dataset collection
Collection
contain datatset for train indic parler tts • 30 items • Updated • 1
audio audioduration (s) 1.81 17.4 | transcription stringlengths 18 155 | file_name stringlengths 12 15 |
|---|---|---|
ଗଛ ବଞ୍ଚିଲେ, ଆମେ ବଞ୍ଚିବା । | sample_0.wav | |
ନିଇତି ସଞ୍ଜହେଲେ, ଜେଜୀମା ଗପ କହନ୍ତି । | sample_1.wav | |
ପିଲାଏ ଉଠନ୍ତି ନାହିଁ କି ଜେଜୀମା’ର ଗପ ସରେ ନାହିଁ । | sample_2.wav | |
କିନ୍ତୁ ସବୁ କାହାଣୀର ଆରମ୍ଭ କିମ୍ବା ଶେଷ ହୋଇଥାଏ, ଅଗନାଅଗନି ବନସ୍ତରେ । | sample_3.wav | |
ବଣ ଜଙ୍ଗଲର କଥା ନ ଥାଇ, ଜେଜୀମା’ର କାହାଣୀ ନାହିଁ । | sample_4.wav | |
ଉପରେ ଖରା ପଡ଼ିଲେ, ତଳେ ଖାଲି ଛାଇ ପଡ଼େ । | sample_5.wav | |
ଗଛଡ଼ାଳରୁ ତଳକୁ ମୁହଁକରି ଶିକାର ପାଇଁ ଝୁଲି ରହିଥାଏ, ଉପାସିଆ ଅଜଗରଟା । | sample_6.wav | |
ସେଇ ବଣରେ ସୂର୍ଯ୍ୟ ଉଏଁ ଡେରିରେ, ସଞ୍ଜ ଆସେ ବେଳ ଥାଉ ଥାଉ । | sample_7.wav | |
ଦିନେ ଯେଉଁ ଅଗନାଅଗନି ବନସ୍ତରେ ବାଘମାମୁଁ ହେଣ୍ଟାଳ ମାରି ବୁଲୁଥୁଲା, ସେଠି ଆଜି ବିଲୁଆ ଛୁଆଟିଏ ବି ଦେଖିବାକୁ ମିଳୁନାହିଁ । | sample_8.wav | |
ପଶୁରାଜ ସିଂହ ଆଉ ସେ ବଣର ରାଜା ନୁହନ୍ତି । | sample_9.wav | |
ଘଞ୍ଚ ଜଙ୍ଗଲ ଥିଲା ଆମ ବାଘମାମୁଁର ବାସସ୍ଥଳୀ । | sample_10.wav | |
ସେଇ ପ୍ରାକୃତିକ ସମ୍ପଦଭରା, ବଣ ରାଇଜରେ ରାଜୁତି ଚାଲିଥିଲା, ପଶୁରାଜ ସିଂହ ଆଉ ମହାବଳ ବାଘର । | sample_11.wav | |
ମହାବଳ ବାଘ ଆଜି ମଣିଷ ଦୟାରୁ, ତା’ର ବଂଶକୁ ବଞ୍ଚେଇ ରଖିଛି । | sample_12.wav | |
ଏଇଥୁରୁ ଜଣାପଡ଼େ, ଆମ ଜଙ୍ଗଲ ସମ୍ପଦର ସ୍ୱରୂପ, ଆମ ଅଗନାଅଗନି ବନସ୍ତର, ଦୂରାବସ୍ଥା । | sample_13.wav | |
ଜଙ୍ଗଲ ପରିମାଣ କମିଯିବାରୁ ବର୍ଷା କମିଛି । | sample_14.wav | |
