଟ-ରିସେପ୍ଟର ଆଣ୍ଟାଗୋନିସ୍ଟ (agonist–antagonist) ହୋଇଥାଏ । ଅସ୍ଥି ଉପରେ ଏହାର ଏକ ଏସ୍ଟ୍ରୋଜେନିକ (estrogen) ପ୍ରଭାବ ଓ ସ୍ତନ ତଥା ଜରାୟୁ ଉପରେ ଏକ ଆଣ୍ଟିଏସ୍ଟ୍ରଜେନ (antiestrogenic) ପ୍ରଭାବ ଥାଏ ।
ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ରାଲୋକ୍ସିଫେନ ସନ ୧୯୯୭ରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଔଷଧ ପିଛା ପ୍ରାୟ ୩.୫୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ଏକ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୨୯୪ତମ ସ୍ଥାନରେ ଥିଲା ।
ଆଧାର
ଅଧିକ ପଢ଼ନ୍ତୁ
ବାହ୍ୟ ଲିଙ୍କ
Drug information from the NIH
AdisInsight
Position paper of the National Women's Health Network
ଔଷଧ
ଚିକିତ୍ସା ବିଜ୍ଞାନ |
ବାଉରୀବନ୍ଧୁ କର (୧୨ ସେପ୍ଟେମ୍ବର ୧୯୫୧- ୧୮ ସେପ୍ଟେମ୍ବର ୨୦୨୦), ଜଣେ ଓଡ଼ିଆ ସାହିତ୍ୟିକ ଓ ସମାଲୋଚକ ଥିଲେ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
ବାଉରୀବନ୍ଧୁ, ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ଉଭୟ ପରୀକ୍ଷାରେ ସେ ଶ୍ରେଷ୍ଠସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ୧୯୭୬ ମସିହାରୁ ସେ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଯାଜପୁରର ଏନ୍.ସି କଲେଜ୍, କଟକର ଜେ.କେ.ବି.କେ କଲେଜ, ଭଦ୍ରକ କଲେଜ, କେନ୍ଦୁଝର କଲେଜ ଆଦିରେ ସେ ଅଧ୍ୟାପନା କରି ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ ।
ରଚନାବଳୀ
ଓଡ଼ିଆ ସାହିତ୍ୟର ଇତିହାସ
ଓଡ଼ିଆ ପ୍ରବନ୍ଧ ସାହିତ୍ୟ
ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ
ଓଡ଼ିଶାର ସଂସ୍କୃତି ଓ ଇତିହାସରେ ମାଦଳାପାଞ୍ଜି
ଚିନ୍ତନ: ଅନୁଚିନ୍ତନ
ପ୍ରାବନ୍ଧିକ ନୀଳକଣ୍ଠ ଦାସ
ଜ୍ଞାନସାର ଜ୍ୟୋତି
ସମାଲୋଚନା ଭାରତୀ
ତିନୋଟି ସମାଲୋଚନା
ସାହିତ୍ୟ ସାଧକ ଡ.ମାୟାଧର ମାନସିଂହ
ନାନା ଆଲୋଚନା
ସମାଲୋଚନା ସ୍ତବକ
ଆଧୁନିକ ଓଡ଼ିଆ ସାହିତ୍ୟକୁ କାମପାଳ ମିଶ୍ରଙ୍କ ଦାନ
ବିରୂପାକ୍ଷ ପ୍ରବନ୍ଧାବଳୀ
ସାହିତ୍ୟ ସାଧକ କବି ଉପନ୍ଦ୍ରେ ଭଞ୍ଜ
ମହାପାତ୍ର ନୀଳମଣି ସାହୁ
କବି ରମାକାନ୍ତ ରଥ
ଗଦ୍ୟଶିଳ୍ପୀ କିଶୋରୀ ଚରଣ
ସୁରେନ୍ଦ୍ର ସମୀକ୍ଷା
ଗଙ୍ଗାଧର ମେହେର
ସମୟର ବାଲିବନ୍ତରେ ମୁଁ (ଆତ୍ମଜୀବନୀ)
ଆଧାର
୧୯୫୧ ଜନ୍ମ
୨୦୨୦ ମୃତ୍ୟୁ
ଯାଜପୁର ଜିଲ୍ଲାର ଲୋକ
ଓଡ଼ିଆ ଲୋକ
ଓଡ଼ିଆ ପ୍ରାବନ୍ଧିକ |
{Politics of India}}
ଭାରତୀୟ ପଢ଼ି ପତ୍ର (ration card) ସବସିଡ଼ଯୁକ୍ତ ଖାଦ୍ୟ ଏବଂ ଇନ୍ଧନ(ଏଲପିଜି ଏବଂ କିରୋସିନି) କ୍ରୟ କରିବାରେ ବ୍ୟବହୃତ ହୋଇଥାଏ । ଏହା ପରିଚୟ ଏବଂ ସରକାରଙ୍କ ନଥିଭୁକ୍ତ ହେବାପାଇଁ ଗରିବଙ୍କ ଲାଗି ଏକ ମୁଖ୍ୟ ଦସ୍ତାବିଜ ଭାବେ ପରିଗଣିତ ହେଉଛି । ସେମାନଙ୍କ ଅସ୍ଥିତ୍ୱ ଭାବେ ପ୍ରମାଣ ଦେଉଛି । ସମଗ୍ର ସାଧାରଣ ବଣ୍ଟନ ବ୍ୟବସ୍ଥାଏହାର ପରିଚୟ, ଯୋଗ୍ୟତା ଏବଂ ପାତ୍ରତା ଉପରେ କାର୍ଯ୍ୟ କରୁଛି ।
ଆକାର
ରାସନ କାର୍ଡ଼ ହେଉଛି ଏକ ଭଙ୍ଗା ହୋଇଥିବା A-4 ସାଇଜ କାଗଜରେ ପ୍ରସ୍ତୁତ କିମ୍ବା ଏକ ଚିପ୍ ଏମବେଡ଼ ଥିବା ସ୍ମାର୍ଟ କାର୍ଡ଼ । ଏଥିରେ ଗୃହମୁଖ୍ୟଙ୍କର ଫଟୋଗ୍ରାଫ ଥାଏ ରାଜ୍ୟ ସରକାରଙ୍କଦ୍ୱାରା ପରିବାର ପିଛା ଗୋଟିଏ ଲେଖାଏଁ ଅନୁମୋଦିତ ହୋଇଥାଏ । ଏହା ତିନି ଶ୍ରେଣୀର – ଅତି ଦାରିଦ୍ର୍ୟ ସ୍ତର(ଅନ୍ତୋଦୟ), ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର(ବିପିଏଲ/BPL) ଏବଂ ଦାରିଦ୍ର୍ୟ ସୀମାରେଖା ଉପରେ ଥିବା ପରିବାର(ବଏପିଏଲ/APL) । ଏହି ଦାରିଦ୍ର୍ୟ ସୀମାରେଖା କିଛି ବର୍ଷ ଅନ୍ତରାଳରେ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହର ବିଶ୍ଲେଷଣ କରି ଯୋଜନା ଆୟୋଗଙ୍କଦ୍ୱାରା ଶ୍ରେଣୀଭୁକ୍ତ କରାଯାଏ ।
ରାସନ କାର୍ଡ଼ ପ୍ରାପ୍ତି
ଯେହେତୁ ଏହା ସ୍ୱେଚ୍ଛାକୃତ ଭାବେ ଭାରତରେ ପାଇହୁଏ, ସବସିଡ଼ଯୁକ୍ତ ରାସନ କାର୍ଡ଼ ପାଇବା ପାଇଁ ପରିବାରର ଅର୍ଥିକ ସ୍ଥିତି ମାନଦଣ୍ଡ ରୂପେ ଗ୍ରହଣ କରାଯାଏ ।
ଉଦାହରଣ ସ୍ୱରୁପ ଓଡ଼ିଶାରେ ଏପିଏଲ କାର୍ଡ଼ ପାଇବା ପାଇଁ ଆବେଦନକାରୀଙ୍କୁ ପରିବାରମୁଖ୍ୟଙ୍କ ଦୁଇଟି ଫଟୋ ସହ ପରିଚୟ ପତ୍ର, ଠିକଣା ପ୍ରମାଣପତ୍ର, ଏବଂ ପୁରୁଣା ରାସନ କାର୍ଡ଼ ସହ _ଟଙ୍କା ଫି ଦେବାକୁ ପଡ଼ିଥାଏ । ଏହାର ପ୍ରକ୍ରିୟା ଏକ ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ ।
ଏକ ବିପିଏଲ କାର୍ଡ଼ ଏପିଏଲ କାର୍ଡ଼ ତୁଳନାରେ ଅଧିକ ଲାଭକାରୀ ହୋଇଥାଏ । ସବସିଡ଼ଯୁକ୍ତ ଦରରେ ଅଧିକ ଦ୍ରବ୍ୟ ଏବଂ କିରୋସିନି ସରକାରଙ୍କ ତରଫରୁ ମିଳିଥାଏ ।
ଇ-ସୁଶାସନ ମଧ୍ୟମରେ କର୍ଣାଟକ ରାଜ୍ୟ ଅନଲାଇନରେ ରାସନ କାର୍ଡ଼ ଆବେଦନ ଗ୍ରହଣ କରନ୍ତି ଆବେଦନକାରୀ ଏକ ସ୍କାନ ହୋଇଥିବା ପରିଚୟ ପତ୍ର ଏବଂ ଠିକଣା ପ୍ରମାଣ ପତ୍ର ଏବଂ ଆୟ ପ୍ରମାଣପତ୍ର ଅପଲୋଡ଼ କରି ଏକ ଜ୍ଞାତି ପତ୍ର ପାଆନ୍ତି ଆପଏଣ୍ଟମେଣ୍ଟ ପାଇଥିବା ଦିନ ପରିବାର ସଦସ୍ୟମାନେ ପଂଜିକରଣ ଅଫିସ ଯାଇ ସେଠାରେ ମୂଳ ଦସ୍ତାବିଜ ଉପସ୍ଥାପନ କରନ୍ତି ବାୟୋମେଟ୍ରିକ ତଥ୍ୟ(ସମସ୍ତ ସଦସ୍ୟଙ୍କର ମୁହଁ ଫଟୋ, ଏବଂ ଆଙ୍ଗୁଠିଛାପ) ସଂଗ୍ରହ ପରେ ତାଙ୍କ (ଏଲପିଜି ସଂଯୋଗ କିରୋସିନି ପାଇବା ଯୋଗ୍ୟତା ପାଇଁ, ଏବଂ ଘର ପ୍ରକାର- ବିପିଏଲ ସୁବିଧାର ଯୋଗ୍ୟ ହେବାପାଇଁ) ତତ୍ ସହିତ ବାସଗୃହରେ ଅବସ୍ଥାନ କରୁଥିବାର ପ୍ରମାଣ ରଖାଯାଏ । ଯଦି ଯୋଗ୍ୟ ବିବେଚିତ ହୁଅନ୍ତି ତେବେ ଏକ ମାସ ମଧ୍ୟରେ ରାସନ କାର୍ଡ଼ ରାଜ୍ୟ ଯୋଗାଣ ଅଫିସ (DSO)ରୁ ମିଳିଥାଏ । ଆବେଦନର ସ୍ଥିତି ଅନଲାଇନରୁ ଜାଣିହୁଏ । ପଂଜିକରଣ, ବାୟୋମେଟ୍ରିକ ତଥ୍ୟ ସଂଗ୍ରହ ଏବଂ ଫିଜିକାଲ ଭେରିଫିକେସନ ପ୍ରାଇଭେଟ ସଂସ୍ଥା ଜରିଆରେ କରାଯାଇଥାଏ ।
ସାମାଜିକ ସୁରକ୍ଷା ଲାଭ
ଆଧାର
ସରକାରୀ ଯୋଜନା |
୮୦୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୮୦୧
ବଟ ତିଆରି ବର୍ଷ ଲେଖା |
ଟିରାନା, ନାଇଜେରିଆର ରାଜଧାନୀ।
ଭୂଗୋଳ
ଇତିହାସ
ପର୍ଯ୍ୟଟନ
ଆଧାର
ବାହାର ତଥ୍ୟ
Municipality of Tirana
In Your Pocket City Guide
Travel guide by Metrolic
Minibus departure times
Official map PDF
Tirana nightlife guide
Heritage guide
Historical maps
Transport timetables
Travel guide
ନାଇଜେରିଆ
ରାଜଧାନୀ ସହର |
ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସଞ୍ଜୁ ଆଉ ସଞ୍ଜନା ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ଏହା ଆଲୁ ଅର୍ଜୁନ ଓ ଶୀଲା ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ପାରୁଗୁର ରିମେକ୍। ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଜନ ।
କାହାଣୀ
ପର୍ଶୁରାମ ପାଇକରାଏ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ତାଙ୍କର ଇଛା ଯେ ତାଙ୍କ ଦୁଇ ଝିଅ ଅଞ୍ଜନା ଓ ସଞ୍ଜନାର ବାହାଘର ତାଙ୍କ ପସନ୍ଦରେ ହେବ। ଅଞ୍ଜନା ଅମରକୁ ଭଲ ପାଇ ଘର ଛାଡି ପଳାଉଛି। ପର୍ଶୁରାମ ଅଞ୍ଜନା ବିଷୟରେ ଜାଣିବା ପାଇଁ ଅମରର ସାଙ୍ଗମାନଙ୍କୁ ଅପହରଣ କରୁଛି। ସଞ୍ଜୟ ସେମାନଙ୍କ ମଧ୍ୟରୁ ଜଣେ। ସଞ୍ଜୁ ସଞ୍ଜନାକୁ ଭଲ ପାଇ ବସୁଛି ଓ ସେମାନେ ଘର ଛାଡି ପଳାଉଛନ୍ତି। ପର୍ଶୁରାମ ସଞ୍ଜୁକୁ ମାରି ସଞ୍ଜନାକୁ ଉଦ୍ଧାର କରିବା ପାଇଁ ଗୁଣ୍ଡା ପଠାଉଛି। ସଞ୍ଜୁ ବଞ୍ଚି ଯାଉଛି ଏବଂ ଶେଷରେ ସଞ୍ଜନାକୁ ବିବାହ କରୁଛି।
ଅଭିନୟରେ
ବାବୁଶାନ୍ ସଞ୍ଜୁ ଭୂମିକାରେ
ପାରିଜାତ ସଞ୍ଜନା ଭୂମିକାରେ
ମିହିର ଦାସ ପର୍ଶୁରାମ ପାଇକରାଏ ଭୂମିକାରେ
ଉଷସୀ ମିଶ୍ର ଅଞ୍ଜନା ଭୂମିକାରେ
ଚକ୍ରଧର ଜେନା
ପପୁ ପମ ପମ
ପୁଷ୍ପା ପଣ୍ଡା
ସମରେଶ ରାଉତରାୟ
ଜୀବନ ପଣ୍ଡା
ଗୀତ ଓ ସଙ୍ଗୀତ
ସଙ୍ଗୀତକାର: ପ୍ରଶାନ୍ତ ପାଢୀ
ଗୀତିକାର:ବସନ୍ତରାଜ ସାମଲ, ଲୁଟୁ ମହାନ୍ତି
ପ୍ରଚ୍ଛଦପଟ ଗାୟକ:ତପୁ ମିଶ୍ର, ବିଭୁ କିଶୋର, କୃଷ୍ଣ ବେଉରା, କୁମାର ବାପି
ଚଳଚ୍ଚିତ୍ରର ସଂଗୀତଗୁଡ଼ିକ ହେଉଛି:
ସମ୍ମାନ
୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ଚଳଚ୍ଚିତ୍ର ୨୦୧୦
୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ କଳାକାର ୨୦୧୦
୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ ୨୦୧୦
୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ୨୦୧୦
ଆଧାର
ବାହାର ଲିଙ୍କ୍
୨୦୧୦ର ଓଡ଼ିଆ କଥାଚିତ୍ର |
୯୯୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୯୯୫
ବଟ ତିଆରି ବର୍ଷ ଲେଖା |
ବିନୀତ ଶରଣ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୯ତମ ମୁଖ୍ୟ ବିଚାରପତି (୨୬ ଫେବୃଆରୀ ୨୦୧୬ - ୬ ଅଗଷ୍ଟ ୨୦୧୮)। ସେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଏବଂ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।
ବୃତ୍ତିଗତ ଜୀବନ
ଜଷ୍ଟିସ୍ ଶରଣ ୧୧ ମଇ ୧୯୫୭ରେ ଉତ୍ତର ପ୍ରଦେଶର ବିଜନୌରରେ ଜନ୍ମଗ୍ରହଣ କରିଥିଲେ । ଆଲାହାବାଦ ବିଶ୍ୱବିଦ୍ୟାଳୟରେ ୧୯୭୬ ମସିହାରେ ସ୍ନାତକ ଡିଗ୍ରୀ ଶିକ୍ଷା ସମାପ୍ତ କରିବା ପରେ ସେ ୨୮ ଜୁଲାଇ ୧୯୮୦ରେ ଆଇନ ଶିକ୍ଷା ସମାପ୍ତ ପୂର୍ବକ ଓକିଲାତି ଜୀବନ ଆରମ୍ଭ କରିଥିଲେ । ସେ ଆଇନର ସମସ୍ତ ପ୍ରସଙ୍ଗରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ଆରମ୍ଭ କରିଥିଲେ । ସେ ୧୪ ଫେବୃଆରୀ ୨୦୦୨ରେ ଆହ୍ଲାବାଦ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ଏହା ପରେ ତାଙ୍କୁ ୧୬ ଫେବୃଆରୀ ୨୦୧୫ରେ କର୍ଣ୍ଣାଟକ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ୨୬ ଫେବୃଆରୀ ୨୦୧୬ରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ।
ସେ ୭ ଅଗଷ୍ଟ ୨୦୧୮ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।
ଐତିହାସିକ ଫୈସଲା
ଆଧାର
୧୯୫୭ ଜନ୍ମ
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି |
ତାନିଆ ଅହମଦ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ, ନର୍ତ୍ତକୀ ଏବଂ ନିର୍ଦ୍ଦେଶିକା । ସେ ୧୯୯୧ ମସିହାରେ ବଙ୍ଗାଳଦେଶର ଏକ ଦୂରଦର୍ଶନରୁ ଅଭିନୟ ଆରମ୍ଭ କରିଥିଲେ । ସେ କେତୋଟି ନାଟକର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।
ଅଭିନୟ ଜୀବନ
ତାନିଆ ୧୯୯୧ରେ ଜଣେ ମଡେଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ସେ ସମ୍ପର୍କ ନାମକ ଏକ ଦୂରଦର୍ଶନ ଧାରାବାହିକ ଜରିଆରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଫାରିଆ ହୋସାଇନ ନାମକ ଏକ ନାଟକର ନିର୍ଦ୍ଦେଶନାରୁ ସେ ତାଙ୍କର ନିର୍ଦ୍ଦେଶନା ପେଷା ମଧ୍ୟ ଆରମ୍ଭ କରିଥିଲେ । ଏହା ପରେ ସେ ମନୁଷ ଚେନା ଦାୟ, ଭଲବାସର ଅନ୍ତରାଳେ, ବେଳାଭୂମି, ଶ୍ରୀକାନ୍ତ, ଅମଦର ଅନନ୍ଦବରି, ଘୁନପୋକ, ଏଖୋନ ଦୁସ୍ମନ, ଶୁଖନଗର ଆପାର୍ଟମେଣ୍ଟ, ଇବଲିସ୍, ଘର ତେରା, ବକତ୍ତା, ଏବୋଙ୍ଗ ତାରାପୁର, ପୁତ୍ରଦାନ, ଫାୟାର ଏସେ ବୃହସ୍ପତି, ଶୋଧ ବୋଧ, ଅଲତା ରଙ୍ଗ ମୋନ, ମିସ୍ କଲ୍, ଶ୍ୟାମଳ ଛାୟା, ଯା ହରିୟେ ଜୟ, ଏକତୁ ବଲବାଶର ଜାନୋ, ସୁରଭି, ଚୁଟୋ ଚୁଟୋ ଦେଉ, ବ୍ରିସ୍ତିର କାନ୍ନା, ଓସ୍ରୁତୋ ସାନଗଳ୍ପ, ବିନିମୋୟୀ ତୁମି, ସହଯାତ୍ରୀ, ବ୍ରିସ୍ତିର ଚୋଖେ ଜୋଲ, ମାଧୁରୀ ଓ ଅନ୍ୟାନ୍ୟ, ବ୍ରିତ୍ତୋ ପେରିଯେ ଦେୟାଲ, ଯେ ଜାର ଭୁମିକୟ, ହୃଦୟର କଚ୍ଚେ, ନା, ଦିତିୟ ସତ୍ତୋ, ଓତୋଚୋ ଏଖୁନ ଦୁଃସମୟ, ବୀରପୁରୁଷ ବଶିକର୍ଣ୍ଣ, ମନୁଷ ନମୀର ନୋଦି, ରଙ୍ଗର ମନୁଷ, ଅନ୍ଧକାରର ମୁଖ, ମନ୍ତ୍ର ଦିଲମ ପ୍ରାନେର, ଲୋଭ, ସେକୁ, ସପଲୁଡ଼ୁ, ପ୍ରତ୍ୟବର୍ତ୍ତନ, ଟର୍ମିନାଲ୍, ଆପଣା ପର, ମାୟାଜାଲ, ପୁତୁଲ ଖେଳ, ରୂପକଥା, ସକାଳ ସନ୍ଧ୍ୟା ରାତ, ସିକନ୍ଦର ବକ୍ସ ଏଖୋନ ବିରାଟ ମଡେଲ, ସିକନ୍ଦର ବକ୍ସ କକ୍ସ ବଜାର-ଇ, ବଖରଖାନି, ଏକଦିନ ଛୁଟୀ ହୋବେ, ସୁପରଷ୍ଟାର, ସିକନ୍ଦର ବକ୍ସ ଏଖୁନ ନିଜ ଗ୍ରାମ-ଇ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ୧୯୯୯ରୁ ତାନିଆ ମଧ୍ୟ କିଛି ଗୀତରେ ଦୃଶ୍ୟାୟିତ ଭିଡ଼ିଓ ଗୁଡ଼ିକର ନିର୍ଦ୍ଦେଶନା ଦେଇ ଆସୁଛନ୍ତି ।
୨୦୦୧-୨୦୦୫
ମୂହୁର୍ତ୍ତ, ମୟନ୍ସି, ଆର କୋତୋ କନ୍ଦାବେ ଏବଂ ଉରୋ ମେଘ ଭଳି ଆଲବମ୍ ଗୀତ ପାଇଁ ଦୃଶ୍ୟାୟି ଭିଡ଼ିଓର ନିର୍ଦ୍ଦେଶନା ଦେଇଥିଲେ । ୨୦୦୪ରେ ସେ ହୁମାୟୁନ ଅହମଦଙ୍କର ଚଳଚ୍ଚିତ୍ର ଶ୍ୟାମଳ ଛାୟାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ସେହି ବର୍ଷରେ ବଚସାସ୍ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାରୀ ସହକାରୀ ଅଭିନେତ୍ରୀ ଉପାଧିରେ ଭୂଷିତ କରାଯାଇଥିଲା ।
୨୦୦୬-୨୦୧୦
ମୋସ୍ତଫା ସରୱାର ଫାରୁକୀଙ୍କର ଚଳଚ୍ଚିତ୍ର "ମେଡ୍ ଇନ୍ ବାଂଲାଦେଶ"ରେ ସେ ଅଭିନୟ କରିଥିଲେ । ଏହାପରେ ସେ "ବିଶ୍ୱରନର ନୋଡ଼ି" ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୧-୨୦୧୫
୨୦୧୧ରେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ବିଚାରିକା ମଧ୍ୟ ସାଜିଥିଲେ । ଭିଟ୍ ଚେନାଲ ଆଇରେ ପ୍ରସାରତି କାର୍ଯ୍ୟକ୍ରମ "ଟପ୍ ମଡେଲ"ର ସେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୧୨ରେ ସେ "ଦ ଏ ଟିମ୍" ନାମକ ଏକ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ଏହି ଧାରାବାହିକଟି ଇଂଲଣ୍ଡରେ ସୁଟିଂ ହୋଇଥିଲା । ୨୦୧୪ରେ ତାନିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ମଧ୍ୟ ଆରମ୍ଭ କରିଥିଲେ । "ଗୁଡ୍ ମଣିଙ୍ଗ୍ ଲଣ୍ଡନ" ନାମକ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
ବୈବାହିକ ଜୀବନ ଏବଂ ପରିବାର
ତାନିଆ ଏସ୍ ଆଇ ତୁତୁଲଙ୍କୁ ବିବାହ କରିଥିଲେ । ତୁତୁଲ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ପପ୍ ଗାୟକ । ଶ୍ରେୟାସ ଏବଂ ଆରୋଶ ନାମକ ତାଙ୍କର ଦୁଇଟି ପୁଅ ଅଛନ୍ତି ।
ଅଭିନୟ
ସମ୍ପର୍କ
ମନୁଷ ଚେନା ଦାୟ
ଭଲବାସର ଅନ୍ତରାଳେ
ବେଳାଭୂମି
ଶ୍ରୀକାନ୍ତ
ଅମଦର ଅନନ୍ଦବରି
ଘୁନପୋକ
ଏଖୋନ ଦୁସ୍ମନ
ଶୁଖନଗର ଆପାର୍ଟମେଣ୍ଟ
ଇବଲିସ୍
ଘର ତେରା
ବକତ୍ତା
ଏବୋଙ୍ଗ ତାରାପୁର
ପୁତ୍ରଦାନ
ଫାୟାର ଏସେ ବୃହସ୍ପତି
ଶୋଧ ବୋଧ
ଅଲତା ରଙ୍ଗ ମୋନ
ମିସ୍ କଲ୍
ଶ୍ୟାମଳ ଛାୟା
ଯା ହରିୟେ ଜୟ
ଏକତୁ ବଲବାଶର ଜାନୋ
ସୁରଭି
ଚୁଟୋ ଚୁଟୋ ଦେଉ
ବ୍ରିସ୍ତିର କାନ୍ନା
ଓସ୍ରୁତୋ ସାନଗଳ୍ପ
ବିନିମୋୟୀ ତୁମି
ସହଯାତ୍ରୀ
ବ୍ରିସ୍ତିର ଚୋଖେ ଜୋଲ
ମାଧୁରୀ ଓ ଅନ୍ୟାନ୍ୟ
ବ୍ରିତ୍ତୋ ପେରିଯେ ଦେୟାଲ
ଯେ ଜାର ଭୁମିକୟ
ହୃଦୟର କଚ୍ଚେ
ନା
ଦିତିୟ ସତ୍ତୋ
ଓତୋଚୋ ଏଖୁନ ଦୁଃସମୟ
ବୀରପୁରୁଷ ବଶିକର୍ଣ୍ଣ
ମନୁଷ ନମୀର ନୋଦି
ରଙ୍ଗର ମନୁଷ
ଅନ୍ଧକାରର ମୁଖ
ମନ୍ତ୍ର ଦିଲମ ପ୍ରାନେର
ଲୋଭ
ସେକୁ
ସପଲୁଡ଼ୁ
ପ୍ରତ୍ୟବର୍ତ୍ତନ
ଟର୍ମିନାଲ୍
ଆପଣା ପର
ମାୟାଜାଲ
ପୁତୁଲ ଖେଳ
ରୂପକଥା
ସକାଳ ସନ୍ଧ୍ୟା ରାତ
ସିକନ୍ଦର ବକ୍ସ ଏଖୋନ ବିରାଟ ମଡେଲ
ସିକନ୍ଦର ବକ୍ସ କକ୍ସ ବଜାର-ଇ
ବଖରଖାନି
ଏକଦିନ ଛୁଟୀ ହୋବେ
ସୁପରଷ୍ଟାର
ସିକନ୍ଦର ବକ୍ସ ଏଖୁନ ନିଜ ଗ୍ରାମ-ଇ
ନିର୍ଦ୍ଦେଶନା
ଦ ଏ ଟିମ୍
ପୁରସ୍କାର
ବଚସାସ୍ ଚଳଚ୍ଚିତ୍ର ପୁରସ୍କାର, ୨୦୦୪: ଶ୍ରେଷ୍ଠ ସହକାରୀ ନାରୀ ଅଭିନେତ୍ରୀ (ଶ୍ୟାମଳ ଛାୟା)
ଆଧାର
ବଙ୍ଗଳାଦେଶର ଅଭିନେତ୍ରୀ
ଜୀବିତ ବ୍ୟକ୍ତି |
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର () (୧୪ ସେପ୍ଟେମ୍ବର ୧୮୮୮ରୁ ୨୬ ଜାନୁଆରୀ ୧୯୬୯) ଜଣେ ଆଧ୍ୟାତ୍ମିକ ଧର୍ମଗୁରୁ ଓ ସତସଙ୍ଗ ଆଶ୍ରମ, ଦେଓଘରର ସଂସ୍ଥାପକ।
ଜୀବନୀ
ଠାକୁର ଅନୁକୂଳ ଚନ୍ଦ୍ର ବିଂଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ଥିଲେ ,ଅଧୁନା ବଙ୍ଗଳାଦେଶର ପାବନା ନିକଟରେ ହିମାୟିତପୁର ଗ୍ରାମରେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଓ ମାତା ମନମୋହିନୀ ଦେବୀଙ୍କ ଔରସରୁ ଜନ୍ମ ନେଇଥିଲେ । ଅଧୁନା ଦେଓଘରରେ ଥିବା ସତସଙ୍ଗର ପ୍ରତିଷ୍ଠାତା ତଥା ମାନବ ଜୀବନର ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପଦେୟ ବାଣୀର ସଂକଳୟିତା ଥିଲେ ।
ଦେଓଘରସ୍ଥିତ ସତସଙ୍ଗ ଆଶ୍ରମ ଏବେ ଦେଓଘରର ମୁଖ୍ୟ ଆକର୍ଷଣ। ସେ ୧୯୪୬ରେ ଦେଓଘରକୁ ଯାଇଥିଲେ, ଯେଉଁଠି ସେ ୨୬ ଜାନୁଆରୀ ୧୯୬୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଦର୍ଶନ ଓ ଶିକ୍ଷା
ଶ୍ରୀଶ୍ରୀଠାକୁରଙ୍କ ରଚିତ ପୁସ୍ତକ
ଆଧାର
External links
http://www.srisrithakuranukulchandra.com/
http://www.satsang.org.in/
http://www.shrishrithakuranukulchandra.com/prophecies.html
http://www.manmakingfactory.org/
http://www.scribd.com/doc/245939654/Life-and-Ideology-of-Sree-Sree-Anukulchandra [A research work on Sree Sree Anukulchandra's life and teachings]
http://WWW.INDOARYAN.ORG/ [A Virtual School that has accepted the Philosophy of Sree Sree Anukulchandra to teach "INDOARYAN-EXISTENTIALISM"]
୧୮୮୮ ଜନ୍ମ
୧୯୬୯ ମୃତ୍ୟୁ
ଭାରତୀୟ ଧର୍ମ ପ୍ରଚାରକ |
ଶକୁନ୍ତଳା ପଣ୍ଡା(୧୦ ନଭେମ୍ବର ୧୯୩୯-୧୪ ଜାନୁଆରୀ, ୨୦୧୭) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦିକା ଥିଲେ । ମାସିକ ପତ୍ରିକା ସୁଚରିତାକୁ ସେ ୨୭ବର୍ଷ ଧରି ସମ୍ପାଦନା କରିଆସୁଥିଲେ ।
ଜୀବନୀ
ଶକୁନ୍ତଳା, ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ହରିହର ପଣ୍ଡାଙ୍କୁ ବିବାହ କରିଥିଲେ । ପୁତ୍ର ସଞ୍ଜୟ ଜଣେ ଭାରତୀୟ ବୈଦେଶିକ ସେବା ଅଧିକାରୀ ଓ କନ୍ୟା ସୁସ୍ମିତା ବାଗ୍ଚୀ ଜଣେ ଲେଖିକା ଅଟନ୍ତି । ଜାମାତା ସୁବ୍ରତ ବାଗ୍ଚୀ ଆଇ.ଟି କମ୍ପାନୀ "ମାଇଣ୍ଡ ଟ୍ରି କଂସଲଟିଂ"ର ପ୍ରତିଷ୍ଠାତା ତଥା ଓଡ଼ିଶାର "ସ୍କିଲ ଡେଭେଲପମେଣ୍ଟ ଅଥରିଟି"ର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ । ସୁଚରିତା ପତ୍ରିକା ୧୯୭୫ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା ଓ ସେବେଠାରୁ ୨୦୦୨ ମସିହା ପର୍ଯ୍ୟନ୍ତ ସେ ଏହି ପତ୍ରିକା ସମ୍ପାଦନା କରି ଆସୁଥିଲେ । ଏହା ବ୍ୟତିତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ନେସନାଲ ବୁକ ଟ୍ରଷ୍ଟର ଆଡ଼ଭାଇଜରି କମିଟିର ସଦସ୍ୟ, ଓଡ଼ିଆ କଥାଚିତ୍ର ସେନସର ବୋର୍ଡ଼ର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ରଚନାବଳୀ
ଗଳ୍ପ ସଂକଳନ
ଅନେକ ଦିନ ପରେ
ସୂର୍ଯ୍ୟ ଶିଖା
ଅନ୍ଧାରର ରଙ୍ଗ
ନିଷିଥର ସୂର୍ଯ୍ୟ
ମନିକାର ଘର
ଜେରୁଜେଲମ୍ ସନ୍ଥ
ପକ୍ଷୀ ଉଡ଼ିଯା
ନିର୍ଜନ ଦ୍ୱୀପର ନେପୋଲିୟନ୍
ଉପନ୍ୟାସ
ସୀମାହୀନ
ତମସା
ମଞ୍ଜୁଳାର ଝିଅ
ସମ୍ମାନ ଓ ପୁରସ୍କାର
ଉତ୍କଳ ଭାରତୀ କୁନ୍ତଳା କୁମାରୀ ପୁରସ୍କାର - ୨୦୧୪
ଆଧାର
୧୯୩୯ ଜନ୍ମ
୨୦୧୭ ମୃତ୍ୟୁ
ଓଡ଼ିଆ ଲେଖକ |
୯୭୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୯୭୮
ବଟ ତିଆରି ବର୍ଷ ଲେଖା |
ରଖିଲେ ଶିବ ମାରିବ କିଏ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରଣଜିତ ବିଶ୍ୱାଳ ଏବଂ ମାନସୀ ବିଶ୍ୱାଳ । ଟି. ରାଜେନ୍ଦ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ରତିକାନ୍ତ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶନା ଆରମ୍ଭ କରିଥିଲେ ।
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବୀଣା ମହାରଣା, ରାଇମୋହନ ପରିଡ଼ା, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ଦେବୁ ବୋଷ, ଦୁଃଖିରାମ ସ୍ୱାଇଁ, ଜୟୀରାମ ସାମଲ, ମାମିନା, ଗୀତା ଦତ୍ତ, ସତ୍ୟ, ବ୍ରଜ ସିଂହ, ଧୀର ବିଶ୍ୱାଳ, ନରେନ୍ଦ୍ର ବେହେରା, ଅସୀତ ପତି, ନବନୀତା, ମୁନୁ ପତି, କୁଳମଣି ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ବୀଣା ମହାରଣା
ରାଇମୋହନ ପରିଡ଼ା
ସିଦ୍ଧାନ୍ତ ମହାପାତ୍ର
ପ୍ରିୟଙ୍କା ମହାପାତ୍ର
ଦେବୁ ବୋଷ
ଦୁଃଖିରାମ ସ୍ୱାଇଁ
ଜୟୀରାମ ସାମଲ
ମାମିନା
ଗୀତା ଦତ୍ତ
ସତ୍ୟ
ବ୍ରଜ ସିଂହ
ଧୀର ବିଶ୍ୱାଳ
ନରେନ୍ଦ୍ର ବେହେରା
ଅସୀତ ପତି
ନବନୀତା
ମୁନୁ ପତି
କୁଳମଣି ସାହୁ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତା ଦାଶ, ବିଭୁ କିଶୋର, ଲୋପିତା ମିଶ୍ର, ଅକ୍ଷୟ ମହାନ୍ତି, ଦେବାଶିଷ ମହାପାତ୍ର, ପ୍ରିତିନନ୍ଦା ରାଉତରାୟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ଆଧାର
ବାହାର ଆଧାର
୧୯୯୪ର ଓଡ଼ିଆ କଥାଚିତ୍ର |
୫୪୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୫୪୨
ବଟ ତିଆରି ବର୍ଷ ଲେଖା |
ଘଟଣାବଳୀ
ଜନ୍ମ
୧୮୫୦ – ବାସୁଦେବ ସୁଢ଼ଳଦେବ, ବାମଣ୍ଡାର ଭୂତପୂର୍ବ ରାଜା (ମୃତ୍ୟୁ: ୧୯ ନଭେମ୍ବର, ୧୯୦୩)
ମୃତ୍ୟୁ
୧୯୧୪ – ଧରଣୀଧର ଭୂୟାଁ, ବିପ୍ଳବୀ (ଜନ୍ମ: ୫ ମଇ ୧୮୬୪)
୧୯୪୫ – ଗୋପାଳ ଚନ୍ଦ୍ର ପ୍ରହରାଜ, ଓଡ଼ିଆ ଭାଷାବିଦ, ଲେଖକ ଓ ବାରିଷ୍ଟର (ଜନ୍ମ: ୯ ସେପ୍ଟେମ୍ବର ୧୮୭୪)
ପର୍ବପର୍ବାଣି
ବାହାର ଲିଙ୍କ
BBC: ଏହି ଦିନ
କାନାଡାରେ ଏହି ଦିନ
ମଇ
ବଟଦ୍ୱାରା ତିଆରି ତାରିଖ ଲେଖା |
ଓଡ଼ିଆ କଥାଚିତ୍ର ଜଗତ ବା ଓଲିଉଡ଼ ଭୁବନେଶ୍ୱର ଓ କଟକରେ ଥିବା ଓଡ଼ିଆ କଥାଚିତ୍ର ଜଗତକୁ ବୁଝାଇଥାଏ । ୨୦୨୨ ମସିହା ନଭେମ୍ବରରେ ଓଡ଼ିଶାରେ କେବଳ ୬୦ଟି ଚଳଚ୍ଚିତ୍ର ପ୍ରେକ୍ଷାଳୟ ଥିଲା ।
ଇତିହାସ
୧୯୩୬ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ନିର୍ମିତ ହୋଇଥିଲା। ରାମାୟଣ ଉପରେ ଆଧାରିତ ଏହି କଥାକୁହା କଥାଚିତ୍ରର ନିର୍ଦ୍ଦେଶକ ଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ଏହା କାମପାଳ ମିଶ୍ରଙ୍କ ରଚିତ ଏକ ନାଟକ ଉପରେ ଆଧାରିତ ଥିଲା । ମାତ୍ର ୩୦,୦୦୦ ଟଙ୍କାରେ ତିଆରି ଏହି କଥାଚିତ୍ରରେ ୧୪ଟି ଗୀତ ଥିଲା । ଏଥିରେ ମୁଖ୍ୟ ଭୂମିକାରେ ମାଖନଲାଲ୍ ବାନାର୍ଜୀ, ଆଦିତ୍ୟ ବଲ୍ଲଭ ମହାନ୍ତି, ପ୍ରଭାବତୀ ଦେବୀ ପ୍ରମୁଖ ଅଭିନୟ କରିଥିଲେ। ଏହା ୧୯୩୬ ଏପ୍ରିଲ୍ ୨୮ ତାରିଖରେ ମୁକ୍ତି ଲାଭ କରିଥିଲା। ପ୍ରଥମ ଓଡ଼ିଆ କଥାଚିତ୍ର ହୋଇଥିବାରୁ ଅନେକ ଭୁଲ ଭଟକା ଥିବା ସତ୍ତ୍ୱେବି ଏକ ବହୁଳ ଭାବରେ ଆଦୃତ ହୋଇଥିଲା । ଏହା ଲକ୍ଷ୍ମୀ ଟକିଜଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହା ଓଡ଼ିଆ କଥାଚିତ୍ରକୁ ଆଗକୁ ଦିଗ ଦେଖାଇଥିଲା ।
