Dataset Viewer
Auto-converted to Parquet Duplicate
audio
audioduration (s)
1.81
17.4
text
stringlengths
18
155
source
stringclasses
2 values
ଗଛ ବଞ୍ଚିଲେ, ଆମେ ବଞ୍ଚିବା ।
laxmi
ନିଇତି ସଞ୍ଜହେଲେ, ଜେଜୀମା ଗପ କହନ୍ତି ।
laxmi
ପିଲାଏ ଉଠନ୍ତି ନାହିଁ କି ଜେଜୀମା’ର ଗପ ସରେ ନାହିଁ ।
laxmi
କିନ୍ତୁ ସବୁ କାହାଣୀର ଆରମ୍ଭ କିମ୍ବା ଶେଷ ହୋଇଥାଏ, ଅଗନାଅଗନି ବନସ୍ତରେ ।
laxmi
ବଣ ଜଙ୍ଗଲର କଥା ନ ଥାଇ, ଜେଜୀମା’ର କାହାଣୀ ନାହିଁ ।
laxmi
ଉପରେ ଖରା ପଡ଼ିଲେ, ତଳେ ଖାଲି ଛାଇ ପଡ଼େ ।
laxmi
ଗଛଡ଼ାଳରୁ ତଳକୁ ମୁହଁକରି ଶିକାର ପାଇଁ ଝୁଲି ରହିଥାଏ, ଉପାସିଆ ଅଜଗରଟା ।
laxmi
ସେଇ ବଣରେ ସୂର୍ଯ୍ୟ ଉଏଁ ଡେରିରେ, ସଞ୍ଜ ଆସେ ବେଳ ଥାଉ ଥାଉ ।
laxmi
ଦିନେ ଯେଉଁ ଅଗନାଅଗନି ବନସ୍ତରେ ବାଘମାମୁଁ ହେଣ୍ଟାଳ ମାରି ବୁଲୁଥୁଲା, ସେଠି ଆଜି ବିଲୁଆ ଛୁଆଟିଏ ବି ଦେଖିବାକୁ ମିଳୁନାହିଁ ।
laxmi
ପଶୁରାଜ ସିଂହ ଆଉ ସେ ବଣର ରାଜା ନୁହନ୍ତି ।
laxmi
ଘଞ୍ଚ ଜଙ୍ଗଲ ଥିଲା ଆମ ବାଘମାମୁଁର ବାସସ୍ଥଳୀ ।
laxmi
ସେଇ ପ୍ରାକୃତିକ ସମ୍ପଦଭରା, ବଣ ରାଇଜରେ ରାଜୁତି ଚାଲିଥିଲା, ପଶୁରାଜ ସିଂହ ଆଉ ମହାବଳ ବାଘର ।
laxmi
ମହାବଳ ବାଘ ଆଜି ମଣିଷ ଦୟାରୁ, ତା’ର ବଂଶକୁ ବଞ୍ଚେଇ ରଖିଛି ।
laxmi
ଏଇଥୁରୁ ଜଣାପଡ଼େ, ଆମ ଜଙ୍ଗଲ ସମ୍ପଦର ସ୍ୱରୂପ, ଆମ ଅଗନାଅଗନି ବନସ୍ତର, ଦୂରାବସ୍ଥା ।
laxmi
ଜଙ୍ଗଲ ପରିମାଣ କମିଯିବାରୁ ବର୍ଷା କମିଛି ।
laxmi
ମାଟିତଳେ ଜଳସ୍ତର, ତଳକୁ ଖସିଚାଲିଛି ।
laxmi
ଅଧିକ ମାଟି ଧୋଇ ହୋଇ ମୃତ୍ତିକା, କ୍ଷୟ ଘଟିଛି ।
