audio audioduration (s) 1.81 18.5 | text stringlengths 18 155 | gender class label 1
class |
|---|---|---|
କେତେକ ଅଞ୍ଚଳରେ ପୋଡ଼ୁଚାଷ ପାଇଁ, ଜଙ୍ଗଲ କଟାଯାଏ । | 0female | |
ଏଥିପାଇଁ ସେମାନେ ପାହାଡ଼ତଳି ଅଞ୍ଚଳରେ ସ୍ଥାନ ବାଛନ୍ତି । | 0female | |
ସାନ ବଡ଼ ସବୁ ଗଛ କାଟି, ତହିଁରେ ନିଆଁ ଲଗାଇ ଦିଆ ହୁଏ । | 0female | |
ଗଛ ଖୁଣ୍ଟି ସଫା କରି ସେହି ଅଞ୍ଚଳକୁ, ଅସ୍ଥାୟୀ ଚାଷଜମିରେ ପରିଣତ କରାଯାଏ । | 0female | |
ବର୍ଷେ ଦୁଇବର୍ଷ ପରେ, ଅମଳ କମି ଆସିଲେ, ସେହିଜମିରୁ ମୁହଁ ଫେରାଇ ନିଏ ଆଦିବାସୀ । | 0female | |
ଫୁଣି ଖୋଜା ହୁଏ, ଆଉ ଏକ ସ୍ଥାନ । | 0female | |
ଏମିତି ପୋଡ଼ୁଚାଷରେ କ୍ରମାଗତ ଜଙ୍ଗଲ ଧ୍ଵଂସ ପାଇଥାଏ । | 0female | |
ଜଙ୍ଗଲ ପାଖର, ଅଧିବାସୀମାନେ, ଜଙ୍ଗଲ ଉପରେ ବେଶ୍ ନିର୍ଭରଶୀଳ । | 0female | |
ସେମାନେ ପ୍ରତିଦିନ ଜଙ୍ଗଲରୁ ପତ୍ର ଏବଂ ଜାଳକାଠ ସଂଗ୍ରହ କରନ୍ତି । | 0female | |
ନାନା ପ୍ରକାରେ ସେମାନଙ୍କ ଯୋଗୁଁ, ଜଙ୍ଗଲ କ୍ଷୟ ଘଟିଥାଏ । | 0female | |
ଏମିତି କ୍ଷେତ୍ରରେ ବାସହରା ପରିବାରମାନଙ୍କ, ଥଇଥାନ ପାଇଁ ଜଙ୍ଗଲ କଟାଯାଇ, ଘରଡ଼ିହ ଯୋଗାଇ ଦିଆଯାଏ । | 0female | |
ଜଙ୍ଗଲର ଅନେକ ଅଂଶ, କାଳକାଳ ପାଇଁ ଜଳମଗ୍ନ ହୋଇ ରହିଯାଏ । | 0female | |
ଜଙ୍ଗଲକୁ ଛାଡ଼ିଲେ, ଆଉ ତ ଜାଗା ନାହିଁ । | 0female | |
ଅର୍ଥବଳ ଓ ବାହୁବଳରେ, ଜଙ୍ଗଲରୁ ଟ୍ରକ୍ ଟ୍ରକ୍, ମୂଲ୍ୟବାନ କାଠ ଚୋରାଚାଲାଣ ହୁଏ । | 0female | |
ତେଣୁ ଗାଈ ମଇଁଷି ଚରିବା ଦ୍ଵାରା, ବଣର ଗଛପତ୍ର ନଷ୍ଟ ହୋଇଥାଏ । | 0female | |
ଏହା ବ୍ୟତୀତ, କେହି କେହି ଜଙ୍ଗଲରେ ନିଆଁ ଲଗେଇ ଦିଅନ୍ତି । | 0female | |
ତେଣୁ ଗଛଲତା ପୋଡ଼ିଯାଏ, ଏବଂ ଜଙ୍ଗଲ ନଷ୍ଟ ହୁଏ । | 0female | |
ତେଣୁ ପରିବେଶ୍ବିତ୍ତମାନେ, ଏହାଠାରୁ ଅଧିକ ଜଙ୍ଗଲ ନଷ୍ଟ ହୋଇଥିବାର ଆଶଙ୍କା କରନ୍ତି । | 0female | |