୧୯୪୯ରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ଲୋକନାଥ, ଉମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ସପ୍ତଶଯ୍ୟା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ବ୍ୟୋମକେଶ ତ୍ରିପାଠି, ଅନିମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ ମୁକ୍ତି ଲାଭ କରିଥିଲା। ଚିତ୍ତ ରଞ୍ଜନ ମିତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଗୋପାଳ, ଗ୍ଲୋରିୟା ମହାନ୍ତି ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ। ୧୯୫୧ରେ ପଞ୍ଚମ ଓଡ଼ିଆ ଚଳଚ୍ଚିତ୍ର ରୋଲେସ୍ ଟୁ ଏଇଟ୍ ବା ଆକା ରୋଲସ୍-୨୮ ମୁକ୍ତି ଲାଭ କରିଥିଲା। ଇଂଲିଶ୍ ନାମ ଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ରତିକାନ୍ତ, କମଳା ପ୍ରମୁଖ ଅଭିନୟ କରିଥିଲେ। ପ୍ରଫୁଲ ସେନଗୁପ୍ତାଙ୍କଦ୍ୱାରା ନିର୍ଦ୍ଦେଶିତ ୧୧ତମ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଲୋକନାଥକୁ ଜାତୀୟ ଫିଲ୍ମ ପୁରସ୍କାର ହାସଲ କରିଥିଲା। ପରେ ପରେ ୧୯୬୦-୭୦ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ନୂଆ ବୋଉ, ମାଟିର ମଣିଷ, ଅଦିନ ମେଘ ପରି ଚଳଚ୍ଚିତ୍ର ସବୁ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା। ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ଗପ ହେଲେ ବି ସତ। ଏହି ଚଳଚ୍ଚିତ୍ରରେ ସଙ୍ଗୀତଜ୍ଞ ଅକ୍ଷୟ ମହନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓଡ଼ିଆ ସିନେ ଜଗତରେ ନୂତନତ୍ୱ ଭରିଦେଇଥିଲା। ମହମ୍ମଦ୍ ମହସିନ୍ ଓଡ଼ିଶାର ତତକାଳୀନ ସମାଜରେ ଘଟଣାକୁ ନେଇ ଫୁଲ ଚନ୍ଦନ ପରି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କଲେ। ଏହି ସମୟରେ ସଂପୂର୍ଣ୍ଣ ଓଡ଼ିଆ କଥାବସ୍ତୁ ସହ ନିଜସ୍ୱ କହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଥିଲା। ୧୯୯୦ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ଚଳଚ୍ଚିତ୍ରର "ସୁବର୍ଣ୍ଣ ଯୁଗ" ବୋଲି କୁହଯାଏ। ଅମୀୟ ରଂଜନ ପଟ୍ଟନାୟକ ପ୍ରଥମ ଅନେକ କଳାକାର ତଥା ମୁମ୍ବାଇରୁ ଟେକ୍ନିସିଆନ୍, କଣ୍ଠଶିଳ୍ପୀ, ମ୍ଯୁଜିସିଆନ୍ଙ୍କୁ ନେଇ ଅଧିକ ବଜେଟ ଯୁକ୍ତ ଚଳଚ୍ଚିତ୍ର ନିର୍ମାଣ କରି ନୂଆ ଅଧ୍ୟ୍ୟାୟର ଆରମ୍ଭ କଲେ। ତଙ୍କଦ୍ୱାରା ୧୯୮୫ରେ ନିର୍ମିତ ହାକିମ୍ ବାବୁକୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ତାଙ୍କ ଚଳଚ୍ଚିତ୍ରକୁ ସେ ତିନଟି ଭଷା ଯଥା: ଓଡ଼ିଆ, ବାଙ୍ଗ୍ଲା ଓ ବାଙ୍ଗ୍ଳାଦେଶୀରେ ଚଳଚ୍ଚିତ୍ରକୁ ମୁକ୍ତି ଲାଭକରିଥିଲେ।
ଓଡ଼ିଆ ଚଳଚ୍ଚିତ୍ରରେ ଅନେକ ପ୍ରତିଭାସଂପର୍ଣ୍ଣ କଳାକରଙ୍କ ଅବଦାନ ରହିଛି।
ଉପନ୍ୟାସରୁ କଥାଚିତ୍ର
ଅନେକ ଓଡ଼ିଆ କଥାଚିତ୍ର ଉପନ୍ୟାସର ବିଷୟବସ୍ତୁକୁ ଆଧାର କରି ନିର୍ମାଣ କରାଯାଇଛି, ସେଥିମଧ୍ୟରୁ କେତୋଟି ହେଲା:
ଅମଡ଼ା ବାଟ, ୧୯୬୪ - ବସନ୍ତ କୁମାରୀ ପଟ୍ଟନାୟକ
ଅଭିନେତ୍ରୀ, ୧୯୬୫ - କାହ୍ନୁ ଚରଣ ମହାନ୍ତି
ମଲା ଜହ୍ନ, ୧୯୬୫ - ଉପେନ୍ଦ୍ର କିଶୋର ଦାସ
କା, ୧୯୬୬ - କାହ୍ନୁ ଚରଣ ମହାନ୍ତି
ମାଟିର ମଣିଷ, ୧୯୬୬ - କାଳିନ୍ଦୀ ଚରଣ ପାଣିଗ୍ରାହୀ
ଅଦିନ ମେଘ, ୧୯୭୦ - କୁନ୍ତଳା କୁମାରୀ ଆଚାର୍ଯ୍ୟ
କନକଲତା, ୧୯୭୩– ନନ୍ଦ କିଶୋର ବଳ
ଧରିତ୍ରୀ, ୧୯୭୩ - ଅମୂଲ୍ୟ କୁମାରୀ ପଟ୍ଟନାୟକ
ସିନ୍ଦୁର ବିନ୍ଦୁ, ୧୯୭୬ - ଚିନ୍ତାମଣି ଜେନା
ଅପରଚିତା, ୧୯୮୦ - ପ୍ରତିଭା ରାୟ
ଟିକେ ହସ ଟିକେ ଲୁହ, ୧୯୮୧- ବିଜୟିନୀ ଦାସ
କାବେରୀ, ୧୯୮୪- ଗାୟତ୍ରୀ ବସୁ ମଲ୍ଲିକ
ମାୟା ମିରିଗ, ୧୯୮୪- ବିଭୂତି ପଟ୍ଟନାୟକ
ଛ ମାଣ ଆଠ ଗୁଣ୍ଠ, ୧୯୮୬- ଫକୀର ମୋହନ ସେନାପତି
ବଧୂ ନିରୁପମା, ୧୯୮୭- ବିଭୂତି ପଟ୍ଟନାୟକ
ଶାସ୍ତି- କାହ୍ନୁ ଚରଣ ମହାନ୍ତି
ତୁଣ୍ଡ ବାଇଦ, ୧୯୮୭- କାହ୍ନୁ ଚରଣ ମହାନ୍ତି
ମୋକ୍ଷ, ୨୦୦୧ - ପ୍ରତିଭା ରାୟ
ଗାରେ ସିନ୍ଦୂର ଧାରେ ଲୁହ, ୨୦୦୨ - ବିଭୂତି ପଟ୍ଟନାୟକ
ଚନ୍ଦ୍ରଭାଗା , ୨୦୧୬ - ପ୍ରତିଭା ରାୟ
ଶିଳ୍ପ ଭାବରେ ସ୍ୱୀକୃତି
୧୯୭୪ ମସିହାରେ ଓଡ଼ିଶା ସରକାର ଫିଲ୍ମ ନିର୍ମାଣ ଓ ଚଳଚ୍ଚିତ୍ର ପ୍ରଦର୍ଶନ ଭବନ ନିର୍ମାଣକୁ ଏକ ଶିଳ୍ପ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ । ଓଡ଼ିଶା ସରକାର ଓଡ଼ିଶାରେ ଚିତ୍ର ନିର୍ମାଣ ଶିଳ୍ପର ଉନ୍ନତି ପାଇଁ କଟକଠାରେ କାର୍ଯ୍ୟାଳୟ ଥାଇ " ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ ଇଣ୍ଡଷ୍ଟ୍ରି " ସ୍ଥାପନ କରିଛନ୍ତି ।
ଟୀକା
ଦ୍ରଷ୍ଟବ୍ୟ
'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ', ଓଡ଼ିଶା ବୁକ ଷ୍ଟୋର, ୧୯୮୪ (୧୯୩୪-୧୯୮୪ ମଧ୍ୟରେ ତିଆରି କଥାଚିତ୍ର), ଲେଖକ: କାର୍ତ୍ତିକ କୁମାର ଘୋଷକ
'ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ', ୨୦୦୮, ସଂକଳକ: ଭୀମ ସିଂ,
ଅଧିକ ତଥ୍ୟ
Oriya Cinema Data
ସୁରଭି ଡିଡି ଧାରାବାହିକ ଏପିସୋଡ୍ ନଂ ୨୦୦
ଓଡ଼ିଶାରେ ତିଆରି ସିନେମା
ରାଜ୍ୟ ଅନୁସାରେ ଭାରତୀୟ ସିନେମା |
ଟିକ ବିକାର ହେଉଛି ଏକ ରୋଗ ଯାହା ମାଂସପେଶୀ କିମ୍ବା ଧ୍ୱନି ଜନିତ ହୋଇପାରେ । ଟିକ ହଠାତ୍ ଆରମ୍ଭ, ଦ୍ରୁତ, ଅଣ-ଗତିଶୀଳ ଗତି ବା ଶବ୍ଦ ହୌପାରେ । ସରଳ ପେଶୀ ସଙ୍କୋଚନଠାରୁ ଆରମ୍ଭ କରି ଅଧିକ ଜଟିଳ ଯେପରିକି ଶବ୍ଦର ଗୋଷ୍ଠୀ କହିବା ଭଳି ଭିନ୍ନ ହୋଇପାରେ । ଟିକ୍ ବିକାରରେ ଏହା ବାରମ୍ବାର ଘଟେ । କିଛି ସମୟ ପାଇଁ ସେଗୁଡିକ ପ୍ରାୟ ସଚେତନ ଭାବରେ ବନ୍ଦ ହୋଇପାରେ । ରୋଗ ଜଟିଳ ହେଲେ ମାନସିକ ଚାପ ହୋଇପାରେ ।
ଚାରୋଟି ପ୍ରକାର ଟିକ ଅଛି: ଟୁରେଟ୍ ଡିସଅର୍ଡର୍, କ୍ରମାଗତ ଟିକ୍ ଡିସଅର୍ଡର, ପ୍ରୋଭିଜନାଲ ଟିକ୍ ଡିସଅର୍ଡର୍ ଏବଂ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ବା ଅନିର୍ଦ୍ଦିଷ୍ଟ ଟିକ୍ ବିକାର । ବିଭିନ୍ନ ଗମ୍ଭୀରତାକୁ ପ୍ରତିନିଧିତ୍ୱ କରୁଥିବା ଟିକମାନଙ୍କ ମଧ୍ୟରେ ଟୁରେଟ ବିକାର ସବୁଠାରୁ ଅଧିକ ଗମ୍ଭୀର ବିକାର । ପ୍ରଥମ ତିନୋଟି ବିକାର ୧୮ ବର୍ଷ ବୟସ ପୂର୍ବରୁ ଆରମ୍ଭ ହୁଏ ।
ବିପଦ କାରକଗୁଡ଼ିକ ମଧ୍ୟରେ ପାରିବାରିକ ଇତିହାସ ଅନ୍ତର୍ଭୁକ୍ତ ହୁଏ । ସମ୍ପର୍କୀୟ ରୋଗ ମଧ୍ୟରେ ଅବସେସିଭ କମ୍ପଲସିଭ ଡିଜଅର୍ଡ଼ର ଏବଂ ଅବସାଦ ହୋଇପାରେ । ଉତ୍ତେଜନା କିମ୍ବା ନିଦ୍ରା ଅଭାବରୁ ଏଡିକ ସୃଷ୍ଟି ହୋଇପାରେ । ସମ ଭାବରେ ଉପସ୍ଥାପିତ ହେଉଥିବା ଅନ୍ୟାନ୍ୟ ରୋଗ ଚିହ୍ନଟ ପରେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । ସମାନ ଅବସ୍ଥାର ଅନ୍ୟାନ୍ୟ ରୋଗଗୁଡ଼ିକର ନାମ ଏଡିଏଚଡି, ମାୟୋକ୍ଲୋନସ୍, କୋକେନ ନିଶା, ହଣ୍ଟିଙ୍ଗଟନ୍ ରୋଗ କିମ୍ବା ଭୂତାଣୁ ପରବର୍ତ୍ତୀ ଏନସେଫାଲାଇଟିସ୍ ଅନ୍ତର୍ଭୁକ୍ତ ହୁଏ ।
ଅଧିକାଂଶ ମାମଲାରେ ଶିକ୍ଷା ଏବଂ ଆଶ୍ୱାସନା ସହିତ ପରିଚାଳିତ ହୋଇପାରିବ । ବେଳେବେଳେ ଆଚରଣଗତ ଚିକିତ୍ସା କିମ୍ବା ଔଷଧ ବ୍ୟବହାର କରାଯାଇପାରେ । ଟିକ ରୋଗ ୪% ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଟୁରେଟ ପ୍ରାୟ ୨୦୦ ସ୍କୁଲ ବୟସର ପିଲାମାନଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରିଥାଏ। ପୁରୁଷମାନେ ମହିଳାଙ୍କ ତୁଳନାରେ ପ୍ରାୟ ୩ ଗୁଣ ଅଧିକପ୍ରଭାବିତ ହୁଅନ୍ତି। ଆରମ୍ଭ ପ୍ରାୟ ୫ ବର୍ଷ ବୟସରେ ହୋଇଥାଏ, ପ୍ରାୟ ୧୧ବର୍ଷ ବୟସରେ ସବୁଠାରୁ ଭୟଙ୍କର ହୋଇଥାଏ ଏବଂ ପରବର୍ତ୍ତୀ ପିଲାଦିନରେ ଭଲ ହୋଇଯାଏ । ଯେଉଁମାନଙ୍କର ସାମାନ୍ୟରୁ ମଧ୍ୟମ ଟିକ ଥାଏ ସେମାନେ ସାଧାରଣତଃ ଭଲ ଫଳାଫଳ ପାଇଥା’ନ୍ତି ।
ଆଧାର
ଚିକିତ୍ସା ବିଜ୍ଞାନ
Translated from MDWiki |
ବାମରୋଲି ଅଲଥାନ ଏକ୍ସପ୍ରେସୱେ (ମଧ୍ୟ ଋଂ ରୋଡ ନାମରେ ଭି କୁହାଯାଏ ) ଏକ 4.3 କିଲୋମିଟରର ସହର ଏକ୍ସପ୍ରେସବେ , ଯାହା ଗୁଜରାଟର ସୁରାଟ ସହରରେ ନିର୍ମିତ ହେବାକୁ ଯୋଜନା କରାଯାଇଛି । ସୁରାଟ ମେଟ୍ରୋ ଅଞ୍ଚଳ ଭିତରେ ଏହା ଏକ ବ୍ୟସ୍ତତମ ରାସ୍ତା ଏହା ସୁରାଟର ପୂର୍ବ -ପଶ୍ଚିମ ଅରଟେରୀ ସହ ବାମରୋଲିକୁ ସଂଯୁକ୍ତ କରିବ ।
ଏହି ରାସ୍ତା ଦେଇ ହାରାହାରି 20,000 ବାହନ ଯାଉଥିବାର ଆକଳନ କରାଯାଇଛି । ଫଳତଃ ସକାଳ ଭିଡ ସମୟରେ ଓ ସନ୍ଧ୍ୟାରେ ପଶ୍ଚିମ ପଟରୁ ପୂର୍ବକୁ ଟ୍ରାଫିକ ବହୁତ ବ୍ୟସ୍ତ ରହେ । ଏହି ଏକ୍ସପ୍ରେସୱେ ହେଲା ପରେ ତାହାର ଅବସ୍ଥାର ସୁଧାର ଆସିବା ।
ଆଧାର |
ରାଧାନାଥ ରଥ ଜଣେ ଓଡ଼ିଆ ସାମ୍ବାଦିକ, ସମ୍ପାଦକ,,ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ ଥିଲେ ।
ବାଲ୍ୟ ଜୀବନ
ରାଧାନାଥ, ୧୮୯୬ ମସିହା ଡିସେମ୍ବର ୬ ତାରିଖରେ କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାନାଥପୁର ଶାସନରେ ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗନ୍ନାଥ ରଥ ଓ ମାତାଙ୍କ ନାମ କମଳୀ ଦେବୀ ଥିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷା, ବାଲେଶ୍ୱରର ଜୁବିଲି ସ୍କୁଲରୁ ଆରମ୍ଭ ହୋଇଥିଲା । ଏହି ବିଦ୍ୟାଳୟରେ ତାଙ୍କ ମାମୁ ଲୋକନାଥ ମହାପାତ୍ର ସଂସ୍କୃତ ପଣ୍ଡିତ ଥିଲେ । ପରେ, ସେ କଟକର ରେଭେନ୍ସା କଲେଜିଏଟ ସ୍କୁଲରେ ପାଠ ପଢ଼ିଥିଲେ । ଏଠାରେ ସେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଡବ୍ଳୁ.ଡବ୍ଳୁ.ହଣ୍ଡରସନ ଓ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ୧୯୧୬ ମସିହାରେ ସେ ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ ଓ ସେହି ବର୍ଷ ସାବିତ୍ରୀ ଦେବୀଙ୍କୁ ବିବାହ କରିଥିଲେ ।
କର୍ମ ଜୀବନ
ରାଧାନାଥ ରଥ, ନିଜ କର୍ମ ଜୀବନ, ସିଂହଭୂମି ଜିଲ୍ଲାର ବନ ବିଭାଗରେ ଏକ କିରାଣୀ ପଦରୁ ଆରମ୍ଭ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆହ୍ୱାନରେ ପ୍ରେରିତ ହୋଇ,୧୯୧୯ ମସିହାରେ ବନ ବିଭାଗର ଚାକିରି ଛାଡି, ସେ ଗୋପବନ୍ଧୁ ଦାସଙ୍କ ସତ୍ୟବାଦୀ ପ୍ରେସରେ ଯୋଗଦେଇଥିଲେ । ସେଠାରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ପାକ୍ଷିକ ପତ୍ରିକା ସମାଜର ପ୍ରକାଶନ ଆରମ୍ଭ କରାଯାଇଥିଲା । ଗୋପବନ୍ଧୁ ଦାସ ସମାଜର ସମ୍ପାଦକ ଓ ରାଧାନାଥ ରଥ, ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ । ୧୯୨୮ ମସିହାରେ ଗୋପବନ୍ଧୁ ଦାସଙ୍କ ତିରୋଧାନ ପରେ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନା ଦାୟିତ୍ୱ ନେଲେ ।
ରାଜନୀତିକ ଜୀବନ
୧୯୪୬ ମସିହାରୁ୧୯୭୭(୧୯୬୨-୭୧ ବ୍ୟତିତ) ପର୍ଯ୍ୟନ୍ତ ସେ କ୍ରମାଗତ ଭାବରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୫୨ରୁ ୧୯୫୯ ପର୍ଯ୍ୟନ୍ତ ରାଧାନାଥ ରଥ, ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ୧୯୫୯ ମସିହାରେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳରେ ବନ୍ୟବିଭାଗରେ ମନ୍ତ୍ରୀ ରୁପରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟରେ ସେ ନିଜ ଦକ୍ଷତାର ଦୃଢ଼ ପ୍ରମାଣ ଦେଇଥିଲେ । ୧୯୭୭ ପରେ ସକ୍ରିୟ ରାଜନୀତିରୁ ଦୂରେଇ ରହି, ସେ ନିଜକୁ ସମାଜ ସହ ସଂଶ୍ଳିଷ୍ଠ ରଖିଥିଲେ ।
୧୯୪୨ ମସିହାରେ, ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ, ସେ କାରାବରଣ କରିଥିଲେ । ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଠିତ ଲୋକସେବକ ମଣ୍ଡଳର ସେ ଆଜୀବନ ସଭ୍ୟ ଥିଲେ ଓ ଓଡ଼ିଶା ଶାଖାର ମୁଖ୍ୟ ମଧ୍ୟ ରହିଥିଲେ । ସେ, ଭାରତ ସ୍କାଉଟ ଓ ଗାଇଡସର ଓଡ଼ିଶା ଶାଖାର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଏହା ବ୍ୟତିତ, ସେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ଓ ହିନ୍ଦ କୁଷ୍ଠ ନିରାକରଣ ସଂଘ ଆଦି ଅନୁଷ୍ଠାନ, ଭାରତ ସେବକ ସମାଜ, ଡିଭାଇନ ଲାଇଫ ସୋସାଇଟି, ରେଡକ୍ରସ, ଭାରତ-ଚିନ ସାଂସ୍କୃତିକ ଅନୁଷ୍ଠାନ, ଭାରତ-ସୋଭିଏତ ବନ୍ଧୁତା ସମାଜ, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଇତ୍ୟାଦି ଅନୁଷ୍ଠାନମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡେପୁଟି ଡିନ ହିସାବରେ ମଧ୍ୟ କାମ କରିଥିଲେ । ଓଡ଼ିଶାରେ ବନ୍ୟା ଓ ମହାମାରୀ ସମୟରେ ତାଙ୍କର ସମାଜସେବା କାର୍ଯ୍ୟର ନେତୃତ୍ୱ ନେଉଥିଲେ ।
କବିତା, ଗଳ୍ପ ଓ ଜୀବନୀ ଲେଖନ ମାଧ୍ୟମରେ ରାଧାନାଥ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । 'ମୋ ଜେଲ ସ୍ମୃତି ଲିପି' ତାଙ୍କର ଏକ ବହୁ ପଠିତ ପୁସ୍ତକ ।
୧୯୯୮ ମସିହା ଫେବୃଆରୀ ମାସ ୧୧ ତାରିଖରେ କଟକରେ ରାଧାନାଥଙ୍କର ତିରୋଧାନ ଘଟିଥିଲା ।
ପୁରସ୍କାର ଓ ସମ୍ମାନ
ପଦ୍ମ ଭୂଷଣ - ୧୯୬୮
ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୧୯୬୮
ଡକ୍ଟରେଟ (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ) - ୧୯୭୬
କ୍ରିଟିକ ସର୍କଲ ଅଫ ଇଣ୍ଡିଆ ସମ୍ମାନ - ୧୯୮୭
ଅଖିଳ ଭାରତୀୟ ଅନୁବ୍ରତ ସମ୍ମାନ - ୧୯୮୯
ଉତ୍କଳ ରତ୍ନ (ଉତ୍କଳ ସାହିତ୍ୟ ସମାଜ) - ୧୯୯୩
ଆଧାର
୧୮୯୬ ଜନ୍ମ
୧୯୯୮ ମୃତ୍ୟୁ
କଟକ ଜିଲ୍ଲାର ଲୋକ
ପଦ୍ମ ଭୂଷଣ ସମ୍ମାନିତ
ଓଡ଼ିଆ ଲେଖକ
ଉତ୍କଳ ରତ୍ନ ସମ୍ମାନିତ
ଓଡ଼ିଶା ବିଧାନ ସଭା ସଭ୍ୟ
ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
୧ମ ଓଡ଼ିଶା ବିଧାନ ସଭାର ସଭ୍ୟ
୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ
୫ମ ଓଡ଼ିଶା ବିଧାନ ସଭାର ସଭ୍ୟ
୬ଷ୍ଠ ଓଡ଼ିଶା ବିଧାନ ସଭାର ସଭ୍ୟ
ସମାଜ ଖବରକାଗଜର ସମ୍ପାଦକ |
ଓଡ଼ିଆ ସିନେମା ଜଗତରେ ୧୯୭୨ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
A-Z
ଆଧାର
୧୯୭୨
ଚଳଚ୍ଚିତ୍ର ୧୯୭୨ରେ
୧୯୭୨ରେ ଭାରତ
୧୯୭୨ରେ ଓଡ଼ିଶା |
ବାମଣ୍ଡା ରାଜ୍ୟ ବା ବାମରା ରାଜ୍ୟ , ପୁରାତନ ବ୍ରିଟିଶ ଶାସନ ସମୟର ଏକ ରାଜକୀୟ ରାଜ୍ୟ । ଏହାର ଆୟତନ 5149 ବର୍ଗକିଲୋମିଟର ହେଇଥିବା ବେଳେ ଏହାର ରାଜଧାନୀ ଦେବଗଡଠାରେ ଥିଲା । ବମଣ୍ଡ ରାଜ୍ୟ 1948 ମସିହାରେ ଭାରତୀୟ ସଂଘରେ ସମ୍ମିଳିତ ହେଲା ।
ବାମଣ୍ଡା ରାଜ୍ୟ ମହାନଦୀ ଉପତ୍ୟକା ଓ ଛୋଟନାଗପୁର ମାଳଭୂମି ରେ ପାର୍ବତ୍ଯ ଇଲାକାରେ ଏହି ରାଜ୍ୟ ଅବସ୍ଥିତ । ଏହାର ଅଧିକାଂଶ ଅଞ୍ଚଳ ଅରଣ୍ୟରେ ପୂର୍ଣା ରହି କାଠ ଓ କାଖ ଉତ୍ପାଦନ କରୁଥିବା ବେଳେ ଏହି ଅଞ୍ଚଳ ଲୌହ ଖଣିଜ ଦ୍ରବ୍ଯଦ୍ୱାରା ପରିପୂର୍ଣ । ଏହି ଅଞ୍ଚଳର ମୁଖ୍ୟ ନଦୀ ବ୍ରାହ୍ମଣୀ । 1905 ମସିହାରେ ଏହି ରାଜ୍ୟ ଏକଦା କେନ୍ଦ୍ରୀୟ ପ୍ରଭିନ୍ସ ଅଧୀନରୁ ବଙ୍ଗକୁ ଦିଆ ଯାଇଥିବା 5ଟି କରଡା ରାଜ୍ୟ ଭିତରୁ ଗୋଟିଏ ଥିଲା । ଏହି ରାଜ୍ୟର ରାଜଧାନୀ ଦେବଗଡଠାରେ ଥିଲା ।
ଇତିହାସ History
ପ୍ରବାଦ ଅନୁସାରେ ଦେବଗଡର ରାଜା ପାଟଣାର ଗଙ୍ଗାବାସୀ ରାଜପୁତ ବଂଶର ଥିଲେ । ତାଙ୍କୁ ବାମଣ୍ଡାର ଭୂୟାଁ ଓ ଖୋଣ୍ଡମାନେ ଏକ ଶିଶୁ ହିସାବରେ ଚୋରୀ କରି ଆଣିଥିଲେ ଓ ତାଙ୍କୁ ବାମଣ୍ଡାର ଶାସକ ହିସାବରେ 1545 ମସିହାରେ ଅଧିଷ୍ଠିତ କରିଥିଲେ ।
ବେଙ୍ଗଳା -ନାଗପୁର ରେଳପଥ ଉତ୍ତର ପୂର୍ବ ଦିଗ ରେ ବାମଣ୍ଡା ନିକଟରେ ଯାଇ ବାମର ରୋଡ ଓ ଗଡପୋଷ ନାମକ ଦୁଇଟି ଷ୍ଟେସନ ରହିଛି । 1905 ମସିହା ଯାଏ ଏହି ରାଜ୍ୟ କେନ୍ଦ୍ରୀୟ ପ୍ରଭିନ୍ସର ଛତିଶଗଦ ଡିଭିଜନର ରାଜନୈତିକ ଶାସନର ଅଧୀନରେ ରହିଥିଲା । ତତ୍ ପାଶ୍ଚାତ ଏହା 1912 ଯାଇ ବେଙ୍ଗଲ ପ୍ରଭିନ୍ସ ଅଧୀନରେ ରହି ତାହା ପରେ ବିହାର ଓ ଓଡ଼ିଶା ପ୍ରଭିନ୍ସ ଅଧୀନରେ 1936 ଯାଏ ରହିଲା । ତାହା ପରେ 1 ଜାନୁଆରୀ , 1948ରେ ସ୍ୱାଧୀନତା ପରେ ଏହା ସର୍ବଶେଷ ରାଜକୀୟ ରାଜ୍ୟ ଭାବରେ ଭାରତୀୟ ସଂଘରେ ସମ୍ମିଳିତ ହେଲା । Union.
ବାମଣ୍ଡାର ରାଜା ସମୂହ
1673 - 1713 ଭାଗିରଥ ଦେବ
1713 - 1745 ପ୍ରତାପ ଦେବ
1745 - 1779 ସିଦଶର ଦେବ
1779 - 1819 ଅର୍ଜୁନ ଦେବ
1819 - 1832 ବାଲୁଙ୍କାବୃଷଭ ଦେବ
1832 ଖଗେଶ୍ୱର ଦେବ
1832 - 12 May 1869 ବ୍ରଜସୁନ୍ଦର ଦେବ
12 May 1869 - 19 ବାସୁଦେବ ସୁଢଳ ଦେବ
12 May 1869 - 1871 .... -ଋଜେଣ୍ଟ
19 Nov 1903 - 11 Mar 1916 ସଚିଦାନନ୍ଦ ସୁଢଳ ଦେବ
11 Mar 1916 - 1 Jan 1920 ଦିବ୍ୟଶଙ୍କର ଦେବ
1 Jan 1920 - 15 Aug 1947 ଭାନୁଗଙ୍ଗା ତ୍ରିଭୁବନ ଦେବ
1 Jan 1920 - 1935 .... -ରେଜେଣ୍ଟ
ପୁନଶ୍ଚ ଦେଖଣା
Eastern States Agency
ଆଧାର
ବାହାର ଲିଙ୍କ
Bamra – Princely state
Rajbati (Palace Of Ex-Bamanda State)
ଦେବଗଡ଼ ଜିଲ୍ଲା
ଓଡ଼ିଶା ଭୌଗଳିକ ମୁଣ୍ଡିଆ ପ୍ରସଙ୍ଗସମୂହ |
ଆଣ୍ଟିରୋମିଓ ଦଳ ମହିଳାଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ପୁଲିସ ଦଳ ଅଟେ । ପ୍ରତି ପୋଲିସ ଷ୍ଟେସନରେ ଏହି ଦଳ ଗଠନ ହୋଇଛି । ଏହି ଦଳରେ ପୁଲିସ କର୍ମୀମାନେ ସାଦା ପୋଷାକରେ କାର୍ଯ୍ୟ କରନ୍ତି । ପୁରୁଷ ପୁଲିସ କର୍ମୀଙ୍କ ସହ ମହିଳା କର୍ମୀମାନେ ମଧ୍ୟ ଏହି ଦଳରେ ଥାନ୍ତି ।
୨୦୧୭ ମାର୍ଚ୍ଚ ୨୧ତାରିଖରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ହିସାବରେ ରାଜ୍ୟର ପ୍ରତି ସହରରେ ଆଣ୍ଟି ରୋମିଓ ସ୍କ୍ୱାଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ପାଇଁ ଗତ ସମାଜବାଦୀ ପାର୍ଟି ସରକାର ଉଦାସୀନତା ଦେଖାଇଥିବାରୁ ବିଜେପି ନେତାମାନେ ନିଜର ପ୍ରତିଶ୍ରୁତି ରକ୍ଷା କରି ରୋଡ ରୋମିଓମାନଙ୍କୁ ଠିକ କରିବା ପାଇଁ ଆଣ୍ଟିରୋମିଓ ସ୍କ୍ୱାଡ ଗଠନ କରିଛନ୍ତି । ବିଶେଷ କରି ଝିଅମାନଙ୍କୁ କଲେଜ ଯିବା ଆସିବା ବେଳେ କମେଣ୍ଟ ମାରିବା ସହ ଅଶ୍ଲୀଳ ଇଙ୍ଗିତ କରୁଥିବା ରାସ୍ତା ରୋମିଓଙ୍କୁ କଡା ଜବାବ, ଲଭ ଜିହାଦ ଭଳି ପ୍ରଥାକୁ ମୁକାବିଲା କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ ।
ଦେଶର ବିଭିନ୍ନ ଅଞ୍ଚଳରେ
ଦିଲ୍ଲୀ ସରକାର ମଧ୍ୟ ଏକ ଭିନ୍ନ 'ଅପରେସନ ଶିଷ୍ଟାଚାର' ନାମ ନେଇ ଏହି ବ୍ୟବସ୍ଥାକୁ ଅନୁସରଣ କରିଥିଲେ । ଏଥିରେ ମହିଳା ସୁରକ୍ଷା ସହ ମହିଳାଙ୍କ ଅଧିକାର ସଚେତନତାକୁ ଯୋଗ କରିଥିଲେ । ଝାଡ଼ଖଣ୍ଡ ପୁଲିସ ମଧ୍ୟ ଆଣ୍ଟିରୋମିଓ ସ୍କ୍ୱାଡ଼ ବ୍ୟବସ୍ଥା ଲାଗୁ କରିଥିଲେ । କେତେକ ବିଶେଷ ସ୍ଥାନ ଯଥା ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବଜାର ଅଞ୍ଚଳ, ସପିଂ ମଲ, ସିନେମା ହଲ, ମହିଳାମାନେ ଥିବା ଜନଗହଳି ପୂର୍ଣ୍ଣ ଅଞ୍ଚଳ ଆଦିରେ ଏହି ଦଳ ନଜର ରଖନ୍ତି । ଆଇନ ପରିସରରେ ରହି ଦୋଷୀ ଯୁବକଙ୍କ ଉପରେ ଦଣ୍ଡ ବିଧାନ ହୁଏ । ସେମାନଙ୍କ ପିତା ମାତାଙ୍କୁ ଡକାଯାଇ ତାଙ୍କୁ ଚେତାବନୀ ଦିଆଯାଏ ।
ନାମକରଣ
୧୫୯୧- ୧୫୯୫ ମଧ୍ୟରେ ସେକ୍ସପିୟାରଙ୍କଦ୍ୱାରା ଲିଖିତ ଉପନ୍ୟାସର ରୋମିଓ ଓ ଜୁଲିଏଟର ଚରିତ୍ର ହେଉଛନ୍ତି ରୋମିଓ, ଜୁଲିଏଟ, ଓ ରୋଜାଲିନ । କାହାଣୀରେ ରୋମିଓଙ୍କ ପ୍ରେମ
ଇତିହାସରେ
୨୦୧୧ରେ ନଇଡ଼ା ଓ ଆଖପାଖ ଅଞ୍ଚଳରେ ବହୁଜନ ସମାଜବାଦୀ ପାର୍ଟି ସରକାର ସମୟରେ କିଛି ଦିନ ପାଇଁ ଏପରି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏକ ମାମଲା ପରେ ସାଦା ପୋଷାକରେ ପୁଲିସ ରାସ୍ତାଘାଟରେ ମହିଳାଙ୍କୁ ଅସଦବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ନଜର ରଖିବା ପାଇଁ ମୃତୟନ ହୋଇଥିଲେ । ୧୯୮୬-୧୯୮୭ ମଧ୍ୟରେ ଆଲ୍ଲାବାଦ ପୋଲିସ ଏପରି ବ୍ୟବସ୍ଥାର ଆରମ୍ଭ କରିଥିଲା । ମଞ୍ଜୁ କେ ପିଞ୍ଜରା ନାମକ ଏକ ଭ୍ରାମ୍ୟମାଣ ଗାଡ଼ିରେ ଉଦ୍ଭ୍ରାନ୍ତ ଯୁବକମାନଙ୍କୁ ଧରା ଯାଉଥିଲା ।
ଆଧାର
ଉତ୍ତର ପ୍ରଦେଶ |
ଜାପାନକୁ ପ୍ରଶାସନିକ ଦୃଷ୍ଟିରୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି; ଜାତୀୟ, ରାଜ୍ଯ, ଏବଂ ମୁନିସିପାଲୀୟ । ଜାତୀୟ ପ୍ରଶାସନ ତଳେ ୪୭ଟି ରାଜ୍ଯ ଅଛନ୍ତି, ଶାସନର ସୁବିଧା ଦୃଷ୍ଟିରୁ ଏମାନଙ୍କ ଭିତରୁ ଛଅଟିକୁ ଉପରାଜ୍ୟରେ ବିଭକ୍ତ କରାଯାଇଛି । ଜାପାନରେ ମୁନିସିପାଲିଟି (ସହର, ନଗର ଏବଂ ଗ୍ରାମ) ନିମ୍ନସ୍ତରୀୟ ପ୍ରଶାସନ ଅଟନ୍ତି; ଟୋକିଓ ବାହାରେ ଥିବା ଜନସଂଖ୍ୟା ବହୁଳ ସହରଗୁଡିକୁ ନିର୍ଦ୍ଦେଶିତ ସହର କୁହାଯାଏ ଏବଂ ଏଗୁଡ଼ିକ ସାହିରେ ବିଭକ୍ତ ।
ରାଜ୍ଯସ୍ତରୀୟ ବିଭାଜନ
ଜାପାନରେ ୪୭ଟି ରାଜ୍ଯ ରହିଛି: ୪୩ଟି ବାସ୍ତବ ରାଜ୍ଯ (କେନ୍, 県), ୨ଟି ନଗରୀ ରାଜ୍ଯ (ଫୁ, 府) (ଓସାକା ଏବଂ କ୍ଯୋଟୋ), ଗୋଟିଏ ଦୋ (ଦୋ 道) ହୋକାଇଦୋ ଏବଂ ଗୋଟିଏ ମହାନଗରୀ (ତୋ, 都) ଟୋକିଓ-ତୋ । ଏଗୁଡ଼ିକର ନାମ ଭିନ୍ନ ଥିଲେ ମଧ୍ଯ କାର୍ଯ୍ୟରେ ସମାନ ।
-କେନ୍
ରାଜ୍ଯ ବା କେନ୍ ସଂଖ୍ଯା ୪୩ । ଏହାର ଚିତ୍ରାକ୍ଷରର ଅର୍ଥ ରାଜ୍ଯ ବା ଜିଲ୍ଲା ।
-ତୋ
୧୯୪୩ରେ ଟୋକିଓ ସହରର ଭଙ୍ଗ ପରେ, ଟୋକିଓ-ଫୁକୁ ଟୋକିଓ ମହାନଗରୀରେ (ଟୋକିିଓ-ତୋ, 都) ପରିଣତ କରାଗଲା । ଟୋକିଓ-ଫୁର ସାହିଗୁଡ଼ିକୁ ବିଶେଷ ସାହିରେ ପରିଣତ କରାଗଲା । '都' ଚିତ୍ରାକ୍ଷରର ଅର୍ଥ "ରାଜଧାନୀ" ।
-ଫୁ
ଓସାକା ଓ କ୍ଯୋଟୋ ରାଜ୍ଯ ଦ୍ୱୟଙ୍କୁ ଫୁ (府) ବୋଲି କୁହାଯାଏ । 府 ଚିତ୍ରାକ୍ଷରର ଅର୍ଥ "ଚୀନରେ ଜାତୀୟ ମହତ୍ତ୍ବ ଯୁକ୍ତ ଏକ ମୁଖ୍ଯ ଶିଳ୍ପାଞ୍ଚଳ" ।
-ଦୋ
ହୋକାଇଦୋକୁ ଏକ -ଦୋ (道) ଭାବରେ ଚିହ୍ନିତ କରାଯାଏ । ଏହି ପଦଟି ପ୍ରାଚୀନ ଜାପାନୀ ଅଞ୍ଚଳଗୁଡ଼ିକ ପାଇଁ ବ୍ଯବହୃତ କରାଯାଇ ଥିଲା ।
ଉପରାଜ୍ଯ ସ୍ତରୀୟ ବିଭାଜନ
ଦୁଇ ପ୍ରକାରର ଉପରାଜ୍ଯ ସ୍ତରୀୟ ବିଭାଜନ ରହିଛି: ଉପରାଜ୍ଯ ଏବଂ ଜିଲ୍ଲା ।
ଶୀଚୋ ବା ଉପରାଜ୍ଯ
ଶୀଚୋ (支庁) ବା ଉପରାଜ୍ଯ ଜାପାନୀ ସ୍ୱୟଂଶାସନର ଏକ ରୂପ ଯାହା ରାଜ୍ଯ ଅଧିନରେ ଥିବା ବିଭିନ୍ନ ସମସ୍ଯାର ସମାଧାନ କରେ । ଏହା ଜାତୀୟ ତଥା ସ୍ୱୟଂଶାସନର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ ।
ଜିଲ୍ଲା ବା ଗୁଁ
ଜିଲ୍ଲା ବା -ଗୁଁ (郡) ୧୮୭୮ ଓ ୧୯୨୧ ମସିହାରେ ବ୍ଯବହୃତ ପ୍ରଶାସନିକ ବିଭାଜନ ଯାହା ଭାରତର ଜିଲ୍ଲା ସହ ସମରୂପ । ୧୯୨୦ ମସିହାରେ, ମୁନିସିପାଲୀୟ କାର୍ଯ୍ୟସବୁ ଜିଲ୍ଲା ସ୍ତରରୁ ଗ୍ରାମ ଓ ସହର ସ୍ତରକୁ ଦେଇ ଦିଆଗଲା । ଗ୍ରାମ ତଥା ସହରର ପୋଷ୍ଟାଲ ଠିକଣାରେ ଏବେ ମଧ୍ଯ ଜିଲ୍ଲା ରହୁଛି । ବେଳେବେଳେ ନିର୍ବାଚନମଣ୍ଡଳର ସୀମା ଭାବରେ ଜିଲ୍ଲାକୁ ବ୍ଯବହାର କରାଯାଏ କିନ୍ତୁ ଜିଲ୍ଲା ଆଉ କୌଣସି କାର୍ଯ୍ୟ ନାହିଁ । ଜିଲ୍ଲା ବା ଗୁଁର ଚିତ୍ରାକ୍ଷରର ଅର୍ଥ ଆଦେଶକ୍ଷେତ୍ର ।