laxmi
ତେଣୁ ଆମ ସବୁଜ ସୁନ୍ଦର ପୃଥିବୀ ପାଇଁ, ଜଙ୍ଗଲ କ୍ଷୟର କୁପରିଣାମ, କେତେ ଭୟଙ୍କର, ତାହା ସହଜରେ ଅନୁମାନ କରିହୁଏ ।
laxmi
ବଣ ଜଙ୍ଗଲରେ ହିଁ ପ୍ରଥମେ ଆଦିମ ମାନବ ବାସ କରୁଥିଲା ।
laxmi
ବଣ ଜଙ୍ଗଲରୁ, ଆମେ ବହୁପ୍ରକାର ସୁବିଧା ପାଇଥାଉ ।
laxmi
ତେଣୁ ବାସ୍ତବରେ ବଣ ଜଙ୍ଗଲକୁ କୁହାଯାଏ ସବୁଜ ସୁନା ।
laxmi
ବାଘମାମୁଁର ସେଇ ପୁରୁଣା ଉଜୁଡ଼ାଘରକୁ ଆମକୁ ସଜାଡ଼ିବାକୁ ହେବ ।
laxmi
ବଣ ଜଙ୍ଗଲ ଆମର କେତେ ଯେ ଉପକାର କରେ, ତାହା କଳନା କରି ହେବ ନାହିଁ ।
laxmi
ଏକ ଅକୁହା ଆବେଗରେ ଉଲ୍ଲସିତ ହୋଇଉଠେ ତା’ର ପ୍ରାଣ ।
laxmi
ଜଙ୍ଗଲକୁ ସବୁଜ ସୁନା କୁହାଯାଏ ଠିକ୍ ଯେମିତି ପେଟ୍ରୋଲିୟମ୍‌କୁ କୁହାଯାଏ ତରଳ ସୁନା, ଆଉ କୋଇଲାକୁ କୃଷ୍ଣହୀରକ ବା କଳାହୀରା ।
laxmi
ଜଙ୍ଗଲକୁ ସବୁଜ ସୁନା କହିବାର ଯଥେଷ୍ଟ କାରଣ ରହିଛି ।
laxmi
କେବଳ ଯେ ବଣ ଜଙ୍ଗଲ ରଙ୍ଗରେ ସବୁଜ, ଆଉ ଏହା ସୁନାପରି ମୂଲ୍ୟବାନ୍, ଏତିକି କହିଦେଲେ ହେବନାହିଁ ।
laxmi
ଜଙ୍ଗଲର ଉପକାରିତା, ଏହାଠାରୁ ଅନେକ୍ ଗୁଣରେ ବେଶି ।
laxmi
ଘର ତିଆରି ପାଇଁ ଜଙ୍ଗଲରୁ କାଠ କଟାଯାଇଥାଏ ।
laxmi
ଘରୋଇ ଉପକରଣ ପାଇଁ ଆମେ କାଠ ବାଉଁଶ ଓ ବେତ ବ୍ୟବହାର କରିଥାଉ ।
laxmi
ବଣ ଜଙ୍ଗଲରେ ବିଭିନ୍ନ ପ୍ରକାର ଖାଦ୍ୟ ଉପଯୋଗୀ ଫଳମୂଳ ମିଳିଥାଏ ।
laxmi
ସବାଇ ଘାସ ଓ ବାଉଁଶରୁ, କାଗଜ ତିଆରି ହୁଏ ।
laxmi
ଏହା ବଣ ଜଙ୍ଗଲରୁ ସଂଗ୍ରହ କରାଯାଏ ।
laxmi
ଘର ସଫା କରିବା ପାଇଁ ଫୁଲଝାଡ଼ୁ, ଓ ଖଲି ସିଇଁବା ପାଇଁ ଶିଆଳି ପତ୍ର ବଣରୁ ମିଳିଥାଏ ।
laxmi
କରଞ୍ଜ ଓ ଶାଳ ମଞ୍ଜିରୁ, ତେଲ ମିଳେ ।
laxmi