ମାଟିତଳେ ଜଳସ୍ତର, ତଳକୁ ଖସିଚାଲିଛି । | sample_15.wav | |
ଅଧିକ ମାଟି ଧୋଇ ହୋଇ ମୃତ୍ତିକା, କ୍ଷୟ ଘଟିଛି । | sample_16.wav | |
ତେଣୁ ଆମ ସବୁଜ ସୁନ୍ଦର ପୃଥିବୀ ପାଇଁ, ଜଙ୍ଗଲ କ୍ଷୟର କୁପରିଣାମ, କେତେ ଭୟଙ୍କର, ତାହା ସହଜରେ ଅନୁମାନ କରିହୁଏ । | sample_17.wav | |
ବଣ ଜଙ୍ଗଲରେ ହିଁ ପ୍ରଥମେ ଆଦିମ ମାନବ ବାସ କରୁଥିଲା । | sample_18.wav | |
ବଣ ଜଙ୍ଗଲରୁ, ଆମେ ବହୁପ୍ରକାର ସୁବିଧା ପାଇଥାଉ । | sample_19.wav | |
ତେଣୁ ବାସ୍ତବରେ ବଣ ଜଙ୍ଗଲକୁ କୁହାଯାଏ ସବୁଜ ସୁନା । | sample_20.wav | |
ବାଘମାମୁଁର ସେଇ ପୁରୁଣା ଉଜୁଡ଼ାଘରକୁ ଆମକୁ ସଜାଡ଼ିବାକୁ ହେବ । | sample_21.wav | |
ବଣ ଜଙ୍ଗଲ ଆମର କେତେ ଯେ ଉପକାର କରେ, ତାହା କଳନା କରି ହେବ ନାହିଁ । | sample_22.wav | |
ଏକ ଅକୁହା ଆବେଗରେ ଉଲ୍ଲସିତ ହୋଇଉଠେ ତା’ର ପ୍ରାଣ । | sample_23.wav | |
ଜଙ୍ଗଲକୁ ସବୁଜ ସୁନା କୁହାଯାଏ ଠିକ୍ ଯେମିତି ପେଟ୍ରୋଲିୟମ୍କୁ କୁହାଯାଏ ତରଳ ସୁନା, ଆଉ କୋଇଲାକୁ କୃଷ୍ଣହୀରକ ବା କଳାହୀରା । | sample_24.wav | |
ଜଙ୍ଗଲକୁ ସବୁଜ ସୁନା କହିବାର ଯଥେଷ୍ଟ କାରଣ ରହିଛି । | sample_25.wav | |
କେବଳ ଯେ ବଣ ଜଙ୍ଗଲ ରଙ୍ଗରେ ସବୁଜ, ଆଉ ଏହା ସୁନାପରି ମୂଲ୍ୟବାନ୍, ଏତିକି କହିଦେଲେ ହେବନାହିଁ । | sample_26.wav | |
ଜଙ୍ଗଲର ଉପକାରିତା, ଏହାଠାରୁ ଅନେକ୍ ଗୁଣରେ ବେଶି । | sample_27.wav | |
ଘର ତିଆରି ପାଇଁ ଜଙ୍ଗଲରୁ କାଠ କଟାଯାଇଥାଏ । | sample_28.wav | |
ଘରୋଇ ଉପକରଣ ପାଇଁ ଆମେ କାଠ ବାଉଁଶ ଓ ବେତ ବ୍ୟବହାର କରିଥାଉ । | sample_29.wav | |
ବଣ ଜଙ୍ଗଲରେ ବିଭିନ୍ନ ପ୍ରକାର ଖାଦ୍ୟ ଉପଯୋଗୀ ଫଳମୂଳ ମିଳିଥାଏ । | sample_30.wav | |
ସବାଇ ଘାସ ଓ ବାଉଁଶରୁ, କାଗଜ ତିଆରି ହୁଏ । | sample_31.wav | |
ଏହା ବଣ ଜଙ୍ଗଲରୁ ସଂଗ୍ରହ କରାଯାଏ । | sample_32.wav | |