ମୁନିସିପାଲୀୟ ବିଭାଜନ
ମୁନିସିପାଲୀୟ ବିଭାଜନଗୁଡ଼ିକ ତିନି ପ୍ରକାରର; ସହର, ନଗର, ଓ ଗ୍ରାମ । ସହରଗୁଡ଼ିକୁ ପୁଣି ସାହିରେ ବିଭାଜିତ କରାଯାଇଛି ଏବଂ ଟୋକିଓର ବିଶେଷ ସାହିଗୁଡ଼ିକୁ ମୁନିସିପାଲୀୟ ବିଭାଜନରେ ଗଣାଯାଏ ।
ସହର
ଜାପାନରେ ଚାରି ପ୍ରକାରର ସହର ରହିଛି: ନିର୍ଦ୍ଦେଶିତ ସହର, କେନ୍ଦ୍ର ସହର, ବିଶେଷ ସହର ତଥା ସାଧାରଣ ସହର ।
ନିର୍ଦ୍ଦେଶିତ ସହର
ପ୍ରଶାସନିକ ଆଦେଶଦ୍ୱାରା ନିର୍ଦ୍ଦେଶିତ ସହର (政令指定都市, ସେଇରେଇ ଶିତେଇ ତୋଶୀ) ବା ନିର୍ଦ୍ଦେଶିତ ସହର (指定都市, ଶିତେଇ ତୋଶୀ) ବା ପ୍ରଶାସନିକ ଆଦେଶିତ ସହର (政令市, ସେଇରେଇ ଶୀ) ହେଉଛି ଏକ ଜାପାନୀ ସହର ବା ଜନବସତି ଯାହାର ଜନସଂଖ୍ୟା ୫,୦୦,୦୦୦ରୁ ଅଧିକ ଏବଂ ଯାହାକୁ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨, ଭାଗ ୧୯ ଆଧାରରେ ଜାପାନୀ କ୍ଯାବିନେଟଦ୍ୱାରା ନିର୍ଦ୍ଦେଶ ମିଳିଥିବ । ନିର୍ଦ୍ଦେଶିତ ସହରଗୁଡ଼ିକ ସାହିରେ ବିଭକ୍ତ ।
କେନ୍ଦ୍ର ସହର
କେନ୍ଦ୍ର ସହର ବା ଚୁକାକୁଶୀ (中核市) ହେଉଛି ଏକ ଜାପାନୀ ସହର ଯାହାର ଜନସଂଖ୍ୟା ୩,୦୦,୦୦୦ରୁ ଅଧିକ ଏବଂ କ୍ଷେତ୍ରଫଳ ୧୦୦ ବର୍ଗକି.ମି.ରୁ ଅଧିକ । କେତେକ ସ୍ଥଳରେ ଜାପାନୀ କ୍ଯାବିନେଟଦ୍ୱାରା ୩,୦୦,୦୦୦ରୁ କମ୍ କିନ୍ତୁ ୨,୦୦,୦୦୦ରୁ ଅଧିକ ଲୋକ ଥିବା ଅଞ୍ଚଳକୁ ମଧ୍ଯ କେନ୍ଦ୍ର ସହର ବୋଲି ନାମିତ କରାଯାଇପାରେ । ଜାପାନର ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨ ଭାଗ ୨୨ ପ୍ରଥମ ଅନୁଚ୍ଛେଦଦ୍ୱାରା କେନ୍ଦ୍ର ସହର ତିଆରି କରାଗଲା ।
ବିଶେଷ ସହର
ଏକ ବିଶେଷ ସହର ବା ତୋକୁରେଇଶୀ (特例市)ହେଉଛି ୨,୦୦,୦୦୦ରୁ ଅଧିକ ଲୋକ ରହୁଥିବା ସହର । ଜାପାନର ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨ ଛବିଶିତମ ଅନୁଚ୍ଛେଦଦ୍ୱାରା ସହରର ଏହି ବର୍ଗକୁ ତିଆରି କରାଗଲା ।
ସହର
ସହର ବା ଶୀ (市) ହେଉଛି ୫୦,୦୦୦ରୁ ଅଧିକ ଲୋକ ରହୁଥିବା ଅଞ୍ଚଳ ଯେଉଁଠାରେ ଅତିକମରେ ୬୦% ଘର କେନ୍ଦ୍ରୀୟ ଶିଳ୍ପାଞ୍ଚଳରେ ଥିବ ଏବଂ ୬୦% ଲୋକ ବାଣିଜ୍ଯ, ଶିଳ୍ପ କିମ୍ବା ଅନ୍ଯାନ୍ଯ ଶିଳ୍ପଭିତ୍ତିକ ଚାକିରିରେ ଯୋଗ ଦେଇଥିବେ । ସହରଗୁଡ଼ିକ ଜାପାନର ନଗରୀୟ (町: ମାଚି) ତଥା ଗ୍ରାମୀଣ (村: ମୁରା) ସ୍ତର ସହ ତୁଳନୀୟ । ସହରଗୁଡ଼ିକ, ନଗର ତଥା ଗ୍ରାମ ପରି କୌଣସି ଜିଲ୍ଲାର ଅନ୍ତର୍ଭୁକ୍ତ ନୁହନ୍ତି । ଅନ୍ଯାନ୍ଯ ସମକାଳୀନ ନିୟମ ପରି ଏଗୁଡିକ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମଦ୍ୱାରା ପ୍ରତିଷ୍ଠିତ ।
ନଗର
ନଗର ବା -ଚୋ ବା ମାଚି (町) ହେଉଛି ଜାପାନରେ ଏକ ସ୍ଥାନୀୟ ପ୍ରଶାସନିକ ଏକକ । ଏହା ରାଜ୍ଯ, ସହର ତଥା ଗ୍ରାମ ପରି ଏକ ସ୍ଥାନୀୟ ଲୋକସଂସ୍ଥା । ଏହା ରାଜ୍ଯ ମଧ୍ଯରେ ଏକ ବିଭାଜନ ।
ଗ୍ରାମ
ଗ୍ରାମ ବା ମୁରା (村) ହେଉଛି ଜାପାନରେ ଏକ ସ୍ଥାନୀୟ ପ୍ରଶାସନିକ ଏକକ । ଏହା ରାଜ୍ଯ, ସହର ତଥା ଗ୍ରାମ ପରି ଏକ ସ୍ଥାନୀୟ ଲୋକସଂସ୍ଥା । ଏହା ରାଜ୍ଯ ମଧ୍ଯରେ ରହିଥାଏ । ଜାପାନୀ ଜିଲ୍ଲାଗୁଡ଼ିକର ବିଭାଜନ ହୋଇଥିବାରୁ ଏହା ବାସ୍ତବ ଜନବସତିଠାରୁ ବଡ଼ ହୋଇଥାଏ ।
ବିଶେଷ ସାହି
ବିଶେଷ ସାହି ବା ତୋକୁବେତ୍ସୁକୁ (特別区) ହେଉଛି ୨୩ଟି ମୁନିସିପାଲିଟି ଯେଉଁମାନେ ମିଶି ଟୋକିଓ ମହାନଗର ତିଆରି କରନ୍ତି । ସମସ୍ତେ ମିଶି ପୂର୍ବର ଟୋକିଓ ସହରର ଅଂଶ ଥିଲେ ଯାହାକୁ ଭାଙ୍ଗି ଟୋକିଓ ମହାନଗର ତିଆରି କରାଗଲା । ଏହି ବିଭାଜନକୁ ମଧ୍ଯ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମଦ୍ୱାରା ପ୍ରତିଷ୍ଠା କରାଯାଇଛି ।
ଉପମୁନିସିପାଲୀୟ ବିଭାଜନ
ସାହି
ସାହି ବା -କୁ (区), ଜାପାନୀ ସହରଗୁଡ଼ିକର ବିଭାଜନ, ଯାହା ନିଜର ବଡ଼ ଆକାର ଯୋଗୁଁ ପ୍ରଶାସନିକ ଆଦେଶଦ୍ୱାରା ନିର୍ଦ୍ଦେଶିତ ହୋଇପାରିବେ ।
ଇତିହାସ
ସ୍ଥାନୀୟ ପ୍ରଶାସନ ନାଟକୀୟ ରୂପେ ବଦଳି ଥିଲେ ମଧ୍ଯ ବର୍ତ୍ତମାନର ଦ୍ୱିସ୍ତରୀୟ ତନ୍ତ୍ର ଗୁଡ଼ିକ ପ୍ରୀୟ ସମାନ । ହାନ୍-ତନ୍ତ୍ରର ଉଚ୍ଛେଦ ପୂବରୁ, ଜାପାନ ପ୍ରାନ୍ତରେ, ପ୍ରାନ୍ତଗୁଡ଼ିକ ଜିଲ୍ଲାରେ ଏବଂ ଜିଲ୍ଲାଗୁଡ଼ିକ ଗ୍ରାମ ବା ନଗରରେ ବିଭକ୍ତ କରାଯାଇ ଥିଲା ।
ଗାଠନିକ ପର୍ଯ୍ୟାୟଶ୍ରେଣୀ
ଆଧାର |
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାଳିତ ହେଉଥିବା ଲୋକ ମହୋତ୍ସବ:
କଳାହାଣ୍ଡି ଜିଲ୍ଲା
ଭତରା ମହୋତ୍ସବ
ଭତରା ସମାଜଦ୍ୱାରା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼କର୍ଲା କୋଟସ୍ଥିତ ମଣ୍ଡି ପରିସରରେ ଜିଲ୍ଳାସ୍ତରୀୟ ଭତରା ମହୋତ୍ସବ ପାଳନ ହୁଏ । ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ପ୍ରଥମ ଦିବସର ପୂର୍ବାହ୍ନରେ କୂଳ ଦେବତା ଶ୍ରୀ ଭୈରବଙ୍କ ଖଣ୍ଡା ସିଉନୀଠାରୁ ଆଣିବା ପରେ ଏକ ବିପୁଳ କଳସ ଯାତ୍ରା ସହିତ ସଭା ସ୍ଥଳରେ ମନ୍ଦିର ନିର୍ମାଣ କରି ସ୍ଥାପନ କଲାପରେ ସମାଜ ପତାକା ଉତ୍ତୋଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥାଏ ।
ରାୟଗଡ଼ା ଜିଲ୍ଲା
ଚଇତି ମହୋତ୍ସବ
ରାୟଗଡା ମହୋତ୍ସବ ବା ଚଇତି ମହୋତ୍ସବ ହେଉଛି ରାୟଗଡ଼ା ଜିଲ୍ଲାର ସରକାରୀ ସାଂସ୍କୃତିକ ମହୋତ୍ସବ ।
ଜିଲ୍ଲାରେ ଆଦିବାସୀ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ନିମନ୍ତେ ୨୦୦୫ ମସିହାରୁ ଏହି ପର୍ବ ପାଳିତ ହୋଇ ଆସୁଛି । ଜିଲ୍ଲାସ୍ତରରେ ପାଳିତ ଏହି ପର୍ବ ବାସ୍ତବରେ ବ୍ଳକ୍ ଏବଂ ସବଡିଭିଜନ ସ୍ତରରୁ ଆରମ୍ଭ ହୋଇଥାଏ । ପ୍ରଥମ ଚଇତି ବା ରାୟଗଡା ମହୋତ୍ସବ ଜିଲ୍ଲାରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ମେହେର୍ଦାଙ୍କଦ୍ୱାରା ଆରମ୍ଭ କରାଯାଇଥିଲା । କୌଣସି କାରଣ ବଶତଃ ଏହି ପର୍ବ ୨୦୦୮ ମସିହାରେ ବନ୍ଦ ହେବା ପରେ ୨୦୦୯ ମସିହାରୁ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ କୃଷ୍ଣ ଗୋପାଳ ମହାପାତ୍ର ଏହି ପରମ୍ପରାରକୁ ଉଜ୍ଜିବୀତ କରିଥିଲେ ।
ଦେବଗଡ଼ ଜିଲ୍ଲା
ଉତ୍ସବ ପ୍ରଧାନପାଟ
ଦେବଗଡ଼ଜିଲ୍ଲା ମାନ୍ୟତା ପାଇବା ପରେ ୧୯୯୪ମସିହାରେ ତତ୍କାଳୀନ ଜିଲ୍ଲାପାଳ ମନୋଜ ଆହୁଜା ପ୍ରଧାନପାଟ ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ଏହାର ପ୍ରଚାର ପ୍ରସାର ସାଙ୍ଗକୁ ସଂରକ୍ଷିତ ପ୍ରଧାନପାଟ ଜଙ୍ଗଲର ସୁରକ୍ଷା ଓ ସ୍ଥାନୀୟ କଳାକାର, ପଡ଼ୋଶୀ କଳାକାରଙ୍କ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଏହି ଉତ୍ସବ ଆରମ୍ଭ କରିଥିଲେ । ଏହା ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହେଉଛି ।
ଏହାର ପ୍ରଚାର ପ୍ରସାର ପାଇଁ ସଂସ୍କୃତି ବିଭାଗ ତରଫରୁ ସେଭଳି କିଛି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହୁଏ । ପ୍ରତି ବର୍ଷ ଏକ ସ୍ମରଣିକା ପ୍ରକାଶ ପାଉଥିଲେ ହେଁ ୨୦୧୬ମସିହାରୁ ବନ୍ଦ ରହିଥିଲା । ଏହି ମହୋତ୍ସବ ସରଂକ୍ଷିତ ପ୍ରଧାନପାଟ ଜଙ୍ଗଲର ସୁରକ୍ଷା ବାର୍ତ୍ତା ଦେଉଥିବା ବେଳେ ପ୍ରଧାନପାଟ ଜଙ୍ଗଲରେ ନିଆଁ ଜଳୁଛି । ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ବନ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହୁଏ ।
ମଣ୍ଡେଇ
ତୋଷାଳି ଲୋକ ମହୋତ୍ସବ
ପରବ
ପୁରୀ ବେଳାଭୂମି ମହୋତ୍ସବ
ଗୋପାଳପୁର ବେଳାଭୂମି ମହୋତ୍ସବ
ମହାନଦୀ ମହୋତ୍ସବ
ଆଧାର
ଲୋକ ମହୋତ୍ସବ |
ଭାଗବତ ଗୀତାରେ ବର୍ଣିତ କଥାରେ ଅଛି ସୁଦାମା (ସସ୍କୃତ ରେ सुदामा, ଦକ୍ଷିଣ ଭାରତରେ କୁଚେଲା) ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ବନ୍ଧୁ ଥିଲେ। ସେ ଦୁହେଁ ଋଷି ସନ୍ଦିପନିଙ୍କ ଆଶ୍ରମରେ ଶିକ୍ଷା ଗ୍ରହଣ ସମୟରେ ପରସ୍ପର ପରିଚିତ ହୋଇଥିଲେ। ସେ ଜଣେ ଦରିଦ୍ର ବ୍ରାହ୍ମଣ ଭକ୍ତ ଥିଲେ। ତାଙ୍କର ଭଗବାନ କୃଷ୍ଣଙ୍କୁ ଭେଟିବାକୁ ଦ୍ୱାରିକା ଯାଇଥିବା ବିଷୟ ଭାଗବତ ଗୀତାରେ ବିସ୍ତ୍ରୁତ ବର୍ଣ୍ଣନା ରହିଛି।
ସୁଦାମାଙ୍କ କାହାଣୀ
ସୁଦାମା ଜଣେ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଥିଲେ ମାତୁକ ଓ ମାଆ ରୋକାନା ଦେବୀ । ଶ୍ରୀକୃଷ୍ଣ ରାଜପରିବାରର ପୁତ୍ର ହେଇଥିଲେ ମଧ୍ୟ ଦରିଦ୍ର ସୁଦାମାଙ୍କ ସହ ତାଙ୍କର ବାଲ୍ୟ କାଳରେ ବନ୍ଧୁତା ହେଇଥିଲା । ସମୟ କ୍ରମେ ଶ୍ରୀକୃଷ୍ଣ ଦ୍ୱରକାର ରାଜାଧିରାଜ ହେଲେ ଓ ସୁଦାମା ତାଙ୍କର ସେଇ ଛୋଟ ଗାଁରେ ସାଧାରଣ ଭାବେ ରହିଗଲେ । ତାଙ୍କ ମଧ୍ୟରେ ଦୀର୍ଘ ଦିନ ଆଉ କୌଣସି ଯୋଗାଯୋଗ ରହିଲା ନାହିଁ ।
ଏଣେ ସୁଦାମା ଦରିଦ୍ରରୁ ଦରିଦ୍ରତର ହେଇ ଯିବାରୁ ପରିବାର ପୋଷଣ ମଧ୍ୟ ଦୁରୂହ ହେଇଗଲା । ତାଙ୍କ ପତ୍ନୀ ସୁଶୀଲା ତାଙ୍କୁ ସେ ଶ୍ରୀକୃଷ୍ଣଙ୍କ ବନ୍ଧୁ ହେଇଥିବା କଥା ସ୍ମରଣ କରାଇ ତାଙ୍କୁ ଭେଟିବାକୁ ଯିବାକୁ କହିଲେ । ଆତ୍ମସମ୍ମାନୀ ସୁଦାମା କାହାରି ସାହାଯ୍ୟ ମାଗିବାକୁ ଅନିଚ୍ଛୁକ ଥିଲେ ମଧ୍ୟ ପତ୍ନୀଙ୍କ କଥାରେ ବାଧ୍ୟ ହେଇ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ବାହାରିଲେ । ଖାଲି ହାତରେ ବନ୍ଧୁ ଘରକୁ ନ ଯିବାର ପରମ୍ପରା ହେତୁ ପତ୍ନୀ ସୁଶିଳା ଶ୍ରୀକୃଷ୍ଣଙ୍କ ପାଇଁ କିଛି ଖୁଦ ଚାଉଳ ଭଜା ଦେଲେ ଶ୍ରୀକୃଷ୍ଣଙ୍କୁ ଦେବାକୁ ।
ସେ ରାଜମହଲରେ ପହଞ୍ଚିଲା ବେଳେ ଶ୍ରୀକୃଷ୍ଣ ତାଙ୍କୁ ଖୁବ ଆଦର ଓ ସମ୍ମାନର ସହ ଡାକିନେଇ ତାଙ୍କର ପାଦ ମଧ୍ୟ ଧୋଇ ଦେଲେ । ସୁଦାମା ଏତେ ବଡ଼ ରାଜାଙ୍କୁ ନିଜେ ଆଣିଥିବା ଖୁଦ ଦେବାକୁ କୁଣ୍ଠିତ ହେଉଥିଲେ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଜାଣି ପାରି ତାଙ୍କର ଚଦର କାନିରେ ବନ୍ଧା ଖୁଦ ଆଣି ପରମ ଆନନ୍ଦରେ ଖାଇଲେ । ତାହା ପରେ ଶ୍ରୀକୃଷ୍ଣଙ୍କ ପରମ ଆତିଥ୍ୟ ଲାଭ କଲା ପରେ ପର ଦିନ ସୁଦାମା ବିଦାୟ ନେଇ ଆସିଲେ । ସେ ତାଙ୍କ ଅବସ୍ଥା ବିଷୟରେ କିଛି କହିଲେନି କି କିଛି ମାଗିଲେନି । ଭଗବାନ ଶ୍ରୀକୃଷ୍ଣ କିନ୍ତୁ ସବୁ ଜାଣି ପାରିଲେ ଓ ତାଙ୍କ ପତ୍ନୀ ରୁକ୍ମିଣୀ ( ମହାଲକ୍ଷ୍ମୀଙ୍କ ଅବତାର )ଙ୍କୁ କହି ସୁଦାମାଙ୍କ କୁଡିଆ ଥିବା ଜାଗାରେ ଧନଧାନ୍ୟ ପୂର୍ଣ୍ଣ ମହଲ ତିଆରି କରେଇ ଦେଲେ ସଙ୍ଗେ ସଙ୍ଗେ । ଏତେ ସମ୍ପତ୍ତି ପାଇ ମଧ୍ୟ ସୁଦାମା ସରଳ ଜୀବନ ବିତେଇଲେ ।
ଭାଗବତରେ ବର୍ଣିତ ହେଇଥିବା ସୁଦାମା ଉପାଖ୍ୟାନ କିନ୍ତୁ ମହାଭାରତ ବା ବିଷ୍ଣୁ ପୁରାଣରେ ଉଲ୍ଲିଖିତ ନାହିଁ ।
ଗଳ୍ପରୁ ସମାଜକୁ ଶିକ୍ଷା
କାହାଣୀର ସାର କଥା ହେଲା ଭଗବାନଙ୍କ ପାଖରେ ଧନୀ, ଦରିଦ୍ର , ସାନ , ବଡ଼ର ଭେଦ ଭାବ ନ ଥାଏ । ସେ ନୈଷ୍ଠିକତାକୁ ନିଶ୍ଚୟ ପୁରସ୍କୃତ କରନ୍ତି । ଆହୁରି ମଧ୍ୟ ଏହି କାହାଣୀ ଆମକୁ ଶିଖାଏ ଯେ ଆମେ ବିନା ପ୍ରତିଦାନ ଆଶାରେ ଭଲ କାର୍ଯ୍ୟ କରିଯିବା ଉଚିତ ।
କୃଷ୍ଣ -ସୁଦାମା ମଧ୍ୟରେ ବନ୍ଧୁତା ଏକ ନିଦର୍ଶନ , ପ୍ରକୃତ ପାର୍ଥିବ ବନ୍ଧନହୀନ ଏକ ବନ୍ଧୁତାର ଯାହା କି ବିରଳ ଓ ଦୃଷ୍ଟାନ୍ତମୂଳକ ।
ଅଧିଗୃହିତ ବିଷୟବସ୍ତୁ
Kadha Parayumbol (2007)
Kuselan (2008)
Billu (2009)
Vipul Ahir (2010)
Dwarkadheesh (2011)
ଆଧାର
କୃଷ୍ଣ |
ଗୁଗଲ ନାଓ ଏକ ବୁଦ୍ଧିମାନ୍ ନିଜସ୍ୱ ସହଜ୍ୟକାରି ଆପ୍ । ଗୁଗଲ ନାଓ ସେବା ଏବେ ଗୁଗୁଲ୍ ସର୍ଚ୍ରେ ଜଡ଼ିତ ହୋଇ ରହୁଛି । ଏବଂ ଗୁଗୁଲ୍ ସର୍ଚ୍ଟି ଆନଡ୍ରଏଡ୍ ଓ ଆଇ.ଓ.ଏସ୍ରେ ଉପଲବ୍ଧ ମଧ୍ୟ ହେଉଛି । ଏହା ପରେ ମଧ୍ୟ ନିଜସ୍ୱ କମ୍ପ୍ୟୁଟରରେ ଥିବା ଗୁଗୁଲ୍ କ୍ରୋମ୍ ନାମକ ଏକ ବେବ୍ ବ୍ରାଉଜରରେ ଗୁଗଲ ନାଓର ସୁବିଧା ମିଳୁଛି । ଗୁଗଲ ନାଓ ସ୍ୱଭାବିକ ଭାଷାର ଏକ ୟୁଜର୍ ଇନ୍ଟର୍ଫେସରୁ ସାହାଯ୍ୟ ନେଉଛି । ଏବଂ ଏହି ୟୁଜର୍ ଇନ୍ଟର୍ଫେସରୁ ସାହାଯ୍ୟ ନେଇ ସେ ପ୍ରଶ୍ନର ଉତ୍ତର ଦେଉଛି, ସପାରିଶ ବା ମତ ଦଉଛି ଓ ବେବ୍ରେ ଖୋଜି ଫଳାଫଳ ଦେଖାଉଛି । ଗୁଗଲ ନାଓ ଯେ ଖାଲି ପ୍ରଷ୍ନର ଉତ୍ତର ଦେଉଛି ଏହା ନୁହେ କିନ୍ତୁ ସେ ୟୁଜର୍ର ମନପସନ୍ଦର ଜିନିସର ତାଲିକା ରଖୁଛି ଏବଂ ତାକୁ ୟୁଜର୍କୁ ଦେଖାଉଚି । ୟୁଜର୍ ଜଣକ ତାଙ୍କର ନିଜସ୍ୱ ଇନ୍ଟରେସ୍ଟ ହିସାବରେ ତାଲିକା ଗଠନ କରିପାରିବେ ଓ ଗୁଗଲ ନାଓକୁ ସେହି ବିସୟରେ ଅଧୁନାତନ କରୁଚି । ସେ ୟୁଜରଙ୍କ ଇନ୍ଟରେସ୍ଟ ଅନୁସାରେ ମଧ୍ୟ ପୁର୍ବାନୁମାନ କରିପାରୁଛି ।
ଏହା ପ୍ରଥମ ଥର ପାଇଁ "Android 4.1 ("Jelly Bean")" ଲୋଡ୍ ହେଇଥିବା Galaxy Nexusରେ ଜୁଲାଇ ୯, ୨୦୧୨ ମସିହାରେ ଦେଖିବାକୁ ମିଳିଥିଲା । ଏହା ଆଇ.ଓ.ଏସ୍ ପାଇଁ ଏପ୍ରିଲ୍ ୨୯, ୨୦୧୩ରେ ଆରମ୍ଭ ହୋଇଥିଲା । ଏବଂ ମାର୍ଚ୍ ୨୪, ୨୦୧୩ରେ ଏହା ଗୁଗୁଲ୍ କ୍ରୋମ୍ରେ ଦେଖିବାକୁ ମିଳିଥିଲା । "Popular Science" ଗୁଗୁଲ୍ ନାଓକୁ ୨୦୧୨ରେ "Innovation of the Year"ର ନାମରେ ନାମିତ କରିଥିଲା । ବର୍ତ୍ତମାନ ଗୁଗଲ ନାଓ ଆପେଲ୍ର ସିରି ଓ ମାଇକ୍ରୋସଫ୍ଟର କୋର୍ଟାନା ସହିତ ପ୍ରତିଜୋଗିତା କରୁଅଛି ।
ଇତିହାସ
୨୦୧୧ର ଶେଷ ଆଡୁକୁ, ବିଭିନ୍ନ ଖବର ଆସିଲା କି ଗୁଗଲ ନିଜ ଉପକରଣ "ଗୁଗଲ ଭଏସ ସର୍ଚ୍ଚ"କୁ ବିଶେଷ ଭାବରେ ବିକାଶିତ କରିବାର ପ୍ରୟାସ ଚଳାଉଥିଲା। ଏହାର କୋଡ଼ ନାମ ପ୍ରଥମରେ "ମାଜେଲ" ଭାବେ ମନୋୟନ କରାଯାଇଥିଲା। ଏହି କୋଡ଼ ନାମଟି ମାଜେଲ ବ୍ୟାରେଟଙ୍କ, ତାଙ୍କ ପତ୍ନୀ ଜିନ ରୋଡେନବେରୀ ଆଉ "ଷ୍ଟାର ଟ୍ରେକ" ଫ୍ରାନ୍ଚାଇଜିରେ କମ୍ପ୍ୟୁଟର ସିଷ୍ଟମସ୍ଙ୍କ କଣ୍ଠ; ଏହାର ଅନ୍ୟ ଏକ କୋଡ଼ ନାମ "ଅସ୍ସୀଷ୍ଟାଣ୍ଟ" ବୋଲି ନାମକରଣ କରାଯାଇଥିଲା।
ଜୁନ ୨୭, ୨୦୧୨ରେ ଗୁଗଲ୍ ନାଓର ଉଦଘାଟନ ହୋଇଥିଲା ଆଣ୍ଦ୍ରଏଡ଼୍ ଜେଲ୍ଲୀବିନ୍ର ପ୍ରଦର୍ଶନ ଯେଉଁଟା କି ଗୁଗଲ ଆଇ/ଓରେ ହୋଇଥିଲା।
ଅକଟୁବର୍ ୨୮, ୨୦୧୨ରେ ଗୁଗଲ ନାଓ ଗୁଗଲ ପ୍ଲେ ଷ୍ଟୋରଦ୍ୱାରା ଏକ ଆପଡଟ ପାଇଲା ଯେଉଁଟା କି ଏଥିରେ ଜିମେଲ କାର୍ଡସର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେଲା। ଗୁଗଲ ନାଓ ଇଉଜରଙ୍କ ଜିମେଲ ଏକାଉଣ୍ଟରୁ ତଥ୍ୟ ସବୁକୁ ଗୁଗଲ ନାଓ ଆପ୍ ମଧ୍ୟରେ ପ୍ରଦର୍ଶନ କରେ। ଏହି ସବୁ ତଥ୍ୟ ମଧ୍ୟରେ ଥାଏ ଫ୍ଲାଇଟ ଇନ୍ଫୋର୍ମସନ, ପ୍ୟାକେଜ ଟ୍ରାକିଂ, ହୋଟେଲ ରିଜର୍ବେସନ୍ ଏବଂ ରେଷ୍ଟୁରାଂ ରିଜର୍ଭେସନ୍ ଦେଖାଏ(ଏହି ତଥ୍ୟ ସେଇ ସମୟ ଯାଏଁ ଦେଖାଏଂ ଜେଯାଏଁ ଇଉଜରଙ୍କ ଜିମେଲ ଏକାଉଣ୍ଟ ଏକ ଗୁଗଲ ଅପପ୍ସ ଏକାଉଣ୍ଟ ନୁହେଁ)। ଅନ୍ୟ ସବୁ ଉପକରଣଗୁଡ଼ିକ ମଧ୍ୟରେ ମୁଭି, କଂସର୍ଟ, ସ୍ଟକ ଏବଂ ନିଉଜ଼ ଜଡ଼ିତ କାର୍ଡ ଇଉଜରଙ୍କ ଲୋକେସନ, ସର୍ଚ୍ଚ ହିସ୍ଟ୍ରି ଉପରେ ଆଧାରିତ। ଏଥି ସାଥିରେ କ୍ୟାଲେଣ୍ଡର୍ ଘଟଣାଗୁଡ଼ିକ ଭାଏସ୍ ଇନ୍ପୁଟ୍ଦ୍ୱାରା ବନେଇବାକୁ।
ଡିସେମ୍ବର ୫,୨୦୧୨ରେ ଗୁଗଲ ସର୍ଚ୍ଚ ଆପ୍ଲିକେସନକୁ ଏକ ନୂଆ ଅପଡେଟ ଗୁଗଲ ନାଓରେ ଏକାଧିକ ଫିଚର୍ସ ପ୍ରଦାନ କଲା , ଉଦାହରଣ ସ୍ୱରୂପ, ନିଅର୍ବାଏ ଇଭେଣ୍ଟସଙ୍କ ପାଇଁ କାର୍ଡସର ବ୍ୟବସ୍ଥା, ଏକ ସଂଗ୍ରହାଳୟରେ ଥିବାବେଳେ କ୍ୟାମେରାରେ ସର୍ଚ୍ଚ କରିବା, ଇମେଲରୁ ମିଳିଥିବା ଏୟାରପ୍ଲେନ ବୋଡିଙ୍ଗ ପାସସେସ। ଏଥି ସହିତ ଗୁଗଲ ନାଓ ଏବେ ପାଣିପାଗ ସମ୍ବନ୍ଧିତ, ଆସୁଥିବା ଜନ୍ମଦିନ ପାଇଁ ଇତ୍ୟାଦି କାର୍ଡସ୍ ଏବଂ ସେହି ମାସରେ ଜଣେ କେତେ ବାଇକ ଚଳେଇଛନ୍ତି, କେତେ ଚାଲିଛନ୍ତି ସେସବୁ ତଥ୍ୟ ମଧ୍ୟ କାର୍ଡସ୍ ସାହାଯ୍ୟରେ ପ୍ରଦର୍ଶିତ କରିଥାଏ। ଏହି ଅପଡେଟରେ ନିଯେ ନିଜ କଣ୍ଠରୁ କାହିକି ଗୁଗଲ ପ୍ଲସରେ ପୋଷ୍ଟ କରିବା, ଗୀତ ଗୁଡିକୁ ଚିହ୍ନଟ କରିବା, ବାର କୋଡ଼୍ ଗୁଡିକୁ ମଧ୍ୟ ସ୍କାନ କରିବାର ବ୍ୟବସ୍ଥା ମଧ୍ୟ ଆସିଲା। କିନ୍ତୁ ୨.୫ ଅପଡେଟରେ ଗୁଗଲ "ସର୍ଚ୍ଚ ଉଇଥ୍ କ୍ୟାମେରା" ବ୍ୟବସ୍ଥା ଟିକୁ ସ୍ଥାନଚ୍ୟୁତ କରିଥିଲେ ଅଜଣା କାରଣ ଯୋଗୁ।
ମାର୍ଚ୍ଚ ୨୧,୨୦୧୩ରେ ଗୁଗଲର ଏକ୍ସଏଛୁଟିଭ ଚେୟାରମ୍ୟାନ, ଏରିକ ସ୍ଖିମିଡ଼ ଏହା କହିଥିଲେ ଯେ ଗୁଗଲ ଅପଲ୍କୁ ଏକ ଆଇ.ଓ.ଏସ୍ ଭର୍ସନ୍ର ଗୁଗଲ ଆପ୍ ପ୍ରଦାନ କରିଛନ୍ତି। ଏବେ ଖାଲି ଆପଲ୍କୁ ଏହି ଆପ୍ ଟିକୁ ସ୍ୱୀକୃତି ପ୍ରଦାନ କରିବା ବାକି ଥିଲା। ପରେ ସେ କହିଲେ ଯେ ଏହି କଥା ସତ୍ୟ ନୁହେଁ। ଏହା ବ୍ୟତୀତ, ଗୁଗଲ ନାଓ ଅପ୍ରେଲ ୨୮, ୨୦୧୩ରେ ଆଇ.ଓ.ଏସ୍ ପାଇଁ ଉପଲବ୍ଧ ହୋଇଥିଲା।
ଗୁଗଲ୍ କ୍ରୋମ କୋଡ଼ ରିଭିଉ ଉପରେ ଆଧାରିତ ଯାହା କି ଡିସେମ୍ବର ୨୦୧୨ରୁ ଆରମ୍ଭ ହୋଇଛି, ଗୁଗଲ ନାଓ ଗୁଗଲ କ୍ରୋମ୍ର ଡେସ୍କଟପ ବିବରଣରେ ସାମିଲ ହେବାର ସମ୍ଭାବନା ଥିଲା। ସିନେଟ୍ ସେଥ ରୋଷେନବ୍ଳାଟଙ୍କ ମତରେ ଏହା ଶୁଣାଯାଉଛି କି ଗୁଗଲ ନାଓ ଆଇଗୁଗଲକୁ ରିପ୍ଲେସ୍ କରିବ ନଭେମ୍ବର ୨୦୧୩୨ ସୁଦ୍ଧା। ମଇ ୧୫, ୨୦୧୩ରେ ଏବଂ ଗୁଗଲ ଆଇ/ଓ ୨୦୧୩ରେ ଗୁଗଲ ଏହା ଘୋଷଣା କରିଛନ୍ତି ଯେ ଗୁଗଲ ନାଓ ଡେସ୍କଟପରେ ରିଲିଜ୍ ହେବ। ଏହି ବ୍ୟବସ୍ଥାଟି କେବଳ ଗୁଗଲ କ୍ରୋମ ଅଥବା ଗୁଗଲ କ୍ରୋମ ଓ.ଏସ୍ରୁ ହିଁ ବ୍ୟବହାର ଯୋଗ୍ୟ। ଜାନୁଆରୀ ୧୬, ୨୦୧୪ରେ ଗୁଗଲ ନାଓର ଏକ ପ୍ରମ୍ଭିକ ଭର୍ସନ ଟିଏ ଡେସ୍କଟପ ମାନଙ୍କରେ ଉପଲବ୍ଧ ହୋଇଥିଲା ଗୁଗଲ କ୍ରୋମ କନାରୀ ଜରିଆରେ, ଯଦିଓ ଏହି ଆପ୍ କିଛିଟା କାର୍ଡସ ଯେଉଁଗୁଡା ମୋବାଇଲ ଅନୁରୂପରେ ମହଜୁଦ ଅଟେ, ଉଦାହରଣ ସ୍ୱରୂପ, ପବ୍ଲିକ୍ ଆଲର୍ଟ୍, ନିଅର୍ବାଏ ଫୋଟସ, ଆକ୍ଟିଭିଟି ସମ୍ମାରି ଏବଂ ସ୍ଟକ୍ସ। ମାର୍ଚ୍ଚ ୨୪, ୨୦୧୪ରେ ଗୁଗଲ ଗୁଗଲ ନାଓ ଅପଡେଟ୍ ଗୁଗଲ କ୍ରୋମ୍ ବ୍ୟବହରକର୍ତାମାନେ ଯେଉଁମାନେ ନିଜ ଗୁଗଲ ଆକାଉଣ୍ଟରେ ଲଗ୍ ଇନ୍ ଥିଲେ।
କାର୍ଯ୍ୟ ସମ୍ବନ୍ଧିଅ
ଗୁଗଲ ନାଓ ଏବେ ଗୁଗଲର ଖୋଜିବା ପ୍ରଣାଳୀର ମୁଖ୍ୟ ଉପକରଣ ଭାବେ ଜଣା ଯାଉଛି। ଏହା ବ୍ୟବହାରକାରୀଦ୍ୱାରା କରା ଯାଉଥିବା ବାରମ୍ବାର କାର୍ଯ୍ୟକୁ ଆକଳନ କରି ବ୍ୟବହାରକାରୀର ଫୋନ୍ରେ ପ୍ରାସଙ୍ଗିକ ବାର୍ତା କାର୍ଡ ଭାବରେ ଦେଖାଇଥାଏ । ଏହି କାର୍ଯ୍ୟ ପ୍ରଣାଳୀ ଗୁଗଲର ନଲେଜ୍ ଗ୍ରାଫ୍ର ସାହାଯ୍ୟରେ ପ୍ରଚଳିତ ହୋଇଥାଏ ।
ବିଶେସିତ କାର୍ଡସ୍ ବର୍ତ୍ତମାନ ସମୟରେ ନିମ୍ନଲିଖିତ ଜିନିଷରେ ଗଠିତ:
୧:ଗତିବିଧି ସାରାମର୍ମ
୨:ଜନ୍ମଦିନ
୩:ବୋର୍ଡଇଂ ପାଶ୍
୪:କନସର୍ଟସ୍
୫:ଦେଶର ଚଳନ୍ତି ମୁଦ୍ରା
୬:କାହାଣୀ ଏବଂ ତାଯା ଖବର ବନେଇବା
୭:ଘଟଣା
୮:ଘଟଣା ଅନୁସମାରକ
୯:aeroplane ସୂଚନା
୧୦:ସାଙ୍ଗଙ୍କ ଜନ୍ମଦିନଜନ୍ମଦିନ
୧୧:ହୋଟେଲ
୧୨:ଜାଗା ଅନୁସ୍ମାରକ
୧୩:ସିନେମା
୧୪:ପାର୍ଶ୍ୱବର୍ତୀ ଆକର୍ଷଣମାନ
୧୫:ପାର୍ଶ୍ୱବର୍ତୀ ଘଟଣା
୧୬:ପାର୍ଶ୍ୱବର୍ତୀ ଫଟୋ ଉଠେଇବା ଜାଗା
୧୭:ନୂଆ ଏଲବମ୍/ବହି/ଭିଡିଓ ଗେମ୍/ଟିଭି ଅଧ୍ୟାୟ
୧୮:ସମାଚାର ବିଷୟବସ୍ତୁ
୧୯:ଆଗାମୀ ନିଯୁକ୍ତି
୩୦:ପ୍ୟାକେଜ୍
୩୧:ଗାଡି ପାର୍କ କରିବା ଅବସ୍ଥିତି
୩୨:ଜାଗା ସବୁ
୩୩:ବସ୍ତୁମାନ
୩୪:ଜନସାଧାରଣ ସୂଚନା
୩୫:ଜନସାଧାରଣ ପ୍ରେରଣ
୩୬:ଗବେଷଣା ବିଷୟବସ୍ତୁ
୩୭:ରେଷ୍ଟୁରାଂଟ ବୁକିଂ
୩୮:ଖେଳ
୪୦:ସ୍ଟକ ବଜ଼ାର
୪୧:ଘରକୁ ପହଂଚିବା ପାଇଁ ସମୟ
୪୩:ସମୟ ଅନୁସ୍ମାରକ
୪୫:ଟ୍ରାଫ୍ଫିକ୍
୪୬:ଅନୁବାଦ
୪୭:ପାଣିପାଗ
୪୮:ୱେବ ସାଇଟ୍ ଆପଦେଟ୍
୪୯:କଣ କଣ ଦେଖିବେ
ନାଓ ଅନ୍ ଟ୍ୟାପ୍
ଆଧାର
ବାହାର ଲିଙ୍କ
ଇଣ୍ଟରନେଟ |
ସୁଶୀଳ କୁମାର ପୃଷ୍ଟି (୧୬ ସେପ୍ଟେମ୍ବର ୧୯୪୫ - ୨୫ ଅପ୍ରେଲ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ସୁଶୀଳ କୁମାର ପୃଷ୍ଟି ୧୯୪୫ ମସିହାର ସେପ୍ଟେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ପୃଷ୍ଟି ଓ ପତ୍ନୀଙ୍କ ନାମ ରଜନୀ ପୃଷ୍ଟି ।
ରାଜନୈତିକ ଜୀବନ
ସୁଶୀଳ କୁମାର ପୃଷ୍ଟି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ସୁଶୀଳ କୁମାର ପୃଷ୍ଟି ୧୯୯୯ ମସିହାର ଅପ୍ରେଲ ୨୫ ତାରିଖରେ ୫୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଆଧାର
୧୯୪୫ ଜନ୍ମ
୧୯୯୯ ମୃତ୍ୟୁ
ଓଡ଼ିଆ ଲୋକ
ବଲାଙ୍ଗୀର ଜିଲ୍ଲାର ଲୋକ
୯ମ ଓଡ଼ିଶା ବିଧାନ ସଭାର ସଭ୍ୟ |
ମୁନ୍ନା- ଏ ଲଭ୍ ଷ୍ଟୋରୀ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କେ. ଏମ୍. ରାୟ । ରମଣ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍ ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି, ନୈନା ଦାସ, ଦୁଷ୍ମନ୍ତ ପଣ୍ଡା, ରୋମି । ମିହିର ଦାସ, ରାଇମୋହନ ପରିଡ଼ା, ବିଜୁ ବଡ଼ଜେନା, ଦେବୀ ବାରିକ, ଦେବୁ ବ୍ରହ୍ମା, ଅନୀତା ଦାସ, ହାଡ଼ୁ, ହରିପ୍ରିୟା, ଚକ୍ରଧର ଜେନା, ବନୁ ମହାନ୍ତି, ପ୍ରକାଶ ମହାନ୍ତି, ପିଣ୍ଟୁ ନନ୍ଦ, ସନ୍ତୋଷ ନାୟକ, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ଅନୁଭବ ମହାନ୍ତି
ନୈନା ଦାସ
ଦୁଷ୍ମନ୍ତ ପଣ୍ଡା
ରୋମି
ମିହିର ଦାସ
ରାଇମୋହନ ପରିଡ଼ା
ବିଜୁ ବଡ଼ଜେନା
ଦେବୀ ବାରିକ
ଦେବୁ ବ୍ରହ୍ମା
ଅନିତା ଦାସ
ହାଡ଼ୁ
ହରିପ୍ରିୟା
ଚକ୍ରଧର ଜେନା
ବନୁ ମହାନ୍ତି
ପ୍ରକାଶ ମହାନ୍ତି
ପିଣ୍ଟୁ ନନ୍ଦ
ସନ୍ତୋଷ ନାୟକ
ସୁମନ
ଜର୍ଜ ତିଆଡ଼ି
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ସୌମେନ୍ଦ୍ର ମହାପାତ୍ର, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ପଞ୍ଚାନନ ନାୟକ, ରଜନୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ଶକ୍ତି ମିଶ୍ର, ଇରା ମହାନ୍ତି, ପମି, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ଆଧାର
ବାହାର ଆଧାର
୨୦୦୮ର ଓଡ଼ିଆ କଥାଚିତ୍ର |
ସାଲାଇନ (ଇଂରାଜୀ ଭାଷାରେ Saline, ଅନ୍ୟ ନାମ ସାଲାଇନ ସଲ୍ୟୁସନ/saline solution) ଏକ ଦ୍ରବଣ ଯେଉଁଥିରେ ସୋଡ଼ିଅମ କ୍ଲୋରାଇଡ (sodium chloride) ଓ ପାଣି ମିଶିଥାଏ; ଏହା ଅନେକ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୁଏ । ଏହା କ୍ଷତ ସଫା କରିବାରେ ସାହାଯ୍ୟ କରେ, କଣ୍ଟାକ୍ଟ ଲେନ୍ସ (contact lens) ବାହାର କରିବାରେ ସାହାଯ୍ୟ କରେ ଓ ଶୁଷ୍କ ଆଖିରେ (dry eyes) ପକାଯାଏ । ନିର୍ଜଳନ (dehydration) ଥିଲେ ବିଶେଷତଃ ପାକଅନ୍ତନଳୀ ପ୍ରଦାହ (gastroenteritis) ଓ ଡାଏବେଟିକ କିଟୋଏସିଡୋସିସ (diabetic ketoacidosis) ନିର୍ଜଳନରେ ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ (injection into a vein) ଆକାରରେ ଦିଆଯାଏ । ଇଞ୍ଜେକସନ ଆକାରରେ ଦିଆଯାଉଥିବା ଅନ୍ୟ ଔଷଧମାନଙ୍କୁ ପତଳା କରିବାକୁ ଏହା ମିଶାଯାଏ ।
ଅତ୍ୟଧିକ ସାଲାଇନ ଦେଲେ ତରଳ ପଦାର୍ଥ ଓଭରଲୋଡ (fluid overload), ଇଡିମା (swelling), ହାଇପରକ୍ଲୋରେମିକ ଏସିଡୋସିସ (acidosis) ଓ ଅଧିକ ରକ୍ତ ସୋଡ଼ିଅମ (high blood sodium) ହୋଇପାରେ । ଦୀର୍ଘକାଳୀନ ଅଳ୍ପ ରକ୍ତ ସୋଡ଼ିଅମ (low blood sodium) ଥିବା ରୋଗୀଙ୍କୁ ଅଧିକ ସାଲାଇନ ଦେଲେ ଅସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ (osmotic demyelination syndrome) ହୋଇପାରେ । ଏହା ଭଲ୍ୟୁମ ଏକ୍ସପାଣ୍ଡର (crystalloid) ଶ୍ରେଣୀର ଏକ ଔଷଧ । ସାଧାରଣତଃ ଏହା ୯ଗ୍ରା:/ଲିଟରର (୦.୯%) ଏକ ସ୍ଟେରାଇଲ ଦ୍ରବଣ (sterile) ଯାହାକୁ ନର୍ମାଲ ସାଲାଇନ (normal saline) କୁହାଯାଏ । ଏହାଠାରୁ ଅଧିକ ଗାଢ଼ ବା କମ ଗାଢ଼ ସାଲାଇନ ମଧ୍ୟ ବ୍ୟବହାର କରାଯାଏ ।
