ଭାଇରାଲ୍ ଗଳା ପ୍ରଦାହ ରୋଗ : ଏଥିରେ ଗ୍ରସନୀ ଲାଲ ଦେଖାଯିବା ସହିତ ଉପର ଶ୍ୱାସପଥରେ ଅନ୍ୟ ଲକ୍ଷଣ ଯେପରିକି ନାକ ଅବରୋଧ କିମ୍ବା ସ୍ରାବ ଘଟିବାର ଦେଖଯାଏ । ତେବେ ଷ୍ଟ୍ରେପ୍ଟୋକୋକାଲ୍ ରେ ଗଳାଦରଜ ବ୍ୟତିରେକ ପୂଯ ବିନ୍ଦୁ କିମ୍ବା ଝିଲ୍ଲୀ ଦେଖାଯାଏ ନାହିଁ। ଗ୍ରୀବା ଲସିକା ଗ୍ରନ୍ଥି ଗୁଡିକ ସାଧାରଣତ ବଢେନାହିଁ କିମ୍ବା କୋମଳ ନୁହେଁ। ଷ୍ଟ୍ରେପ୍ଟୋକୋକାଲ୍ ଏକ ଗଳା ଦରଜ ରୋଗ ଏହା ମୁଖ୍ୟତ ସ୍କୁଲ ପିଲାମାନଙ୍କୁ ହୋଇଥାଏ କିନ୍ତୁ ଜନାକୀର୍ଣ୍ଣ ଅଞ୍ଚଳ ରେ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ମଧ୍ୟ ପ୍ରଭାବିତ ହୁଅନ୍ତି । ଚିକିତ୍ସା ହୋଇନଥିବା ଷ୍ଟ୍ରେପଟୋକୋକାଲ୍ ଗଳାରେ ଆଣ୍ଠୁ ଗଣ୍ଠି ବ୍ୟଥା ଜ୍ୱର ଏବଂ ପରବର୍ତୀ ସମୟ ରେ ତୀବ୍ର ଷ୍ଟ୍ରେପଟୋକୋକାଲ୍ ଗ୍ଲୋମେରୁଲୋନେଫ୍ରାଇଟିସ୍ ହୋଇପାରେ ଏବଂ ଆଣ୍ଠୁ ଗଣ୍ଠି ବ୍ୟଥା ଜ୍ୱର ଭଳି ଜଟିଳତାକୁ ହ୍ରାସ କରିବା ପାଇଁ ଉପଯୁକ୍ତ ରୋଗ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଅଟେ । ସାଧାରଣତ ଜ୍ୱର (ଉଚ୍ଚ ସ୍ତର), ଗଳା ଯନ୍ତ୍ରଣା, ଗିଳିବା ସମୟ ରେ ପ୍ରବଳ ଯନ୍ତ୍ରଣା, ଏବଂ ଯାଞ୍ଚ ପରେ ରୋଗୀମାନେ ଟନସିଲୋଫାର୍ଜିଙ୍ଗାଲ୍, ଏରିଥେମା, ଏକ୍ସୁଡେଟ୍ ସହିତ କିମ୍ବା ବିନା,ଏବଂ କୋମଳ, ବର୍ଦ୍ଧିତ ପୂର୍ବ ଗ୍ରୀବା ଲସିକା ଗ୍ରନ୍ଥି ହୋଇଥାଏ । କାଶ ,ସଂଘାଣୀ ଏବଂ ଚକ୍ଷୁ ମଧ୍ୟସ୍ଥ ଶ୍ଳେଷ୍ମିକ ଝିଲ୍ଲୀର ଅନୁପସ୍ଥିତି । ଏସବୁ ଲକ୍ଷଣ ର ଉପସ୍ଥିତି ଭାଇରାଲ୍ ଗଳା ୟନ୍ତ୍ରଣା ର ଇସାରା ଦେଇଥାଏ ।