ଘର ସଫା କରିବା ପାଇଁ ଫୁଲଝାଡ଼ୁ, ଓ ଖଲି ସିଇଁବା ପାଇଁ ଶିଆଳି ପତ୍ର ବଣରୁ ମିଳିଥାଏ । | sample_33.wav | |
କରଞ୍ଜ ଓ ଶାଳ ମଞ୍ଜିରୁ, ତେଲ ମିଳେ । | sample_34.wav | |
ଏହା ବନସ୍ପତି ଘିଅ, ଓ ସାବୁନ୍ ତିଆରିରେ ଲାଗେ । | sample_35.wav | |
କେତେକ ଅଞ୍ଚଳରେ ରେଶମ କୀଟର କୋଷା ମଧ୍ୟ ଜଙ୍ଗଲରୁ ମିଳିଥାଏ । | sample_36.wav | |
ଆୟୁର୍ବେଦ ଚିକିତ୍ସା, ବଣ ଜଙ୍ଗଲର ଗଛଲତାରୁ ହିଁ ଜନ୍ମ ନେଇଛି । | sample_37.wav | |
ବଣ ଜଙ୍ଗଲର ପରିସଂସ୍ଥାରେ, ଅନେକ୍ ଜାତିର ପ୍ରାଣୀ ବାସ କରନ୍ତି। | sample_38.wav | |
ଜଙ୍ଗଲରେ ଆକାଶଛୁଆଁ ବୃକ୍ଷରାଜି ଥାଆନ୍ତି । | sample_39.wav | |
ତେଣୁ ଜଙ୍ଗଲର ଉପରିଭାଗ ବାୟୁରେ, ଜଳୀୟବାଷ୍ପର ମାତ୍ରା ଅଧିକ ଥାଏ । | sample_40.wav | |
ଏହି ବାଷ୍ପ, ଜଳକଣାରେ ପରିଣତ ହୋଇ ଶୀତଳତା ଦିଏ । | sample_41.wav | |
ସାଧାରଣତ ମେଘ ସୃଷ୍ଟି କରୁଥିବା, ଜଳୀୟବାଷ୍ପମାନ, ଉଚ୍ଚ ପାହାଡ଼ ପର୍ବତରେ ଧକ୍କା ଖାଇଥାଏ । | sample_42.wav | |
ଏଥିରୁ ଜଣାଯାଏ ବର୍ଷା କରିବାରେ ବଣ ଜଙ୍ଗଲର ଗଛପତ୍ର ସାହାର୍ଯ୍ୟ କରେ । | sample_43.wav | |
ଗଛଲତାମାନେ ସେମାନଙ୍କ ସବୁଜପତ୍ର ଦ୍ଵାରା, ନିଜ ନିଜର ଖାଦ୍ୟ ରନ୍ଧନ କରିଥାନ୍ତି । | sample_44.wav | |
ଗଛ ଖାଦ୍ୟ ରାନ୍ଧିଲାବେଳେ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରେ, ଓ ଅମ୍ଳଜାନ ବାଷ୍ପ ଛାଡ଼ିଥାଏ । | sample_45.wav | |
ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତ ଶ୍ଵାସକ୍ରିୟାରେ ଅମ୍ଳଜାନ ଦରକାର କରନ୍ତି । | sample_46.wav | |
ଅମ୍ଳଜାନ ବିନା କେହି ବଞ୍ଚିପାରିବେ ନାହିଁ, କାରଣ ଆମେ ଅହରହ ଅମ୍ଳଜାନ ଗ୍ରହଣ କରୁ । | sample_47.wav | |
ନିଆଁ ଜାଳିବା ପାଇଁ ମଧ୍ୟ ଅମ୍ଳଜାନ ନିହାତି ଆବଶ୍ୟକ । | sample_48.wav | |
ତେଣୁ ଅମ୍ଳଜାନ ବିନା ରୋଷେଇ କରି ହେବ ନାହିଁ । | sample_49.wav | |