ଚିକିତ୍ସା କ୍ଷେତ୍ରରେ ସାଲାଇନ ସନ ୧୮୩୧ରୁ ବ୍ୟବହାର ଆରମ୍ଭ କରାଗଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଲିଟରର ହୋଲସେଲ ମୂଲ୍ୟ ୪.୨୦ ଆମେରିକୀୟ ଡଲାର ।
ଆଧାର |
ଟେସୀ ଥୋମସ (ଜନ୍ମ ୧୯୬୩) ଭାରତର ମିସାଇଲର ବୈଜ୍ଞାନିକ ଅଟନ୍ତି । ସେ ଅଗ୍ନି ଅନୁସନ୍ଧାନର ବିକାଶ ନିର୍ଦ୍ଦେଶକ ତଥା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନରେ ଏରୋନେଟିକାଲ ସିଷ୍ଟମର ମହାନିର୍ଦ୍ଦେଶକ ଥିଲେ । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଭାରତରେ କ୍ଷେପଣାସ୍ତ୍ର ପ୍ରକଳ୍ପ ପରିଚାଳନା କରିଥିଲେ । ତାଙ୍କୁ ଭାରତର କ୍ଷେପଣାସ୍ତ୍ର ମହିଳା କୁହାଯାଏ । ୪୮ ବର୍ଷୀୟ ଭାରତୀୟ ମହିଳା ବୈଜ୍ଞାନିକ ଟେସୀ ଥୋମସ, ୧୯୮୮ ମସିହାରୁ ଅଗ୍ନି ମିସାଇଲ ପ୍ରୋଗ୍ରାମ ସହିତ ମିଳିତ ହେବା ପରଠାରୁ
ଅଗ୍ନିପୁତ୍ରୀ ଟେସୀ ଥୋମସ ନାମରେ ମଧ୍ୟ ଜଣାଶୁଣା । ତାଙ୍କର ଅନେକ ସଫଳତା ହେଉଛି - ଅଗ୍ନି ୨, ଅଗ୍ନି -୩ ଏବଂ ଅଗ୍ନି-୪ କ୍ଷେପଣାସ୍ତ୍ର ମୂଳ ଦଳର ଅଂଶ ଏବଂ ସଫଳ ପ୍ରଶିକ୍ଷଣ । ସେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କୁ ତାଙ୍କର ପ୍ରେରଣାର ଉତ୍ସ ବୋଲି ବିବେଚନା କରିଛନ୍ତି ।
ପ୍ରାରମ୍ଭିକ ଜୀବନ
ଟେସୀ ଥୋମସ ଏପ୍ରିଲ ୧୯୬୩ ମସିହାରେ କେରଳ ଅଲପ୍ପୁଝା ପ୍ରଦେଶରେ ଏକ ସୀରିୟାଈ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ତାଙ୍କୁ ୧୩ବର୍ଷ ବୟସ ହୋଇଥିଲା ତାଙ୍କ ପିତା ଏକ ଷ୍ଟ୍ରୋକରେ ପୀଡ଼ିତ ହୋଇଥିଲେ ଯାହା ପରେ ତାଙ୍କ ଶରୀରର ଡାହାଣ ପାର୍ଶ୍ୱରେ ପକ୍ଷାଘାତ ରୋଗ ହୋଇଥିଲା ।ଟେସୀଙ୍କ ମା' ଜଣେ ଶିକ୍ଷକ ଥିଲେ, ଦୁର୍ଘଟଣା ପରେ ପରିବାରର ଯତ୍ନ ନେବାପାଇଁ ସେ ଜଣେ ଗୃହିଣୀ ହୋଇଗଲେ ।
ତାଙ୍କର ପିଲାଦିନ ଥମ୍ବା ରକେଟ୍ ଷ୍ଟେସନ ନିକଟରେ ଅତିବାହିତ ହୋଇଥିଲା ଏବଂ କ୍ଷେପଣାସ୍ତ୍ର ପ୍ରତି ତାଙ୍କର ଆଗ୍ରହ ସେଠାରୁ ଜନ୍ମ ହୋଇଥିଲା । ଟେସୀଙ୍କ ଚାରି ଭଉଣୀ ଏବଂ ଜଣେ ଭାଇ ଅଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ଇଞ୍ଜିନିୟର ଏବଂ ଜଣେ ପରିଚାଳନାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ କୁହନ୍ତି ଯେ, ତାଙ୍କ ମାତାପିତା ସମସ୍ତ ଭାଇ ଓ ଭଉଣୀଙ୍କ ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇଥିଲେ ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳତା ଶିଖାଇଥିଲେ ।
ଶିକ୍ଷା
ଟେସୀ ସେଣ୍ଟ ମାଇକେଲର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସେଣ୍ଟ ଜୋସେଫ୍ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଜର ପ୍ରାଥମିକ ଶିକ୍ଷା କରିଥିଲେ । ସେ ଥ୍ରିସୁରର ସରକାରୀ ଇଞ୍ଜିନିୟରିଂ କଲେଜରେ ସ୍ନାତକ ହାସଲ କରିଥିଲେ । ପରେ ଇନଷ୍ଟିଚ୍ୟୁଟ ଅଫ ଆରମାମେଣ୍ଟ ଟେକ୍ନୋଲୋଜିରୁ ଏମଟେକ କରିଛନ୍ତି ଏବଂ ଡିଆରଡିଓରୁ ପିଏଚଡି କରିଛନ୍ତି ।
ସ
ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପୁରସ୍କାର
ସାଧାରଣ ପ୍ରଶାସନ, ଶିକ୍ଷା ଓ ପରିଚାଳନା କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ଅତେବଦାନ ପାଇଁ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପୁରସ୍କାର, ନୂଆଦିଲ୍ଲୀର ଲାଲ ବାହାଦୂର ଶାସ୍ତ୍ରୀ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟଦ୍ୱାରା ପ୍ରଦାନ କରାଯାଇଛି । ୨୦୧୨ ମସିହାରେ ଟେସୀ ଥୋମସ ଲାଲ ବାହାଦୂଋ ଶାସ୍ତ୍ରୀ ଜାତୀୟ ପୁରସ୍କାର ପାଇଁ ମାନୋନୀତ ହୋଇଥିଲେ । ରାଷ୍ଟ୍ରପତି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।
ଆଧାର
୧୯୬୩ ଜନ୍ମ
ଜୀବିତ ବ୍ୟକ୍ତି
କେରଳ ଲୋକ
ମିସାଇଲର ବୈଜ୍ଞାନିକ |
ଜୟ ଜବାନ ଜୟ କିଶାନ ଲାଲବାହାଦୁର ଶାସ୍ତ୍ରୀଙ୍କଦ୍ୱାରା ଦିଆଯାଇଥିବା ଏକ ସ୍ଲୋଗାନ ଅଟେ | ୧୯୬୫ ମସିହାରେ ଭାରତର ରାଜଧାନୀ ଦିଲ୍ଲୀର ରାମ୍ଲୀଲା ମୈଦାନ୍ଠାରେ ଏକ ଜନ ସମାବେଶରେ ଲାଲବାହାଦୁର ଶାସ୍ତ୍ରୀ ପ୍ରଥମ ଥର ପାଇଁ ଏହି ସ୍ଲୋଗାନ ଦେଇଥିଲେ । ଜବାହରଲାଲ ନେହେରୁଙ୍କ ପରେ ଲାଲବାହାଦୁର ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ତେବେ ଏହି ସମୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ଏହି ସମୟରେ ଦେଶରେ ଖାଦ୍ୟ ଶସ୍ୟର ଘୋର ଅଭାବ ଦେଖାଦେଇଥିଲା । ତେଣୁ ଭାରତକୁ ଖାଦ୍ୟ ଶସ୍ୟ ଆମଦାନୀ କରିବା ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହେବାକୁ ପଡ଼ିଲା । ଏଭଳି ପରିସ୍ଥିତିରେ ଲାଲବାହାଦୁର ଶାସ୍ତ୍ରୀ ଜୟ ଜବାନ ଜୟ କିଶାନ ସ୍ଲୋଗାନଦ୍ୱାରା ଦେଶକୁ ରକ୍ଷା କରିବା ପାଇଁ ସୈନିକମାନଙ୍କୁ ଆହ୍ୱାନ ଦେବା ସହ ଭାରତର ଖାଦ୍ୟ ଶସ୍ୟ ଆମଦାନୀର ମାତ୍ରାକୁ କମ୍ କରିବା ନିମନ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରିଥିଲେ । ସେ ସମୟରେ ଏହା ଏକ ଖୁବ୍ ଲୋକପ୍ରିୟ ସ୍ଲୋଗାନରେ ପରିଣତ ହୋଇଥିଲା ।
ପରବର୍ତ୍ତୀ ସମୟରେ ବ୍ୟବହାର
୧୯୯୮ ମସିହାରେ ହୋଇଥିବା ପୋଖରଣ ପରମାଣୁ ପରୀକ୍ଷଣ ପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଗତିରେ ବିଜ୍ଞାନର ମହତ୍ତ୍ୱକୁ ଦର୍ଶାଇବା ପାଇଁ ଜୟ ଜବାନ ଜୟ କିଶାନ ସ୍ଲୋଗାନରେ ଜୟ ବିଜ୍ଞାନ ମଧ୍ୟ ଯୋଡ଼ିଦେଇଥିଲେ ।
୨୦୦୯ ମସିହା ଡିସେମ୍ବର ମାସ ୧୫ ତାରିଖରେ ତିନ୍ ମୂର୍ତ୍ତୀ ଭବନଠାରେ ଭାରତର ରାଷ୍ଟ୍ରପତିଙ୍କଠାରୁ ଦଶମ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପୁରସ୍କାର (Lal Bahadur Shastri National Award) ଗ୍ରହଣ କରିସାରି ସୁନିଲ ଭାରତୀ ମିତ୍ତଲ ବକ୍ତୃତା ଦେଉଥିବା ସମୟରେ ଦିଲ୍ଲୀରେ ଥିବା ଲାଲବାହାଦୁର ଶାସ୍ତ୍ରୀ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ର ନିର୍ଦ୍ଦେଶକ ଡ।. କୈଳାଶ ଚନ୍ଦ୍ର ମିଶ୍ର ପୁନର୍ବାର ଏହି ସ୍ଲୋଗାନରେ ଜୟ ବିଦ୍ୱାନ ଯୋଡ଼ି ଜୟ ଜବାନ! ଜୟ କିଶାନ! ଜୟ ବିଜ୍ଞାନ! ଜୟ ବିଦ୍ୱାନ! କହିଥିଲେ । ଏହି ଜୟ ବିଦ୍ୱାନ ସ୍ଲୋଗାନଦ୍ୱାରା ସେ ଭାରତର ଅର୍ଥନୀତିରେ ଜ୍ଞାନର ମହତ୍ତ୍ୱକୁ ଦର୍ଶାଇଥିଲେ ।
୪୮ତମ ସହୀଦ ଦିବସରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଭାରତ) ପକ୍ଷରୁ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ମୃତିଚାରଣ କରି କୁହାଯାଇଥିଲା ଯେ—
ଅର୍ଥାତ୍,
୨୦୧୫ ମସିହାରେ ଶାସ୍ତ୍ରୀଙ୍କ ଜୀବନ ଉପରେ ଆଧାରିତ ଏକ ହିନ୍ଦୀ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ନାମ ଶାସ୍ତ୍ରୀଜୀଙ୍କ ଚର୍ଚ୍ଚିତ ସ୍ଲୋଗାନ ଅନୁସାରେ ଜୟ ଜବାନ ଜୟ କିଶାନ ରଖାଯାଇଥିଲା ।
ଆଧାର
୧୯୬୫
ଭାରତୀୟ ରାଜନୈତିକ ସ୍ଲୋଗାନ |
ଓଡ଼ିଶା ଟେକ୍ସଟାଇଲ ମିଲ୍ସ(ଓଟିଏମ)ଚୌଦ୍ୱାରଠାରେ ଥିବା ଏକ ସୁତାକଳ । ୧୯୪୭ ମସିହାରେ ବିଜୁ ପଟ୍ଟନାୟକ ଏହି ସୁତାକଳର ପ୍ରତିଷ୍ଠା କରିଥିଲେ । ବ୍ୟାପକ କ୍ଷତି ଯୋଗୁ ୧୯୮୩ ମସିହାରେ ଓଡ଼ିଶା ସରକାର ଏହାର ପରିଚାଳନା ନିଜ ହାତକୁ ନେଇଥିଲେ । ୨୦୦୦ ମସିହା ଅକ୍ଟୋବର ମାସରୁ ଏହି ମିଲ ବନ୍ଦ ଅଛି । କର୍ମଚାରୀମାନେ ସେମାନାଙ୍କ ବକୈୟା ପ୍ରାପ୍ତ ପାଇବାକୁ ୨୦୦୦ ମସିହାରୁ ଆନ୍ଦୋଳନ କରି ଆସୁଛନ୍ତି । କମ୍ପାନୀର ପୁନରୁଦ୍ଧାର ପାଇଁ କର୍ମଚାରୀମାନେ ଦାବୀ କରି ଆସୁଛନ୍ତି ।
ଆଧାର
ଓଡ଼ିଶାରେ ଶିଳ୍ପ |
ଉମାଶଙ୍କର ମିଶ୍ର(୨୮ ନଭେମ୍ବର ୧୯୩୭-୦୨ ନଭେମ୍ବର ୨୦୧୭), ଜଣେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ । ସେ ଶତାଧିକ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ ଓ ତାଙ୍କର ୧୩ଖଣ୍ଡ ପୁସ୍ତକ ପ୍ରକାଶ ପାଇଥିଲା । ବୃତ୍ତିରେ ସେ ଥିଲେ ଓଡ଼ିଶା ସରକାରଙ୍କ ଅଧିନରେ ପ୍ରଶାସକ ଓ ୧୯୯୫ ମସିହାରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ସେବାନିବୃତ ହୋଇଥିଲେ ।
ଉମାଶଙ୍କର ୧୯୩୭ ମସିହାରେ ନୟାଗଡ଼ ଜିଲ୍ଲାର ରଣପୁରସ୍ଥିତ ରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଚଣ୍ଡେଶ୍ୱର ମିଶ୍ର ଓ ମାତାଙ୍କ ନାମ ଚଞ୍ଚଳା କୁମାରୀ ଦେବୀ ଥିଲା । ସେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ରେଭେନ୍ସାରେ ପଢ଼ିବା ସମୟରେ ସେ ପଶ୍ଚିମ ଛାତ୍ରାବାସର ମୁଖପତ୍ର ଉର୍ମି ଓ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ ପତ୍ରିକା ଆଗାମୀର ସମ୍ପାଦକ ଥିଲେ ।
ସାରସ୍ୱତ କୃତି
ଉମାଶଙ୍କର ମିଶ୍ରଙ୍କ କାହାଣୀ ସ୍ତବକ
ଶ୍ୱେତ ଅନୃତ, ତ୍ରିଶଙ୍କୁ
ନୂଆ ଶତାବ୍ଦୀର ଫଗୁଣ
ବୋହୂବୋହୂକା
ମୋକ୍ଷଚକ୍ର
ବିଚକ୍ଷଣାରେ
କାନ୍ତବିନା
ଆକାଶ ନାବିକ
ପ୍ରବାଦ ସୁନ୍ଦରୀ
ଶୂନ୍ୟବାଣୀ
ଓଲଟ ବୃକ୍ଷ
ଭଗବାନଙ୍କ ଘର
ସମ୍ମାନ ଓ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର - ୧୯୮୭(ବୋହୂବୋହୂକା ଗଳ୍ପ ସଂକଳନ ପାଇଁ)
ଆଧାର
୧୯୩୭ ଜନ୍ମ
୨୦୧୭ ମୃତ୍ୟୁ
ନୟାଗଡ଼ ଜିଲ୍ଲାର ଲୋକ
ଓଡ଼ିଆ ଲେଖକ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ |
ଚକ୍ରତୀର୍ଥ
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଚକ୍ରତୀର୍ଥ ଅନ୍ୟତମ । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ମହୋଦଧି, ଇନ୍ଦ୍ରଦ୍ୟୁମ୍ନ ଓ ଚକ୍ରତୀର୍ଥ ପଞ୍ଚତୀର୍ଥ ଭାବେ ଖ୍ୟାତ ।
ଅବସ୍ଥିତି
ଶ୍ରୀମନ୍ଦିରଠାରୁ ପ୍ରାୟ ୩ କିମି ଦୂରରେ ସମୁଦ୍ରକୂଳର ଉତ୍ତରପୂର୍ବ ଦିଗରେ ବାଙ୍କୀ ମୁହାଣ ନିକଟରେ ଏହା ଅବସ୍ଥିତ । ନେତାଜୀ ସୁବାଷ ବୋଷ ଛକଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳକୁ ଚକ୍ରତୀର୍ଥ କୁହାଯାଏ । ଏହା ପୂର୍ବେ ନଦୀ ଓ ସମୁଦ୍ରର ସଙ୍ଗମସ୍ଥଳ ଥିଲା । ଏହାର ଠିକ କାଳ ନିରୂପଣ କରାଯାଇନାହିଁ । ବିଭିନ୍ନ ପୋଥି ଅନୁଯାୟୀ ଏହାର ଇତିହାସ ମହାଭାରତ ପରବର୍ତ୍ତୀ ସମୟର । ଏଠାରେ ଅନେକ ଐତିହ୍ୟ ଓ ଦର୍ଶନୀୟ ସ୍ଥାନ ରହିଛି । ଯଥା : ବେଡି ହନୁମାନ (ଦରିଆ ମହାବୀର), ମହାଲକ୍ଷ୍ମୀଙ୍କ ବାପଘର ଚକ୍ରନୃସିଂହ ମନ୍ଦିର, ସୁନାର ଗୌରାଙ୍ଗ ମନ୍ଦିର, ପ୍ରଭୃତି ।
କିମ୍ବଦନ୍ତୀ
ଭଗବାନ ବିଷ୍ଣୁଙ୍କ ଚକ୍ରକୁ ନେଇ ଏହି ଅଞ୍ଚଳର ନାମ ଚକ୍ରତୀର୍ଥ ବୋଲି ଜଣାଯାଏ । ଚକ୍ରତୀର୍ଥ ମନ୍ଦିରରେ ଥିବା ପଥର ଚକ୍ର ଏକ କିମ୍ବଦନ୍ତୀ କୁହେ । ନଦୀ ମୁହାଣରେ ଏକ ହାତୀ ପାଣି ପିଉଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲା ଓ ରକ୍ଷା ପାଇବା ପାଇଁ ଭଗବାନ ବିଷ୍ଣୁଙ୍କ ଶରଣ ନେଇଥିଲା । ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ରକୁ ପଠାଇ ହାତୀକୁ ଉଦ୍ଧାର କରିଥିଲେ । ଅନୟ ଏକ କଥା ଅନୁଯାୟୀ ଯଦୁବଂଶ ଧ୍ୱଂସ ହେବା ପରେ କୃଷ୍ଣ କୌଣସି କାରଣରୁ ପୁତ୍ର ପ୍ରଦ୍ୟୁମ୍ନଙ୍କ ଶିରଚ୍ଛେଦନ ପାଇଁ ସୁଦର୍ଶନଙ୍କୁ ଆଦେଶ ଦେଇଥିଲେ । ମାତ୍ର ସୁଦର୍ଶନ କାମସାରି ଶ୍ରୀକୃଷ୍ଣଙ୍କ ହାତକୁ ନ ଫେରି ଅନ୍ତର୍ଦ୍ଧାନ ହୋଇଗଲେ । ହିମାଳୟ ଯାତ୍ରା ସମୟରେ ପାଣ୍ଡବମାନେ ଏହାଲୁ ପାଇ ମହୋଦଧିରେ ନିକ୍ଷେପ କରିଥିଲେ । ସେହିଦିନଠାରୁ ଏହି ଅଞ୍ଚଳର ନାମ ଚକ୍ରତୀର୍ଥ । ଏହା ବିଶ୍ୱାସ କରାଯାଏ ଯେ ପୁରୀରେ ଏକ ବାତ୍ୟାରେ ନୀଳଚକ୍ର ଉଡ଼ି ଯାଇଥିଲା ଓ ଚକ୍ରତୀର୍ଥରେ ଯାଇ ପଡ଼ିଥିଲା । ଏତଦ୍ବ୍ୟତୀତ ଏଠାରେ ମହାଦାରୁ ଲାଗିଥିବାର ବର୍ଣ୍ଣନା ମଧ୍ୟ ଅଛି ।
ଚକ୍ରତୀର୍ଥ ମନ୍ଦିର
ଏଠାରେ ଥବା ଏକ ପୋଖରୀ ପୋତି ହୋଇଯିବା ପରେ ଏକ ମନ୍ଦିର ନିର୍ମାଣ କରାଯାଇ ଚକ୍ରନାରାୟଣଙ୍କ ସହ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ପୂଜା କରାଯାଉଛି । ମଝିରେ କଳା ଗ୍ରାନାଇଟରେ ତିଆରି ନାରାୟଣ ମୂର୍ତ୍ତି ଚକ୍ରନାରାୟଣ ଭାବେ ନାମିତ । ଏଠାରେ ଥିବା ଠାକୁର ପ୍ରଭୁ ନୃସିଂହଙ୍କ ତିନି ରୂପ, ଯଥା: ଅଭୟ ନୃସିଂହ, ଚକ୍ର ନୃସିଂହ ଓ ଲକ୍ଷ୍ମୀ ନୃସିଂହ । ଶ୍ରୀ ବଳଭଦ୍ରଙ୍କୁ ଅଭୟ ନୃସିଂହ, ଦେବୀ ସୁଭଦ୍ରାଙ୍କୁ ଚକ୍ର ନୃସିଂହ ଓ ଶ୍ରୀଜଗନ୍ନାଥଙ୍କୁ ଲକ୍ଷ୍ମୀ ନୃସିଂହ ଭାବେ ପୂଜା କରାଯାଏ । ପୁରାଣରେ ମଧ୍ୟ ସୃଷ୍ଟିର ପ୍ରଥମ ତିନାଟି ଠାକୁର ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଯଥାକ୍ରମେ ଚକ୍ର ନୃସିଂହ, ଲକ୍ଷ୍ମୀ ନୃସିଂହ ଓ ଅଭୟ ନୃସିଂହ ଅଟନ୍ତି । ପ୍ରତିବର୍ଷ ପ୍ରଭୁ ଜଗନ୍ନାଥଙ୍କ ନିକଟରୁ ଏଠାରେ ଥିବା ନୃସିଂହଙ୍କ ନିକଟକୁ ଆଜ୍ଞାମାଳ ଆସେ । ନୃସିଂହ ଜନ୍ମ ପର୍ବ ଏହି ମନ୍ଦିରରେ ଖୁବ ଧୁମଧାମରେ ପାଳିତ ହୁଏ ।
ବଳରାମ ଦାଶ
ଏଠାରେ ବଳରାମ ଦାଶଙ୍କ ସାଧନ ମନ୍ଦିର ଅଛି । ରଥଯାତ୍ରା ବେଳେ ଅପମାନିତ ହୋଇ ସେ ବାଙ୍କୀ ମୁହାଣ ବାଲିରେ ୩ଟି ରଥ ନିର୍ମାଣ କରି ତିନି ଠାକୁରଙ୍କୁ ସେଥିରେ ବିଜେ କରାଇଥିଲେ । ସ୍ମୃତି ସ୍ୱରୂପ ସାଧନ ମନ୍ଦିର ପରିସରରେ ବାଲିରଥ ରହିଛି । ବଳରାମ ଦାଶଙ୍କ ସମାଧୀ ପୀଠ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି ।
ମହାଲକ୍ଷ୍ମୀଙ୍କ ବାପଘର
ଏହା ହେଉଛି ମହାଲକ୍ଷ୍ମୀଙ୍କ ବାପଘର । ଶ୍ରୀମଦ୍ଭାଗବତ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାରେ ସମୁଦ୍ର ମନ୍ଥନ ବେଳେ ଲକ୍ଷ୍ମୀଙ୍କ ଆବିର୍ଭାବ ବର୍ଣ୍ଣନା ରହିଛି । ଏଠାରେ ଲକ୍ଷ୍ମୀଙ୍କ ପିତା ବରୁଣଙ୍କ ମନ୍ଦିର ଅଛି । ଏହାକୁ ମହାପ୍ରଭୁଙ୍କ ଶ୍ୱଶୁରପୁରୀ ଭାବେ ବର୍ଣ୍ଣନା କରାଯାଇଛି ।
ଦରିଆ ମହାବୀର
ଦରିଆ ମହାବୀର (ବେଢି ହନୁମାନ) ମନ୍ଦିର ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଅଧୀନସ୍ଥ ଅଟେ । ଉତ୍ତରାଭିମୁଖୀ ହନୁମାନଙ୍କ ଦକ୍ଷିଣହସ୍ତରେ ଗଦା, ବାମହସ୍ତରେ ଲଡୁ ରହିଛି । ବସ୍ତ୍ରଦ୍ୱାରା ବେଢି ହୋଇ ରହିଥିବାରୁ ଏହା ଦୃଷ୍ଟିକୁ ଆସେ ନାହିଁ । ଏହାଙ୍କ ଦକ୍ଷିଣ ପାର୍ଶ୍ୱରେ ଦୁଇଟି ଛୋଟ ହନୁମାନ ବିଗ୍ରହ ଜଗମୋହନରେ ହନୁମାନଙ୍କ ସମ୍ମୁଖରେ ଲକ୍ଷ୍ମୀ, ସାବିତ୍ରୀ ଓ ଗରୁଡ ଅଛନ୍ତି । ବାମ ପାର୍ଶ୍ୱରେ ଶ୍ରୀଜଗନ୍ନାଥଙ୍କ ଏକ୍କ ମୂର୍ତ୍ତି ମାଧବ ଓ ପାଦ୍ଦେଶରେ ଅଷ୍ଟଧାତୁର ଲଡୁଗୋପାଳ ପୂଜା ପାଉଛନ୍ତି ।
ସୁନାର ଗୌରାଙ୍ଗ
ଏହି ମନ୍ଦିରର ଠାକୁରଙ୍କ ପ୍ରକୃତ ନାମ ହେଉଛି ଶ୍ରୀଗୌରକିଶୋର ଜୀଉ । ଏଠାରେ ଅଷ୍ଟଧାତୁରେ ନିର୍ମିତ ଶ୍ରୀଗୌରଗୋପାଳ ଜୀଉ ପୂଜା ପୌଛନ୍ତି । ଶ୍ରୀଗୌରାଙ୍ଗଙ୍କ ଦେହର ବର୍ଣ୍ଣ ଗୌର ବା ସୁନାର ହୋଇଥିବାରୁ ତାଙ୍କ ନାମ ସୁନାର ଗୌରାଙ୍ଗ ହୋଇଛି । ଶ୍ରୀଗୌରାଙ୍ଗ ମହାପ୍ରଭୁ ବୈଷ୍ଣବ ସମ୍ପ୍ରଦାୟର ହୋଇଥିବାରୁ ଗୌଡ଼ୀୟ ବୈଷ୍ଣବ ଧର୍ମ ପରମ୍ପରାରେ ପୂଜା ପାଆନ୍ତି । ମଠ ପରିସରରେ ଏକ ପୁଷ୍ପ ସମାଧି ଓ ଶ୍ରୀକିଶୋରାନନ୍ଦଙ୍କ ସମାଧି ରହିଛି ।
ଆଧାର
୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ |
ସୌର ବର୍ଷର ଷଷ୍ଠ ମାସ ହେଉଛି କନ୍ୟା ମାସ । ଏହା କନ୍ୟା ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।
ଜ୍ୟୋତିଷୀୟ ପୃଷ୍ଠଭୂମି
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ । ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି କନ୍ୟା ରାଶିରେ ଅବସ୍ଥାନ କରେ ସେହି ସମୟ କନ୍ୟା ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ସେପ୍ଟେମ୍ବରର ମଧ୍ୟ ଭାଗରୁ ଆରମ୍ଭ ହୋଇ ଅକ୍ଟୋବର ମାସର ମଧ୍ୟ ଭାଗରେ ଶେଷ ହୁଏ ।ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ଭାଦ୍ରବ ଓ ଆଶ୍ୱିନ ସହ ଏହା ସମ୍ବନ୍ଧିତ । ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ । ମୂଖ୍ୟତଃ ଭାରତୀୟ ଶରତଋତୁରେ ପଡୁଥିବା ଏହି ସୌର ମାସରେ ଗଣେଶ ପୂଜା, ବିଶ୍ୱକର୍ମା ପୂଜା ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।
ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ଷଷ୍ଠ ସୌର ମାସ (ଆଷ୍ୱିନ) ୧୬ ସେପ୍ଟେମ୍ବର- ୧୫ ଅକ୍ଟୋବର ।
ଅଧିକ ତଥ୍ୟ
"Indian national calendar"
ଆଧାର
ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ
ମାସ |
ଏକ ଭାରତୀୟ ଅଟେ । ଏହା ପଶ୍ଚିମବଙ୍ଗର ହୁଗ୍ଲି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
୨୨.୧୦୮୩ ଉତ୍ତର ଅକ୍ଷାଂଶ ଓ ୮୮.୦୭୮୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩ ଫୁଟ ଉଚ୍ଚତାରେ ରହିଛି ।
ଜନସଂଖ୍ୟା ଓ ସାକ୍ଷରତା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସହରର ମୋଟ ଜନସଂଖ୍ୟା ୨୦୮୨୫ ଅଟେ । ସେଥି ମଧ୍ୟରୁ ୫୩.୦୧% ଜଣ ପରୁଷ ହୋଇଥିବା ବେଳେ ୪୬.୯୯% ଜଣ ନାରୀ ଅଟନ୍ତି । ର ସାକ୍ଷରତା ହାର ୭୨.୦୯% ଅଟେ । ଏହା ଜାତୀୟ ହାରଠାରୁ ୭.୨୫% ପ୍ରତିଶତ କମ ଅଟେ । ସେଥିରୁ ୩୯.୮୧% ପ୍ରତିଶତ ପୁରୁଷ ଓ ୩୨.୨୮% ନାରୀ ଅଟନ୍ତି । ୧୧.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ଭାଷା
ବଙ୍ଗାଳୀ ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ଆଧାର
ବାହାର ଲିଙ୍କ
ପଶ୍ଚିମବଙ୍ଗର ସହର
ବଟ ତିଆରି ଭୌଗଳିକ ପ୍ରସଙ୍ଗ
Cleanup done |
ଏକ ଭାରତୀୟ ଅଟେ । ଏହା ଆସାମର ନଗାଓଁ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସହରର ମୋଟ ଜନସଂଖ୍ୟା ୫୨୪୭ ଅଟେ । ସେଥି ମଧ୍ୟରୁ ୫୧.୭୮% ଜଣ ପରୁଷ ହୋଇଥିବା ବେଳେ ୪୮.୨୨% ଜଣ ନାରୀ ଅଟନ୍ତି । ର ସାକ୍ଷରତା ହାର ୬୭.୧୬% ଅଟେ । ଏହା ଜାତୀୟ ହାରଠାରୁ -୨.୩୨% ପ୍ରତିଶତ କମ ଅଟେ । ସେଥିରୁ ୩୭.୨୦% ପ୍ରତିଶତ ପୁରୁଷ ଓ ୨୯.୯୬% ନାରୀ ଅଟନ୍ତି । ୧୨.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ଭାଷା
ଅହମିଆ ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ଆଧାର
ବାହାର ଲିଙ୍କ
ଆସାମର ସହର
check some error
ବଟ ତିଆରି ଭୌଗଳିକ ପ୍ରସଙ୍ଗ |
ଜାପାନରେ ପ୍ରଶାସନର ତିନୋଟି ସ୍ତର ରହିଛି: ଜାତୀୟ, ରାଜ୍ଯସ୍ତରୀୟ ଏବଂ ମୁନିସିପାଲୀୟ ପ୍ରଶାସନ । ଜାପାନକୁ ରାଷ୍ଟ୍ରୀୟ ସ୍ତରରେ ୪୭ଟି ରାଜ୍ଯରେ ବିଭାଗ କରାଯାଇଛି । ପ୍ରତ୍ଯେକ ରାଜ୍ଯକୁ ଅନେକ ମୁନିସିପାଲିଟିରେ ବିଭକ୍ତ କରାଯାଇଛି । ଜାପାନର ସର୍ବମୋଟ ମୁନିସିପାଲିଟି ସଂଖ୍ଯା ୧,୭୧୯ (୨୦୧୩ ଜାନୁଆରୀରେ) ।. ଜାପାନରେ ଚାରି ପ୍ରକାରର ମୁନିସିପାଲିଟି ଅଛି: ସହର, ନଗର, ଗ୍ରାମ ଏବଂ ବିଶେଷ ସାହି । ଜାପାନୀ ଭାଷାରେ ଏହି ତନ୍ତ୍ରକୁ ଶିକୁଚୋସୋଁ (市区町村) କୁହଯାଏ । ଏଥିରେ ପ୍ରତ୍ଯେକ କାଞ୍ଜି ଏକ ମୁନିସିପାଲିଟିକୁ ସୂଚାଉଛି । କେତେକ ନିର୍ଦ୍ଦେଶିତ ସହରଗୁଡ଼ିକୁ ବିଶେଷ ସାହିରେ ବିଭକ୍ତ କରାଯାଇ ଥାଏ ସତ କିନ୍ତୁ ଟୋକିଓର ବିଶେଷ ସାହି ପରି ଏଗୁଡିକ ମୁନିସିପାଲିଟି ନୁହଁନ୍ତି ।
ସ୍ଥିତି
କୌଣସି ମୁନିସିପାଲିଟିକୁ ଗ୍ରାମ, ନଗର ବା ସହର କୁହାଯିବ ଏହା ଏକ ରାଜ୍ଯସ୍ତରୀୟ ପ୍ରଶାସନଦ୍ୱାରା ନିର୍ଦ୍ଧାରିତ କରାଯାଇ ଥାଏ । ସାଧାରଣତଃ ଯେତେବେଳେ ଏକ ଗ୍ରାମ କିମ୍ବା ନଗରର ଜନସଂଖ୍ୟା ୫୦,୦୦୦ରୁ ଅଧିକ ହୋଇଯାଏ, ଏହାର ପଦୋନ୍ନତି କରାଯାଇ ଏହାକୁ ସହର ବୋଲି କୁହାଯାଏ । ଏକ ସହରର ଜନସଂଖ୍ୟା ୫୦,୦୦୦ରୁ କମିଗଲେ ତାହାକୁ ଗ୍ରାମ କିମ୍ବା ନଗର ବୋଲି ପୁନଃ ନାମିତ କରାଯାଏ ଅବଶ୍ଯ ଏପରି କରିବା ଆବଶ୍ୟକ ନୁହେଁ । ଏଥିରେ ବ୍ଯତିକ୍ରମ ରହିଛି, ସବୁସ୍ଥାନରେ ଏହି ପ୍ରଣାଳୀର ଅନୁସରଣ କରାଯାଇ ନ ଥାଏ । ଉଦାହରଣ ସ୍ବରୂପ; ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ସହର ହେଉଛି ହୋକାଇଦୋର ଉତାଶୀନାଇ-ଶୀ ସହର ଯେଉଁଠାରେ ମାତ୍ର ୪,୦୦୦ ଲୋକ ନିବାସ କରନ୍ତି, ଅପରପକ୍ଷେ ସେହି ରାଜ୍ଯର ଅନ୍ୟ ଏକ ନଗର, ଓତୋଫୁକେ-ଚୋରେ ପାଖାପାଖି ୪୦,୦୦୦ରୁ ଅଧିକ ଲୋକ ବସବାସ କରନ୍ତି । ଜାପାନ ରାଷ୍ଟ୍ରର ସବୁଠାରୁ ବଡ଼ ଗ୍ରାମ ଓକିନାୱାର ୟୋମିତାନ୍ମୁରାରେ ୪୦,୫୧୭ ଲୋକ ବାସ କରନ୍ତି ।
ରାଜଧାନୀ ସହର, ଟୋକିଓକୁ ଆଉ ସହର କୁହାଯାଇ ପାରିବ ନାହିଁ । ଟୋକିଓ ରାଜ୍ଯକୁ ବର୍ତ୍ତମାନ ୨୩ଟି ବିଶେଷ ସାହିରେ ବିଭକ୍ତ କରାଯାଇଛି ଯେଉଁଗୁଡିକ ସହର ସମତୁଲ୍ୟ ଅଟନ୍ତି । ତା ଛଡା ଜାପାନୀ ମୁଖ୍ଯଦ୍ୱୀପ ଏବଂ ନିକଟବର୍ତ୍ତୀ ଦ୍ୱୀପମାନଙ୍କରେ ଅନେକ ସହର, ନଗର ତଥା ଗ୍ରାମ ମଧ୍ଯ ଏହି ରାଜ୍ଯର ଅନ୍ତର୍ଭୁକ୍ତ । ଟୋକିଓର ସମସ୍ତ ବିଶେଷ ସାହି, ନିୟମାନୁସାରେ ସହର ସମତୁଲ୍ୟ କିନ୍ତୁ ବେଳେବେଳେ ସମସ୍ତ ସାହିଗୁଡ଼ିକୁ ଏକାଥରରେ ସହର ବୋଲି ମଧ୍ଯ କୁହାଯାଏ ।
ଉଦାହରଣ
ଦେଖନ୍ତୁ : ଜାପାନର ସହରଗୁଡ଼ିକର ସୂଚୀ
ଆହୁରି ଦେଖନ୍ତୁ : ଜାପାନର ମୁଖ୍ଯ ସହର ସମୂହ
ନିମ୍ନରେ ୨୦ଟି ନିର୍ଦ୍ଦେଶିତ ସହରର ନାମ ସେଗୁଡ଼ିକର ବିଶେଷତା ସହ ଦିଆଗଲା:
ଫୁକୁଓକା, କ୍ଯୁଶୁ ଅଞ୍ଚଳର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର
ହିରୋଶିମା, ହୋଁଶୁ ଦ୍ୱୀପର ଚୁଗୋକୁ ଅଞ୍ଚଳର ଏକ ସହର ଯେଉଁଠାରେ ସର୍ବାଧିକ ନିର୍ମାଣକାରୀ ସଂସ୍ଥା ରହିଛି
କୋବେ, ଓସାକା ପାଖରେ ହୋଁଶୁ ଦ୍ବୀପରେ ଅବସ୍ଥିତ ଅନ୍ତର୍ଭୂମି ସାଗରରେ ଥିବା ଏକ ମୁଖ୍ଯ ବନ୍ଦର ସହର
କିତାକ୍ଯୁଶୁ, କ୍ଯୁଶୁର ଏକ ସହର ଯାହାର ଜନସଂଖ୍ୟା ପ୍ରାୟ ୧ ନିୟୁତ ଟପି ଗଲାଣି
କ୍ଯୋଟୋ, ପୂର୍ବତମ ରାଜଧାନୀ, ଐତିହାସିକ କେନ୍ଦ୍ର ଏବଂ ଆଧୁନିକ ସହର
ନାଗାସାକି, କ୍ଯୁଶୁର ଏକ ବନ୍ଦର ସହର
ନାଗୋୟା, ହୋଁଶୁର ପୂର୍ବ ଉପକୂଳରେ ଥିବା ଯାନବାହନ ନିର୍ମାଣକାରୀ ଅଞ୍ଚଳର କେନ୍ଦ୍ରବିନ୍ଦୁ
ଓସାକା, ହୋଁଶୁର ଅନ୍ତର୍ଭୂମି ସାଗର କୂଳରେ ଥିବା ଏକ ବୃହତ୍ ନିର୍ମାଣକାରୀ ସଂସ୍ଥା ଥିବା ସହର
ସାପ୍ପୋରୋ-ଶୀ, ହୋକାଇଦୋର ସବୁୁଠାରୁ ବଡ଼ ସହର
ସେନ୍ଦାଇ-ଶୀ, ଐଶାନ୍ୟ ହୋଁଶୁ ବା ତୋହୋକୁ ଅଞ୍ଚଳର ମୁଖ୍ଯ କେନ୍ଦ୍ର
ୟୋକୋହାମା, ଟୋକିଓର ଦକ୍ଷିଣରେ ଥିବା ଏକ ବନ୍ଦର ସହର
ଅଣମୁନିସିପାଲିଟି