ବର୍ତ୍ତମାନ ତ କାଠଗୋଲାରେ ଯଥେଷ୍ଟ କାଠ ମିଳୁନି । | 0female | |
ଏବେ ଭବିଷ୍ୟତରେ ଏହି ସମସ୍ୟାର ମୁକାବିଲା କରାଯିବ କିପରି । | 0female | |
ହୁଏତ ଅବିଚାର ଭାବେ ଜଙ୍ଗଲ କଟା ବଢ଼ିବ । | 0female | |
ଏବେ ରାଜ୍ୟର ଜଙ୍ଗଲରୁ ବର୍ଷକୁ ମାତ୍ର, ଅଢ଼େଇଲକ୍ଷ ଟନ୍ ବାଉଁଶ ମିଳିଥାଏ । | 0female | |
ତେଣୁ, ଆମ ଜନସଂଖ୍ୟା ପାଇଁ, ଆମ ଜଙ୍ଗଲରୁ ମିଳୁଥିବା କାଠ ବାଉଁଶ ଯଥେଷ୍ଟ ନୁହେଁ । | 0female | |
ଏମିତି ଏକ ଅତି ଆବଶ୍ୟକୀୟ ପରିସ୍ଥିତିରେ, ଜଙ୍ଗଲକଟା ବଢ଼ିବ ସିନା, କମିବାର ସମ୍ଭାବନା ନାହିଁ । | 0female | |
ଏଣେ ଜଙ୍ଗଲ କଟା ଯୋଗୁଁ, ପରିବେଶ ଉଜୁଡ଼ି ଗଲାଣି । | 0female | |
ବାୟୁମଣ୍ଡଳରେ, ଅଙ୍ଗରାକାମ୍ଲ ପରିମାଣ ବଢ଼ିଛି । | 0female | |
ଏହାଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ବଢ଼ିଛି । | 0female | |
ଏହାକୁ ସବୁଜ ଘର ପ୍ରଭାବ କୁହାଯାଇଛି । | 0female | |
ଜଙ୍ଗଲ କ୍ଷୟ ସହିତ ମୃତିକାକ୍ଷୟ ବଢ଼ିଛି । | 0female | |
ଜଙ୍ଗଲ ଯେତିକି ପତଳା ହେଉଛି, ବଣର ପଶୁପକ୍ଷୀ, କମି କମି ଲୋପ୍ ପାଇବାକୁ ବସିଲେଣି । | 0female | |
ପରିବେଶରେ ପ୍ରଦୂଷଣର ମାତ୍ରାକୁ, ଜଙ୍ଗଲ ଆଉ ନିୟନ୍ତ୍ରଣ କରିପାରୁନାହିଁ । | 0female | |
ଏଇ ବହୁରୂପୀ ସମସ୍ୟାର ମୂଳ କାରଣ, ଜଙ୍ଗଲ କ୍ଷୟ । | 0female | |
ଏଥିପାଇଁ, ପରିବେଶ୍ବିତ୍ମାନେ ଉଦ୍ବିଗ୍ନ ହୋଇ ପଡ଼ିଲେଣି । | 0female | |
ଆମକୁ ଏହାର ସମାଧାନ ପାଇଁ, ଯଥେଷ୍ଟ କିଛି କରିବାର ଅଛି । | 0female | |
ତହିଁରେ ଚୋରା ବେପାରୀର ଯାଏ କ’ଣ । | 0female | |
କାଠୁରିଆ ସେମିତି କାଠ ହାଣି ଚାଲିଛି । | 0female | |
ପୋଡ଼ୁଚାଷର ନିଆଁ ତ, ଏବେ ବି ଲିଭିନାହିଁ । | 0female | |
ଜଙ୍ଗଲ ପଡ଼ିଛି କିନ୍ତୁ ଘଞ୍ଚ ଗଛଲତା ନାହିଁ । | 0female | |
ପଶୁପକ୍ଷୀ ଧ୍ଵଂସ ପାଇଗଲେଣି, ଝରଣା ଶୁଖିଗଲାଣି । | 0female | |
ଜଙ୍ଗଲକୁ ଦେଖିଲେ କେମିତି ଏକ ଅଲଗା ଭାବ ସୃଷ୍ଟି ହେଉଛି । | 0female | |