ଏପରିକି ଅମ୍ଳଜାନ ନଥିବା ସ୍ଥାନରେ, ଡିଆସିଲି କାଠି ମାରିଲେ ବି ତାହା ଜଳିବ ନାହିଁ । | sample_50.wav | |
ଚନ୍ଦ୍ର ପୃଷ୍ଠରେ ଅମ୍ଳଜାନ ନଥିବାରୁ ସେଠାରେ ନିଆଁ ଜଳିବ ନାହିଁ । | sample_51.wav | |
ଅଙ୍ଗାରକାମ୍ଳ ଆମ ପାଇଁ ଏକ କ୍ଷତିକାରକ ବାଷ୍ପ । | sample_52.wav | |
ଆଜିକାଲି କଳକାରଖାନାର ଚିମ୍ନି ଧୂଆଁରେ ଏବଂ ଗାଡ଼ି ମଟର ଧୂଆଁରେ, ବହୁ ପରିମାଣର ଅଙ୍ଗରାକାମ୍ଳ ବାଷ୍ପ ବାୟୁରେ ମିଶିଥାଏ । | sample_53.wav | |
ତେଣୁ ବାୟୁମଣ୍ଡଳରେ ଦିନକୁଦିନ ଅଙ୍ଗରାକାମ୍ଳର ପରିମାଣ ବଢ଼ିବାରେ ଲାଗିଛି । | sample_54.wav | |
ଅଙ୍ଗରାକାମ୍ଳ ବାଷ୍ପ ବାୟୁମଣ୍ଡଳର ତାପମାତ୍ରାକୁ ଧରି ରଖେ । | sample_55.wav | |
ପୃଥିବୀ ବାୟୁମଣ୍ଡଳରେ ଅଙ୍ଗରାକାମ୍ଳର ପରିମାଣ ବଢ଼ିଲେ, ପୃଥିବୀର ତାପମାତ୍ରା ମଧ୍ୟ ବଢ଼ିଥାଏ । | sample_56.wav | |
ବର୍ତ୍ତମାନ୍ ଏହା ଏକ ଜଟିଳ ସମସ୍ୟା ରୂପେ ମୁଣ୍ଡ ଟେକିଛି । | sample_57.wav | |
ବାୟୁମଣ୍ଡଳର ତାପମାତ୍ରା ଏମିତି କ୍ରମାଗତ ବଢ଼ିଚାଲିଲେ, ପୃଥିବୀର ମେରୁ ବରଫ ତରଳିବାକୁ ଲାଗିବ । | sample_58.wav | |
ଆମ ସ୍ଥଳଭାଗରେ ଥିବା ମଧୁର ଜଳର, ବହୁଭାଗ ଜଳ, ମେରୁ ବରଫ ଆକାରରେ ରହିଛି । | sample_59.wav | |
ଏମିତି ହେଲେ ତ ସମୁଦ୍ରକୁଳିଆ ସହର ନଗର ଜନବସତି ସବୁ ସମୁଦ୍ରରେ ବୁଡ଼ିଯିବ । | sample_60.wav | |
ପୃଥିବୀ ପୃଷ୍ଠରେ ସ୍ଥଳଭାଗ କମିଯିବ, ଜଳଭାଗ ବିସ୍ତାର ଲାଭ କରିବ । | sample_61.wav | |
କିନ୍ତୁ, ଏତେ ସବୁ ସମସ୍ୟା ସୃଷ୍ଟିହେବାରୁ, ଆମକୁ ରକ୍ଷାକରିଥାଏ, ଏଇ ବଣ ଜଙ୍ଗଲ । | sample_62.wav | |
ଗଛ ଖାଦ୍ୟପ୍ରସ୍ତୁତ ସମୟରେ, ବାୟୁମଣ୍ଡଳରୁ ଅଙ୍ଗରାକାମ୍ଳ ଗ୍ରହଣ କରିନେଇ, ତା’ ବଦଳରେ ଅମ୍ଳଜାନ ବାଷ୍ପ ଛାଡ଼ିଥାଏ । | sample_63.wav | |
ତେଣୁ ଆମ ବାୟୁମଣ୍ଡଳରୁ ଅଙ୍ଗରାକାମ୍ଳ କମିଯାଏ, ଏବଂ ସରି ଆସୁଥୁବା ଅମ୍ଳଜାନର ଭରଣା ହୁଏ । | sample_64.wav | |