ବେଳେବେଳେ କାଞ୍ଜି-町କୁ ହିଁ ଏକ ଶିଳ୍ପାଞ୍ଚଳର ବିଭାଗ ପାଇଁ ବ୍ଯବହାର କରାଯାଏ । ଖୁବ୍ କମ୍ ପରିସ୍ଥିତିରେ ଏକ ଗ୍ରାମର ବିଭାଗକୁ ସମାନ କାଞ୍ଜିଦ୍ୱାରା ଚିହ୍ନିତ କରାଯାଇ ଥାଏ । କାଞ୍ଜି ସମାନ ଥିଲେ ମଧ୍ଯ ଏହି ବିଭାଗଗୁଡ଼ିକ ମୁନିସିପାଲିଟି ନୁହଁନ୍ତି । କେତେକ ସମୟରେ ବିଭାଗୀୟ ନାମଟି ଗାପ୍ପେଇର ଅବଶେଷ ରୂପ । ଗାପ୍ପେଇ ହେଉଛି ଏକ ପ୍ରଣାଳୀ, ଯେଉଁଥିରେ ପାଖାପାଖି ବସତିଗୁଡ଼ିକୁ ଏକାଠି କରି ଏକ ବଡ଼ ମୁନିସିପାଲିଟି ଗଠନ କରାଯାଏ । ଏପରି କରିବାଦ୍ୱାରା ପୁରୁଣା ନଗରୀୟ ନାମଗୁଡିକୁ ନୂଆ ସହରର ଏକ ବିଭାଗର ନାମ ପାଇଁ ବ୍ଯବହାର କରାଯାଏ ।
ଉପରାଜ୍ଯଗୁଡ଼ିକ ରାଜ୍ଯମାନଙ୍କର ଶାଖା କାର୍ଯ୍ୟାଳୟ କିନ୍ତୁ ମୁନିସିପାଲିଟି ନୁହଁନ୍ତି ।
ଜିଲ୍ଲାଗୁଡ଼ିକ ବର୍ତ୍ତମାନ ମୁନିସିପାଲିଟି ନୁହଁନ୍ତି କିନ୍ତୁ କେତେକ ନଗର ଓ ଗ୍ରାମଗୁଡ଼ିକର ସାମୂହିକ ନାମ ।
ପ୍ରାନ୍ତଗୁଡ଼ିକ ବର୍ତ୍ତମାନ ମୁନିସିପାଲିଟି ନୁହଁନ୍ତି କିନ୍ତୁ ରାଜ୍ଯସମ ଭୌଗଳିକ ଅଞ୍ଚଳଗୁଡ଼ିକର (ପ୍ରାୟଃ ବିଲୁପ୍ତ) ନାମ ।
ଆହୁରି ଦେଖନ୍ତୁ
ପ୍ରଶାସନିକ ବିଭାଜନ
ଶିଳ୍ପାଞ୍ଚଳ
ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମ
ଟୋକିଓର ୨୩ ବିଶେଷ ସାହି
ଜାପାନୀ ଠିକଣା ପ୍ରକ୍ରିୟା
ଜାପାନୀ ମୁନିସିପାଲିଟିଗୁଡ଼ିକର ଏକତ୍ରୀକରଣ ଓ ବିଲୋପୀକରଣ
ଆଧାର
ଜାପାନ |
୧୧୨୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୧୧୨୭
ବଟ ତିଆରି ବର୍ଷ ଲେଖା |
ଏଷ୍ଟୋନିଆ ଉତ୍ତର ଇଉରୋପରେ ଥିବା ଏକ ଦେଶ।
ଇତିହାସ
ଭୂଗୋଳ
ଧର୍ମ
ପ୍ରଶାସନିକ ବିଭାଜନ
ଭାଷା
ଆଧାର
ବାହାର ତଥ୍ୟ
ସରକାରୀ
The President of Estonia
The Parliament of Estonia
Estonian E-Government
Estonian Ministry of Foreign Affairs
Statistical Office of Estonia
Chief of State and Cabinet Members
ପର୍ଯ୍ୟଟନ
Official gateway to Estonia
E-Estonia Portal
VisitEstonia Portal
ମାନଚିତ୍ର
google.com map of Estonia
ସାଧାରଣ ତଥ୍ୟ
Encyclopedia Estonica
Estonian Institute
BBC News – Estonia country profile
Estonia at UCB Libraries GovPubs
Key Development Forecasts for Estonia from International Futures
ଖବର
Estonian Public Broadcasting
Postimees
Eesti Päevaleht
Õhtuleht
aripaev.ee
Delfi
ଜଳବାୟୁ ଓ ସମୟ
Estonian Meteorological and Hydrological Institute
ଦେଶ
ଇଉରୋପ |
ଅଟିଜିମ୍ (ଇଂରାଜୀ ଭାଷାରେ Autism) ଏକ ତୃଟିଯୁକ୍ତ ଶାରୀରିକ ବିକାଶ (developmental disorder) ଯେଉଁଥିରେ ଅନ୍ୟ ଲୋକମାନଙ୍କ (social interaction|) ସହିତ ସାମାଜିକ ଭାବ ବିନିମୟ ଓ ଯୋଗାଯୋଗ (communication) ସମସ୍ୟା ଦେଖାଯାଏ ଓ ସୀମିତ ତଥା ପୁନଃପୌନିକ ବ୍ୟବହାର (behavior) ଦେଖାଯାଏ । ଶିଶୁର ପ୍ରଥମ ଦୁଇ ବା ତିନି ବର୍ଷ ମଧ୍ୟରେ ରୋଗ ଲକ୍ଷଣ ଲକ୍ଷ କରିପାରନ୍ତି । ସମୟ କ୍ରମେ ଲକ୍ଷଣଗୁଡ଼ିକ ଧୀରେ ବିକଶିତ ହୁଏ, କେତେକ ଶିଶୁ ବିକାଶର ମାଇଲ ଖୁଣ୍ଟରେ (developmental milestones ପହଞ୍ଚିବା ପରେ ଅବସ୍ଥା ହଠାତ ଖରାପ ଦିଗକୁ ଗତି (worsen) କରେ ।
ଅଟିଜିମ୍ ରୋଗ ଉଭୟ ପରିବେଶ (environmental factors) ଓ ଜେନେଟିକ (Genetic) କାରଣରୁ ହୁଏ । ଗର୍ଭାବସ୍ଥାରେ ରୁବେଲା ସଂକ୍ରମଣ, ଭାଲପ୍ରୋଇକ ଏସିଡ (valproic acid), ଆଲକହଲ (ଡାକ୍ତରୀ ବ୍ୟବହାର), କିମ୍ବା କୋକେନ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ପରିବେଶ କାରଣ ଭାବରେ କେତେକ (vaccine hypotheses) ନାମ ଉଲ୍ଲେଖ କରାଯାଇଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରିନାହିଁ । ମସ୍ତିଷ୍କରେ ଥିବା ସ୍ନାୟୁ କୋଷ (nerve cell) ଓ ସିନାପ୍ସଗୁଡ଼ିକର (synapse) ସମାଚାର ସଂସାଧନର ତରିକା ବୁଝିହେଉନାହିଁ ।
ଯଥା ଶୀଘ୍ର ବାକ ଓ ବ୍ୟବହାରୀକ ଥେରାପି (behavioral interventions) ଦେଲେ ଶିଶୁର ନିଜ ଯତ୍ନ, ସାମାଜିକ ଦକ୍ଷତା ଓ ଯୋଗାଯୋଗ ଦକ୍ଷତା ବିକାଶରେ ସାହାଯ୍ୟ ହୁଏ । ଯଦିଓ ଏହା ଆରୋଗ୍ୟ (cure) ହୁଏନି, ତଥାପି କେତେକ ଶିଶୁ ଏହି ରୋଗରୁ ସୁସ୍ଥ ହେଉଛନ୍ତି । ଅନେକ ରୋଗୀ ଯୁବାବସ୍ଥାରେ ସ୍ୱାଧୀନ ଭାବରେ ଚଳିପାରନ୍ତିନି ଓ ଅଳ୍ପ କେତେକ ସଫଳ ହୋଇପାରନ୍ତି । ଏହି ରୋଗ ବିଷୟରେ ଏକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ (autistic culture) ବିକଶିତ ହୋଇଛି; କେତେକ ରୋଗୀ ଆରୋଗ୍ୟ କାମନା କରୁଛନ୍ତି ଓ ଅନ୍ୟମାନେ ଏହାକୁ ରୋଗ ଭାବରେ ବିବେଚନା ନକରି ଏକ ଭିନ୍ନତା ରୂପେ ବିବେଚନା କରିବାକୁ ଅଧିକାର ଆନ୍ଦୋଳନ (accepted as a difference and not treated as a disorder) କରୁଛନ୍ତି ।
ସନ ୨୦୧୫ରେ ସାରା ପୃଥିବୀରେ ୨୪.୮ ନିୟୁତ ଲୋକଙ୍କୁ ଅଟିଜିମ୍ ରୋଗ ହୋଇଥିଲା । ବିଂଶ ଶତାବ୍ଦୀରେ ପୃଥିବୀରେ ପ୍ରତି ୧,୦୦୦ଲୋକରେ ୧-୨ ଜଣକୁ ଏହି ରୋଗ ହୁଏ । ବିକଶିତ ଦେଶମାନଙ୍କରେ (developed countries) ପ୍ରାୟ ୧.୫% ପିଲାଙ୍କର ସନ ୨୦୧୭ରେ ଏଏସଡି ରୋଗ ନିର୍ଣ୍ଣୟ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୦ ମସିହାରେ ଏହାର ୦.୭ % ବୃଦ୍ଧି ହୋଇଥିଲା । ଝିଅଙ୍କ ଅପେକ୍ଷା ପୁଅଙ୍କର ୪-୫ ଗୁଣ ଅଧିକ ରୋଗ ହେବା ଦେଖାଯାଏ । ସନ ୧୯୬୦ ପରଠାରୁ ଏହି ରୋଗୀ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ହୋଇଛି, ଏହା ନିର୍ଣ୍ଣୟ କରିବାର ଉନ୍ନତ ପଦ୍ଧତି ଯୋଗୁ ହେଉଛି କି ପ୍ରକୃତ ବୃଦ୍ଧି ହେଉଛି ତାହା ସମାଧାନ ହୋଇନି ।
ଆଧାର
ଚିକିତ୍ସା ବିଜ୍ଞାନ |
ଜୀବସାର ଗ (ଇଂରାଜୀ ଭାଷାରେ Vitamin C, ଅନ୍ୟ ନାମ ଆସକର୍ବିକ ଏସିଡ/ ascorbic acid ଓ L-ascorbic acid) ଏକ ଜୀବସାର ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । ଖାଦ୍ୟ ଅନୁପୂରକ ଭାବରେ ଏହା ସ୍କର୍ଭି ରୋଗର ଚିକିତ୍ସା ତଥା ପ୍ରତିଷେଧ ଭାବରେ ବ୍ୟବହୃତ ହୁଏ । ଶର୍ଦ୍ଦି ରୋଗର ପ୍ରତିଷେଧ ନିମନ୍ତେ ଜନ ସାଧାରଣଙ୍କୁ ଏହା ଦେବା ସପକ୍ଷରେ କୌଣସି ପ୍ରମାଣ ମିଳୁନାହିଁ । ଏହା ପାଟିରେ ଦିଆଯାଏ ବା ଇଞ୍ଜେକସନ ଆକାରରେ ଦିଆଯାଏ ।
ଦେହ ସାଧାରଣତଃ ଜୀବସାର ଗ ସହ୍ୟ କରିପାରେ । ମାତ୍ରାଧିକ ହେଲେ ପେଟ ଗୋଳମାଳ, ମୁଣ୍ଡବଥା, ନିଦ୍ରା ସମସ୍ୟା ଓ ଚମ ଲାଲ ଦେଖାଯାଏ । ଗର୍ଭାବସ୍ଥାରେ ସାଧାରଣ ମାତ୍ରାରେ ଦେଲେ ଏହ ନିରାପଦ ରହେ । ତନ୍ତୁ (tissue) ମରାମତିରେ ଏହା ଅତ୍ୟାବଶ୍ୟକୀୟ ପୋଷକ (essential nutrient) କାମ କରେ । ଲେମ୍ବୁଜାତୀୟ ଖାଦ୍ୟ (citrus fruit), ଟମାଟୋ (tomato), ଲାଲ ଲଙ୍କା (red pepper|) ଓ ଆଳୁରେ ଏହି ଜୀବସାର ଥାଏ ।
ସନ ୧୯୧୨ରେ ଜୀବସାର ଗ ଆବିଷ୍କୃତ ହୋଇ ସନ ୧୯୨୮ରେ ପୃଥକ କରାଯାଇଥିଲା ଓ ସନ ୧୯୩୩ରେ ପ୍ରଥମେ ତିଆରି କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବଟିକାର ମୂଲ୍ୟ ୦.୦୦୩ରୁ ୦.୦୦୭ ଆମେରିକୀୟ ଡଲାର । ଅନେକ ଦେଶରେ ସକାଳ ଖାଦ୍ୟରେ (breakfast cereal) ଏହା ଯୋଗ କରାଯାଇଥାଏ ।
ଆଧାର
ପୋଷକ ତତ୍ତ୍ୱ
ଔଷଧ |
ରାଜକିଶୋର ମିଶ୍ର (୧୫ ଜାନୁଆରୀ ୧୯୪୨ - ୦୧ ଅକ୍ଟୋବର ୨୦୨୧) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବରେ କାର୍ଯ୍ୟକରିବା ସହ ଓଡ଼ିଶା ରିଭ୍ୟୁ, ଉତ୍କଳ ପ୍ରସଙ୍ଗ ଆଦି ପତ୍ରିକାର ସମ୍ପାଦନା କରିଥିଲେ । ସେ ଶାରଳା ପୁରସ୍କାର ଚୟନ କମିଟିର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ନବୀନ ପଟ୍ଟନାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ଆଦ୍ୟବର୍ଷମାନଙ୍କରେ ରାଜକିଶୋର ତାଙ୍କର ଓଡ଼ିଆ ଶିକ୍ଷକ ଥିଲେ । ଇଂରାଜୀ ଲିପିରେ ଓଡ଼ିଆ ଲେଖା ପଢିବାର କୌଶଳ ନବୀନବାବୁଙ୍କୁ ରାଜକିଶୋର ହିଁ ଶିଖାଇଥିଲେ । ରେଭେନ୍ସା ମହାବିଦ୍ୟାଳୟ ଆଦି କଲେଜରେ ଜଣେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇଥିଲେ । ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ତାଙ୍କର ରୁଚି ଥିଲା ।
ରାଜକିଶୋର, ୧୯୪୨ମସିହାରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳଠାରେ ଜନ୍ମଗ୍ରହଣ କରିଥିଲେ । ଜେଜେବାପା ଥିଲେ ଜଣେ ଜ୍ୟୋତିର୍ବିଦ । ତାଙ୍କଠାରୁ ଉତ୍ତରାଧିକାରୀ ସୁତ୍ରରେ ଏହି ବିଦ୍ୟା ରାଜକିଶୋରଙ୍କ ପାଖକୁ ଆସିଥିଲା । ପିତା ଥିଲେ କବିରାଜ ଗୌରସୁନ୍ଦର ମିଶ୍ର ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଦେବୀ ଥିଲା । ସେ ରେଣୁକା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି ଓ ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।
ରଚନାବଳୀ
ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସର ମରମ କଥା
ବ୍ୟାସକବି ଫକୀରମୋହନ- ପ୍ରୀକର୍ସର ଅଫ ଏ ନ୍ୟୁ ଏରା
୧୮୦୪-ଚାର୍ଲସ ଗୋମସ ରିପୋର୍ଟ
୧୮୦୭ ଜର୍ଜ ୱେବଙ୍କ ରିପୋର୍ଟ
ସିଫ୍ଟିଂ ଅଫ କ୍ୟାପିଟାଲ ଟୁ ଭୁବନେଶ୍ୱର
ନବକଳେବର - ୨୦୧୫
୧୮୬୬ ଗ୍ରେଟ ଫେମିନ
ଭାଷାଭିତ୍ତିକ ଉତ୍କଳ ପ୍ରଦେଶ
ଶ୍ରୀଜଗନ୍ନାଥ ଭଜନ ସାର ସଂଗ୍ରହ
ମଧୁବାବୁ
ନେତାଜୀ ସୁଭାଷ ଚନ୍ଦ୍ର ବୋଷ
ଜିଲ୍ଲା ଗେଜେଟିୟର
ଓଡ଼ିଆ ଭାଷାକୋଷ(ଆର୍ଯ୍ୟ ପ୍ରକାଶନ)
ମୃତ୍ୟୁ
୨୦୨୧ ମସିହା ଅକ୍ଟୋବର ୧ ତାରିଖରେ ରାଜକିଶୋରଙ୍କର ଭୁବନେଶ୍ୱରଠାରେ ପରଲୋକ ଘଟିଥିଲା ।
ଆଧାର
୧୯୪୨ ଜନ୍ମ
୨୦୨୧ ମୃତ୍ୟୁ
ଜଗତସିଂହପୁର ଜିଲ୍ଲାର ଲୋକ
ଓଡ଼ିଆ ଲେଖକ |
ଚୈତନ୍ୟ ପ୍ରସାଦ ସେଠୀ (ଚୈତନ ସେଠୀ ଭାବରେ ଜଣା) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନତା ପରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୫୭ ମସିହାରେ ସୋରୋ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ଶିକ୍ଷା ଓ ପରିବାର
ଚୈତନ୍ୟ ପ୍ରସାଦ ସେଠୀ ୧୯୨୧ ମସିହାର ମାର୍ଚ୍ଚ ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଫକୀର ସେଠୀ । ଚୈତନ୍ୟଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ଥିଲା । ସେ ଉଷାରାଣୀ ସେଠୀଙ୍କୁ ବିବାହ କରିଥିଲେ । ତାଙ୍କର ତିନୋଟି ସନ୍ତାନ ଥିଲେ ।
ରାଜନୈତିକ ଜୀବନ
ଚୈତନ୍ୟ ୧୯୩୫ ମସିହାରେ ବାନର ସେନା ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହାପରେ ସେ ୧୯୩୮ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୧୯୪୨ ମସିହାଯାଏଁ କଂଗ୍ରେସର ଜଣେ ଗୁପ୍ତଚର ଭାବରେ କାର୍ଯ୍ୟ କରିଥିଲେ ।
ସ୍ୱାଧୀନତା ପରେ ଚୈତନ୍ୟ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
ସ୍ୱାଧୀନତା ପରେ ୧୯୫୨ ମସିହାରେ ଓଡ଼ିଶା ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ୧୯୫୭ ମସିହାରେ ୨ୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ହରେକୃଷ୍ଣ ମହତାବ କେନ୍ଦ୍ରକୁ ଚାଲିଯିବାପରେ ଉପନିର୍ବାଚନରେ ଚୈତନ୍ୟ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୬୨ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଚୈତନ୍ୟ ୨୦୦୩ ମସିହାର ଫେବୃଆରୀ ମାସ ୨୬ ତାରିଖଦିନ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଆଧାର
ଓଡ଼ିଆ ଲୋକ
ବାଲେଶ୍ୱର ଜିଲ୍ଲାର ଲୋକ
୧ମ ଓଡ଼ିଶା ବିଧାନ ସଭାର ସଭ୍ୟ
୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
୧୯୨୧ ଜନ୍ମ
୨୦୦୩ ମୃତ୍ୟୁ |
ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ଗୁଣପୁରଠାରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।
ଇତିହାସ
ମୂଳ ମନ୍ଦିରଟି ଶହେ ବର୍ଷରୁ ଅଧିକ ପୁରୁଣା ଓ ତାହା ଜୟପୁର ମହାରାଜା ବିକ୍ରମଦେବଙ୍କଦ୍ୱାରା ପ୍ରତିଷ୍ଠିତ । ନୂତନ ମନ୍ଦିରଟି ୧୯୯୭ ମସିହାରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୮୦ କି.ମି. ଦୂରରେ ଅବସ୍ଥିତ ।
ପାର୍ବଣ
ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।
ଗ୍ୟାଲେରି
ଆହୁରି ଦେଖନ୍ତୁ
ଜଗନ୍ନାଥଙ୍କ ବେଶ
ରଥଯାତ୍ରା
ଆଧାର
ଓଡ଼ିଶାର ହିନ୍ଦୁ ମନ୍ଦିର
ଜଗନ୍ନାଥ ମନ୍ଦିର
ଓଡ଼ିଶା ପର୍ଯ୍ୟଟନ |
ଡ୍ୱେନ ଡଗଲାସ ଜନସନ, ୧୯୭୨ ମସିହା ମଇ ମାସ ଦୁଇ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । 'ଦ ରକ' ନାମରେ ସେ ଲୋକପ୍ରିୟ । ସେ ଜଣେ ଚଳଚ୍ଚିତ୍ର ଅଭିନେତା, ପ୍ରଯୋଜକ ଏବଂ ଅର୍ଦ୍ଧ ଅବସରପ୍ରାପ୍ତ କୁଶଳୀ କୁସ୍ତିବାଜ ମଧ୍ୟ । ସେ ଜଣେ ବଡ଼ କୁସ୍ତିବାଜ ହିସାବରେ ବିଖ୍ୟାତ ।
ତାଙ୍କର ଜୀବନୀ ପୁସ୍ତକ "The Rock Says" ୨୦୦୦ ମସିହାରେ ସବୁଠାରୁ ଅଧିକ ବିକ୍ରିହୋଇଥିବା ବହିବୋଲି ନିଉୟର୍କ ଟାଇମସ ଲେଖିଥିଲା ।
ପ୍ରାରମ୍ଭିକ ଜୀବନ
ଡୱେନ ଡଗଲାସ ଜନସନ, ମଇ ୨, ୧୯୭୨ ମସିହାରେ, କାଲିଫର୍ନିଆର ହାୱାର୍ଡରେ ଆଟା ଜନସନ (ନେ ମାଭିୟା; ଜନ୍ମ ୧୯୪୮) ଏବଂ ପୂର୍ବତନ ପେସାଦାର କୁସ୍ତି ରକି ଜନସନ (ୱେଡ ଡଗଲାସ ବୋଲ୍ସ; ୧୯୪୪-୨୦୨୦)ରେ ଜନ୍ମଗ୍ରହଣ କରିଥିଲେ। ) । ବଡ଼ ହୋଇ, ଜନସନ ତାଙ୍କ ମା'ଙ୍କ ପରିବାର ସହିତ ନ୍ୟୁଜିଲ୍ୟାଣ୍ଡରେ କିଛି ସମୟ ରହିଲେ, ଯେଉଁଠାରେ ସେ ଆମେରିକା ଫେରିବା ପୂର୍ବରୁ ଗ୍ରେ ଲିନର ରିଚମଣ୍ଡ ରୋଡ ପ୍ରାଥମିକ ବିଦ୍ୟାଳୟରେ ପଢ଼ିଥିଲେ । ଏହା ପରେ ସେ କନେକ୍ଟିକଟ୍ର ହାମଡେନ୍ ଯିବା ପୂର୍ବରୁ ଉତ୍ତର କାରୋଲିନାର ଚାର୍ଲୋଟର ମଣ୍ଟକ୍ଲେୟାର ପ୍ରାଥମିକ ବିଦ୍ୟାଳୟରେ ପଢ଼ିଥିଲେ ଏବଂ ସେଠାରେ ସେ ଶେଫର୍ ଗ୍ଲେନ୍ ପ୍ରାଥମିକ ବିଦ୍ୟାଳୟ ଏବଂ ହାମଡେନ୍ ମିଡିଲ୍ ସ୍କୁଲରେ ଦୁଇ ବର୍ଷ ବିତାଇଥିଲେ। ଜନ୍ସନ୍ ତାଙ୍କର ଉଚ୍ଚ ବିଦ୍ୟାଳୟ ବର୍ଷ ହାୱାଇର ହନୋଲୁଲୁରେ ଥିବା ରାଷ୍ଟ୍ରପତି ୱିଲିୟମ୍ ମ୍ୟାକକିନ୍ଲି ହାଇସ୍କୁଲ୍, ଗ୍ଲେନକ୍ଲିଫ୍ ହାଇସ୍କୁଲ୍ ଏବଂ ଟେନେସିର ନାଶଭିଲ୍ଲାର ମ୍ୟାକଗଭକ୍ ହାଇସ୍କୁଲ୍ ଏବଂ ପେନ୍ସିଲଭାନିଆର ବେଥଲେହେମ୍ରେ ଥିବା ଫ୍ରିଡମ୍ ହାଇସ୍କୁଲରେ ଅତିବାହିତ କରିଥିଲେ। ୧୭ ବର୍ଷ ବୟସ ପୂର୍ବରୁ ଯୁଦ୍ଧ, ଚୋରି ଏବଂ ଠକେଇ ଅଭିଯୋଗରେ ତାଙ୍କୁ ଏକାଧିକ ଥର ଗିରଫ କରାଯାଇଥିଲା । ଜନସନ ତାଙ୍କ ହାଇସ୍କୁଲର ଗ୍ରିଡିରନ୍ ଫୁଟବଲ୍, ଟ୍ରାକ୍ ଏବଂ ଫିଲ୍ଡ ଏବଂ ରେସଲିଂ ଦଳରେ ଯୋଗ ଦେଇ କ୍ରୀଡ଼ା ଖେଳିବା ଆରମ୍ଭ କରିଥିଲେ ।
ଫୁଟବଲ ପେଶା
ଜନସନ ଏକ ଫୁଟବଲ୍ ଖେଳାଳି ଥିଲେ ଏବଂ ଅନେକ ଡିଭିଜନରୁ ପ୍ରସ୍ତାବ ପାଇଥିଲେ I ସେ କଲେଜିୟଟ୍ ପ୍ରୋଗ୍ରାମରୁ ପ୍ରସ୍ତାବ ଗ୍ରହଣ କରିଥିଲେ | ସେ ମାଆମି ବିଶ୍ୱବିଦ୍ୟାଳୟରୁ ଏକ ପୂର୍ଣ୍ଣ ଛାତ୍ରବୃତ୍ତି ଉପରେ ସ୍ଥିର କଲେ ଯେଉଁଠାରେ ସେ ପ୍ରାୟତଃ ପ୍ରତିରକ୍ଷା ମୁକାବିଲା କରିଥିଲେ | ୧୯୯୧ ରେ, ସେ ମିଆମି ହରିକାନ୍ସର ଜାତୀୟ ଚାମ୍ପିୟନଶିପ ଦଳରେ ଥିଲେ। ଅନେକ ଆହତ ହେବା ପରେ ପରେ ତାଙ୍କୁ ଷ୍ଟାର୍ ଲାଇନ୍ଅପ୍ରେ ଫାମର ୱାରେନ୍ ସପ୍ଙ୍କ ଭବିଷ୍ୟତର ପ୍ରୋ ଫୁଟବଲ୍ ହଲ୍ଦ୍ୱାରା ସ୍ଥାନିତ କରାଯାଇଥିଲା |
ଜନସନ ୧୯୯୫ରେ ସ୍ନାତକୋତ୍ତର ଏବଂ ଫିଜିଓଲୋଜିରେ ସ୍ନାତକୋତ୍ତର ସ୍ନାତକ ହାସଲ କରିବା ପରେ, ସେ କାନାଡାର ଫୁଟବଲ ଲିଗର କଲଗରୀ ଷ୍ଟାମ୍ପେଡର୍ସଙ୍କ ସହ ଲାଇନ ବ୍ୟାକର ଭାବରେ ଚୁକ୍ତି କରିଥିଲେ। ତାଙ୍କୁ ଅଭ୍ୟାସ ରୋଷ୍ଟରରେ ନିଯୁକ୍ତ କରାଯାଇଥିଲା କିନ୍ତୁ ଦ୍ୱିତୀୟ ସିଜନରେ ଦୁଇମାସ କଟାଯାଇଥିଲା।
ଆଧାର
୧୯୭୨ ଜନ୍ମ
ଜୀବିତ ବ୍ୟକ୍ତି |
ଏକ ଭାରତୀୟ ଅଟେ । ଏହା ବିହାରର ଭୋଜ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
୨୫.୩୨୯୯ ଉତ୍ତର ଅକ୍ଷାଂଶ ଓ ୮୪.୪୦୮୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୪୬ ଫୁଟ ଉଚ୍ଚତାରେ ରହିଛି ।
ଜନସଂଖ୍ୟା ଓ ସାକ୍ଷରତା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସହରର ମୋଟ ଜନସଂଖ୍ୟା ୨୫୬୩୮ ଅଟେ । ସେଥି ମଧ୍ୟରୁ ୫୨.୯୯% ଜଣ ପରୁଷ ହୋଇଥିବା ବେଳେ ୪୭.୦୧% ଜଣ ନାରୀ ଅଟନ୍ତି । ର ସାକ୍ଷରତା ହାର ୫୫.୬୭% ଅଟେ । ଏହା ଜାତୀୟ ହାରଠାରୁ ୯.୧୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୩୦% ପ୍ରତିଶତ ପୁରୁଷ ଓ ୨୧.୩୭% ନାରୀ ଅଟନ୍ତି । ୧୮.୪୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ଭାଷା
ହିନ୍ଦୀ ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ଆଧାର
ବାହାର ଲିଙ୍କ
ବିହାରର ସହର
check for some major data errors
ବଟ ତିଆରି ଭୌଗଳିକ ପ୍ରସଙ୍ଗ |
ସାକେରୀ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି ଅଧୀନରେ ଥିବା ଏକ ଗ୍ରାମ ଏବଂ ଗ୍ରାମପଞ୍ଚାୟତ ।
ନୟାଗଡ଼ ଜିଲ୍ଲାର ଗାଆଁ ଓ ସହର |
ରାଜସାହୀ ଜିଲ୍ଲା ()ବାଂଲାଦେଶର ଉତ୍ତର ପଶ୍ଚିମରେ ଥିବା ଏକ ଜିଲ୍ଲା । ଏହା ରାଜଶହି ଡିଭିଜନର ଅନର୍ଗତ । ଏହାର ମୁଖ୍ୟାଳୟ ରାଜସାହି ମେଟ୍ରୋ ସହର ।
ଭୌଗୋଳିକ ସ୍ଥିତି
ରାଜଶହିର ଭୌଗୋଳିକ ଅବସ୍ଥିତ BD 24.40°N 88.50°E ଠାରେ । ଏହାର ଉତ୍ତରରେ ନାଅଗାଁ, ପୂର୍ବକୁ ନାଟୋରେ ଜିଲା ଓ ଦକ୍ଷିଣରେ ନବାବଦବ୍ଜ ଜିଲ୍ଲା ଓ ପଦ୍ମାନଦୀ ରହିଛି ।
Rivers
ଏହି ଜିଲ୍ଲା ଦେଇ ସମୁଦାଯ 146 କିଲୋମିଟର ଦୀର୍ଘ 10ଟି ନଦୀ ପ୍ରବାହିତ । ଏଠି ମଧ୍ୟରୁ ମହାନନ୍ଦା , ବରାଳ , ପଦ୍ମା ଓ ବରଣୟ ନଦୀ ପ୍ରମୁଖ ।
Communications
ଏହି ଜିଲ୍ଲାରେ ସମୁଦାଯ 1270 କିଲୋମିଟର ପକ୍କା ରାସ୍ତା ସହ 6ଟି ରେଳପଥ ଯାଇଛି । ଏହା ଦେଶର ଅନନ୍ୟ ଭାଗ ସହ ଉତ୍ତମ ଭାବରେ ସଂଯୁକ୍ତ ।
ଶିଳ୍କ ସହର
ଏହାକୁ ବାଂଲାଦେଶର ଶିଳ୍କ ସହର କୁହାଯାଏ । ଏଠାରେ ଶିଳ୍କ ଶିଳ୍ପ ରହିଛି ଓ ଏଠାରୁ ଏକ ଏକ୍ସପ୍ରେସ ଟ୍ରେନକୁ ଶିଳ୍କ ଏକ୍ସପ୍ରେସ ନାମରେ ନମିତା କରାଯାଇଛି । ରାଜଶହି ଜିଲ୍ଲା ଆମ୍ବ ଚାଷ ଓ ଶିଳ୍କ ଚାଷ ପାଇଁ ପ୍ରସିଦ୍ଧ ।
ଦର୍ଶନୀୟ ସ୍ଥଳ
ପୁଠିଆ ମନ୍ଦିର
ହଜରତ ଶାହ କବର
କିସ୍ମତ ମଡିଆ ମସ୍ଜିଦ
ଭଘା ମସଜିଦ
ବଗଧନୀ ମସଜିଦ
ବଡା କୁଠି
ତଲନୋ ଶିବ ମନ୍ଦିର
ପୁନଶ୍ଚ ଦେଖଣା
Districts of Bangladesh
Faridpur District
Rajbari District
ଆଧାର |
ପ୍ରବହମାନ ଜଳର ଯାନ୍ତ୍ରିକ ଶକ୍ତି ବା ଗଚ୍ଛିତ ଜଳର ସ୍ଥିତିଜ ଶକ୍ତି ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହେଲେ ତାହାକୁ ଜଳ ବିଦ୍ୟୁତ୍ କୁହାଯାଏ । ଏକ ଆକଳନ ଅନୁସାରେ ୨୦୧୫ରେ ବିଶ୍ୱରେ ଉତ୍ପାଦିତ ସମସ୍ତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୧୬.୬% ଏବଂ ନବୀକରଣୀୟ ଉତ୍ସରୁ ଜାତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୭୦% ଅଂଶ ଜଳ ବିଦ୍ୟୁତରୁ ମିଳିଥାଏ । ଏହି ପରିମାଣ ପ୍ରତି ବର୍ଷ ହାରାହାରି ୩.୧% ହିସାବରେ ଏହା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ୨୦୧୩ର ଏକ ଗଣନା ଅନୁସାରେ ବିଶ୍ୱର ପ୍ରାୟ ୧୫୦ଟି ଦେଶରେ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଏ । ସମଗ୍ର ଜଳ ବିଦ୍ୟୁତର ପ୍ରାୟ ୩୩% ଏସିଆର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଦେଶମାନଙ୍କରୁ ମିଳେ । ତନ୍ମଧ୍ୟରୁ ଜଳ-ବିଦ୍ୟୁତ୍ ଉତ୍ପାଦନରେ ଚୀନ ପ୍ରଥମ ।
ଜଳ ଏକ ନବୀକରଣୀୟ ଶକ୍ତିଉତ୍ସ ଓ ଜଳ ବିଦ୍ୟୁତ୍ ଉତ୍ପାଦନରେ ଖର୍ଚ୍ଚ ସବୁଠାରୁ କମ୍ ହୋଇଥାଏ । ତାପଜ ବିଦ୍ୟୁତ୍ କେନ୍ଦ୍ରରେ କୋଇଲା ବା ଗ୍ୟାସ୍ ବ୍ୟବହୃତ ହୋଇ ଶକ୍ତିଉତ୍ସର କ୍ଷୟ ହୁଏ । କିନ୍ତୁ ଜଳ ବିଦ୍ୟୁତ୍ କେନ୍ଦ୍ରରେ ଜଳର କ୍ଷୟ ହୁଏନାହିଁ । ଜଳ ବିଦ୍ୟୁତ୍ କେନ୍ଦ୍ରରେ ଜଳଭଣ୍ଡାର ରହିଥିଲେ, ଆବଶ୍ୟକତା ମୁତାବକ ଜଳ ଛାଡ଼ି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ସାଧାରଣ ଉପଭୋକ୍ତାଙ୍କଦ୍ୱାରା ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ମାପ ଦିନସାରା ସମାନ ନଥାଏ । ସକାଳେ କମ୍, ସନ୍ଧ୍ୟା ସମୟରେ ସର୍ବାଧିକ ଓ ରାତିରେ କମ୍ ବିଦ୍ୟୁତ୍ ଶକ୍ତି ବ୍ୟବହୃତ ହୁଏ । ଦିନସାରାରେ ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ଅଧିକାଂଶ ଭାଗ ତାପଜ ବା ନ୍ୟୁକ୍ଳୀୟ ବିଦ୍ୟୁତ୍ ପରିପୂରଣ କରିଥାଏ । କିନ୍ତୁ ଦିନର ଯେ କୌଣସି ସମୟରେ ବିଦ୍ୟୁତ୍ ଚାହିଦା ବଢ଼ିଲେ ତୁରନ୍ତ ଜଳ ବିଦ୍ୟୁତ୍ ସୃଷ୍ଟି କରାଯାଇପାରିବ । ଏହି ପ୍ରକାରର ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ପ୍ରାୟ କୌଣସି ବର୍ଯ୍ୟବସ୍ତୁ ନିଷ୍କାସନର ଆବଶ୍ୟକତା ନଥାଏ ଓ ଏଥିରୁ ବାହାରୁଥିବା ସବୁଜଘର ଗ୍ୟାସର ପରିମାଣ ଖୁବ୍ କମ୍ ।
ଇତିହାସ
ବହୁ ଦିନରୁ ଜଳର ଶକ୍ତିକୁ ଅଟାକଳରେ ବ୍ୟବହାର କରାଯାଉଥିଲା । ୧୭୭୦ ଦଶକର ମଧ୍ୟଭାଗରେ ଫରାସୀ ଯନ୍ତ୍ରୀ ବର୍ନାର୍ଡ୍ ଫରେଷ୍ଟ୍ ଦେ ବେଲିଦୋ ହାଇଡ୍ରଲିକ୍ ଯନ୍ତ୍ର ବିଷୟରେ ଲେଖିଥିଲେ । ୧୯ଶ ଶତାବ୍ଦୀ ବେଳକୁ ବୈଦୁତିକ ଜେନେରେଟର୍ ଆବିଷ୍କୃତ ହେଲା ଓ ଏହାକୁ ହାଇଡ୍ରଲିକ୍ ଯନ୍ତ୍ର ସହିତ ସଂଯୋଗ କରାଯାଇ ପାରିଲା । ପରବର୍ତ୍ତୀ ସମୟରେ ଶିଳ୍ପ ବିପ୍ଳବ ଯୋଗୁଁ ଯାନ୍ତ୍ରିକ କ୍ଷେତ୍ରରେ ବିକାଶ ଜରୁରୀ ହୋଇପଡ଼ିଲା । ୧୮୭୮ରେ ଇଂଲଣ୍ଡର ୱିଲିୟମ୍ ଜର୍ଜ୍ ଆର୍ମଷ୍ଟ୍ରଂଗ୍ ପ୍ରଥମ ଜଳ ବିଦ୍ୟୁତ୍ ଉତ୍ପାଦନ କରି ନିଜର ଚିତ୍ରଶାଳାରେ ଗୋଟିଏ ବତୀ ଜଳାଇବାରେ ସମର୍ଥ ହୋଇଥିଲେ । ନାଏଗ୍ରା ଜଳପ୍ରପାତ ନିକଟବର୍ତ୍ତୀ ବିଦ୍ୟୁତ୍ କେନ୍ଦ୍ରରେ ୧୮୮୧ରୁ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା । ଆମେରିକାର ଆପଲଟନ୍ (ୱିସ୍କନ୍-ସିନ୍)ରେ ୧୨.୫ କିଲୋୱାଟବିଶିଷ୍ଟ କ୍ଷୁଦ୍ର ଓ ପ୍ରଥମ ପ୍ରକାରର ଜଳ ବିଦ୍ୟୁତ୍ କେନ୍ଦ୍ର (ଭଲ୍କାନ୍ ଷ୍ଟ୍ରିଟ୍ ପ୍ଲାଣ୍ଟ୍) ୩୦ ସେପ୍ଟେମ୍ବର୍ ୧୮୮୨ରେ କାର୍ଯ୍ୟକ୍ଷମ ହେଲା ।
୧୮୮୬ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ୪୫ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସାରିଥିଲା । ୧୮୮୯ ମସିହା ବେଳକୁ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦ଟି ଜଳ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠିତ ହୋଇସାରିଥିଲା । ୨୦ଶ ଶତାବ୍ଦୀର ଆରମ୍ଭରେ ବିଭିନ୍ନ ବ୍ୟବସାୟିକ ଓ ଶିଳ୍ପ ଅନୁଷ୍ଠାନ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଥିଲେ । ୧୯୨୦ ମସିହା ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ୪୦% ଶକ୍ତି ଜଳରୁ ଉତ୍ପନ୍ନ ହେଉଥିବାରୁ “ଫେଡେରାଲ୍ ପାୱାର୍ ଆକ୍ଟ୍”ର ପ୍ରଣୟନ କରାଗଲା । ଏହି ନିୟମାନୁଯାୟୀ ଫେଡେରାଲ୍ ପାୱାର୍ କମିଶନ୍ ହାତରେ ବିଦ୍ୟୁତ୍ ଉତ୍ପାଦନର ନିୟନ୍ତ୍ରଣ ରହିଲା । କ୍ରମେ ବିଦ୍ୟୁତ୍ କେନ୍ଦ୍ରଗୁଡିକ ଆକାରରେ ବଡ଼ ହେବାକୁ ଲାଗିଲା । ତେଣୁ ଗୋଟିଏ ପ୍ରକଳ୍ପଦ୍ୱାରା ବିଦ୍ୟୁତ୍ ଉତ୍ପାଦନ, ଜଳ ସେଚନ, ବନ୍ୟା ନିୟନ୍ତ୍ରଣ, ଜଳପଥରେ ଯୋଗାଯୋଗ ଏପରି ଅନେକ କାର୍ଯ୍ୟ ସମ୍ଭବପର ହେଲା ।