ଏହା ବନସ୍ପତି ଘିଅ, ଓ ସାବୁନ୍ ତିଆରିରେ ଲାଗେ ।
laxmi
କେତେକ ଅଞ୍ଚଳରେ ରେଶମ କୀଟର କୋଷା ମଧ୍ୟ ଜଙ୍ଗଲରୁ ମିଳିଥାଏ ।
laxmi
ଆୟୁର୍ବେଦ ଚିକିତ୍ସା, ବଣ ଜଙ୍ଗଲର ଗଛଲତାରୁ ହିଁ ଜନ୍ମ ନେଇଛି ।
laxmi
ବଣ ଜଙ୍ଗଲର ପରିସଂସ୍ଥାରେ, ଅନେକ୍ ଜାତିର ପ୍ରାଣୀ ବାସ କରନ୍ତି।
laxmi
ଜଙ୍ଗଲରେ ଆକାଶଛୁଆଁ ବୃକ୍ଷରାଜି ଥାଆନ୍ତି ।
laxmi
ତେଣୁ ଜଙ୍ଗଲର ଉପରିଭାଗ ବାୟୁରେ, ଜଳୀୟବାଷ୍ପର ମାତ୍ରା ଅଧିକ ଥାଏ ।
laxmi
ଏହି ବାଷ୍ପ, ଜଳକଣାରେ ପରିଣତ ହୋଇ ଶୀତଳତା ଦିଏ ।
laxmi
ସାଧାରଣତ ମେଘ ସୃଷ୍ଟି କରୁଥିବା, ଜଳୀୟବାଷ୍ପମାନ, ଉଚ୍ଚ ପାହାଡ଼ ପର୍ବତରେ ଧକ୍କା ଖାଇଥାଏ ।
laxmi
ଏଥିରୁ ଜଣାଯାଏ ବର୍ଷା କରିବାରେ ବଣ ଜଙ୍ଗଲର ଗଛପତ୍ର ସାହାର୍ଯ୍ୟ କରେ ।
laxmi
ଗଛଲତାମାନେ ସେମାନଙ୍କ ସବୁଜପତ୍ର ଦ୍ଵାରା, ନିଜ ନିଜର ଖାଦ୍ୟ ରନ୍ଧନ କରିଥାନ୍ତି ।
laxmi
ଗଛ ଖାଦ୍ୟ ରାନ୍ଧିଲାବେଳେ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରେ, ଓ ଅମ୍ଳଜାନ ବାଷ୍ପ ଛାଡ଼ିଥାଏ ।
laxmi
ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତ ଶ୍ଵାସକ୍ରିୟାରେ ଅମ୍ଳଜାନ ଦରକାର କରନ୍ତି ।
laxmi
ଅମ୍ଳଜାନ ବିନା କେହି ବଞ୍ଚିପାରିବେ ନାହିଁ, କାରଣ ଆମେ ଅହରହ ଅମ୍ଳଜାନ ଗ୍ରହଣ କରୁ ।
laxmi
ନିଆଁ ଜାଳିବା ପାଇଁ ମଧ୍ୟ ଅମ୍ଳଜାନ ନିହାତି ଆବଶ୍ୟକ ।
laxmi
ତେଣୁ ଅମ୍ଳଜାନ ବିନା ରୋଷେଇ କରି ହେବ ନାହିଁ ।
laxmi
ଏପରିକି ଅମ୍ଳଜାନ ନଥିବା ସ୍ଥାନରେ, ଡିଆସିଲି କାଠି ମାରିଲେ ବି ତାହା ଜଳିବ ନାହିଁ ।
laxmi