ବାୟୁରେ ଅଙ୍ଗରାକାମ୍ଳ ଓ ଅମ୍ଳଜାନର ପରିମାଣରେ ସ୍ଥିରତା ଆସେ । | sample_65.wav | |
ତେଣୁ ବଣ ଜଙ୍ଗଲ ଏହିପରି ଭାବେ ପ୍ରାଣୀ ଜଗତକୁ ଉଭୟ ଖାଦ୍ୟ, ଓ ଅମ୍ଳଜାନ ଯୋଗାଇ ବଞ୍ଚାଇ ରଖେ । | sample_66.wav | |
ଆମପାଇଁ ବଣ ଜଙ୍ଗଲର ଆଉ ଏକ ଉପକାରିତା ହେଲା ମୃତ୍ତିକା ସଂରକ୍ଷଣ । | sample_67.wav | |
ଗଛପତ୍ର ଥିବା ସ୍ଥାନରେ, ବର୍ଷାଜଳ ଭୂଇଁରେ ନ ପଡ଼ି ସାଧାରଣତ ଗଛପତ୍ର ଉପରେ ପଡ଼େ । | sample_68.wav | |
ଗଛମାନଙ୍କର ଚେର ମାଟିକୁ ଏମିତି ଜାବୁଡ଼ି ଧରିଥାଏ ଯେ, ମାଟି ଧୋଇ ହୋଇଯାଇପାରେ ନାହିଁ । | sample_69.wav | |
ଗଛପତ୍ର ଥିବା ଭୂଇଁର ମାଟିକୁ, ଖରାଦିନେ ପବନ ଉଡ଼େଇ ନେଇପାରେ ନାହିଁ । | sample_70.wav | |
ଆମ ଭୂପୃଷ୍ଠର, ଉପରିଭାଗର ମାଟି ସବୁଠାରୁ ଉର୍ବର । | sample_71.wav | |
ଏହି ମାଟି ଧୋଇହୋଇ, ନଦୀ ସମୁଦ୍ରକୁ ଚାଲିଗଲେ, ସମୁଦ୍ର ପୋତି ହେଇଯିବ । | sample_72.wav | |
ସମୁଦ୍ର ଜଳ ପାଇଁ ଅଧିକ ସ୍ଥାନ ଦରକାର ହେବ, ଏବଂ ଜଳଭାଗ ଭୂମି ଆଡ଼କୁ ଆହୁରି ମାଡ଼ି ଆସିବ । | sample_73.wav | |
କିନ୍ତୁ, ଆମ ବଣଜଙ୍ଗଲ ଅନେକାଂଶରେ ଏହି ସମସ୍ୟାର ସମାଧାନ କରିଥାଏ । | sample_74.wav | |
ବଣଜଙ୍ଗଲ ନଥିଲେ, ତ ଆହୁରି କେତେ ମାଟି ସମୁଦ୍ରକୁ ଚାଲିଯା’ନ୍ତା । | sample_75.wav | |
ବଣଜଙ୍ଗଲ ଅନେକ୍ ଜାତିର ପଶୁପକ୍ଷୀଙ୍କ ବାସସ୍ଥଳୀ । | sample_76.wav | |
ତେଣୁ ବଣ ମୂଲକରେ ଖାଦ୍ୟର ଅଭାବ ନାହିଁ । | sample_77.wav | |
ଶାକାହାରୀ ପଶୁମାନେ, ଗଛଲତାର ସବୁଜ କଅଁଳ ପତ୍ର ଖାଇ ଜୀବନ ଧାରଣ କରନ୍ତି । | sample_78.wav | |
ମାଂସାଶୀ ପ୍ରାଣୀମାନେ, ଅନ୍ୟ ପ୍ରାଣୀଙ୍କୁ ଶିକାର କରି ବଞ୍ଚନ୍ତି । | sample_79.wav | |
ବଣରାଇଜରେ ବଣୁଆ ଜୀବମଣ୍ଡଳ ଭିତରେ, ଏକ ଖାଦ୍ୟ-ଖାଦକ ସମ୍ପର୍କ ଜାରି ରହିଥାଏ । | sample_80.wav | |
ବଣୁଆ ଜୀବଜନ୍ତୁ ମଧ୍ୟ ଆମ ପରିବେଶର, ଏକ ଅଙ୍ଗ । | sample_81.wav | |