୨୦ଶ ଶତାବ୍ଦୀରେ ଜଳ ବିଦ୍ୟୁତ୍ କେନ୍ଦ୍ରମାନଙ୍କ ମାନ ଓ ଗୁଣବତ୍ତା ବଢ଼ିବାରେ ଲାଗିଛି । ୧୯୩୬ ମସିହା ପର୍ଯ୍ୟନ୍ତ ବିଶ୍ୱର ସର୍ବାଧିକ କ୍ଷମତା ସମ୍ପନ୍ନ ହୁଭର୍ ଡ୍ୟାମ୍ ୧,୩୪୫ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରୁଥିଲା । ଏହାପରେ ୧୯୪୨ ମସିହାରେ ୬,୮୦୯ ମେଗାୱାଟ୍ କ୍ଷମତା ସମ୍ପନ୍ନ ଗ୍ରାଣ୍ଡ୍ କୌଲି ଡ୍ୟାମ୍; ୧୯୮୪ ମସିହାରେ ଦକ୍ଷିଣ ଆମେରିକାର ୧୪,୦୦୦ ମେଗାୱାଟର ଇଟାଇପୁ ଡ୍ୟାମ୍, ୨୦୦୮ ମସିହାରେ ୨୨,୫୦୦ ମେଗାୱାଟ୍ କ୍ଷମତା ସମ୍ପନ୍ନ ଚୀନର “ଥ୍ରୀ ଗୋର୍ଜେସ୍ ଡ୍ୟାମ୍” (ତିନୋଟି ଗଣ୍ଡବିଶିଷ୍ଟ ନଦୀବନ୍ଧ) ଜଳ ବିଦ୍ୟୁତ୍ କ୍ଷେତ୍ରରେ ନୂଆ ବୈଷୟିକ ଜ୍ଞାନ ଓ କୌଶଳର ବିକାଶ ଯୋଗୁଁ ସମ୍ଭବପର ହୋଇପାରିଛି । ଜଳ ବିଦ୍ୟୁତ୍ କ୍ରମଶଃ ନରୱେ, କଙ୍ଗୋ, ପାରାଗୁଏ, ବ୍ରାଜିଲ୍ ଭଳି ଦେଶର ୮୫% ବିଦ୍ୟୁତ୍ ଚାହିଦା ପୂରଣ କରିବାରେ ସମର୍ଥ ହୋଇପାରିବ ବୋଲି ଆଶା କରାଯାଉଛି ।
ଭବିଷ୍ୟତ ପାଇଁ ଜଳ ବିଦ୍ୟୁତ୍ କ୍ଷମତା
ଜଳ ପ୍ରବାହ ତଥ୍ୟକୁ ଅବଲୋକନ କଲେ ବର୍ତ୍ତମାନର ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୟୁରୋପରେ ୭୧%, ଉତ୍ତର ଆମେରିକାରେ ୭୫%, ଦକ୍ଷିଣ ଆମେରିକାରେ ୭୯%, ଆଫ୍ରିକାରେ ୯୫%, ଭୂମଧ୍ୟ ସାଗର ନିକଟବର୍ତ୍ତୀ ଦେଶମାନଙ୍କରେ ୯୫% ଓ ପ୍ରଶାନ୍ତ ମହାସାଗରୀୟ ଏସୀୟ ଦେଶମାନଙ୍କରେ ୮୨%ର ବୃଦ୍ଧି ହୋଇପାରିବ । ରାଜନୈତିକ ପରିସ୍ଥିତି ଓ ଇଚ୍ଛାଶକ୍ତି, ଆର୍ଥିକ କ୍ଷମତା ଓ ବୈଦୁତିକ ପରିବହନର ନୈରାଶ୍ୟଜନକ ବିକାଶ ଓ ଅନ୍ୟାନ୍ୟ କାରଣ ଯୋଗୁଁ ୨୦୫୦ ମସିହା ବେଳକୁ ଏହି ଉପଲବ୍ଧ କ୍ଷମତାର ୨୫% ଉପଯୋଗ କରିହେବ ବୋଲି ଆଶା କରାଯାଉଛି । ଏହି ବୃଦ୍ଧିରେ ଏସିଆ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ସ୍ୱିଜରଲ୍ୟାଣ୍ଡ୍ ଓ ମେକ୍ସିକୋ ନିଜର ଉପଲବ୍ଧ ଜଳ ସମ୍ବଳର ସର୍ବାଧିକ ବିନିଯୋଗ କରୁଛନ୍ତି ଓ ଏହି ଦେଶମାନଙ୍କରେ ଯଥାକ୍ରମେ ଆଉ ୧୨% ଓ ୨୦% ବୃଦ୍ଧି ସମ୍ଭବପର ।
ବିଦ୍ୟୁତ୍ ଉତ୍ପାଦନ ପ୍ରଣାଳୀ
ପାରମ୍ପରିକ ପ୍ରଣାଳୀ
ଜଳଭଣ୍ଡାରରେ ସଂରକ୍ଷିତ ପାଣିକୁ ଟର୍ବାଇନ୍ ପର୍ଯ୍ୟନ୍ତ ପ୍ରବାହିତ କରାଇଲେ ଜଳର ସ୍ଥିତିଜ ଶକ୍ତି ଜେନେରେଟରରେ ବୈଦୁତିକ ଶକ୍ତିରେ ରୂପାନ୍ତରିତ ହୁଏ । ଏହି ଶକ୍ତିର ମାପ ଭଣ୍ଡାରରେ ଗଚ୍ଛିତ ଜଳର ଆୟତନ ଓ ବସ୍ତୁତ୍ୱକେନ୍ଦ୍ରରୁ ନିଷ୍କାସନ ପଥର ଗଭୀରତା ଉପରେ ନିର୍ଭର କରେ । ଏହି ଗଭୀରତାକୁ ଯାନ୍ତ୍ରିକ ଭାଷାରେ “ହେଡ୍” କୁହାଯାଏ । ଯେଉଁ ବିରାଟ ପାଇପ୍ ଯୋଗେ ପାଣି ଭଣ୍ଡାରରୁ ଟର୍ବାଇନ୍ ପର୍ଯ୍ୟନ୍ତ ପହଞ୍ଚେ ତାକୁ “ପେନଷ୍ଟକ୍” କୁହାଯାଏ ।
ଉଚ୍ଚତା ଅନୁଯାୟୀ ଉଚ୍ଚ ଜଳବିଦ୍ୟୁତ୍ ପ୍ରକଳ୍ପ, ମଧ୍ୟମ ଜଳବିଦ୍ୟୁତ୍ ପ୍ରକଳ୍ପ ଓ ନିମ୍ନ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରାଯାଏ । ପାହାଡ଼ ଉପରେ ଜଳ ଭଣ୍ଡାର ଓ ପାହାଡ଼ ତଳେ ଟର୍ବାଇନ୍ ଥିଲେ ଏହାକୁ ଉଚ୍ଚ ଶ୍ରେଣୀଭୁକ୍ତ କରାଯାଏ । ଦୁଇଟି ପାହାଡ଼ର ଉପତ୍ୟକାରେ ଜଳ ଭଣ୍ଡାର ନିର୍ମାଣ କରାଯାଇ ଅପେକ୍ଷାକୃତ ଛୋଟ ପେନଷ୍ଟକ୍ଦ୍ୱାରା ଜଳ ଟର୍ବାଇନ୍ ପର୍ଯ୍ୟନ୍ତ ପହଞ୍ଚିଲେ ସେଗୁଡ଼ିକୁ ଉଚ୍ଚତା ଅନୁଯାୟୀ ମଧ୍ୟମ ଓ ନିମ୍ନ ଶ୍ରେଣୀରେ ପରିଗଣିତ କରାଯାଏ ।
ପମ୍ପ୍ ପ୍ରଣାଳୀ
ଗୋଟିଏ ବିଦ୍ୟୁତ୍- ପ୍ରକଳ୍ପ ମଧ୍ୟରେ ଭିନ୍ନ ଭିନ୍ନ ଉଚ୍ଚତାରେ ଅନେକ ଜଳ ଭଣ୍ଡାର ନିର୍ମାଣ କରିବା ସମ୍ଭବପର । ବିଦ୍ୟୁତ୍ ଚାହିଦାରେ ଆକସ୍ମିକ ବୃଦ୍ଧି ସମୟରେ ପମ୍ପ୍ ପ୍ରଣାଳୀ ଅତ୍ୟନ୍ତ ଉପଯୋଗୀ । ନିମ୍ନ ଚାହିଦା ସମୟରେ ଆବଶ୍ୟକତାରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରି ତଳ ଭଣ୍ଡାରରୁ ଉଚ୍ଚ ଭଣ୍ଡାରକୁ ଜଳ ସ୍ଥାନାନ୍ତର କରାଯାଏ । ଚାହିଦା ବଢ଼ିଲେ ଉଚ୍ଚ ଭଣ୍ଡାରରୁ ଟର୍ବାଇନ୍ ଦେଇ ତଳ ଭଣ୍ଡାର ଓ ତଳ ଭଣ୍ଡାରରୁ ଅନ୍ୟ ଏକ ଟର୍ବାଇନ୍ ଦେଇ ନଦୀଶଯ୍ୟାକୁ ଜଳ ଛଡ଼ାଯାଏ । ଏପରି କରିବାଦ୍ୱାରା ଉପଲବ୍ଧ ଜଳର ଉପଯୋଗ କରି ଦୁଇଟି ସ୍ଥାନରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରେ । ପମ୍ପ୍ ପ୍ରଣାଳୀ ବ୍ୟବସାୟିକ ଦୃଷ୍ଟିରୁ ଉପଯୋଗୀ ।
ପ୍ରବହମାନ ନଦୀ ପ୍ରଣାଳୀ
ଏହି ପ୍ରକାରର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଜଳ ସଂରକ୍ଷଣ କରିବାର ସୁଯୋଗ ନଥାଏ । ତେଣୁ ଉପରମୁଣ୍ଡରୁ ଅନବରତ ପାଣି ପ୍ରବାହିତ ହୋଇ ବିଦ୍ୟୁତ୍ ଉତ୍ପାଦନ ହୁଏ । କୌଣସି ନଦୀ ବା ହ୍ରଦରୁ ନିୟମିତ ଜଳପ୍ରବାହ ହେଉଥିଲେ ଓ ସେ ସ୍ଥାନର ଭୌଗୋଳିକ ପରିବେଶରେ ଭଣ୍ଡାର ନିର୍ମାଣ ସମ୍ଭବପର ନ ହୋଇପାରିଲେ, ପ୍ରବହମାନ ପଦ୍ଧତି ଅବଲମ୍ବନ କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବହମାନ ପଦ୍ଧତିରେ ପ୍ରାୟ ୬୦,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପନ୍ନ ହୋଇଥାଏ ।
ଜୁଆର-ଭଟ୍ଟା
ସାମୁଦ୍ରିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସମୁଦ୍ର ପତନର ଦୈନିକ ପରିବର୍ତ୍ତନର ବିନିଯୋଗ କରିଥାଏ । ଜୁଆର ଓ ଭଟ୍ଟା ଦୈନିକ ପ୍ରାକୃତିକ ପ୍ରକ୍ରିୟା ଓ ଏମାନଙ୍କୁ ସହଜରେ ମପାଯାଇପାରେ । ଏହି ପ୍ରକାରର ବିଦ୍ୟୁତ୍ କେନ୍ଦ୍ରରେ କେତେ ସମୁଦ୍ରକୂଳରେ ଭଣ୍ଡାର ନିର୍ମାଣ କରିବାର ସୁଯୋଗ ଥିଲେ ଜଳ ଗଚ୍ଛିତ କରି ରଖାଯାଏ ଏବଂ ବିଦ୍ୟୁତ୍ ଚାହିଦା ବଢ଼ିଲେ ଉତ୍ପାଦନରେ ସହାୟକ ହୋଇଥାଏ । କିନ୍ତୁ ପୃଥିବୀର ବହୁ କମ୍ ସ୍ଥାନରେ ଜୁଆର-ଭଟ୍ଟାର ବିନିଯୋଗ ସମ୍ଭବପର ହୋଇପାରିଛି । ଏକ ଗଣନା ଅନୁସାରେ, ଇଂଲଣ୍ଡରେ ୮ଟି ସ୍ଥାନରେ ଏପରି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ନିର୍ମାଣ ହେଲେ ଏହା ୨୦% ବିଦ୍ୟୁତ୍ ଯୋଗାଣ କରିପାରିବ ।
ଜଳବିଦ୍ୟୁତ୍ କେନ୍ଦ୍ରର କ୍ଷମତା ଓ ପ୍ରକାରଭେଦ
ବୃହତ୍ ଜଳବିଦ୍ୟୁତ୍ ପ୍ରକଳ୍ପ
ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଅନୁଯାୟୀ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ପ୍ରକାର ନିର୍ଣ୍ଣୟ କରାଯାଏ । ବୃହତ୍ ପ୍ରକଳ୍ପ ନ୍ୟୁକ୍ଳୀୟ ପ୍ରକଳ୍ପଠାରୁ ୨ ଗୁଣ ବିଦ୍ୟୁତ୍ ଉତାପାଦନର କ୍ଷମତା ରଖିପାରେ । କେତେ ଶହ ମେଗାୱାଟରୁ ଉର୍ଦ୍ଧ୍ୱ କ୍ଷମତାବିଶିଷ୍ଟ ପ୍ରକଳ୍ପ ଏହି ଶ୍ରେଣୀରେ ପରିଗଣିତ ହୁଅନ୍ତି । ବର୍ତ୍ତମାନ ବିଶ୍ୱରେ ୧୦ ଗିଗାୱାଟ୍ (୧୦,୦୦୦ ମେଗାୱାଟ୍) କ୍ଷମତା ବିଶିଷ୍ଟ ୪ଟି ପ୍ରକଳ୍ପ ରହିଛି ।
କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ
୧୦ ମେଗାୱାଟ୍ ପର୍ଯ୍ୟନ୍ତ କ୍ଷମତାବିଶିଷ୍ଟ ପ୍ରକଳ୍ପ ଏହି ଶ୍ରେଣୀରେ ପରିଗଣିତ ହୋଇପାରନ୍ତି । କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ଓ ୩୦ ମେଗାୱାଟ୍ କ୍ଷମତାର ପ୍ରକଳ୍ପମାନଙ୍କୁ ଏହି ଶ୍ରେଣୀଭୁକ୍ତ କରାଯାଏ । ମୁଖ୍ୟତଃ ସର୍ବାଧିକ ପ୍ରକଳ୍ପ ଏହି ଶ୍ରେଣୀର ଓ ବୈଦୁତିକ ପରିବହନ ଓ ବିତରଣ ଗ୍ରିଡ୍ ସହ ଏମାନେ ସଂଯୁକ୍ତ ରହିଥାନ୍ତି ।
ଅତିକ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ
୧୦୦ କିଲୋୱାଟ୍ ପର୍ଯ୍ୟନ୍ତ ଏହି ଶ୍ରେଣୀର ପ୍ରକଳ୍ପ ବିଦ୍ୟୁତ୍ ଉତ୍ପାଦନ କରିପାରନ୍ତି । ଖୁବ୍ କମ୍ ଅତିକ୍ଷୁଦ୍ର ପ୍ରକଳ୍ପ ପରିବହନ ଓ ବିତରଣ ଗ୍ରିଡ୍ ସହିତ ସଂଯୁକ୍ତ । ଏଗୁଡିକ ଛୋଟ ମହର ବା ଶିଳ୍ପାଞ୍ଚଳକୁ ବିଦ୍ୟୁତ୍ ଯୋଗାନ୍ତି । ସୌରଶକ୍ତି ଓ ଅତିକ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ କେତେକ ଅଞ୍ଚଳରେ ପରିପୂରକ ବିଦ୍ୟୁତ୍ ଉତ୍ସଭାବେ ବ୍ୟବହୃତ ହୁଏ । ଖରାଦିନେ ସୌର ଓ ବର୍ଷା ବା ଶୀତ ଦିନରେ ଜଳ ବିଦ୍ୟୁତ୍ ଉତ୍ପାଦନରେ ସହାୟକ ହୁଅନ୍ତି ।
ପିକୋ ଜଳବିଦ୍ୟୁତ୍ ପ୍ରକଳ୍ପ
୫ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରୁଥିବା ପ୍ରକଳ୍ପକୁ ପିକୋ ପ୍ରକଳ୍ପ କୁହାଯାଏ । ଏଗୁଡ଼ିକ ମୁଖ୍ୟତଃ ପ୍ରବହମାନ ପ୍ରଣାଳୀର ବ୍ୟବହାର କରନ୍ତି । ଏପରି ପ୍ରକଳ୍ପଦ୍ୱାରା ଅଳ୍ପକିଛି ଘରକୁ ବିଦ୍ୟୁତ୍ ଯୋଗାଣ ହୋଇପାରିବ ।
ଭୂତଳ ଜଳବିଦ୍ୟୁତ୍ ପ୍ରକଳ୍ପ
ଉଚ୍ଚରୁ ପଡ଼ୁଥିବା ପାଣିକୁ ଭୂତଳ ଟନେଲ୍ ଯୋଗେ ଟର୍ବାଇନ୍ ପର୍ଯ୍ୟନ୍ତ ନିଆଯାଏ ।
ଜଳବିଦ୍ୟୁତ୍ ପ୍ରକଳ୍ପର ଉପଯୋଗିତା ଓ ଅପକାରିତା
ଉପଯୋଗିତା
୧. ଜଳ ବିଦ୍ୟୁତ୍ ପ୍ରକଳ୍ପମାନଙ୍କରେ ବ୍ୟବହୃତ ଟର୍ବାଇନ୍ ଖୁବ୍ ଶୀଘ୍ର ଆରମ୍ଭ ବା ବନ୍ଦ କରାଯାଇପାରିବ । ୬୦ରୁ ୯୦ ମିନିଟ୍ ମଧ୍ୟରେ ଏଥିରେ ଶୂନ୍ୟରୁ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପନ୍ନ ହୋଇପାରିବ । ଜଳପ୍ରବାହ କମ୍ କରି ବିଦ୍ୟୁତ୍ ଉତ୍ପାଦନ କମାଯାଇପାରିବ । ତେଣୁ ଦୈନିକ ହାରାହାରି ଚାହିଦାର ପୂରଣ ପାଇଁ ଜଳର ବ୍ୟବହାର କରାଯାଏ ନାହିଁ । ବରଂ ଚାହିଦା ହାରାହାରି ରେଖାରୁ ଅଧିକ ହେଲେ ଜଳ ବିଦ୍ୟୁତ୍ ସହାୟକ ହୁଏ । ଅନ୍ୟାନ୍ୟ ସମୟରେ କୌଣସି ତାପଜ ବା ନ୍ୟୁକ୍ଳୀୟ ବିଦ୍ୟୁତ୍ କେନ୍ଦ୍ର ଅକାମୀ ହେଲେ ଜଳବିଦ୍ୟୁତ୍ କେନ୍ଦ୍ରକୁ ତାହାର ଦ୍ୱିତୀୟକ ଭାବେ କାର୍ଯ୍ୟକ୍ଷମ କରାଯାଏ ।
୨. ଥରେ ଜଳ ଭଣ୍ଡାର ନିର୍ମାଣ ହୋଇସାରିଲା ପରେ ଅତି ଅଳ୍ପ ନିତିଦିନିଆ ଖର୍ଚ୍ଚରେ ବହୁ ପରିମାଣର ଜଳ ଗଚ୍ଛିତ କରି ରଖାଯାଇପାରେ । ଏହି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରନ୍ତି । ଦୈନିକ ରକ୍ଷଣାବେକ୍ଷଣ ମଧ୍ୟ ଅତି କମ୍ ଖର୍ଚ୍ଚରେ କରାଯାଇପାରିବ । ତେଣୁ ଜଳବିଦ୍ୟୁତ୍ ଅନ୍ୟ ପ୍ରଣାଳୀରେ ଉତ୍ପନ୍ନ ବିଦ୍ୟୁତଠାରୁ ଶସ୍ତା ଓ ପରିବେଶ ପ୍ରଦୁଷଣ ଦୃଷ୍ଟିକୋଣରୁ ଅପେକ୍ଷାକୃତ ବିଶୁଦ୍ଧ ।
୩. ଅଧିକାଂଶ ଜଳବିଦ୍ୟୁତ୍ ପ୍ରକଳ୍ପ ସାଧାରଣ ଉପଭୋକ୍ତା ସହ ଆବଶ୍ୟକତା ଅନୁସାରେ ବ୍ୟବସାୟିକ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ କରିବାରେ ସମର୍ଥ । କେତେକ ଦେଶରେ କାରଖାନାରେ ବିଦ୍ୟୁତ୍ ଯୋଗାଣ ପାଇଁ ଜଳ ବିଦ୍ୟୁତ୍ ପ୍ରକଳ୍ପ ବ୍ୟବହୃତ ହୁଏ ।
୪. ଜଳ ବିଦ୍ୟୁତ୍ ପ୍ରକଳ୍ପରେ ତାପଜ ବିଦ୍ୟୁତ୍ କେନ୍ଦ୍ର ଭଳି କୌଣସି ଜାଳେଣୀ ବ୍ୟବହୃତ ହୁଏନାହିଁ, ତେଣୁ ବାୟୁମଣ୍ଡଳ ଅଙ୍ଗାରକାମ୍ଳ ଜନିତ ପ୍ରଦୁଷଣରୁ ରକ୍ଷାପାଏ ।
୫. ଅନେକ ବର୍ଷ ଓ ଅର୍ଥ ବିନିମୟରେ ନିର୍ମାଣ ହେଉଥିବାରୁ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ବହୁମୁଖୀ ଯୋଜନାର ଅନ୍ତର୍ଭୁକ୍ତ । ଗୋଟିଏ ପ୍ରକଳ୍ପଦ୍ୱାରା ବିଦ୍ୟୁତ୍ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ, ଜଳ ସେଚନ, ଜଳ ପରିବହନ, ମତ୍ସ୍ୟ ଚାଷ ଇତ୍ୟାଦି ଅନେକ ଯୋଜନା ସମ୍ଭବପର ହୋଇଥାଏ ।
ଅପକାରିତା
୧. ଏକ ବୃହତ୍ ଜଳ ବିଦ୍ୟୁତ୍ ଯୋଜନା ପାଇଁ ଜଳ ଭଣ୍ଡାରର କ୍ଷେତ୍ରଫଳ ଯେତେ ଅଧିକ ହେବ ସେତେ ଭଲ । ଏଥିପାଇଁ ନଦୀର ଉପର ମୁଣ୍ଡରେ ଅନେକ ପାହାଡ଼ଦ୍ୱାରା ନଦୀକୁ ଘେରି ଦିଆଯାଏ । ସୁଯୋଗ ଥିଲେ ଅନେକ ନଦୀକୁ ସଂଯୋଗ କରି ଜଳ ଭଣ୍ଡାରର କ୍ଷମତା ବୃଦ୍ଧି କଲେ ଅଧିକ ଲାଭ ମିଳେ । ଆଖପାଖ ଅଞ୍ଚଳର ଛୋଟ ବଡ଼ ଝରଣା ମଧ୍ୟ ଜଳ ଭଣ୍ଡାରକୁ ଜଳ ଯୋଗାଣ କରନ୍ତି । କିନ୍ତୁ ଏପରି କରିବାଦ୍ୱାରା ପାହାଡ଼ ଉପତ୍ୟକାର ଜଙ୍ଗଲ, ଚରାଜମି, ଚାଷଜମି ପାଣିରେ ବୁଡ଼ିଯାନ୍ତି । ବନ୍ୟଜନ୍ତୁ ନିଜ ପ୍ରାକୃତିକ ପରିବେଶ ହରାନ୍ତି । ପରିବେଶ ପାଇଁ ଏହା କ୍ଷତିକାରକ । ଏତେ ବଡ଼ ଅଞ୍ଚଳ ଜଳମଗ୍ନ ହେଲେ ଅନେକ ଗାଁ ଗଣ୍ଡା ବୁଡ଼ିଯାଏ । ସେହି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ଥଇଥାନ ଏକ ରାଜନୈତିକ ବା ପ୍ରଶାସନିକ ଦ୍ୱିଧା । ଏପରି ଯୋଜନାଦ୍ୱାରା ମତ୍ସ୍ୟ ଓ ଜଳଚର ଜୀବଙ୍କ ସନ୍ତୁଳନରେ କିଛି ସମୟପାଇଁ ବାଧା ସୃଷ୍ଟି ହୋଇପାରେ । ତେଣୁ ଏକ ପ୍ରକଳ୍ପର ସଫଳତା ପାଇଁ ବୈଷୟିକ ଏବଂ ଯାନ୍ତ୍ରିକ କୌଶଳ ସହ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଅତି ଜରୁରୀ । ୨୦୦୦ ମସିହାରେ ବିଶ୍ୱ ଜଳଭଣ୍ଡାର କମିଶନଙ୍କ ଗଣନା ଅନୁଯାୟୀ ସମଗ୍ର ବିଶ୍ୱରେ ଅଦ୍ୟାବଧି ୪୦୦-୮୦୦ ଲକ୍ଷ ଲୋକଙ୍କୁ ଥଇଥାନର ବ୍ୟବସ୍ଥା କରିବାକୁ ପଡ଼ିଛି ।
୨. ଜଳ ଭଣ୍ଡାର ପରି ଏକ ବିସ୍ତୃତ କ୍ଷେତ୍ରରେ ଜଳ ଗଚ୍ଛିତ କରି ରଖାଯାଏ । ତେଣୁ ପ୍ରତିଦିନ କିଛି ପରିମାଣର ଜଳ ବାଷ୍ପୀୟକରଣଦ୍ୱାରା ଜଳ ଭଣ୍ଡାରରୁ ଉଡ଼ିଯାଏ । ପ୍ରଚଣ୍ଡ ଖରା ସମୟରେ ନଦୀରେ କମ୍ ଜଳ ଥାଏ ଓ ଜଳ ଭଣ୍ଡାରରୁ ଜଳକ୍ଷୟ ଯୋଗୁଁ ଉପଲବ୍ଧ ହେଡ୍ କମିଯାଏ ।
୩. ନଦୀ ପ୍ରବାହ ଯୋଗୁଁ ଜଳ ଭଣ୍ଡାରରେ ନଦୀଦ୍ୱାରା ପରିବାହିତ ପଟୁ, ବାଲି ଆଦି ଚରିଯାଏ । ଏହି ପ୍ରକ୍ରିୟା ଯୋଗୁଁ ନଦୀର ବନ୍ୟା ନିୟନ୍ତ୍ରଣ କ୍ଷମତା କମିଯାଏ । ତା’ ସହିତ ବହୁ ପରିମାଣର ମାଟିବାଲି ଜମା ହେଲେ ଜଳ ଭଣ୍ଡାରର କାନ୍ଥ ଉପରେ ଚାପ ପଡ଼ିଥାଏ । କିଛି ସମୟପରେ ଅତ୍ୟଧିକ ପଟୁ ଚରିଗଲେ ଜଳ ଭଣ୍ଡାର ଅକାମୀ ହୋଇଯାଇପାରେ ।
୪. ଅନେକ ନଦୀରେ ଗ୍ରୀଷ୍ମଋତୁରେ ଜଳ ପ୍ରବାହ କମ୍ ହୋଇଯାଏ । ଫଳରେ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ହ୍ରାସ ପାଏ । ବର୍ଷାଋତୁରେ ଜଳ ପ୍ରବାହ ଅତ୍ୟଧିକ ହୋଇଥାଏ । କିନ୍ତୁ ସବୁ ଜଳର ଉପଯୋଗ କରିବା ସମ୍ଭବପର ହୋଇପାରେନାହିଁ । ଜଳ ଭଣ୍ଡାରରେ ଜଳ ବିପଦ ସଙ୍କେତ ଟପିଲେ କିଛି ଜଳ ବନ୍ୟାଜଳ ସ୍ଲୁଇସ୍ ଗେଟ୍ ଦେଇ ଛାଡ଼ିବାକୁ ପଡେ ।
୫. କର୍କଟ ଓ ମକର କ୍ରାନ୍ତି ଅଞ୍ଚଳ ମଧ୍ୟରେ ଥିବା ଜଳ ଭଣ୍ଡାରରେ ଅନେକ ଗଛ ବୁଡ଼ି ରହିବା ଯୋଗୁଁ ବହୁ ପରିମାଣର ମିଥେନ୍ ଗ୍ୟାସ୍ ସୃଷ୍ଟି ହୋଇଥାଏ ।
୬. କୌଣସି ପ୍ରାକୃତିକ କାରଣରୁ (ଅତ୍ୟଧିକ ଜଳ, ବାତ୍ୟା, ଭୂମିକମ୍ପ) ବା ଅପ୍ରାକୃତିକ କାରଣରୁ (ଖରାପ ମାନର ନିର୍ମାଣ, ନିର୍ମାଣରେ ଅବହେଳା) ଜଳ ଭଣ୍ଡାର ଭାଙ୍ଗି ଯାଇପାରେ । ୧୯୭୫ ମସିହାରେ ନୀନା ଘୁର୍ଣ୍ଣିବାତ୍ୟା ପ୍ରଭାବରେ ଦକ୍ଷିଣ ଚୀନର ବାନ୍-ଚିଆଓ ଜଳ ଭଣ୍ଡାରରେ ଗୋଟିଏ ଦିନରେ ବାର୍ଷିକ ହାରାହାରିଠାରୁ ଅଧିକ ବର୍ଷା ହୋଇ ଜଳ ଭଣ୍ଡାର ବନ୍ୟାରେ ବୁଡ଼ିଗଲା । ଫଳରେ ୨୬,୦୦୦ ଲୋକ ମୃତ୍ୟୁମୁଖରେ ପଡ଼ିଲେ ଓ ୧,୪୫,୦୦୦ ଲୋକ ସଂକ୍ରାମକ ରୋଗରେ ପ୍ରାଣ ହରାଇଲେ । ଭୂତତ୍ତ୍ୱ ବିଜ୍ଞାନ ଦୃଷ୍ଟିରୁ ଭୁଲ ନିର୍ଣ୍ଣୟ କରି ଜଳ ଭଣ୍ଡାର ନିର୍ମାଣ କଲେ ଭୟାବହ ପରିସ୍ଥିତି ସୃଷ୍ଟି ହୁଏ । ୧୯୬୩ ମସିହାରେ ଇଟାଲୀର ଭାଜୋନ୍ତ୍ ଜଳ ଭଣ୍ଡାର ଏହି କାରଣରୁ ଭାଙ୍ଗି ୨,୦୦୦ ଲୋକ ପ୍ରାଣ ହରାଇଥିଲେ । ୧୯୫୯ ମସିହା ଡିସେମ୍ବର ୨ ତାରିଖରେ ଦକ୍ଷିଣ ଫ୍ରାନ୍ସର ମାଲପାସେ ଜଳ ଭଣ୍ଡାର ବନ୍ୟା ଯୋଗୁଁ ବୋହିଯାଇ ୪୨୩ ଲୋକ ପ୍ରାଣ ହରାଇଥିଲେ । ଏପରି ସମସ୍ୟା କ୍ଷୁଦ୍ର ଓ ଅତି କ୍ଷୁଦ୍ର ପ୍ରକଳ୍ପମାନଙ୍କରେ ମଧ୍ୟ ଦେଖାଯାଏ ।
ନ୍ୟୁକ୍ଳୀୟ ବିଦ୍ୟୁତ୍ ସହ ଜଳ ବିଦ୍ୟୁତର ତୁଳନା
ଭାରତରେ ଜଳ ବିଦ୍ୟୁତ୍ ଉତ୍ପାଦନ
ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନ ଗ୍ରହଣ କରିଛି । ୩୦ ଅପ୍ରେଲ୍ ୨୦୧୭ ସୁଦ୍ଧା ଭାରତରେ ପ୍ରତିଷ୍ଠିତ ବିଭିନ୍ନ ପ୍ରକଳ୍ପର ସର୍ବମୋଟ କ୍ଷମତା ୪୪,୫୯୪ ମେଗାୱାଟ୍ ଓ ଛୋଟ ଛୋଟ ପ୍ରକଳ୍ପମାନଙ୍କ ସର୍ବମୋଟ କ୍ଷମତା ୪,୩୮୦ ମେଗାୱାଟ୍ । ଦାର୍ଜିଲିଂ ଓ ଶିବନସମୁଦ୍ରମ୍ ବିଦ୍ୟୁତ୍ ପ୍ରକଳ୍ପମାନ ଯଥାକ୍ରମେ ୧୮୯୮ ଓ ୧୯୦୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏଗୁଡ଼ିକ ଏସିଆରେ ସ୍ଥାପିତ ପ୍ରଥମ କେତେକ ବୃହତ୍ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ । ଭାରତରେ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ନିରୀକ୍ଷଣ ପାଇଁ ଜାତୀୟ ଜଳବିଦ୍ୟୁତ୍ ଶକ୍ତି ନିଗମ (ଈଂରାଜୀରେ NHPC: National Hydro Power Corporation) ପରି ଅନେକ ସରକାରୀ ସଂସ୍ଥା ଗଠିତ ହୋଇଛି ।
ଭାରତରେ ଜଳ ବିଦ୍ୟୁତ୍
ଭାରତରେ ଉପଲବ୍ଧ ଜଳ ସମ୍ପଦର ବିନିଯୋଗ କରି ୧୪୮,୭୦୧ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ସମୁଦାୟ ୯୪,୦୦୦ ମେଗାୱାଟର ପମ୍ପ୍ ପରିଚାଳିତ ପ୍ରକଳ୍ପ ପାଇଁ ୫୬ଟି ସ୍ଥାନ ଚିହ୍ନଟ ହୋଇଛି । ମଧ୍ୟ ଭାରତରେ ଗୋଦାବରୀ, ମହାନଦୀ, ନାଗାବଳି, ବଂଶଧାରା, ନର୍ମଦା ଆଦି ନଦୀର ଅବବାହିକାରେ ଘଞ୍ଚ ଜନବସତି ଯୋଗୁଁ ଓ ଆଦିମ ଜନଜାତିଙ୍କ ବିରୋଧର ସମ୍ଭାବନା ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳ ସମ୍ପଦର ବ୍ୟବହାର କରାଯାଇପାରିନାହିଁ ।
ସରକାରୀ ନିଗମ ଓ କମ୍ପାନୀମାନଙ୍କଦ୍ୱାରା ଭାରତର ୯୨.୫% ଜଳ ବିଦ୍ୟୁତ୍ ଉତ୍ପାଦିତ ହୁଏ । ଭାରତରେ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ଅନେକ ସଂସ୍ଥା ଗଠିତ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ପ୍ରମୁଖ କମ୍ପାନୀଙ୍କ ନାମ ନିମ୍ନରେ ପ୍ରଦତ୍ତ ହୋଇଛି ।
ବେସରକାରୀ କମ୍ପାନୀଙ୍କ ସହଯୋଗରେ ହିମାଳୟ ଓ ଉତ୍ତର-ପୂର୍ବ ଭାରତର ପାର୍ବତୀୟ ଅଞ୍ଚଳରେ ଜଳ ବିଦ୍ୟୁତ୍ ଯୋଜନାର ବିକାଶ ହୋଇପାରିବ । ଭାରତୀୟ କମ୍ପାନୀମାନେ ଭୁଟାନ୍, ନେପାଳ, ଆଫଗାନିସ୍ଥାନ ଓ ଅନ୍ୟ କେତେକ ଦେଶରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଉତ୍ତର ଭାରତରେ ଭାକ୍ରା ବେଆସ୍ ପ୍ରବନ୍ଧ ବୋର୍ଡ୍ (ଈଂରାଜୀରେ Bhakra Beas Management Board - BBMB)ଦ୍ୱାରା ପରିଚାଳିତ ଜଳ ବିଦ୍ୟୁତ୍ ଯୋଜନାର ସର୍ବମୋଟ ଉତ୍ପାଦନ କ୍ଷମତା ୨.୯ ଗିଗାୱାଟ୍ । ଆରମ୍ଭ ହେବାର ୪ ଦଶନ୍ଧି ପରେ କିଲୋୱାଟଘଣ୍ଟା ପ୍ରତି ବିଦ୍ୟୁତ୍ ଉତ୍ପାଦନର ଖର୍ଚ୍ଚ ବର୍ତ୍ତମାନ ପ୍ରାୟ ୨୭ ପଇସା ।
ଭାରତର ପମ୍ପ୍ ପରିଚାଳିତ ଜଳ ବିଦ୍ୟୁତ୍ ପ୍ରକଳ୍ପ
ଏକଦା ବିଦ୍ୟୁତ୍ ଶକ୍ତି ଅଭାବୀ ଦେଶ ଭାରତ ବର୍ତ୍ତମାନ ଏକ ବିଦ୍ୟୁତବହୁଳ ରାଷ୍ଟ୍ର । ବିଦ୍ୟୁତ୍ ଚାହିଦା ଅକସ୍ମାତ୍ ବଢ଼ିଗଲେ ପମ୍ପ୍ ଭଣ୍ଡାରୀକରଣ ପ୍ରଣାଳୀଦ୍ୱାରା ଏହାକୁ ପୂରଣ କରାଯାଇପାରେ । ପମ୍ପ୍ ସାହାଯ୍ୟରେ ଜଳ ଭଣ୍ଡାରର ଅଧିକ ପାଣିକୁ ଅନ୍ୟ ଏକ ଭଣ୍ଡାରରେ ରଖାଯାଏ ଓ ଆବଶ୍ୟକତା ଅନୁସାରେ ବ୍ୟବହାର କରାଯାଏ । ଭାରତରେ ଅଧୁନା ପମ୍ପ୍ ଭଣ୍ଡାର ମାନଙ୍କର ଉତ୍ପାଦନ କ୍ଷମତା ପ୍ରାୟ ୪୮୦୦ ମେଗାୱାଟ୍ ।
ଭାରତର କେତେକ ପ୍ରମୁଖ ଜଳ ବିଦ୍ୟୁତ୍ ପ୍ରକଳ୍ପ
ଓଡ଼ିଶାରେ ଜଳ ବିଦ୍ୟୁତ୍ ଉତ୍ପାଦନ
ରାଜ୍ୟ ସରକାରଙ୍କଦ୍ୱାରା ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଈଂରାଜୀରେ Odisha Hydro Power Corporation ବା OHPC)ର ପ୍ରତିଷ୍ଠା କରାଯାଇଛି ।
ଅନ୍ୟାନ୍ୟ ତଥ୍ୟ
ଆଧାର
ଅନ୍ୟାନ୍ୟ ଲିଙ୍କ୍
International Hydropower Association
National Hydropower Association, USA
Hydropower Reform Coalition
Interactive demonstration on the effects of dams on rivers
European Small Hydropower Association
IEC TC 4: Hydraulic turbines (International Electrotechnical Commission - Technical Committee 4) IEC TC 4 portal with access to scope, documents and TC 4 website
ବୈଷୟିକ ବିଜ୍ଞାନ
ଆହୁରି ଦେଖନ୍ତୁ
Hydraulic engineering
International Rivers
List of energy storage projects
List of hydroelectric power station failures
List of hydroelectric power stations
List of largest hydroelectric power stations in the United States
List of largest power stations in the world
Xcel Energy Cabin Creek Hydroelectric Plant Fire
Renewable energy by country |
୧୮୭୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
୯ ଅକ୍ଟୋବର - ଗୋପବନ୍ଧୁ ଦାସ, ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଓ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା (ମୃତ୍ୟୁ. ୧୯୨୮)
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୧୮୭୭ |
ରିୟା ସେନ (ଜନ୍ମ: ରିୟା ଦେବ ବର୍ମା; ୨୪ ଜାନୁଆରୀ ୧୯୮୦) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ମଡେଲ । ରିୟାଙ୍କର ପରିବାର ଚଳଚ୍ଚିତ୍ର ଦୁନିଆ ସହ ଜଡ଼ିତ । ତାଙ୍କର ଆଇ ସୁଚିତ୍ରା ସେନ, ମାଆ ମୁନ୍ମୁନ୍ ସେନ ଓ ଭଉଣୀ ରାଇମା ସେନ ସମସ୍ତେ ଅଭିନେତ୍ରୀ । ରିୟା ୧୯୯୧ ମସିହାରେ ଜଣେ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ହିନ୍ଦୀ କଥାଚିତ୍ର ବିଷକନ୍ୟା ଜରିଆରେ ସେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ରିୟା ଏହାପରେ ରିୟା ନାୟିକା ଭାବରେ ତାମିଲ କଥାଚିତ୍ର ଜଗତରୁ ଆମ୍ଭର କରିଥିଲେ । ୧୯୯୯ ମସିହାରେ ସେ ତାମିଲ କଥାଚିତ୍ର ତାଜ ମହଲରେ ପ୍ରଥମଥର ପାଇଁ ନାୟିକା ଭୂମିକାରେ ଅଭିନୟ କରିଥିଲେ । ୨୦୦୧ ମସିହାରେ ରିୟାଙ୍କୁ ହିନ୍ଦୀ କଥାଚିତ୍ର ଷ୍ଟାଇଲରେ ନାୟିକା ଭୂମିକାରେ କାମ ମିଳିଥିଲା । ସ୍ୱଳ୍ପ ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ଏହାପରେ ରିୟାଙ୍କୁ କିଛି ସଫଳ ଚଳଚ୍ଚିତ୍ର ଝଙ୍କାର ବିଟ୍ସ୍, ହିଙ୍ଗ୍ଲିସ୍, ସାଦି ନଂ ୱାନ୍ ଓ ଭୂତ କାହାଣୀ ଉପରେ ଆଧାରିତ ମାଲାୟଲମ ଚଳଚ୍ଚିତ୍ର ଅନନ୍ତଭଦ୍ରମ୍ ଆଦିରେ କାମ ମିଳିଥିଲା ।
ରିୟା କଲିକତାର ରାଣୀ ବିର୍ଲା ଗାର୍ଲସ୍ କଲେଜରୁ ପାଠପଢ଼ା ଶେଷ କରି ନ୍ୟାସନାଲ ଇନିଷ୍ଟିଚିଉଟ୍ ଅଫ୍ ଫ୍ୟାସନ ଟକ୍ନୋଲୋଜିରେ ପଢ଼ିଥିଲେ । ଏହାପରେ ସେ ଗହଣାନିର୍ମାଣକୁ ନିଜର ଏକ ପସନ୍ଦର କାର୍ଯ୍ୟ ଭାବରେ ଗ୍ରହଣ କରିଥିଲେ । ଏପରିକି ରିୟା ତାଙ୍କର ଅଧିକାଂଶ ପୋଷାକ ଏବଂ ଗହଣା ନିଜେ ତିଆରି କରିଥାନ୍ତି । ବିଜୟଶ୍ରୀ ଚୌଧୁରୀଙ୍କ ତତ୍ୱାବଧାନରେ ରିୟା କଥକ ନୃତ୍ୟ ଶିକ୍ଷା କରିଥିଲେ । ରିୟା ୧୯୯୮ ମସିହାରେ ମାତ୍ର ୧୬ ବର୍ଷ ବୟସରେ ଫାଲଗୁନି ପାଠକଙ୍କର ଆଲବମ ଭିଡ଼ିଓ ୟାଦ୍ ପିୟା କି ଆନେ ଲଗିରେ କାର୍ଯ୍ୟ କରିଥିଲେ । ଏହି ଗୀତ ପରେ ସେ ଅଧିକ ଲୋକପ୍ରିୟତା ଅର୍ଜନ କରିବା ସହ ସେବେଠାରୁ ଆଲବମ ଗୀତ, ଦୂରଦର୍ଶନ ବିଜ୍ଞାପନ, ଫ୍ୟାସନ ସୋ ଏବଂ ପତ୍ରପତ୍ରିକାର ମୁଖପୃଷ୍ଠାରେ ନଜର ଆସୁଛନ୍ତି । ରିୟା ତେଲୁଗୁ, ତାମିଲ, ହିନ୍ଦୀ, ବଙ୍ଗାଳୀ ଆଦି ଚଳଚ୍ଚିତ୍ରରେ ଅଭିନୟ କରିବାସହ କିଛି ଚଳଚ୍ଚିତ୍ରର ଆଇଟମ ଗୀତରେ ମଧ୍ୟ ନୃତ୍ୟ କରିଛନ୍ତି । ସେ ଓଡ଼ିଆ କଥାଚିତ୍ର ମାଇଁ ଲଭ୍ ଷ୍ଟୋରିରେ ମଧ୍ୟ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ ।