ଚନ୍ଦ୍ର ପୃଷ୍ଠରେ ଅମ୍ଳଜାନ ନଥିବାରୁ ସେଠାରେ ନିଆଁ ଜଳିବ ନାହିଁ ।
laxmi
ଅଙ୍ଗାରକାମ୍ଳ ଆମ ପାଇଁ ଏକ କ୍ଷତିକାରକ ବାଷ୍ପ ।
laxmi
ଆଜିକାଲି କଳକାରଖାନାର ଚିମ୍‌ନି ଧୂଆଁରେ ଏବଂ ଗାଡ଼ି ମଟର ଧୂଆଁରେ, ବହୁ ପରିମାଣର ଅଙ୍ଗରାକାମ୍ଳ ବାଷ୍ପ ବାୟୁରେ ମିଶିଥାଏ ।
laxmi
ତେଣୁ ବାୟୁମଣ୍ଡଳରେ ଦିନକୁଦିନ ଅଙ୍ଗରାକାମ୍ଳର ପରିମାଣ ବଢ଼ିବାରେ ଲାଗିଛି ।
laxmi
ଅଙ୍ଗରାକାମ୍ଳ ବାଷ୍ପ ବାୟୁମଣ୍ଡଳର ତାପମାତ୍ରାକୁ ଧରି ରଖେ ।
laxmi
ପୃଥିବୀ ବାୟୁମଣ୍ଡଳରେ ଅଙ୍ଗରାକାମ୍ଳର ପରିମାଣ ବଢ଼ିଲେ, ପୃଥିବୀର ତାପମାତ୍ରା ମଧ୍ୟ ବଢ଼ିଥାଏ ।
laxmi
ବର୍ତ୍ତମାନ୍ ଏହା ଏକ ଜଟିଳ ସମସ୍ୟା ରୂପେ ମୁଣ୍ଡ ଟେକିଛି ।
laxmi
ବାୟୁମଣ୍ଡଳର ତାପମାତ୍ରା ଏମିତି କ୍ରମାଗତ ବଢ଼ିଚାଲିଲେ, ପୃଥିବୀର ମେରୁ ବରଫ ତରଳିବାକୁ ଲାଗିବ ।
laxmi
ଆମ ସ୍ଥଳଭାଗରେ ଥିବା ମଧୁର ଜଳର, ବହୁଭାଗ ଜଳ, ମେରୁ ବରଫ ଆକାରରେ ରହିଛି ।
laxmi
ଏମିତି ହେଲେ ତ ସମୁଦ୍ରକୁଳିଆ ସହର ନଗର ଜନବସତି ସବୁ ସମୁଦ୍ରରେ ବୁଡ଼ିଯିବ ।
laxmi
ପୃଥିବୀ ପୃଷ୍ଠରେ ସ୍ଥଳଭାଗ କମିଯିବ, ଜଳଭାଗ ବିସ୍ତାର ଲାଭ କରିବ ।
laxmi
କିନ୍ତୁ, ଏତେ ସବୁ ସମସ୍ୟା ସୃଷ୍ଟିହେବାରୁ, ଆମକୁ ରକ୍ଷାକରିଥାଏ, ଏଇ ବଣ ଜଙ୍ଗଲ ।
laxmi
ଗଛ ଖାଦ୍ୟପ୍ରସ୍ତୁତ ସମୟରେ, ବାୟୁମଣ୍ଡଳରୁ ଅଙ୍ଗରାକାମ୍ଳ ଗ୍ରହଣ କରିନେଇ, ତା’ ବଦଳରେ ଅମ୍ଳଜାନ ବାଷ୍ପ ଛାଡ଼ିଥାଏ ।
laxmi
ତେଣୁ ଆମ ବାୟୁମଣ୍ଡଳରୁ ଅଙ୍ଗରାକାମ୍ଳ କମିଯାଏ, ଏବଂ ସରି ଆସୁଥୁବା ଅମ୍ଳଜାନର ଭରଣା ହୁଏ ।
laxmi
ବାୟୁରେ ଅଙ୍ଗରାକାମ୍ଳ ଓ ଅମ୍ଳଜାନର ପରିମାଣରେ ସ୍ଥିରତା ଆସେ ।
laxmi