ସତେ ଯେମିତି କନା ଖଣ୍ଡିକ ପଡ଼ି ରହିଛି, କର୍ପୁର ନାହିଁ । | 0female | |
ଜଙ୍ଗଲ ଧ୍ଵଂସ ହେବା ଫଳରେ, ଏବେ ଏମାନଙ୍କର ସଂଖ୍ୟା ବହୁତ କମିଯାଇଛି । | 0female | |
ଅନେକ୍ ପ୍ରକାରର ଜୀବଜନ୍ତୁଙ୍କର, ଜୀବନ ବିପଦଗ୍ରସ୍ତ । | 0female | |
ଏମାନଙ୍କୁ ସୁରକ୍ଷା ନଦେଲେ, ସମୂଳେ ବଂଶ ଲୋପ୍ ପାଇଯିବାର ଆଶଙ୍କା ଦେଖାଦେଇଛି । | 0female | |
ଏହା ପ୍ରାକୃତିକ ନୁହେଁ ମନୁଷ୍ୟକୃତ । | 0female | |
ଜନସଂଖ୍ୟା ବଢ଼ିବାରୁ, ଆମେ ଜଙ୍ଗଲ କାଟି, ଚାଷ ଜମିରେ ପରିଣତ କରୁଛୁ । | 0female | |
ବଣଜଙ୍ଗଲର ନିବିଡ଼ ଜଙ୍ଗଲିଆ ପରିବେଶ ଆଉ ନାହିଁ । | 0female | |
ଆତ୍ମରକ୍ଷା କରି ନ ପାରି, ଜୀବନ ଯୁଦ୍ଧରେ ହାର୍ ମାନି ନେଲେଣି ସେମାନେ । | 0female | |
ଆମେ ସେମାନଙ୍କୁ ଦୟା ଦେଖେଇ, ବିରଳ ପ୍ରାଣୀ ତାଲିକାରେ ନାମ ଲେଖାଇ ଦେଇଛୁ । | 0female | |
କିନ୍ତୁ ଅନ୍ୟ ପଶୁମାନଙ୍କଠାରୁ, ଖୁବ୍ ପଛରେ ପଡ଼ିଯାଇଛି ସେ ଜୀବନ ଦୌଡ଼ରେ । | 0female | |
କିନ୍ତୁ ବଣ ଜଙ୍ଗଲରେ, ତା’ର ପ୍ରାକୃତିକ ବାସସ୍ଥଳୀରେ, ଆଉ ଚିତା ଦେଖାଯାଉ ନାହିଁ । | 0female | |
ଚିତାବାଘର ସୁନ୍ଦର ଚମଡ଼ା, ଆନ୍ତର୍ଜାତିକ ଚମଡ଼ା ବ୍ୟବସାୟ କ୍ଷେତ୍ରରେ, ବେଶ୍ ନାଆଁ କରିଥିଲା । | 0female | |
ସେଇଥିପାଇଁ, ଚିତା ଶିକାର ବଢ଼ିଲା । | 0female | |
ଏକଶିଙ୍ଗିଆ ଗଣ୍ଡାର ଶିଙ୍ଗ, ଭାରି ମୂଲ୍ୟବାନ୍ । | 0female | |
ଶିଙ୍ଗ ପାଇଁ ଏମାନଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା । | 0female | |
ଦିନଥିଲା ଏମାନେ ବହୁସଂଖ୍ୟାରେ, ଚରିବୁଲି ନିରାପଦରେ ଜୀବନ ବିତାଉଥିଲେ । | 0female | |
ବର୍ତ୍ତମାନ୍ ଉତ୍ତର ବଙ୍ଗ ଓ ଆସାମ୍ର କେତେକ ନିମ୍ନ ଭୂମିରେ ଏମାନେ ଦେଖାଯା’ନ୍ତି । | 0female | |
ଆସାମ୍ର କାଜିରଙ୍ଗାଠାରେ ଏହି ବିରଳ ପ୍ରାଣୀ ପାଇଁ ଅଭୟାରଣ୍ୟ ପ୍ରତିଷ୍ଠା କରାଯାଇଅଛି । | 0female | |