ଏଚଆଇଭି/ଏଡସ ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ ରିୟା ଅନେକ ଭିଡ଼ିଓରେ କାର୍ଯ୍ୟ କରିଥିଲେ । ସର୍ବସାଧାରଣଙ୍କ ପାଖରେ ଏହି ରୋଗ ବିଷୟରେ ପହଞ୍ଚାଇବା ପାଇଁ ରିୟା ଏହିସବୁଥିରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଚକ୍ଷୁରୋଗରେ ପଡ଼ୀତ ବ୍ୟକ୍ତିବିଶେଷଙ୍କର ଚିକିତ୍ସା ପାଇଁ ରିୟା ଟଙ୍କା ଯୋଗାଡ଼ କରୁଥିବା ସେବାସଂସ୍ଥା ସହ ମିଶି କାର୍ଯ୍ୟ କରୁଥିଲେ । ରିୟାଙ୍କୁ ଚଳଚ୍ଚିତ୍ର ଜଗତରେ ସେତେଟା ଆଖିଦୃଶିଆ ସଫଳତା ମିଳନଥିଲେ ମଧ୍ୟ ସେ ତାଙ୍କର ପୋଷାକ ପରିଧାନ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ୨୦୦୭ରେ ଏକ ପତ୍ରିକାରେ ସର୍ଭେ ଅନୁସାରେ ରିୟା ଭାରତର ୫୦ଜଣ ସୁନ୍ଦର ମହିଳାଙ୍କ ମଧ୍ୟରେ ୯ମ ସ୍ଥାନରେ ଥିଲେ । ୨୦୦୮ର ମିଷ୍ଟର ଇଣ୍ଡିଆ ପ୍ରତିଯୋଗୀତାରେ ରିୟା ଜୁରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଅଗଷ୍ଟ ୨୦୧୭ରେ ରିୟା ତାଙ୍କର ପ୍ରେମୀ ଶିବମ ତିୱାରୀଙ୍କୁ ବଙ୍ଗୀୟ ପରମ୍ପରା ଅନୁସାରେ ଗୁପ୍ତରେ ବିବାହ କରିଥିଲେ ।
ଆଧାର
ବାହାର ଆଧାର
୧୯୮୦ ଜନ୍ମ
ଜୀବିତ ବ୍ୟକ୍ତି
ହିନ୍ଦୀ କଥାଚିତ୍ର ଅଭିନେତ୍ରୀ
ବଙ୍ଗଳା କଥାଚିତ୍ର ଅଭିନେତ୍ରୀ
ଟାଇଗର ପ୍ରକଳ୍ପ ଗଣସମ୍ପାଦନା ୨୦୧୮ ଅନ୍ତର୍ଗତ ଗଢ଼ା ଯାଇଥିବା ପ୍ରସଙ୍ଗ |
ନୀଳାମ୍ବର ରାୟଗୁରୁ (୧୯ ଅପ୍ରେଲ ୧୯୨୭ - ୨୮ ଜୁଲାଇ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ନୀଳାମ୍ବର ରାୟଗୁରୁ ୧୯୨୭ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଶିନାଥ ରାୟଗୁରୁ ଓ ପତ୍ନୀଙ୍କ ନାମ ରାଜେଶ୍ୱରୀ ରାୟଗୁରୁ ।
ରାଜନୈତିକ ଜୀବନ
ନୀଳାମ୍ବର ରାୟଗୁରୁ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ନୀଳାମ୍ବର ରାୟଗୁରୁ ୧୯୯୭ ମସିହାର ଜୁଲାଇ ୨୮ ତାରିଖରେ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଆଧାର
୧୯୨୭ ଜନ୍ମ
୧୯୯୭ ମୃତ୍ୟୁ
ଓଡ଼ିଆ ଲୋକ
ବଲାଙ୍ଗୀର ଜିଲ୍ଲାର ଲୋକ
୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ
୫ମ ଓଡ଼ିଶା ବିଧାନ ସଭାର ସଭ୍ୟ |
ପଦ୍ମ ବେଶ ଏକ ଭାବମୂଳକ ବେଶ ଅଟେ । ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ ।
ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ବଡ଼ସିଂହାର ବେଶ ହୁଅନ୍ତି ନାହିଁ । କେତେକ ଗବେଷକଙ୍କ ମତରେ ଏହି ବେଶର ପ୍ରବର୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦାସ (ଶପ୍ତଦଶ ଶତାବ୍ଦୀ) ।
କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁଯାୟୀ, ଉତ୍କଳଠାରୁ ଶହ ଶହ ମାଇଲ ଦୂରରେ ଥିଲେ ଜଣେ ହିନ୍ଦୀ ଭାଷୀ ସାଧୁ । ତାଙ୍କର ନାମ ଥିଲା ମନୋହର ଦାସ । ଏକଦା ମହାତ୍ମା ମନୋହର ଦାସ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡ଼ା ସତ୍ତ୍ୱେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ପଥ ମଧ୍ୟରେ ରାତ୍ରି ହୋଇଗଲେ କୈଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି । ପଦବ୍ରଜରେ ଯାଉଥିବା ବେଳେ ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୈଣସି ଗ୍ରାମ କିମ୍ବା ଜଳାଶୟ ନଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧୟେ ଅନେକ ପଦ୍ମ ଫୁଲ ଫୁଟିଛି। ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେ ମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ପୁଷ୍ପକୁ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ନେଇଥିଲେ । ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲ ଗୁଡ଼ିକ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ପଣ୍ଡା ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କଲେ । ଏ ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ । ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ: ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗକରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର ।
ଭକ୍ତ ପ୍ରବର ସାଧୁ ମନୋହର ଦାସଙ୍କ ଶ୍ରୀଜଗନ୍ନାଥଙ୍କୁ ପଦ୍ମ ପୁଷ୍ପ ପ୍ରଦାନର କିମ୍ବଦନ୍ତୀ ମୂଳକ ଆଖ୍ୟାନ ଅନୁକ୍ରମେ ମାଘମାସରେ ଏହି ବେଶରେ ଜଗନ୍ନାଥ ମହାପ୍ରଭୁ ସୋଲରେ ନିର୍ମିତ ପଦ୍ମ ପୁଷ୍ପ ପରିହିତ ହୋଇଥାନ୍ତି ।
ଆଧାର
ଅଧିକ ତଥ୍ୟ
ଜଗନ୍ନାଥଙ୍କ ବିଭିନ୍ନ ବେଶର ଛବି
ଜଗନ୍ନାଥଙ୍କ ବିଭିନ୍ନ ବେଶର ଛବି
ଜଗନ୍ନାଥଙ୍କ ବେଶ |
ପ୍ରୋମେଥାଜିନ (ଇଂରାଜୀ ଭାଷାରେ Promethazine) ଏକ ପ୍ରଥମ ପିଢ଼ୀର (first-generation) ଆଣ୍ଟିହିସ୍ଟାମିନ (antihistamine) ଔଷଧ । ଆଲର୍ଜି (allergies), ନିଦ୍ରା ସମସ୍ୟା ଓ ଅଇ (nausea) ହେଲେ ଏହି ଔଷଧ ଦିଆଯାଏ । ଶର୍ଦ୍ଦିର କେତେକ ଲକ୍ଷଣ ଏହି ଔଷଧ ଯୋଗୁ ଉପଶମ ହୋଇଯାଏ । ଉତ୍ତେଜିତ ଓ ଉତ୍କଣ୍ଠିତ ରୋଗୀମାନେ ମଧ୍ୟ ଏହି ଔଷଧରେ ପ୍ରଶାନ୍ତି (sedating) ପାଆନ୍ତି । ପାଟିରେ (by mouth) ବା ମଳଦ୍ୱାର ବାଟେ ସପୋଜିଟରି (rectal suppository) ଆକାରରେ ଦିଆଯାଇପାରେ ।
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ପ୍ରଶାନ୍ତି ଭାବ ଓ ଦ୍ୱନ୍ଦ୍ୱ ପ୍ରକାଶ ପାଏ । ଆଲକୋହୋଲ ଓ ଅନ୍ୟାନ୍ୟ ପ୍ରଶାନ୍ତିକରଣ ଦ୍ରବ୍ୟ ଏହାର ପ୍ରତିକ୍ରିୟାକୁ ଆହୁରି ଖରାପ କରିଦିଏ । ଗର୍ଭାବସ୍ଥା ବା ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧର ପ୍ରଭାବ ବିଷୟ ସ୍ପଷ୍ଟ ହୋଇନାହିଁ । ୨ ବର୍ଷ ବୟଷରୁ କମ୍ ଶିଶୁଙ୍କୁ ଦେଲେ ଶ୍ୱାସକ୍ରିୟା ଉପରେ ବିପରୀତ ପ୍ରଭାବ ପଡ଼େ । ଇଞ୍ଜେକସନ ଆକାରରେ ଦେଲେ ଚର୍ମ ନଷ୍ଟ ହୋଇଯାଏ । ଏହା ଫେନୋଥିଆଜିନ (phenothiazine) ପରିବାରର ଏକ ଔଷଧ ।
ପ୍ରୋମେଥାଜିନ ଏକ ବୈଜ୍ଞାନିକ ଦଳଙ୍କଦ୍ୱାରା ସନ ୧୯୪୦ରେ ରୋନ-ପାଉଲେନ୍ସ (Rhône-Poulenc) ଲାବୋରେଟରୀରେ ପ୍ରସ୍ତୁତ କରାଯାଇଥିଲା । ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୧ରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ସାରା ବିଶ୍ୱରେ ମିଳେ । ପାଟିରେ ଦିଆଯାଉଥିବା ଫର୍ମୁଲାର ଏକ ଡୋଜର ହୋଲସେଲ ଦାମ ସନ ୨୦୧୮ରେ ୦.୨୦ ଆମେରିକୀୟ ଡଲାରରୁ କମ୍ ଥିଲା । ସଂଯୁକ୍ତ ରାଷ୍ଟ୍ରରେ ଏହି ମାତ୍ରାର ଦାମ ୦.୨୫ ପାଉଣ୍ଡରୁ କମ ।
ଏହା ମଧ୍ୟ ଦେଖନ୍ତୁ
Purple drank (a recreational drug concoction containing promethazine)
ଆଧାର
ବାହ୍ୟ ଲିଙ୍କ |
ବରା ଭାରତରେ ଖିଆଯାଉଥିବା କେତେକ ଛଣା ଖାଦ୍ୟର ଏକ ସାଧାରଣ ନାମ । ବିଭିନ୍ନ ପ୍ରକାରର ବରାସବୁକୁ ଫ୍ରିଟର, ଡୋନଟ, ଓ ଡମ୍ପଲିଙ୍ଗ ଆଦି ଭାବେ ବର୍ଣ୍ଣନା କରାଯାଇପାରେ । ଏହାର ବଡ଼ା, ବଡ଼େ, ବଡ଼ାଇ ଆଦି ନାମରେ ମଧ୍ୟ ପରିଚିତ ।
ବିଭିନ୍ନ ଧରଣର ବରା ଯଥା ଓଡ଼ିଶାର ଚାଉଳ ଓ ବିରିରୁ ତିଆରି ବରାରୁ ନେଇ ଅରୁଆ ଓ ଉଷୁନା ଚାଉଳକୁ ବିରି ସହ ବାଟି ତିଆରି କରାଯାଉଥିବା ଚାଉଳ ବରା, ଦକ୍ଷିଣ ଭାରତର ମେଦୁ ବଡ଼ା ଓ ପଶ୍ଚିମ ଭାରତର ଆଳୁ ବଡ଼ା ଆଦି ଭିନ୍ନ ଭିନ୍ନ ଶସ୍ୟରୁ ତିଆରି । ଏଗୁଡ଼ିକ ସକାଳେ ବା ଅନ୍ୟସମୟରେ ଜଳଖିଆ ଖିଆଯାଇଥାନ୍ତି ଭାବେ କିମ୍ବା ଦହିବରା-ଆଳୁଦମ ଓ ବଡ଼ା ପାଓ ଆଦି ଅନ୍ୟ ଖାଦ୍ୟ ତିଆରିରେ ଲାଗିଥାନ୍ତି ।
ପ୍ରକାର ଭେଦ
ଚାଉଳ ବରା
ଚାଉଳ ବରା ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଜଣାଶୁଣା ଏକ ଚାଉଳ-ତିଆରି ବରା । ବତୁରା ଉଷୁନା ଓ ଅରୁଆ ଚାଉଳ, ବିରିକୁ ବାଟି ସେଥିରେ କଟା ଲଙ୍କା, ଅଦା, କଟା ଭୁରୁସଙ୍ଗା ପତ୍ର ଆଦିକୁ ମିଶାଇ ଗୁଲୁଗୁଲା ଭଳି ଗୋଲ ଗୋଲ କରି ତେଲରେ ଛାଣି ଏହା ତିଆରି କରାଯାଏ ।
ଗ୍ୟାଲେରି
ଆଧାର
ଦକ୍ଷିଣ ଏସୀୟ ଖାଦ୍ୟ |
ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ହାତ ଧରି ଚାଲୁଥା ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
ଓଡ଼ିଆ କଥାଚିତ୍ର ‘ହାତ ଧରି ଚାଲୁଥା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଅନୁଭବ ମହାନ୍ତି
ବର୍ଷା ପ୍ରିୟଦର୍ଶିନୀ
ବିଜୟ ମହାନ୍ତି
ତନ୍ଦ୍ରା ରାୟ
କୁନା ତ୍ରିପାଠୀ
ସଲୀଳ ମିତ୍ର
ଗୀତ ଓ ସଙ୍ଗୀତ
ସଙ୍ଗୀତକାର: ପ୍ରେମ ଆନନ୍ଦ
ଗୀତିକାର: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
ପ୍ରଚ୍ଛଦପଟ ଗାୟକ: ଉଦିତ ନାରାୟଣ,ଇରା ମହାନ୍ତି
ଗୀତ
ମୋ ହାତ ଧରି ଚାଲୁଥା
ସାଥୀରେ ସାଥୀ
ବାଟୋଇ ମୁଁ ଏକା ଏକା
ମୋ ଲୁହର ରଙ୍ଗ ଆଜି
ପ୍ରେମର ବାଜି
ଆଜି କାହିଁ ସବୁ ଋତୁ
ଏ ଜୀବନ ଚଲା ବାଟେ
ତୋ ହୃଦୟ ଏତେ ବଡ଼
ମନ ଯଦି ଦେଇଥିଲୁ
ଟୀକା
୨୦୧୩ର ଓଡ଼ିଆ କଥାଚିତ୍ର |
ରତ୍ନାକର ଚଇନି( ୨୫ ଅଗଷ୍ଟ ୧୯୪୫ - ୧୮ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ ଓ ସମାଲୋଚକ ଥିଲେ । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ଏଯାବତ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।
ଜୀବନୀ
ରତ୍ନାକର, ୧୯୪୫ ମସିହାରେ ସାଲେପୁର ଅନ୍ତର୍ଗତ ଅରେଇଠାରେ ଜନ୍ମଗ୍ରହଣ କରିଥିଲେ । ସେ ନେମାଳ ହାଇସ୍କୁଲରୁ ମେଟ୍ରିକ ପାସ କଲା ପରେ , ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସ୍ନାତକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି, ୧୯୭୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟରେ ପଢ଼ିବା ସମୟରେ ମନୋଜ ଦାସ ତାଙ୍କର ଅଧ୍ୟାପକ ଥିଲେ । ୧୯୭୯ ମସିହାରୁ ସେ ଅଧ୍ୟାପନା ଆରମ୍ଭ କରି ଶୈଳବାଳା ମହିଳା ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ହୋଇ ଅବସର ଗ୍ରହଣ କରିଥିଲେ । ତାଙ୍କ ଅଧିନରେ ଅନେକ ଛାତ୍ର ପିଏଚଡି କରିଥିଲେ ।
ରଚନାବଳୀ
ନାଟକ
ନାଟ୍ୟ ରତ୍ନାକର (୨୦୦୭)
ତ୍ରିଆରା (୨୦୦୬)
ସୁନାକଳସ (୧୯୯୮)
ପକ୍ଷ ଓ ଚରିତ୍ର (୧୯୮୭)
ଅଥଚ ଚାଣକ୍ୟ (୧୯୮୨)
ମୁଖା (୧୯୮୦)
ପୁନଶ୍ଚ ପୃଥିବୀ (୧୯୭୭)
କଳଙ୍କିତ ସୂର୍ଯ୍ୟ (୧୯୭୪), (ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ)
ଅପଦେବତା (୧୯୭୩)
ରାଜହଂସ (୧୯୭୦) (ସର୍ବଭାରତୀୟ ପ୍ରତିଯୋଗିତା, ଅହମ୍ମଦାବାଦରେ ପ୍ରଥମ-୧୯୭୨)
ମଞ୍ଚନାୟିକା (୧୯୬୮)
ଅସ୍ତରାଗର ଚନ୍ଦ୍ର (୧୯୬୭)
ଶେଷ ଅଶ୍ରୁ (୧୯୬୬)
ଆଲୋଚନା ଓ ସମାଲୋଚନା
ଆଧୁନିକ ଓଡ଼ିଆ ନାଟକ ଏକତୁଳନାତ୍ମକ ଅଧ୍ୟାୟ (୨୦୦୧)
ସନ୍ଥ ସାହିତ୍ୟ କୋଷ (୧୯୯୮) ବୈଷ୍ଣବ ସାହିତ୍ୟ ଅଭିଧାନ
ସନ୍ଥକବି ଅଚ୍ୟୁତାନନ୍ଦ (୧୯୯୮),
ଓଡ଼ିଆ ନାଟକର ଉଦ୍ଭବ ବିକାଶ (୧୯୭୮)(ପି.ଏଚ୍.ଡ଼ି. ଉପାଧି ସନ୍ଦର୍ଭ)
କବିଗୋପାଳକୃଷ୍ଣ (୧୯୭୦)
ଉଦ୍ଭଟ ନାଟ୍ୟ ପରମ୍ପରା (୧୯୭୦)
କ୍ଷୁଦ୍ରଗଳ୍ପ
ନିଷିଦ୍ଧ ଶୃଙ୍ଗାର (୧୯୮୪)
ଋତୁର ନାମ ପିପାସା (୧୯୮୩)
ସୂର୍ଯ୍ୟାସ୍ତର ଉପବନ (୧୯୭୯)
କହ ଲଳିତା (୧୯୭୭)
ମୁଠାଏ ଶୂନ୍ୟତା (୧୯୭୩)
ଗପ (୧୯୭୨)
ଉପନ୍ୟାସ
ଫୁଲଫଗୁଣ (୧୯୬୮)
ଅବ୍ୟକ୍ତ ଗୋଧୁଳି (୧୯୬୭)
ରାତ୍ରୀର ରଜନୀଗନ୍ଧା (୧୯୬୫)
ଲୁହ ଲହରୀ (୧୯୬୩)
ସମ୍ପାଦନା
ଅଚ୍ୟୁତାନନ୍ଦ ରଚନାବଳୀ
ଆଜିର ଗଳ୍ପ
ଆଜିର ପ୍ରବନ୍ଧ
କାବ୍ୟ-କବିତା
ସ୍ୱାଧୀନତ୍ତୋର ଓଡ଼ିଆ ସାହିତ୍ୟ
ଓଡ଼ିଆ ଭାଷାକୋଷ ୮ ଖଣ୍ଡ ଓ ପରବର୍ତ୍ତୀ ଖଣ୍ଡ ସମ୍ପାଦନା କର୍ମରେ ଜଡ଼ିତ
ଆତ୍ମଜୀବନୀ
ଜୀବନ କମାରଶାଳ
ଅନୁବାଦ
ଭିରେଶ ଲିଙ୍ଗମ୍ (ସାହିତ୍ୟ ଏକାଡ଼େମୀ ନୂଆଦିଲ୍ଲୀ) ପଞ୍ଜାବୀ ଏକାଙ୍କି ଏନ୍.ବି.ଟି. ନୂଆଦିଲ୍ଲୀ)
ଇଂରାଜି
Achyutan nanda Das, Contribution of ‘Pancha sakha’s the five saint- poets of Orissa.
କଥାଚିତ୍ର
ଶୂନ୍ୟସ୍ୱରୂପ- (କାହାଣୀ ଓ ସଂଳାପ)- ଜାତୀୟ ପୁରସ୍କାର ପ୍ରାପ୍ତ ଆର୍ନ୍ତଜାତିକ ପାନୋରମାରେ ବର୍ଲିନ୍ରେ ପ୍ରଦର୍ଶିତ
ପୁରସ୍କାର ଓ ସମ୍ମାନ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୭ (କଳଙ୍କିତ ସୂର୍ଯ୍ୟ)
ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୨ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
ସାହିତ୍ୟ ଭାରତୀ ସମ୍ମାନ (ସାମଗ୍ରୀକ କୃତି, ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ) - ୨୦୧୬
ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଗଣକବି ବୈଷ୍ଣବ ପାଣି ସମ୍ମାନ (୧୯୯୯)
ନାଟ୍ୟ ଭୂଷଣ ସମ୍ମାନ- ଇଣ୍ଟରନ୍ୟାସ୍ନାଲ ଥିଏଟର ଫେଷ୍ଟିଭାଲ (୨୦୦୩)
ତୁଳସୀ ସାହିତ୍ୟ ସଂସଦ- ନାଟ୍ୟଶ୍ରୀ ସମ୍ମାନ (୧୯୯୭)
ନାଟ୍ୟକାର ସମ୍ମାନ (୧୯୯୩ )
ପ୍ରଜାତନ୍ତ୍ର- ବିଷୁବ ପୁରସ୍କାର (୧୯୮୫) (କ୍ଷୁଦ୍ର ଗଳ୍ପ)
ଉନ୍ମେଷ ସମ୍ମାନ, କଟକ (୧୯୮୩) (ସମାଲୋଚନା ସାହିତ୍ୟ)
ୟୁରେକା ସମ୍ମାନ, କଟକ (୧୯୮୧) (ସାମଗ୍ରୀକ କୃତି)
ଧରିତ୍ରୀ- ସାହିତ୍ୟ ସମ୍ମାନ (୧୯୮୦) (ସାମଗ୍ରୀକ କୃତି)
ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଅହମ୍ମଦାବାଦ ସର୍ବଭାରତୀୟ ନାଟ୍ୟ ପ୍ରତିଯୋଗିତା (୧୯୭୨)
ମୃତ୍ୟୁ
୨୦୨୦ ମସିହା ଅପ୍ରେଲ ୧୮ ତାରିଖରେ କଟକରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।
ଆଧାର
ବାହାର ଆଧାର
orissadiary.com: Dr Ratnakar Chaini elected as President of Utkal Sahitya Samaj
odisha.in: Dr Ratnakar Chaini elected new president of Sanskar Bharati
୧୯୪୫ ଜନ୍ମ
୨୦୨୦ ମୃତ୍ୟୁ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ
ଝଙ୍କାର ପୁରସ୍କାର ସମ୍ମାନିତ
ଓଡ଼ିଆ ନାଟ୍ୟକାର
ଓଡ଼ିଆ ଗାଳ୍ପିକ |
ଭାରତ ସରକାର ଭାରତ ତଥା ଏହାର ପ୍ରତ୍ୟେକ ଭାଗର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ ଅଟନ୍ତି । ଭାରତୀୟ ଶସ୍ତ୍ର ସେନାମାନଙ୍କ ସର୍ବୋଚ୍ଚ କମାଣ୍ଡ ଭାରତର ରାଷ୍ଟ୍ରପତିଙ୍କ ପାଖେ ଅଛନ୍ତି । ରାଷ୍ଟ୍ରର ରକ୍ଷା କରିବାର ଦାଇତ୍ୱ ମନ୍ତ୍ରୀମଣ୍ଡଳ ମାନଙ୍କ ପାଖେ ରହିଥାଏ । ଏହାର ନିର୍ବାହନ ରକ୍ଷା ମନ୍ତ୍ରାଳୟଙ୍କ ପାଖେ କରାଯାଏ, ଯିଏ ସଶସ୍ତ୍ରମାନଙ୍କୁ ଦେଶର ରକ୍ଷା ସମ୍ବନ୍ଧରେ ତାଙ୍କର ଦାଇତ୍ୱ ନିର୍ବାହନ କରିବା ପାଇଁ ନୀତିଗତ ରୂପରେଖ ଏବଂ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥାଏ । ଭାରତୀୟ ଶସ୍ତ୍ର ସେନାରେ ତିନୋଟି ପ୍ରଭାଗ ରହିଛି - ଭାରତୀୟ ଜଳସେନା, ଭାରତୀୟ ସ୍ଥଳସେନା, ଭାରତୀୟ ବାୟୁସେନା ଏବଂ ଏହାର ଅତିରିକ୍ତ, ଭାରତୀୟ ସଶସ୍ତ୍ର ବଳ, ଭାରତୀୟ ତଟରକ୍ଷକ ବଳ ଏବଂ ଅର୍ଧସୈନିକ ସଂଗଠନ (ଅସମ ରାଇଫଲ୍ସ ଏବଂ ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ) ଏବଂ ବିଭିନ୍ନ ଅନ୍ତର ସେବା ଆଦେଶ ଓ ସଂସ୍ଥାନରେ ଏହି ପ୍ରକାରର ସାମରିକ ବଳ କମାଣ୍ଡ ଆଣ୍ଡାମାନ-ନିକୋବର କମାଣ୍ଡ ଏବଂ ସମନ୍ୱିତ ରୂପରେ ଦିଫେନ୍ସ ଷ୍ଟାଫ ସମର୍ଥନ କରୁଛନ୍ତି । ଭାରତର ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ମାନଙ୍କ ସର୍ବୋଚ୍ଚ କମାଣ୍ଡର ଅଟନ୍ତି । ୧୪ଲକ୍ଷରୁ ଅଧିକ ସକ୍ରିୟ କର୍ମୀମାନଙ୍କ ବଳ ସହିତ, ଏହା ଦୁନିଆର ସବୁଠାରୁ ବଡ଼ ତିନୋଟି ସୈନ୍ୟ ବଳ ଅଟେ ଏବଂ ଦୁନିଆର ସବୁଠାରୁ ବଡ଼ ସ୍ୱୟଂ ସେବକ ସେନା ଅଟେ । ଅନ୍ୟ ବହୁ ସ୍ୱତନ୍ତ୍ର ଏବଂ ଆନୁସଙ୍ଗିକ ସେନା ସେବକ - ଭାରତୀୟ ସୀମା ସୁରକ୍ଷା ବଳ, ଅସମ ରାଇଫଲ୍ସ, ରାଷ୍ଟ୍ରୀୟ ରାଇଫଲ୍ସ, ଭାରତୀୟ ତିବତ୍ତ ସୀମା ପୋଲିସ ଇତ୍ୟାଦି ।
ଭାରତୀୟ ସେନାମାନଙ୍କ ପ୍ରମୁଖ କମାଣ୍ଡର "ଭାରତର ରାଷ୍ଟ୍ରପତି" ଶ୍ରୀ ପ୍ରଣବ ମୁଖାର୍ଜୀ ଅଟନ୍ତି । ସେ ଦୁନିଆର ସବୁଠାରୁ ବଡ଼ ଏବଂ ପ୍ରମୁଖ ସେନା ମାନଙ୍କ ମଧ୍ୟରୁ ଜଣେ । ସଂଖ୍ୟା ଦୃଷ୍ଟିରେ "ଭାରତୀୟ ସ୍ଥଳ ସେନା"ର ଯବାନ ମାନଙ୍କ ସଂଖ୍ୟା ଦୁନିଆରେ ଚୀନ ପରେ ସବୁଠାରୁ ଅଧିକ ଅଟେ । ଯେବେଠାରୁ ଭାରତୀୟ ସେନା ମାନଙ୍କ ଗଠନ ହୋଇଛି, ଭାରତ ଦୁଇ ବିଶ୍ୱଯୁଦ୍ଧରେ ଭାଗ ନେଇଛି । ଭାରତର ଆଜାଦି ପରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ତିନୋଟି ଯୁଦ୍ଧ ଜିତିଛନ୍ତି (୧୯୪୮, ୧୯୬୫, ତଥା ୧୯୭୧) ତଥା ଚୀନଠାରୁ ୧୯୬୨ ମସିହାରେ ଗୋଟିଏ ଥର ହାରିଥିଲେ । ୧୯୯୯ ମସିହାରେ ଏହା ଛଡା ଏକ ଛୋଟ ଯୁଦ୍ଧ (କାର୍ଗିଲ ଯୁଦ୍ଧ) ପାକିସ୍ତାନ ସହିତ ଆଉଥରେ ଲଢାଗଲା , ଯାହାପରେ ପାକିସ୍ତାନରେ "ନବାଜ ଶରୀଫ"ର ନାମ ଓଲଟି ଯାଇ "ପରବେଜ ମୁଶରଫ" ସତ୍ତାସିନ ହୋଇଥିଲା ।
ଭାରତୀୟ ସେନା "ପରମାଣୁ ଅସ୍ତ୍ର"ରୁ ବଡ଼ ଅଟନ୍ତି ଏବଂ ସେମାନଙ୍କ ପାଖେ ଉଚିତ ମିସାଇଲ ଟେକନିକ ମଧ୍ୟ ଉପଲବ୍ଧ ରହିଛି ।
ଭାରତୀୟ ସେନାଙ୍କ ତରଫରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ "ପରମବୀର ଚକ୍ର" ଅଟେ ।
ସେନା ମାନଙ୍କ ବ୍ୟୟ
ବିତ ବର୍ଷ ୨୦୧୪ - ୨୦୧୫ ମସିହାରେ କେନ୍ଦ୍ରୀୟ ଅନ୍ତରୀମ ବଜେଟରେ ରକ୍ଷା ଆବଣ୍ଟନରେ ୧୦ ପ୍ରତିଶତ ବଢ଼ାଇ ୨୨୪,୦୦୦ କୋଟି ଟଙ୍କା ଆବଣ୍ଟନ କରାଗଲା । ୨୦୧୩ - ୨୦୧୪ ବଜେଟରେ ଏହି ରାଶି ୨୦୩,୬୭୨ ଟଙ୍କା ଥିଲା । ୨୦୧୨ - ୨୦୧୩ରେ ରକ୍ଷା ସେବକଙ୍କ ପାଇଁ ୧,୯୩,୪୦୭ କୋଟି ଟଙ୍କା2012-13 ର ପ୍ରବନ୍ଧନ କରାଯାଇଥିଲା , ଯେତେବେଳେ କି ୨୦୧୧ - ୨୦୧୨ ମସିହାରେ ଏହି ରାଶି ୧,୬୪,୪୧୫ କୋଟି ଥିଲା ।
ରକ୍ଷା ଉତ୍ପାଦନର ଅଧୁନିକି କରଣରେ ୨୦୦୭ - ୨୦୦୮ ମସିହାରେ ୯୪୪.୯୫ କୋଟି ଖର୍ଚ୍ଚ କରାଗଲା ଯାହା ବଢ଼ି ୨୦୦୮ - ୨୦୦୯ ମସିହାରେ ୧୩୭୦.୯୯ ତଥା ୨୦୦୯ - ୨୦୧୦ ମସିହାରେ ୧୨୪୩.୪୭ କୋଟି ହୋଇଗଲା ।
ଭାରତୀୟ ସେନା ମାନଙ୍କ ଶାଖା
ଭାରତୀୟ ସ୍ଥଳସେନା
ଭାରତୀୟ ବାୟୁସେନା
ଭାରତୀୟ ଜଳସେନା
ନାଭିକୀୟ କମାଣ୍ଡ ପ୍ରାଧିକରଣ (ଭାରତ) (Nuclear Command Authority)
ବାହାର ଆଧାର
ଭାରତୀୟ ସୈନ୍ୟ ଶକ୍ତି (ଗୁଗୁଲ ପୁସ୍ତକ, ଲେଖକ - ଦିନକର କୁମାର, ଜେନେରାଲ ବି.ପି ମଲ୍ଲିକ)
ଭାରତୀୟ ସେନାଙ୍କ ଗୌରବ ଶାଳୀ ଇତିହାସ (By Ian Cardozo)
ଭାରତୀୟ ରକ୍ଷକ - ଭାରତୀୟ ସେନାଙ୍କ ସମସ୍ତ ଅଙ୍ଗର ଅଧିକାରୀକ ଜାଲର ମୁଖପୃଷ୍ଠ
ଆଧାର |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୧୯୯୮
ବଟ ତିଆରି ବର୍ଷ ଲେଖା |
କିରଣ ଲେଖା ମହାନ୍ତି (୧ ଜାନୁଆରୀ ୧୯୨୬ - ୧୧ ମଇ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ୧୯୭୭ ମସିହାରେ ଓଡ଼ିଶାର ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାର ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । କିରଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ସମୟରେ ସେ ରମା ଦେବୀ ଏବଂ ମାଳତୀ ଦେବୀଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ସହ ବନ୍ଦୀ ହୋଇ କାରାଗାରରେ ରହିଥିଲେ । ୧୯୪୫ ମସିହାରେ ମାଳତୀ ଦେବୀଙ୍କ ତତ୍ତ୍ୱାବଧାନରେ ସେ ତାଙ୍କର ଭଉଣୀ ଉତ୍ତରାଙ୍କ ସହ ମିଶି ଅନୁଗୋଳଠାରେ ବାଜି ରାଉତ ଛାତ୍ରାବାସ ନାମରେ ଏକ ଛାତ୍ରାବାସ ଖୋଲିଥିଲେ । ଏହି ଛାତ୍ରାବାସ ଆଦିବାସୀ ବାଳକ ବାଳିକାଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତା ପାଇବା ପରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେ ୧୯୫୭ ମସିହାରେ କଂଗ୍ରେସ ଦଳ ପରିତ୍ୟାଗ କରିଥିଲେ ଏବଂ ସର୍ବୋଦୟ ଆଇଡୋଲୋଜି ଅଧିନରେ କାମ କରିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ସମୟରେ ସେ ଜନତା ଦଳରେ ଯୋଗ ଦେଇଥିଲେ ।
ଜନ୍ମ ଓ ପରିବାର
କିରଣ ଲେଖା ମହାନ୍ତି ୧୯୨୬ ମସିହାର ଜାନୁଆରୀ ମାସ ୧ ତାରିଖରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ବୈଦ୍ୟନାଥ ରାୟ । ସେ ଜୟକୃଷ୍ଣ ମହାନ୍ତିଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ସମୁଦାୟ ଚାରି ଜଣ ସନ୍ତାନ ଥିଲେ, ତନ୍ମଧ୍ୟରୁ ଗୋଟିଏ ପୁଅ ଓ ତିନୋଟି ଝିଅ ଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ ଓ ଶିକ୍ଷା ଗ୍ରହଣ
କିରଣ ଲେଖା ସେବାଗଡ଼ଠାରେ ଥିବା ଗାନ୍ଧିଆନ ଇନିଷ୍ଟିଚିଉଟ୍ ଫର୍ ରୁରାଲ୍ ରି-କନ୍ଷ୍ଟ୍ରକସନ୍ରେ ପାଠ ପଢ଼ିବା ସହ ପ୍ରଶିକ୍ଷଣ ନେବା ପାଇଁ ଯୋଗ ଦେଇଥିଲେ । ମାତ୍ର ଏହି ସମୟରେ ମହାତ୍ମା ଗାନ୍ଧୀଙ୍କର ଆଦର୍ଶ ଏବଂ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ଏହି ବିଦ୍ୟାଳୟ ପରିତ୍ୟାଗ କରିବା ସହ ପାଠପଢ଼ା ବନ୍ଦ କରି ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେହି ସମୟରେ ଗାନ୍ଧିଜୀଙ୍କର ଡାକରାରେ ଭାରତକୁ ଇଂରେଜ ଶାସନ ମୁକ୍ତ କରିବା ପାଇଁ ଭାରତ ଛାଡ଼ ଆନ୍ଦୋଳରେ ସେ ଯୋଗ ଦେଇଥିଲେ ।
ଭାରତଛାଡ଼ ଆନ୍ଦୋଳନ ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଥିବା ଅନ୍ୟାନ୍ୟ ମହିଳାମାନଙ୍କ ମଧ୍ୟରେ ରମା ଦେବୀ, ମାଳତୀ ଦେବୀ ଆଦି ମାନ୍ୟଗଣ୍ୟ ମହିଳାମାନେ ମଧ୍ୟ କିରଣ ଲେଖାଙ୍କ ସହ ଗିରଫ ହୋଇ କାରାଦଣ୍ଡ ଭୋଗିଥିଲେ । ସେମାନେ ୨ ବର୍ଷ ୬ ମାସ ଜେଲ ଦଣ୍ଡ ଭୋଗିବାପରେ ମୁକୁଳିଥିଲେ । ଏହି ସମୟରେ ଜେଲରେ କିରଣ ଲେଖା ପ୍ରକୃତ ଶିକ୍ଷାଗ୍ରହଣ କରିଥିଲେ ।
୧୯୪୫ ମସିହାରେ କିରଣ ଜେଲରୁ ମୁକିଳିଥିଲେ ଏବଂ ଜେଲରୁ ବାହାରିଲାପରେ ସେ ଅନୁଗୋଳଠାରେ ଏକ ଛାତ୍ରାବାସର ଆରମ୍ଭ କରିଥିଲେ । ଆଦିବାସୀ ବାଳକ ବାଳିକାମାନଙ୍କ ପାଇଁ ସେ ମାଳତୀ ଦେବୀଙ୍କର ତତ୍ତ୍ୱାବଧାନରେ ତାଙ୍କ ଭଉଣୀ ଉତ୍ତରାଙ୍କ ସହ ମିଶି ଏହି ଛାତ୍ରାବାସ ନିର୍ମାଣ କରିଥିଲେ, ଯାହାର ନାମ ଥିଲା ବାଜି ରାଉତ ଛାତ୍ରାବାସ ।
ରାଜନୈତିକ ଜୀବନ
କିରଣ ବ୍ରିଟିଶ ରାଜ ସମୟରୁ ହିଁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏବଂ ଭାରତ ଇଂରେଜ ସରକାରଠାରୁ ମୁକ୍ତ ହୋଇ ସ୍ୱାଧୀନତା ପାଇବାପରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ମାତ୍ର ୧୯୫୭ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳ ପରିତ୍ୟାଗ କରିଥିଲେ । କଂଗ୍ରେସ ଦଳ ଛାଡ଼ିବାପରେ ସେ ସର୍ବୋଦୟ ଆଇଡୋଲୋଜି ଅଧିନରେ କାମ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୧୯୭୫ ମସିହାରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ସମୟରେ ସେ ଜନତା ଦଳରେ ଯୋଗ ଦେଇଥିଲେ ।