ତେଣୁ ବଣ ଜଙ୍ଗଲ ଏହିପରି ଭାବେ ପ୍ରାଣୀ ଜଗତକୁ ଉଭୟ ଖାଦ୍ୟ, ଓ ଅମ୍ଳଜାନ ଯୋଗାଇ ବଞ୍ଚାଇ ରଖେ ।
laxmi
ଆମପାଇଁ ବଣ ଜଙ୍ଗଲର ଆଉ ଏକ ଉପକାରିତା ହେଲା ମୃତ୍ତିକା ସଂରକ୍ଷଣ ।
laxmi
ଗଛପତ୍ର ଥିବା ସ୍ଥାନରେ, ବର୍ଷାଜଳ ଭୂଇଁରେ ନ ପଡ଼ି ସାଧାରଣତ ଗଛପତ୍ର ଉପରେ ପଡ଼େ ।
laxmi
ଗଛମାନଙ୍କର ଚେର ମାଟିକୁ ଏମିତି ଜାବୁଡ଼ି ଧରିଥାଏ ଯେ, ମାଟି ଧୋଇ ହୋଇଯାଇପାରେ ନାହିଁ ।
laxmi
ଗଛପତ୍ର ଥିବା ଭୂଇଁର ମାଟିକୁ, ଖରାଦିନେ ପବନ ଉଡ଼େଇ ନେଇପାରେ ନାହିଁ ।
laxmi
ଆମ ଭୂପୃଷ୍ଠର, ଉପରିଭାଗର ମାଟି ସବୁଠାରୁ ଉର୍ବର ।
laxmi
ଏହି ମାଟି ଧୋଇହୋଇ, ନଦୀ ସମୁଦ୍ରକୁ ଚାଲିଗଲେ, ସମୁଦ୍ର ପୋତି ହେଇଯିବ ।
laxmi
ସମୁଦ୍ର ଜଳ ପାଇଁ ଅଧିକ ସ୍ଥାନ ଦରକାର ହେବ, ଏବଂ ଜଳଭାଗ ଭୂମି ଆଡ଼କୁ ଆହୁରି ମାଡ଼ି ଆସିବ ।
laxmi
କିନ୍ତୁ, ଆମ ବଣଜଙ୍ଗଲ ଅନେକାଂଶରେ ଏହି ସମସ୍ୟାର ସମାଧାନ କରିଥାଏ ।
laxmi
ବଣଜଙ୍ଗଲ ନଥିଲେ, ତ ଆହୁରି କେତେ ମାଟି ସମୁଦ୍ରକୁ ଚାଲିଯା’ନ୍ତା ।
laxmi
ବଣଜଙ୍ଗଲ ଅନେକ୍ ଜାତିର ପଶୁପକ୍ଷୀଙ୍କ ବାସସ୍ଥଳୀ ।
laxmi
ତେଣୁ ବଣ ମୂଲକରେ ଖାଦ୍ୟର ଅଭାବ ନାହିଁ ।
laxmi
ଶାକାହାରୀ ପଶୁମାନେ, ଗଛଲତାର ସବୁଜ କଅଁଳ ପତ୍ର ଖାଇ ଜୀବନ ଧାରଣ କରନ୍ତି ।
laxmi
ମାଂସାଶୀ ପ୍ରାଣୀମାନେ, ଅନ୍ୟ ପ୍ରାଣୀଙ୍କୁ ଶିକାର କରି ବଞ୍ଚନ୍ତି ।
laxmi
ବଣରାଇଜରେ ବଣୁଆ ଜୀବମଣ୍ଡଳ ଭିତରେ, ଏକ ଖାଦ୍ୟ-ଖାଦକ ସମ୍ପର୍କ ଜାରି ରହିଥାଏ ।
laxmi
ବଣୁଆ ଜୀବଜନ୍ତୁ ମଧ୍ୟ ଆମ ପରିବେଶର, ଏକ ଅଙ୍ଗ ।
laxmi
ଏଠାରେ ଥିବା ଗଛଲତା, ଓ ପ୍ରାଣିଜଗତ, ଦୁହେଁ ଦୁହିଁଙ୍କ ପାଇଁ ବେଶ୍ ଦରକାରୀ ।
laxmi
