text stringlengths 0 9.1k |
|---|
ଅ ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଅକ୍ଷର । ଏହା ଏକ ସ୍ଵର ବର୍ଣ୍ଣ । ଏହି ବର୍ଣ୍ଣର ସ୍ଵତନ୍ତ୍ର ଚିହ୍ନ ବା ମାତ୍ରା ନାହିଁ । ଏହାକୁ ବାକି ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ କରି ଉଚ୍ଚାରଣ ଓ ବର୍ଣ୍ଣପରିଣୟ କରାଯାଇଥାଏ । ଏହାର ଉଚ୍ଚାରଣର ସ୍ଥାନ କଣ୍ଠ । |
ଆଗକାଳରେ ଅବଧାନମାନେ ପିଲାଙ୍କୁ ଏହି ଅକ୍ଷର ମଡ଼ାଇଲାବେଳେ ସ୍ଵରେ ଅ ବୋଲି ଡାକନ୍ତି । ଏହା ଓଁ ବା ପ୍ରଣବର ଅଂଶବିଶେଷ ବୋଲି ଶାସ୍ତ୍ରରେ କଥିତ । ଅ+ଉ+ମ୍ ମିଶି ଓଁ ହୋଇଅଛି । |
ଅଁଲାଭଟା, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । |
ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣା ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । |
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। |
ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ । |
ଏହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଭାରତରେ ସର୍ବତ୍ର ଏହା ଦେଖିବାକୁ ମିଳିଥାଏ । ପତ୍ରଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ବି ଏହାଠାରୁ ଟିକିଏ ବଡ଼ ଆକାରର ହୋଇଥାନ୍ତି। ଏହା ମଧ୍ୟମ ଉଚ୍ଚତା ବିଶିଷ୍ଟ ଗଛ। ଅନ୍ୟ ନାମ ଅଏଁଳା । ଓଡ଼ିଶାର ଗ୍ରାମାଞ୍ଚଳରେ ଅଁଳା କୋଳି (ଅଅଁଳା କୋଳି ବା ନର କୋଳି) ନାମରେ ଆଉ ଏକ ଗଛ ଦେଖାଯାଏ ଯାହା ଅଁଳାଠାରୁ ଆକାରରେ ସାନ ଓ ଶିରାଯୁକ୍ତ (ଦ୍ରଷ୍ଟବ୍ୟ : କୋଳି)। ... |
ଏହା ଅଳ୍ପ ମଧୁର ମିଶ୍ରିତ କଷାୟରସ, ରସାୟନ, ଶୀତବୀର୍ଯ୍ୟ, କେଶବର୍ଦ୍ଧକ, ମେଧାବର୍ଦ୍ଧକ, ଚକ୍ଷୁପ୍ରୀତିକାରୀ, ସୌନ୍ଦର୍ଯ୍ୟବର୍ଦ୍ଧକ, ଶୀତଳ, ତୃପ୍ତିପ୍ରଦ, ବାତ, ପିତ୍ତ, ଶ୍ଳେଷ୍ମ, ମେହ, ପ୍ରମେହ, ଦାହ, ତୃଷ୍ଣାବମନ, ଅମ୍ଳପିତ୍ତ, ରକ୍ତଦୋଷ, ଧାତୁଦୋଷ, ମୂତ୍ରାକ୍ଷୟ ପୀଡ଼ା, ଅଜୀର୍ଣ୍ଣ, ବାୟୁଶୂଳ ଓ ଅନିଦ୍ରା ନିବାରକ ଅଟେ। |
ଓଡ଼ିଆରେ ଅଁଳା, ଅଏଁଳା |
ବଙ୍ଗଳାରେ ଆମଲା, ଆମଲକୀ, |
ହିଂଦିରେ ଆମଲା, ଅଶୋରା |
ତେଲୁଗୁରେ ଉସରକାୟ , |
ସଂସ୍କୃତରେ ଧାତ୍ରୀ, ଆମଳକୀ, ଅମୃତ ଆମଳକ ଓ ତିଷ୍ୟଫଳା ଆଦି କୁହାଯାଏ। |
ଏହାର ମଞିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ। ଏହା ପେଟରୋଗ, ସର୍ଦ୍ଦି ଓ ପ୍ରମେହ ଆଦିପାଇଁ ଗୁଣକାରୀ। ଏହା ଜୀବନିକା ‘ଗ’ (Vitamin C)ର ଉତ୍ସ। ଏହା ଚ୍ୟବନପ୍ରାଶର ମୁଖ୍ୟ ଘଟକ (ଶତକଡା ୯୦ ଭାଗରୁ ଅଧିକ)। |
ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ। |