୧୯୭୭ ଓଡ଼ିଶା ସାଧାରଣ ନିର୍ବାଚନରେ କିରଣ ଜନତା ଦଳର ପ୍ରତିନିଧି ଭାବରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ସେ ଏହି ନିର୍ବାଚନ ଜିତି ଓଡ଼ିଶା ବିଧାନ ସଭାର ୭ମ ସଭାକୁ ନିର୍ବାଚିତ ହୋଇଥିଲେ । ୭ମ ଓଡ଼ିଶା ବିଧାନ ସଭାରେ ସେ ୧୯୭୭ରୁ ୧୯୮୦ ଯାଏଁ ବିଧାୟିକା ପଦରେ ରହି କାର୍ଯ୍ୟ କରିଥିଲେ ।
ମୃତ୍ୟୁ
୧୯୯୭ ମସିହା ମଇ ମାସ ୧୧ ତାରିଖରେ କିରଣ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
ଆଧାର
୧୯୨୬ ଜନ୍ମ
୧୯୯୭ ମୃତ୍ୟୁ
ଓଡ଼ିଆ ଲୋକ
ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ
୭ମ ଓଡ଼ିଶା ବିଧାନ ସଭାର ସଭ୍ୟ |
ୟେମେନ (ଆରବୀ: اليَمَن ଅଲ-ୟେମେନ), ଆନୁଷ୍ଠାନିକ ଭାବେ "ୟେମେନ ଗଣରାଜ୍ୟ" ବା "Republic of Yemen" (ଆରବୀ: الجمهورية اليمنية ଅଲ-ଜାମହୁରିଆ ଅଲ-ୟେମେନ) ନାମରେ ପରିଚିତ ମଧ୍ୟ-ପୂର୍ବ ଏସିଆର ଏହି ଦେଶ, ଆରବ ଉପଦ୍ୱୀପର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ପ୍ରାୟ ଦୁଇ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଉତ୍ତରରେ ସାଉଦି ଆରବ, ପଶ୍ଚିମରେ ଲୋହିତ ସାଗର, ଦକ୍ଷିଣରେ ଆରବ ସାଗର ଏବଂ ପୂର୍ବରେ ଓମାନ ଅବସ୍ଥିତ । ୟେମେନର ଭୌଗୋଳିକ ପରିସର ମଧ୍ୟରେ ୨୦୦ରୁ ଅଧିକ ଦ୍ୱୀପ ଅନ୍ତର୍ଭୁକ୍ତ, ଯେଉଁଥିରୁ ସୋକୋଟ୍ରା ଦ୍ୱୀପ ସର୍ବ ବୃହତ ଅଟେ ।
ପରିଚୟ
ୟେମେନ ହେଉଛି ଏକ ସ୍ୱାଧୀନ ରାଷ୍ଟ୍ର ଯାହା ଆରବ ଦ୍ୱୀପପୁଞ୍ଜର ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥିତ । ପୂର୍ବ ଦିଗକୁ ବାଦ ଦେଲେ ଏହାର ଅନ୍ୟ ତିନି ପାର୍ଶ୍ୱର ଭୌଗୋଳିକ ସୀମା ନିର୍ଦ୍ଧାରିତ । ପଶ୍ଚିମ ସୀମାରେ ଲାଲ ସାଗରର ଲମ୍ବ ୩୦୦ ମାଇଲରୁ ଅଧିକ । ଏହା ଏକ ପାର୍ବତ୍ୟ ଦେଶ । ଏହାର ଉତ୍ତର-ପୂର୍ବରେ ରୁବ୍-ଏଲ୍-ଖାଲି ନାମକ ମରୁଭୂମି ସାଧାରଣତ ଭାବେ ୧୦୦୦ ମିଟର (୩୨୮୧ ଫୁଟ) ତଳେ, ଏବଂ ଏଠାରେ ପ୍ରାୟ ବର୍ଷା ହୁଏ ନାହିଁ । ଏହି ଅଞ୍ଚଲ କେବଳ ବେଡୁଇନ୍ ଜାତିର ଓଟପାଳକମାନଙ୍କଦ୍ୱାରା ଜନବହୁଳ । ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ଜଳର ଅଭାବ ଏବେ ଆନ୍ତର୍ଜାତୀୟ ସ୍ତରରେ ଚିନ୍ତାର ବିଷୟ । ଏଠାରେ ଅନେକ ନଦୀ ପ୍ରବାହିତ ହେଉଛି, ଉତ୍ତରରେ ୱାଡି ନାଜ୍ରାନ୍ ଏବଂ ଦକ୍ଷିଣରେ ରବ୍ ଅଲ-ଖାଲି ଏବଂ ହାଡ୍ରାମୱଟ୍ । ଏଠାରେ ଜାନୁଆରୀର ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ଏବଂ ଗରମ ଜୁନ୍ ମାସର ତାପମାତ୍ରା ୨୨ ଡିଗ୍ରୀ ସେଲସିୟସ ଅଟେ । ଉଚ୍ଚ ଅଞ୍ଚଳରେ ୧୪ ଇଞ୍ଚ ବର୍ଷା ହୁଏ | ଧୂଳି ଝଡ଼ ଏଠାରେ ଅଧିକ ପ୍ରବାହିତ ହୁଏ । ଏଠାକାର ଉଦ୍ଭିଦଗୁଡିକରେ ମଧ୍ୟରେ ଆକାସିଆ, ତାରିଣୀ ଏବଂ ଫଳ ଗଛଗୁଡିକ ପ୍ରମୁଖ । ଯଦିଓ ଏଠାରେ ଶୁଖିଲା ଜଙ୍ଗଲ ଦେଖିବାକୁ ମିଳେ, ଆଲପାଇନ୍ ଗୋଲାପ, ବାଲାମ (ଗୋଲାପ ହେନା) ଏବଂ ବେସନ ଉଦ୍ଭିଦ ପ୍ଲାଟୋ ଏବଂ ସମତଳ ଅଞ୍ଚଳରେ ଦେଖାଯାଏ | ଏଠାକାର ଜୀବଜନ୍ତୁରେ ବାବୁନ୍, ଗଜଲ, ଚିତାବାଘ, ପାର୍ବତ୍ୟ ରାବଣ ଇତ୍ୟାଦି ଅନ୍ତର୍ଭୁକ୍ତ । ପକ୍ଷୀମାନଙ୍କ ମଧ୍ୟରେ ଶାଗୁଣା, କ୍ରେନ୍, ହେରନ୍, ପାରା, ହର୍ନବିଲ୍, ଚାଟକୋରା ଇତ୍ୟାଦି ଦେଖାଯାଆନ୍ତି |
ଏହି ଦେଶର ରାଜଧାନୀ ହେଉଛି ସାନା ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକ ହେଉଛି ତାଜିଜ୍, ଅଲ-ହୁଦାଇଦା, ବାଇଟ୍ ଅଲ ଫାକିହ । ଆରବୀ ହେଉଛି ଏଠାକାର ମୁଖ୍ୟ ଭାଷା । ଏ ଦେଶର ଅଧିକାଂଶ ଲୋକ ହେଉଛନ୍ତି ଇସଲାମ ଧର୍ମାବଲମ୍ବୀ । କେବଳ ୫% ଜମିରେ ଚାଷ କରାଯାଏ । ଉଚ୍ଚ ଅଞ୍ଚଳଗୁଡିକ ହେଉଛି ପ୍ରମୁଖ କୃଷି ସ୍ଥାନ । ପ୍ରାଚୀନ କାଳରୁ ଶୁଖିଲା କୃଷିରେ କଫିର ସ୍ଥାନ ପ୍ରମୁଖ ରହିଆସିଛି । କଟ୍ ଅମଳ ଶୀଘ୍ର କଫି ବଦଳାଉଛି । ଫଳ, ଆପଲ୍, ଆପ୍ରିକେଟ୍, ବନ୍ଧାକୋବି, ବିଭିନ୍ନ ପ୍ରକାରର ଅଙ୍ଗୁର, ଲେମ୍ବୁ, ପେଚା, କମଳା ଏବଂ ଅନେକ ପ୍ରକାରର ତରଭୁଜ ଚାଷ କରାଯାଏ । ବାଦାମ ଏବଂ ଅନ୍ୟ କାଠ ବାଦାମ ମଧ୍ୟ ଚାଷ କରାଯାଏ । ଖାଦ୍ୟ ଶସ୍ୟରେ ବାର୍ଲି, ଓଟସ୍, କାମମା, ଜୋୱାର, ମିଲେଟ, ଧାନ, ତେଲ ଏବଂ ସୋରିଷର ଏକ ପ୍ରମୁଖ ସ୍ଥାନ ରହିଛି | ମାଳଭୂମି ଏବଂ ବେଳାଭୂମିରେ ମଧ୍ୟ ଗହମ ଚାଷ କରାଯାଏ | ଖଣିଜ ପଦାର୍ଥ ମଧ୍ୟରେ ଲୁଣ ଏବଂ ଚୂନ ପଥର ପ୍ରମୁଖ ।
୧୯୬୨ ମସିହାରେ ୟେମେନର ସୁଲତାନଙ୍କ ମୃତ୍ୟୁ ପରେ, ୨୬ ସେପ୍ଟେମ୍ବର ୧୯୬୨ରେ ୟେମେନରେ ଏକ ବିପ୍ଳବ ହୋଇଥିଲା, ୟେମେନର ବିଦ୍ରୋହୀ ସରକାର ଋଷ ଏବଂ ଇଜିପ୍ଟ ସାହାଯ୍ୟରେ ୟେମେନରେ ଏକ ଗଣତନ୍ତ୍ର ପ୍ରତିଷ୍ଠା କରିଥିଲେ । କିନ୍ତୁ ଶାହାଜଡା ହାସନ ସାଉଦି ଆରବର ଜେଡ୍ଡା ପ୍ରଦେଶରେ ୟେମେନର ନିର୍ବାସିତ ସରକାର ପ୍ରତିଷ୍ଠା କରିଥିଲେ । ସଙ୍ଗେ ସଙ୍ଗେ ଦୁଇ ସରକାରଙ୍କ ମଧ୍ୟରେ ଏକ ଖୋଲା ଯୁଦ୍ଧ ଆରମ୍ଭ ହେଲା, ଏହି ବିବାଦରେ ସାଉଦି ଆରବ ଏବଂ ଜୋର୍ଡାନ ବିପ୍ଳବୀମାନଙ୍କ ପ୍ରତି ହାସନ ଏବଂ ଇଜିପ୍ଟରେ ଅଂଶଗ୍ରହଣ କରିବା ଆରମ୍ଭ କଲେ । ଏହି ଦିନ ଯୁଦ୍ଧ ଦିନକୁ ଦିନ କ୍ରୋଧିତ ହୋଇଥିଲା, ଯେଉଁଥିରେ ସାନ୍ଦ ୧୯୬୩ ମସିହାରେ ୟେମେନରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଡକ୍ଟର ରାଲ୍ଫ ବଞ୍ଚ ପଠାଇଥିଲେ ଏବଂ ଏଥିପାଇଁ ଉଭୟ ପକ୍ଷକୁ ପ୍ରସ୍ତୁତ କରିଥିଲେ, ସେମାନେ ଶାନ୍ତିପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ସମସ୍ୟାର ସମାଧାନ କରିବେ । ଶେଷରେ ମିଳିତ ଜାତିସଂଘ ୟେମେନ ଶାନ୍ତି ପ୍ରତିଷ୍ଠା କଲା ।
ୟେମେନ ଆରବ ରିପବ୍ଲିକ୍ (ଉତ୍ତର ୟେମେନ) ସହ ପିପୁଲ୍ସ ଡେମୋକ୍ରାଟ୍ ରିପବ୍ଲିକ୍ ଅଫ୍ ୟେମେନ (ଦକ୍ଷିଣ ୟେମେନ)ର ମିଶ୍ରଣ ହୋଇ ବର୍ତ୍ତମାନର ରିପବ୍ଲିକ୍ ଅଫ୍ ୟେମେନ ମେ ୧୯୯୦ରେ ସୃଷ୍ଟି ହୋଇଥିଲା । ଏକୀକରଣ ଚୁକ୍ତିନାମା ଅନୁଯାୟୀ, ଉତ୍ତର ୟେମେନର ରାଜଧାନୀ ସାନା ଦେଶର ରାଜନୈତିକ ରାଜଧାନୀ ଭାବରେ କାର୍ଯ୍ୟ କରୁଥିବାବେଳେ ଦକ୍ଷିଣ ୟେମେନର ରାଜଧାନୀ ଆଡେନ ଅର୍ଥନୈତିକ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି । ୟେମେନର ଦୁଇଟି ଯାକ ଭାଗର ଇତିହାସରେ ଅନେକ ବିବିଧତା ଲକ୍ଷ୍ୟ କରାଯାଏ । ଯେତେବେଳେ ଉତ୍ତର ୟେମେନ କୌଣସି ଉପନିବେଶ ପ୍ରଶାସନର ଇଉରୋପୀୟ ଶକ୍ତିଦ୍ୱାରା ପରାଧୀନତା ଅନୁଭବ କରିନଥିଲା, ଦକ୍ଷିଣ ୟେମେନ ୧୮୩୯ରୁ ୧୯୬୭ ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟର ଏକ ଅଂଶ ଥିଲା । ମିଶ୍ରଣ ପରବର୍ତ୍ତୀ ୟେମେନରେ କ୍ରମିକ ଦୁର୍ନୀତି ଏବଂ ଅର୍ଥନୈତିକ ଅସୁବିଧା ଦେଖାଯିବା ଫଳରେ ଅନେକ ସମୟରେ ଏହାର କୁପ୍ରଭାବ ଏଠାକାର ଶାସନ ବ୍ୟବସ୍ଥାରେ ଦେଖିବାକୁ ମିଳେ ।
୨୦୧୧ ପରଠାରୁ ୟେମେନରେ ଦାରିଦ୍ର୍ୟ, ବେକାରୀ, ଦୁର୍ନୀତି ଏବଂ ରାଷ୍ଟ୍ରପତି ସାଲେହଙ୍କ ୟେମେନର ସମ୍ବିଧାନରେ ସଂଶୋଧନ ପୂର୍ବକ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସୀମାକୁ ହଟାଇ ଆଜୀବନ ରାଷ୍ଟ୍ରପତି ବନାଇବା ଉଦ୍ୟମକୁ ନେଇ ରାଜନୈତିକ ସଙ୍କଟରେ ଦେଖାଦେଇଥିଲା । ରାସ୍ତାଘାଟରେ ଏହାର ବହୂଳ ବିରୋଧ ହେବା ସହ ଗଣ ବିପ୍ଳବର ଆଭାସ ରହିଥିଲା । ରାଷ୍ଟ୍ରପତି ସାଲେହ ପଦରୁ ଇସ୍ତଫା ଦେଇଥିଲେ ଏବଂ ରାଷ୍ଟ୍ରପତିଙ୍କ କ୍ଷମତା ଉପ-ରାଷ୍ଟ୍ରପତି ଅବଦ୍ରାବହୁ ମାନସୁର ହାଡିଙ୍କୁ ହସ୍ତାନ୍ତର କରାଯାଇଥିଲା, ଯିଏକି ଏକ-ପ୍ରାର୍ଥୀ ନିର୍ବାଚନରେ ୨୧ ଫେବୃଆରୀ ୨୦୧୨ରେ ଆନୁଷ୍ଠାନିକ ଭାବରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ । ସେବେଠାରୁ ଦେଶ ଏକ ଗୃହଯୁଦ୍ଧରେ ରହିଆସିଛି ଜାନୁଆରୀ ୨୦୧୬ଠାରୁ ୟେମେନରେ ସଶସ୍ତ୍ର ହିଂସାରେ ଅତି କମରେ ୫୬,୦୦୦ ସାଧାରଣ ନାଗରିକ ଏବଂ ସୈନ୍ୟ ନିହତ ହୋଇଛନ୍ତି ।
ସଂସ୍କୃତି
ୟେମେନରେ ଧର୍ମ ମୁଖ୍ୟତ ଇସଲାମର ଦୁଇଟି ପ୍ରମୁଖ ଧାର୍ମିକ ଗୋଷ୍ଠୀକୁ ନେଇ ଗଠିତ; ସୁନ୍ନି ଏବଂ ଶିୟା । ମୁସଲମାନ ଜନସଂଖ୍ୟାର ପ୍ରାୟ ୬୫% ସୁନ୍ନି ଏବଂ ୩୦% ଶିୟା ଅଟନ୍ତି ।
ସଙ୍ଗୀତ
ୟେମେନର ସଂଗୀତ ମୁଖ୍ୟତଃ ପାନ-ଆରବର ଲୋକପ୍ରିୟ ତାରକା ଏବଂ ବିଂଶ ଶତାବ୍ଦୀରେ ଇସ୍ରାଏଲରେ ସଂଗୀତ ତାରକା ହୋଇଥିବା ୟେମେନ ଯିହୁଦୀମାନଙ୍କ ପାଇଁ ବିଦେଶରେ ଜଣାଶୁଣା । ଆରବ ଜଗତରେ ୟେମେନ ଦୀର୍ଘ ଦିନରୁ ଏକ ସାଂସ୍କୃତିକ କେନ୍ଦ୍ର ହୋଇଆସିଛି ।
କଳା
ୟେମେନୀୟ ପାରମ୍ପାରିକ ସ୍ଥାପତ୍ୟ ଏହାର କଳାତ୍ମକ ସୌନ୍ଦର୍ଯ୍ୟ ପାଇଁ ବହୁ ପ୍ରଶଂସା ଲାଭ କରିପାରିଛି ।
ଖାଦ୍ୟ
ୟେମେନ ରୋଷେଇ ବହୁଳ ଭାବରେ ମଧ୍ୟ-ପୂର୍ବାଞ୍ଚଳ ରୋଷେଇଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଇତିହାସରୁ ଜଣାଯଏ ୟେମେନ ବ୍ୟଞ୍ଜନରେ କିଛି ତୁର୍କୀ ପ୍ରଭାବ ରହିଥିଲା ଏବଂ ଦକ୍ଷିଣସ୍ଥ ଆଡେନ ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଗଲାଇ ଶୈଳୀରେ ଭାରତୀୟ ପ୍ରଭାବ ଖୁବ୍ କମ୍ ଥିଲା, କିନ୍ତୁ ଏହି ପ୍ରଭାବଗୁଡିକ କେବଳ ଗତ ୩୦୦ ବର୍ଷ ପୁରୁଣା । ଏଠାରେ ଗୋମାଂସ ଅପେକ୍ଷା ଚିକେନ୍, ଛେଳି, ଏବଂ ମେଣ୍ଢା ମାଂସ ଅଧିକ ଖାଆନ୍ତି । ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ ମାଛ ମଧ୍ୟ ଖିଆଯାଏ ।
ଆଧାର
ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ର |
୬୦୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୬୦୯
ବଟ ତିଆରି ବର୍ଷ ଲେଖା |
ରବି କିନାଗୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଭୀଷ୍ମ ପ୍ରତିଜ୍ଞା ୧୯୯୨ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
ଓଡ଼ିଆଚଳଚ୍ଚିତ୍ର ‘ଭୀଷ୍ମ ପ୍ରତିଜ୍ଞା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଉତ୍ତମ ମହାନ୍ତି
ବିଜୟ ମହାନ୍ତି
ହର ପଟ୍ଟନାୟକ
ରେଶ୍ମା
ରାଇମୋହନ ପରିଡ଼ା
ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।
ଦ୍ରଷ୍ଟବ୍ୟ
୧୯୯୨ର ଓଡ଼ିଆ କଥାଚିତ୍ର
କଥାଚିତ୍ର ପ୍ରକଳ୍ପରେ ଉନ୍ନତ ହେବାକୁ ଥିବା ପ୍ରସଙ୍ଗ |
୫୭୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
୫୭୩
ବଟ ତିଆରି ବର୍ଷ ଲେଖା |
କେନ୍ଦ୍ରୀୟ ରେଟିନା ଧମନୀ ଅବରୋଧ ( CRAO ) କୁହାଯାଏ ଯେତେବେଳ ଆଖିର କେନ୍ଦ୍ରୀୟ ରେଟିନା ଧମନୀର ହଠାତ୍ ଅବରୋଧ ହୋଇଯାଏ । ଗୋଟିଏ ଆଖି ଦୃଷ୍ଟିହାନୀ ହୋଇଯାଏ । ଏହା ହଠାତ୍ ଆରମ୍ଭ ହୁଏ । ରୋଗ ଜଟିଳ ହେଲେ ଗ୍ଲୁକୋମା ଏବଂ ଭିଟ୍ରିଅସ ରକ୍ତସ୍ରାବ ହୋଇପାରେ ।
କାରଣଗୁଡ଼ିକରେ ଆଥେରୋସ୍କ୍ଲେରୋସିସ୍, କୋଲାଜେନ୍-ଭାସ୍କୁଲାର୍ ରୋଗ, ପ୍ରଦାହଜନକ ରୋଗ ଏବଂ ହାଇପରକୋଏଗୁଲେବଲ୍ ଅବସ୍ଥା ଯୋଗୁ ହୋଇପାରେ । ଏହା ସାଧାର ଏମ୍ବୋଲାଇଜିମ୍ କାରଣରୁ ଘଟିଥାଏ, ସମ୍ଭବତ କାରୋଟିଡ୍ ଧମନୀ କିମ୍ବା ହୃତ୍ପିଣ୍ଡ ଭଲଭରୁ ହୋଇଥାଏ । ଅନ୍ୟାନ୍ୟ କାରଣ ମଧ୍ୟରେ ଲୁପସ୍ କିମ୍ବା ଟେମ୍ପୋରାଲ ଧମନୀ ପ୍ରଦାହ ଯୋଗୁ ହୋଇପାରେ । ଉଚ୍ଚ ରକ୍ତଚାପ, ଧୂମପାନ ଏବଂ ମଧୁମେହ ମଧ୍ୟ ବିପଦ କାରଣ ହୋଇପାରେ । ଫଣ୍ଡୋସ୍କୋପି ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ।
ଚିକିତ୍ସା ବିବାଦୀୟ ଅଟେ । ଜମାଟ ବାନ୍ଧିବାକୁ ଚେଷ୍ଟା କରିବା ପାଇଁ ଇଣ୍ଟ୍ରୋଅକୁକୁଲାର ଚାପ ହ୍ରାସ କରି ରକ୍ତ ଜମାଟ ବାହାର କରିବାକୁ ଚେଷ୍ଟା କରାଯାଏ । ଟାଇମୋଲୋଲ୍ ଆଖି ବୁନ୍ଦା କିମ୍ବା ଆସେଟାଜୋଲାମାଇଡ୍ ବ୍ୟବହାର କରି ଏହା କରାଯାଇପାରେ । କେତେକ ଆଖିର ମାଲିସ୍ କରିବାକୁ ଚେଷ୍ଟା କରିଛନ୍ତି ଏବଂ ଥ୍ରୋମ୍ବୋଲାଇସିସ୍ ଅଧ୍ୟୟନ ମଧ୍ୟ କରାଯାଉଛି । ପ୍ରଭାବିତ ଆଖିରେ କିଛି ମାତ୍ରାରେ ସ୍ଥାୟୀ ଦୃଷ୍ଟି ଶକ୍ତି ହ୍ରାସ ହୁଏ।|
ବର୍ଷକୁ ପ୍ରାୟ ୫୦,୦୦୦ ଲୋକଙ୍କ ମଧ୍ୟରୁ ଜଣକାର ଏହି ରୋଗ ହୁଏ । ଏହା ସାଧାରଣତ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ; ୯୦%ରୁ ଅଧିକ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଘଟିଥାଏ। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି। ଏହି ଅବସ୍ଥା ପ୍ରଥମେ ୧୮୫୯ ମସିହାରେ ଭନ୍ ଗ୍ରାଫଦ୍ୱାରା ବର୍ଣ୍ଣନା କରାଯାଇଥିଲା
ଆଧାର
ଚିକିତ୍ସା ବିଜ୍ଞାନ
Translated from MDWiki |
ମୋ ସାଥୀ ଆପ (Mo Sathi mobile app), ନାରୀ ସୁରକ୍ଷା ଦିଗରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସଦ୍ୱାରା ନିର୍ମାଣ କରାଯାଇଥିବା ଏକ ମୋବାଇଲ ଆପ । ଏହି ଆପ ୨୦୧୫ ମଇ ୧୫ରୁ ପ୍ରଚଳନ କରାଯାଇଛି । ଏହି ମୋବାଇଲ ଆପ୍ଲିକେସନ ମହିଳାମାନଙ୍କୁ ସେମାନଙ୍କ ଜରୁରୀ ପରିସ୍ଥିତି ସମୟରେ ପୋଲିସ ନିୟନ୍ତ୍ରଣ କକ୍ଷ ଏବଂ ତାଙ୍କର ସମ୍ପର୍କୀୟଙ୍କୁ ସୂଚିତ କରିବାରେ ସାହାଯ୍ୟ କରିଥାଏ । ସ୍ମାର୍ଟଫୋନ ବ୍ୟବହାର କରୁଥିବା ମହିଳାମାନେ ଏହି ଆପ ବ୍ୟବହାର କରିପାରନ୍ତି । ଏହି ଆପ ଦିଲ୍ଲୀରେ ପ୍ରଚଳିତ 'ହିମ୍ମତ' ଆପର ଅନୁରୂପ ଅଟେ ।
କାର୍ଯ୍ୟକାରିତା
ଏହି ଆପକୁ ଡାଉନଲୋଡ କରିବା ପରେ ଜଣେ ନୂଆ ବ୍ୟବାହାରକାରୀଙ୍କୁ ଆପର ପ୍ରଥମ ପୃଷ୍ଠାରେ ସେମାନଙ୍କ ନାମ, ମୋବାଇଲ, ନମ୍ବର, ଏବଂ ଅନୁନ୍ୟ ଦୁଇ ଜଣ ସମ୍ପର୍କୀୟ/ସାଙ୍ଗଙ୍କ ବିବରଣୀ ସହ ପଂଜୀକୃତ ହେବାକୁ ପଡ଼ିଥାଏ । ଏହା ଅାକ୍ଟିଭେଟ ହେଲେ ୨୪ ଘଣ୍ଟା ମଧ୍ୟରେ ଏକ ଏସଓଏସ ଚିତ୍ର ଦୃଶ୍ୟମାନ ହୁଏ । ଏହା ମାତ୍ର ଏକଥରକିଆ କାମ ଅଟେ ।
କୌଣସି ଜରୁରୀ ପରିସ୍ଥିତିରେ ବ୍ୟବାହାରକାରୀଙ୍କୁ ଫୋନର ହୋମ ସ୍କ୍ରିନରେ ଥିବା ନିର୍ଦ୍ଦିଷ୍ଟ ବଟନ ଚିପି ରଖିଲେ ଏକ ସୂଚନା ପଠାଇ ପାରିବେ । ଯେତେ ଜଲଦୀ ଏହି ବିପତ୍ତି ସହାୟତା ଲୋଡା କଲ ଗ୍ରହଣ କରାଯାଏ, ଫୋନରେ ଏହାର ୩୦ ସେକେଣ୍ଡିଆ ଅଡ଼ିଓ ଏବଂ ଭିଡ଼ିଓ ରେକଡିଂ ଆରମ୍ଭ ହୋଇଯାଏ ଯାହା ପୋଲିସ ନିୟନ୍ତ୍ରଣ କକ୍ଷକୁ ସିଧାପ୍ରସାରିତ ହୋଇଥାଏ, ଆପଟି ସ୍ଥାନ ସୂଚନା ସହ ପୀଡିତାର ସମସ୍ତ ତଥ୍ୟ ଏକାଥରରେ ପୋଲିସ ସହାୟତା କକ୍ଷ, ସେହି ଅଂଚଳରେ ପାଟ୍ରୋଲିଂ କରୁଥିବା କାରକୁ ପଠେଇଥାଏ । ଏହି ଆପ ମାଧ୍ୟମରେ ଜଣେ ମହିଳା ସିଧାସଳଖ ପୋଲିସ କଣ୍ଟ୍ରୋଲ ରୁମ ସହିତ ସଂପର୍କ ସ୍ଥାପନ କରିପାରିବେ । କେବଳ ପାୱାର ବଟନ ଦବାଇବାଦ୍ୱାରା ମୋବାଇଲର କ୍ୟାମେରା ଅନ ହୋଇଯିବ ଓ ଏହାର ଚିତ୍ର ସିଧାସଳଖ ପୋଲିସ କଣ୍ଟ୍ରୋଲ ରୁମରେ ଦେଖାଯିବ । ଆଉ ପୋଲିସ କଣ୍ଟ୍ରୋଲ ରୁମ ସଙ୍ଗେ ସଙ୍ଗେ ଏନେଇ ନିକଟସ୍ଥ ଥାନା ଅବା ପିସିଆରକୁ ତୁରନ୍ତ ଖବର ଦେବ । ସେହିପରି ଏହି ବଟନ ଦବାଇ ଅସୁବିଧାରେ ପଡ଼ିଥିବା ମହିଳା ନିଜ ସଂପର୍କୀୟମାନଙ୍କୁ ମଧ୍ୟ ଅବଗତ କରାଇପାରିବେ ।
ସାବଧାନତା
ମୋ ସାଥୀ ଆପର ଅସଦବ୍ୟବହାର ନକରିବା ପାଇଁ ପୋଲିସ ଜନସାଧାରଣଙ୍କୁ ସାବଧାନ କରାଇଛନ୍ତି । ଏହି ଆପ୍ଲିକେସନ ଏବଂ ସେବାଗୁଡ଼ିକ ସେତେବେଳେ ବ୍ୟବହାର କରାଯିବାକୁ ନିର୍ଦ୍ଦେଶ ରହିଛି ଯେତେବେଳେ ଜୀବନ ଏବଂ ଶରୀର ପ୍ରତି ବିପଦ ଥିବ । ମିଥ୍ୟା ଏସଓଏସ (SOS) ସୂଚନା/ ଆଲରାମ, ଉଦ୍ଦେଶ୍ୟ ପୂର୍ଣ୍ଣ /ଅଣଉଦ୍ଦେଶ୍ୟ ପୂର୍ଣ୍ଣ (ଏହିପରି ୩ଟି ମିଥ୍ୟା SOS ସୂଚନା) ଘଟଣା ଘଟିଲେ ପଂଜୀକରଣକୁ ରଦ୍ଦ କରାଯାଏ । ପରେ ବ୍ୟବାହାରକାରୀ ସହାୟତା ନମ୍ବରରେ ଫୋନ କିମ୍ବା କର୍ତୃପକ୍ଷଙ୍କୁ ଇମେଲ ଆବେଦନ କଲେ ପୁନଃ ପଂଜୀକରଣ କରି ତାଙ୍କ ସୁବିଧାକୁ ସଚଳ କରିପାରିବେ ।
ଏହି ଆପଟି ଏବେ କେବଳ ଆଣ୍ଡରଏଡ ପ୍ଲାଟଫର୍ମରେ ଉପଲବ୍ଧ ।
କେମିତି ପାଇବେ
ମୋ ସାଥୀ ଆପ ଗୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ କରିହୁଏ ।
ସେବା ଉପଲବ୍ଧ ଥିବା ସହର
ମୋ ସାଥୀ ସେବା ବର୍ତ୍ତମାନ କେବଳ ଭୁବନେଶ୍ୱର ଏବଂ କଟକରେ ଉପଲବ୍ଧ ।
ଅଧିକ ଦେଖନ୍ତୁ
ବିଭିନ୍ନ ରାଜ୍ୟମାନଙ୍କରେ ମହିଳାଙ୍କ ଆତ୍ମରକ୍ଷା ଲାଗି ମୋବାଇଲ ଆପ
ବାହାର ଲିଙ୍କ
http://bhubaneswarcuttackpolice.gov.in/
ଆଧାର
ମୋବାଇଲ ଆପ |
ହରପ୍ରସାଦ ଦାସ (ଜନ୍ମ ୧୫ ଜାନୁଆରୀ ୧୯୪୬) ଜଣେ ଓଡ଼ିଆ ସାହିତ୍ୟିକ ଓ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ।
ସେ ୧୩ଟି କବିତା ଗ୍ରନ୍ଥ,ଚାରୋଟି ଗଦ୍ୟ, ତିନୋଟି ଅନୁବାଦ ଓ ଗୋଟିଏ କଳ୍ପ ଗଳ୍ପ ରଚନା କରିଛନ୍ତି ।
ବୃତ୍ତିଗତ ଜୀବନ
ହରପ୍ରସାଦ ଦାସ ୧୯୬୮ ମସିହାରେ ଜଣେ "ଭାରତୀୟ ପ୍ରଶାସନିକ ସେବା" ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର, ମଧ୍ୟ ପ୍ରଦେଶ, ଜମ୍ମୁ ଓ କଶ୍ମୀର ଓ ଦିଲ୍ଲୀରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିସାରିଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟରେ ସେ ସର୍ବାଧିକ ସମୟ କାମ କରିଥିଲେ । ସେ ଓଡ଼ିଶାର ଆକାଉଣ୍ଟ ଜେନେରାଲ ଓ ବିହାରର ପ୍ରମୁଖ ଆକାଉଣ୍ଟ ଜେନେରାଲ ଭାବରେ ତଥା ଜାତିସଂଘର ପରାମର୍ଶଦାତା ଓ ବିଶେଷଜ୍ଞ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ରଚନାବଳୀ
ରବୀନ୍ଦ୍ରନାଥଙ୍କ ଠାକୁରଙ୍କ ଗୀତାଞ୍ଜଳି ଓ ଉମର ଖୟାମଙ୍କ ରୁବାୟତର ଓଡ଼ିଆ ଅନୁବାଦ କରିବା ସହ ଶ୍ରୀମଦ ଭାଗବତ ଗୀତାକୁ ସେ ଓଡ଼ିଆ ନବାକ୍ଷରୀ ଛନ୍ଦରେ ରଚନା କରିଛନ୍ତି ।
ହାର୍ମୋନିଅମ୍ରେ ତୋଡ଼ି
ଗର୍ଭଗୃହ
ମନ୍ତ୍ରପାଠ
ଦୂରତ୍ୱର ଭ୍ରମ
ବଂଶ
ଲୁବ୍ଧକର ତିନି ପ୍ରହର
ଖୁଣୀ ଅପ୍ସରା
ନାସ୍ତିକର ଭକ୍ତିକବିତା
ନିର୍ବାଚିତ କବିତା
ଦେଶ
ପର୍ବ
ନର୍କରେ ଗୋଟିଏ ଋତୁ
ସ୍ଥଳପୁରାଣ
ଅପାର୍ଥିବ ପ୍ରେମକବିତା
ଓମର୍ଖୟାମ ରୁବାୟତ
ସାଇଚିନ୍ତାମଣି
ଆଧୁନିକତାର ପରମ୍ପରା
ଆଧୁନିକତାର ସମକାଳ
ସଭ୍ୟତା ଓ ସାହିତ୍ୟ
ଓଡ଼ିଆ ଜାତିର ଜୀବନକଥା
ଅର୍ଥ ସେ ଦ୍ରୋହ (ହିନ୍ଦୀ)
ପ୍ରାର୍ଥନା କେଲେୟେ ଜରୁରୀ ଶବ୍ଦ (ହିନ୍ଦୀ)
ସମ୍ମାନ ଓ ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ (ଗର୍ଭଗୃହ)
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩ (ମନ୍ତ୍ରପାଠ)
ବିଷୁବ ପୁରସ୍କାର, ୨୦୨୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
ମୂର୍ତ୍ତିଦେବୀ ପୁରସ୍କାର, ୨୦୧୩ (ବଂଶ)
ଝଙ୍କାର ପୁରସ୍କାର (କବିତା), ୧୯୯୩(ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
ଗଙ୍ଗାଧର ଜାତୀୟ ସମ୍ମାନ, ୨୦୦୮
ସାରଳା ସମ୍ମାନ, ୨୦୧୬
ଶାରଳା ପୁରସ୍କାର, (ହାରମୋନିଅମରେ ତୋଡ଼ି, ୧୯୯୫)
ଗୋକର୍ଣ୍ଣିକା ପୁରସ୍କାର
ଆଧାର
୧୯୪୬ ଜନ୍ମ
ଜୀବିତ ବ୍ୟକ୍ତି
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ
ଝଙ୍କାର ପୁରସ୍କାର ସମ୍ମାନିତ
ଶାରଳା ପୁରସ୍କାର ବିଜେତା
ସାରଳା ସମ୍ମାନ ସମ୍ମାନିତ
ଓଡ଼ିଆ କବି
ଗଙ୍ଗାଧର ଜାତୀୟ ସମ୍ମାନ ସମ୍ମାନିତ |
ଲଟେରୀ- ଲାଇଫ୍ ଏଗ୍ନେଷ୍ଟ ଫେଟ୍ ଏକ କ୍ଷୁଦ୍ର ଚଳଚ୍ଚିତ୍ର । ଜିକ୍ଜାକ୍ ମୋସନ୍ ପିକ୍ଚରସ୍ର କ୍ରିଉ ଏଣ୍ଟରଟେନମେଣ୍ଟଦ୍ୱାରା ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ବାସୁମତି ଖୁଣ୍ଟିଆ ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ । ଅମ୍ଳାନ ଖୁଣ୍ଟିଆ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟିର କାହାଣୀ ଏବଂ ସଂଳାପ ଅମ୍ଳାନ ଖୁଣ୍ଟିଆ ଲେଖିଥିଲେ । ଲସ୍ ଏଞ୍ଜେଲ୍ସର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ରୋଜର୍ ବ୍ଲୁହାର୍ପ ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରରେ ଚିତ୍ରଗ୍ରହଣ କରିଥିଲେ ସୁନୀଲ ଶେଖର ଏବଂ ପୃଥ୍ୱୀରାଜ ପଟ୍ଟନାୟକ । ପୃଥ୍ୱୀରାଜ ପଟ୍ଟନାୟକ ଏବଂ ଅମ୍ଳାନ ଖୁଣ୍ଟିଆ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଦାୟିତ୍ୱ ନିଭାଇଥିଲେ ।
ଏକ ସତ୍ୟକାହାଣୀ ଉପରେ ଆଧାରିତ ଥିଲା ଏହି ଚଳଚ୍ଚିତ୍ରର ପୃଷ୍ଠଭୂମି । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରମାନେ ହେଲେ ଅବିନାଶ ନାୟକ, ଅନ୍ୱେଷା ସାହୁ, ଉତ୍ତମ କୁମାର ପୁହାଣ ଏବଂ ଶିଶୁ କଳାକାର ପ୍ରାଚୀ । ୨୧ ଅଗଷ୍ଟ ୨୦୧୭ରେ ଏହି ଚଳଚ୍ଚିତ୍ରଟିର ଟିଜର୍ ୟୁ ଟ୍ୟୁବ୍ରେ ମୁକ୍ତିଲାଭ କରିଥିବା । ୨୫ ଅଗଷ୍ଟ ୨୦୧୭ରେ, ଗଣେଶ ପୂଜା ଦିନ ଚଳଚ୍ଚିତ୍ରଟିର ଟ୍ରେଲର୍ ୟୁଟୁବ୍ରେ ମୁକ୍ତିଲାଭ କରିଥିଲା ।
ଅଭିନୟ
ଅବିନାଶ ନାୟକ
ଅନ୍ୱେଷା ସାହୁ
ଉତ୍ତମ କୁମାର ପୁହାଣ
ପ୍ରାଚୀ
କାହାଣୀ
ଜଣେ ଗରୀବ ପିତା, ଯିଏକି ଏକ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟକରେ, ତା' ରୋଗୀ ଝିଅକୁ ଭଲ କରିବାକୁ କରୁଥିବା କାର୍ଯ୍ୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର କାହାଣୀ ।
ଗୀତ ଏବଂ ସଙ୍ଗୀତ
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରୋଜର୍ ବ୍ଲୁହାର୍ପ । ସେ ଲସ୍ ଏଞ୍ଜେଲ୍ସର ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ।
ଆଧାର
ବାହାର ଆଧାର
କ୍ଷୁଦ୍ର ଚଳଚ୍ଚିତ୍ର |
ଇନଷ୍ଟାଗ୍ରାମ, ଏଲଏଲସି ଆମେରିକୀୟ କମ୍ପାନୀ ମେଟା ପ୍ଲାଟଫର୍ମ ଅଧୀନରେ ଥିବା ଏକ ଫଟୋ ଏବଂ ଭିଡିଓ ବିତରଣ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ । ଏହି ଆପ ବ୍ୟବହାରକାରୀଙ୍କୁ ଫିଲ୍ଟର ବ୍ୟବହାର କରି, ହ୍ୟାସଟ୍ୟାଗଦ୍ୱାରା ସଂଗଠିତ ଏବଂ ଭୌଗୋଳିକ ଟ୍ୟାଗିଂ ମାଧ୍ୟମରେ ଏକ ସ୍ଥାନ ସହ ସଂଯୁକ୍ତ ମିଡିଆ ସମ୍ପାଦନା ଓ ଅପଲୋଡ କରିବା ଅନୁମତି ଦେଇଥାଏ । ପୋଷ୍ଟଗୁଡିକ ସାର୍ବଜନୀନ ଭାବରେ କିମ୍ବା ପୂର୍ବ-ଅନୁମୋଦିତ ଫଲୋଅରମାନଙ୍କ ସହ ବିତରଣ କରାଯାଇପାରେ । ବ୍ୟବହାରକାରୀମାନେ ଟ୍ୟାଗ ଏବଂ ଅବସ୍ଥାନଦ୍ୱାରା ଅନ୍ୟ ଉପଭୋକ୍ତାଙ୍କ ମିଡ଼ିଆ ଦେଖିପାରିବେ, ଫଟୋ ପରି ଟ୍ରେଣ୍ଡିଂ ବିଷୟବସ୍ତୁ ଦେଖିପାରିବେ ଏବଂ ଅନ୍ୟ ବ୍ୟବହାରକାରୀଙ୍କ ବିଷୟବସ୍ତୁ ନିଜ ବ୍ୟକ୍ତିଗତ ଫିଡ଼ରେ ଦେଖିବା ପାଇଁ ସେମାନଙ୍କୁ ଫଲୋ କରିପାରିବେ ।
ଟିପ୍ପଣୀ ବ୍ୟାଖ୍ୟା
ଆଧାର
ସୋସିଆଲ୍ ନେଟୱାର୍କିଂ ସେବା |
ଓଟାୱା, କାନାଡାର ରାଜଧାନୀ ।
ଭୂଗୋଳ
ଇତିହାସ
ପର୍ଯ୍ୟଟନ
ଆଧାର
ବାହାର ତଥ୍ୟ
City of Ottawa's website
City of Ottawa's info page
Ottawa Tourism
କାନାଡା
ରାଜଧାନୀ ସହର |
Subsets and Splits
No community queries yet
The top public SQL queries from the community will appear here once available.