ବାଘଭାଲୁ ଭଳି, ହିଂସ୍ର ଜନ୍ତୁ ଡରରେ, ଲୋକେ ଘଞ୍ଚ ଜଙ୍ଗଲଠାରୁ ଦୂରେଇ ରୁହନ୍ତି ।
laxmi
ଏହାର ନିଛାଟିଆ ନିରୋଳା ଅନୁଭବ, ଆମ ମନ ଗହନରେ ଅପୂର୍ବ ଭାବନା ସୃଷ୍ଟି କରେ ।
laxmi
ଗଛ ବଞ୍ଚିଲେ ଆମେ ବଞ୍ଚିବା, ତଥାପି ଜଙ୍ଗଲ କଟା ଚାଲିଛି ।
laxmi
ଜଙ୍ଗଲ ଥିଲା ଆଦିମ ମଣିଷର ବାସସ୍ଥଳୀ ।
laxmi
ସେଇଠୁ ପଥର ଗୁମ୍ଫା, ଆଉ ଗଛ କୋରଡ଼ ଥିଲା ତା’ର ଘର ।
laxmi
ବଣୁଆ ପଶୁପକ୍ଷୀର ମାଂସ, ଆଉ ଫଳମୂଳ ଥିଲା ତା’ର ଆହାର ।
laxmi
ତା’ପରେ ସିନା ମଣିଷ ଚାଷବାସ କରି ଶିଖିଲା, ସଭ୍ୟ ହେଲା ।
laxmi
ମଣିଷ, ବଣଜଙ୍ଗଲକୁ ହାଣିକାଟି ପଦା କରିବାରେ ଲାଗିଛି ।
laxmi
ଜଙ୍ଗଲ ଯେ ପରିବେଶ ଓ ସମଗ୍ର ଜୀବମଣ୍ଡଳର ରକ୍ଷା କବଚ, ଏକଥା ସମସ୍ତେ ଜାଣନ୍ତି ।
laxmi
ଜଙ୍ଗଲ କ୍ଷୟ କାରଣରୁ, ପୃଥିବୀର ପରିବେଶ, ଏବେ ଦାରୁଣ ଭାବେ ବିପର୍ଯ୍ୟୟଗ୍ରସ୍ତ, ଏକଥା ବି ଆମକୁ ଜଣା ।
laxmi
ଆମ ପରିବେଶର ଅବସ୍ଥା ଯାହା, ଲେଡ଼ିଗୁଡ଼ କହୁଣିକୁ ବୋହିବାକୁ ଲାଗିଛି ।
laxmi
ତଥାପି ଜଙ୍ଗଲ କଟା ଚାଲିଛି ।
laxmi
ପୃଥିବୀର ସବୁ ଅଞ୍ଚଳରେ ସମାନ ଭାବରେ ବଣ ଜଙ୍ଗଲ କିମ୍ବା ଗଛଲତା ନଥାଏ ।
laxmi
ଏଥିପ୍ରତି ଆମେ ସେତେଟା ସଚେତନ ନୁହେଁ ।
laxmi
ଏହାଦ୍ଵାରା, ଆମର କେତେ କ୍ଷତି ହୁଏ ସେକଥା ସେମାନେ ବୁଝନ୍ତି ନାହିଁ ।
laxmi
ଏକ ସମୀକ୍ଷାରୁ ଜଣାପଡେ, ପୃଥିବୀର ଦୁଇ ତୃତୀୟାଂସ ଜଙ୍ଗଲ ଧ୍ଵଂସ ପାଇ ସାରିଛି।
laxmi
ଜଙ୍ଗଲ ଧ୍ଵଂସର ପ୍ରଥମ ଏବଂ ପ୍ରଧାନ କାରଣ ହେଲା ଜଙ୍ଗଲ କଟା ।
laxmi
End of preview. Expand in Data Studio
README.md exists but content is empty.
Downloads last month
23