ହରିଣର କଅଁଳ ମାଂସ ପାଇଁ ଶିକାରୀମାନେ ହରିଣ ଶିକାର କରିଥା’ନ୍ତି । | 0female | |
କସ୍ତୁରୀ ମୃଗର ନାଭିରେ ଥିବା କସ୍ତୁରୀ, ବେଶ୍ ମୂଲ୍ୟବାନ୍ । | 0female | |
ତେଣୁ ଶିକାରୀମାନେ, ଏମାନଙ୍କୁ ମାରି, ବିରଳ ଅବସ୍ଥାକୁ ନେଇ ସାରିଲେଣି । | 0female | |
ସିଂହର ବାସସ୍ଥଳୀ, ଛାର୍ଖାର୍ ହୋଇଯାଇଛି । | 0female | |
ଆଉସବୁ ପଶୁମାନେ, ଜଙ୍ଗଲ ଛାଡ଼ି ଯେ ଯାହା ବାଟରେ ଚାଲିଗଲେଣି । | 0female | |
ତେଣୁ ସିଂହପାଇଁ, ଖାଦ୍ୟର ଘୋର୍ ଅଭାବ ଦେଖାଦେଇଛି । | 0female | |
ବଣ ରାଇଜରେ ଚାଲିଛି ଅରାଜକତା । | 0female | |
ଏଣିକି ପଶୁରାଜ ସିଂହ ଅସମର୍ଥ ହୋଇଛି, ଆତ୍ମରକ୍ଷା ପାଇଁ । | 0female | |
ଆପଣାର ଭିଟାମାଟିରୁ, ବିତାଡ଼ିତ ହୋଇଛି ସିଂହ । | 0female | |
ବଣ ଜଙ୍ଗଲରେ ସିଂହ ଦେଖିବା, ସ୍ଵପ୍ନ ପ୍ରାୟ ହେଲାଣି । | 0female | |
ସିଂହମାନଙ୍କ ପରି, ହାତୀମାନଙ୍କର ଦୁଃଖ କାହାଣୀ ବି, କୌଣସି ଗୁଣରେ କମ୍ ନୁହେଁ । | 0female | |
ହାତୀ ଶିକାରର ମୂଳ ଆକର୍ଷଣ ହେଉଛି, ହାତୀଦାନ୍ତ । | 0female | |
ଅଣ୍ଡିରା ହାତୀର କେବଳ ଦାନ୍ତ ଥାଏ । | 0female | |
କିନ୍ତୁ ସବୁ ଅଣ୍ଡିରା ହାତୀର ଦାନ୍ତ ନ ଥାଏ । | 0female | |
ଯେଉଁ ଅଣ୍ଡିରା ହାତୀର ଦାନ୍ତ ଥାଏ, ତାହାକୁ କୁହାଯାଏ ଦନ୍ତାହାତୀ । | 0female | |
ତେଣୁ ଦାନ୍ତ ପାଇଁ ଦନ୍ତାହାତୀ ଶିକାର ହୁଏ । | 0female | |
ଆନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ହାତୀଦାନ୍ତର ଚାହିଦା ବଢ଼ିଛି । | 0female | |
ଏହାର ମୂଲ୍ୟ, ଅସମ୍ଭବ ଭାବରେ ବଢ଼ିବାରେ ଲାଗିଛି । | 0female | |
ବର୍ତ୍ତମାନ ଦୁବେଇ, ହାତୀଦାନ୍ତ ବିକ୍ରୟର ମୁଖ୍ୟକେନ୍ଦ୍ର । | 0female | |
ହାତୀଦାନ୍ତ ଚୋରା ବେପାରୀମାନେ, ବେଶ୍ ସକ୍ରିୟ ହୋଇଉଠିଛନ୍ତି । | 0female | |
ବାଘ, ଆମ ଦେଶର ଜାତୀୟ ପଶୁର ମର୍ଯ୍ୟାଦା ପାଇଛି । | 0female | |
କିନ୍ତୁ, ବାଘ ଶିକାରୀମାନେ ଏକଥା ଭାବନ୍ତି ନାହିଁ । | 0female | |