ଏଠାରେ ଥିବା ଗଛଲତା, ଓ ପ୍ରାଣିଜଗତ, ଦୁହେଁ ଦୁହିଁଙ୍କ ପାଇଁ ବେଶ୍ ଦରକାରୀ । | sample_82.wav | |
ବାଘଭାଲୁ ଭଳି, ହିଂସ୍ର ଜନ୍ତୁ ଡରରେ, ଲୋକେ ଘଞ୍ଚ ଜଙ୍ଗଲଠାରୁ ଦୂରେଇ ରୁହନ୍ତି । | sample_83.wav | |
ଏହାର ନିଛାଟିଆ ନିରୋଳା ଅନୁଭବ, ଆମ ମନ ଗହନରେ ଅପୂର୍ବ ଭାବନା ସୃଷ୍ଟି କରେ । | sample_84.wav | |
ଗଛ ବଞ୍ଚିଲେ ଆମେ ବଞ୍ଚିବା, ତଥାପି ଜଙ୍ଗଲ କଟା ଚାଲିଛି । | sample_85.wav | |
ଜଙ୍ଗଲ ଥିଲା ଆଦିମ ମଣିଷର ବାସସ୍ଥଳୀ । | sample_86.wav | |
ସେଇଠୁ ପଥର ଗୁମ୍ଫା, ଆଉ ଗଛ କୋରଡ଼ ଥିଲା ତା’ର ଘର । | sample_87.wav | |
ବଣୁଆ ପଶୁପକ୍ଷୀର ମାଂସ, ଆଉ ଫଳମୂଳ ଥିଲା ତା’ର ଆହାର । | sample_88.wav | |
ତା’ପରେ ସିନା ମଣିଷ ଚାଷବାସ କରି ଶିଖିଲା, ସଭ୍ୟ ହେଲା । | sample_89.wav | |
ମଣିଷ, ବଣଜଙ୍ଗଲକୁ ହାଣିକାଟି ପଦା କରିବାରେ ଲାଗିଛି । | sample_90.wav | |
ଜଙ୍ଗଲ ଯେ ପରିବେଶ ଓ ସମଗ୍ର ଜୀବମଣ୍ଡଳର ରକ୍ଷା କବଚ, ଏକଥା ସମସ୍ତେ ଜାଣନ୍ତି । | sample_91.wav | |
ଜଙ୍ଗଲ କ୍ଷୟ କାରଣରୁ, ପୃଥିବୀର ପରିବେଶ, ଏବେ ଦାରୁଣ ଭାବେ ବିପର୍ଯ୍ୟୟଗ୍ରସ୍ତ, ଏକଥା ବି ଆମକୁ ଜଣା । | sample_92.wav | |
ଆମ ପରିବେଶର ଅବସ୍ଥା ଯାହା, ଲେଡ଼ିଗୁଡ଼ କହୁଣିକୁ ବୋହିବାକୁ ଲାଗିଛି । | sample_93.wav | |
ତଥାପି ଜଙ୍ଗଲ କଟା ଚାଲିଛି । | sample_94.wav | |
ପୃଥିବୀର ସବୁ ଅଞ୍ଚଳରେ ସମାନ ଭାବରେ ବଣ ଜଙ୍ଗଲ କିମ୍ବା ଗଛଲତା ନଥାଏ । | sample_95.wav | |
ଏଥିପ୍ରତି ଆମେ ସେତେଟା ସଚେତନ ନୁହେଁ । | sample_96.wav | |
ଏହାଦ୍ଵାରା, ଆମର କେତେ କ୍ଷତି ହୁଏ ସେକଥା ସେମାନେ ବୁଝନ୍ତି ନାହିଁ । | sample_97.wav | |
ଏକ ସମୀକ୍ଷାରୁ ଜଣାପଡେ, ପୃଥିବୀର ଦୁଇ ତୃତୀୟାଂସ ଜଙ୍ଗଲ ଧ୍ଵଂସ ପାଇ ସାରିଛି। | sample_98.wav | |
ଜଙ୍ଗଲ ଧ୍ଵଂସର ପ୍ରଥମ ଏବଂ ପ୍ରଧାନ କାରଣ ହେଲା ଜଙ୍ଗଲ କଟା । | sample_99.wav |