ପୁଣି ଜଙ୍ଗଲକୁ କାଟି ରହିବାକୁ, ଆଗଭଳି ନିରାପଦ ଥାନ ଟିକିଏ ନାହିଁ । | 0female | |
ତା’ର ବଂଶ ବିରାଦରୀମାନେ, ଲଗାତର୍ କମି କମି ଗଲେଣି । | 0female | |
ଏହିସବୁ କାରଣରୁ, ବାଘସଂଖ୍ୟା କମିଗଲା । | 0female | |
ବଣରେ ଆଉ, ଆଗଭଳି ବାଘ ଡର ରହିଲା ନାହିଁ । | 0female | |
ଗଛକଟା ଆହୁରି ବଢ଼ିଲା, ଏବଂ ବାଘ ସଂଖ୍ୟା ଆହୁରି କମିଲା । | 0female | |
ବର୍ତ୍ତମାନ୍ ଆମ ଦେଶର ବାଘ ସଂଖ୍ୟା, ଦୁଇହଜାର୍ ପାଖାପାଖି । | 0female | |
କିନ୍ତୁ, ବଣଜଙ୍ଗଲରେ ମୟୂର ସଂଖ୍ୟା ଢ଼େର୍ କମିଛି । | 0female | |
ସେହି ସମୟ ପରଠାରୁ, ମୟୂର ସଂଖ୍ୟା ବଢ଼ିବାରେ ଲାଗିଛି । | 0female | |
ସୁରକ୍ଷିତ ରହିଛି, ଆମ ଜାତୀୟ ପକ୍ଷୀ । | 0female | |
ଏବେ ଭାରତରୁ, ଚିତା ଲୋପ୍ ପାଇବାକୁ ବସିଲେଣି । | 0female | |
ଓଡ଼ିଶାରୁ ଅରଣା ମଇଁଷି ନିଶ୍ଚିହ୍ନ ହେଲେଣି । | 0female | |
ଏହି ଉଦ୍ୟାନମାନଙ୍କରେ ଜୀବଜନ୍ତୁ ମୁକ୍ତ ଓ ଅବାଧ ଭାବେ ଚଲାବୁଲା କରନ୍ତି । | 0female | |
ଏଠାରେ ପରିବେଶ ଯଥାସମ୍ଭବ ପ୍ରାକୃତିକ । | 0female | |
ଆସାମ୍ର କାଜିରଙ୍ଗାଠାରେ ଏକଶିଙ୍ଗିଆ ଗୟଳ ପାଇଁ ଅଭୟାରଣ୍ୟ ରହିଛି । | 0female | |
ଏଥିପାଇଁ ଜନୋସଚେତନତା, ଏବଂ ଜନସହଯୋଗ ଆବଶ୍ୟକ । | 0female | |
ସେଠି ଗଛ ଡାଳରେ, ଲମ୍ବା ଓହଳରେ, ପିଲାଏ ଡାଳମାଙ୍କୁଡ଼ି ଖେଳନ୍ତି, ଛାଇ ତଳେ ବାଟୋଇ ଅଳସ ଭାଙ୍ଗେ । | 0female | |
ଗଛମୂଳରେ ପୂଜାପାଏ, ସିନ୍ଦୁରବୋଳା ଠାକୁରାଣୀ । | 0female | |
ତା’ରି ଡାଳରେ ଜାତି ଜାତିକା ପକ୍ଷୀଙ୍କର ମିଳନ, ସିଏ ଗଛ ହେଲେ ବି ଦେବତା । | 0female | |
ପୁଣି ବାଦବିବାଦ, କିଚିରିମିଚିରି ଶବ୍ଦ । | 0female | |
ଲାଞ୍ଜ ଟେକିଟେକି ଗୁଣ୍ଡୁଚିମୂଷାଟା, ଏଡ଼ାଳରୁ ସେଡ଼ାଳ ହେଉଥାଏ । | 0female |
Subsets and Splits
No community queries yet
The top public SQL queries from the community will appear here once available.