ଫାଲ୍ଗୁନ ଶୁକ୍ଳ ଏକାଦଶୀକୁ ଅଅଁଳା ଏକାଦଶୀ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ଅଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ଜନ୍ମ ଦେଇଥିଲେ, ସେହି ସମୟରେ ଅଅଁଳା ବୃକ୍ଷର ଜନ୍ମ । ସ୍ୱୟଂ ବିଷ୍ଣୁ ଅଅଁଳା ବୃକ୍ଷକୁ ଆଦିବୃକ୍ଷ ରୂପେରେ ପ୍ରତିଷ୍ଠିତ କରିଥିଲେ । ଅଅଁଳାର ପ୍ରତ୍ୟେକ ଅଂଶରେ ଭଗବାନ୍ ବିରାଜମାନ ବୋଲି ହିନ୍ଦୁମାନେ ବିଶ୍... |
କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନଟିକୁ ଅଅଁଳା ନବମୀ ଭାବେ ପାଳନ କରାଯାଏ । ଏହି ଦିନ ଅଅଁଳା ଗଛକୁ ପୂଜା କରାଯାଏ । ଓଡ଼ିଶାର ଧର୍ମ ସଂସ୍କୃତିରେ ଅଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି । ବିଶ୍ଵାସ କରାଯାଏ ଯେ ସରସ୍ଵତୀଙ୍କର ରଜୋଗୁଣରୁ ଅଅଁଳାର ସୃଷ୍ଟି । ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହେଇଥିବା ବିଶ୍ଵାସ କରାଯାଏ । |
ଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂତନ ଦ୍ରବ୍ୟ ଦେବାକୁ ଇଚ୍ଛାକଲେ । କ’ଣ ଦେବେ ଭାବୁଥିବା ବେଳେ ଉଭୟଙ୍କ ଚକ୍ଷୁରୁ ଏକସଙ୍ଗେ ଲୁହ ଝରିଲା । ସେହି ଆନନ୍ଦାଶ୍ରୁ ଭୂମିରେ ପଡ଼ି ଅଅଁଳାଗଛ ସୃଷ୍ଟିହେଲା । ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକତ୍ର ବନସ୍ତରେ ନିଜନିଜ ପତିଙ୍କ ପାଇଁ ପୂଜାପାଠ କରିବାକୁ ମନ ବଳାଇଲେ । କିନ୍ତୁ ଅସୁବିଧା ଥିଲା ସ୍ୱାମୀଙ୍କର ପ୍ର... |
ଅଅଁଳା ନବମୀରେ ଅଅଁଳା ଗଛ ତଳେ ବଟା ଅଅଁଳାରେ ଭଗବାନ୍ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ । ଓଡ଼ିଆ ପରମ୍ପରାରେ ଏହି ସ୍ନାନକାର୍ଯ୍ୟ ଅଅଁଳା ନବମୀରୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ । ହବିଷିଆଳୀମାନେ ଏହିଦିନ ଅଅଁଳାଗଛ ମୂଳରେ ହବିଷ୍ୟାନ୍ନ ରାନ୍ଧନ୍ତି ଓ ବୃକ୍ଷ ଚାରିପଟେ ପ୍ରଦକ୍ଷଣ କରିଥାନ୍ତି । |
ଅଂକୋର୍ ୱାଟ୍ ବା ଅଂଗକୋର୍ ୱତ୍ ମନ୍ଦିର କାମ୍ଵୋଡିଆ ବା କାମ୍ପୁଚିଆରେ ସ୍ଥିତ ୧୬୨.୬ ହେକ୍ଟର୍ (୧୬୨୬୦୦୦ ବର୍ଗ ମିଟର୍ ବା ୪୦୨ ଏକର୍) କ୍ଷେତ୍ରଫଳ ବିଶିଷ୍ଟ ବିଶ୍ଵର ସର୍ବବୃହତ ଧାର୍ମିକ ଐତିହ୍ୟ ସ୍ଥଳୀ । କ୍ଷ୍ମେର୍ ବା ଖମେର୍ ଭାଷାରେ ଏହାକୁ អង្គរវត្ត ଭାବେ ଲେଖାଯାଏ ଓ ଏହାର ଅର୍ଥ ହେଲା "ମନ୍ଦିର ରାଜଧାନୀ" । ହିନ୍ଦୁ ଭଗବାନ ବିଷ୍ଣୁଙ୍କ ନିମନ୍ତେ କ୍ଷ୍ମେର୍ ରାଜବଂଶୀୟ ରାଜା ଦ୍ଵିତୀୟ... |
ଅଂକୋର୍ ୱାଟ୍ କ୍ଷ୍ମେର୍ ମନ୍ଦିର ସ୍ଥାପତ୍ୟ କଳାର ଦୁଇଟି ମୁଖ୍ୟ ଅଂଗ ହେଲା ମେରୁ ପର୍ବତ ଢାଞ୍ଚାରେ ନିର୍ମିତ ମୁଖ୍ୟ ମନ୍ଦିର ଓ ତାହାର ଚତୁର୍ପାର୍ଶ୍ଵରେ ଅନେକ ଗ୍ୟାଲେରି ପରି ମନ୍ଦିର ପ୍ରାଙ୍ଗଣ/ଚିତ୍ରଶାଳାର ନିର୍ମାଣ । ହିନ୍ଦୁ ପୌରାଣିକ ମତାନୁସାରେ ମେରୁ ପର୍ବତରେ ଦେବଗଣ ବାସ କରନ୍ତି । ୩.୬ କିଲୋମିଟର୍ ଦୀର୍ଘ ଜଳପୂର୍ଣ୍ଣ ଖାଇ ଖୋଳାଯାଇ ତାହା ମଧ୍ୟରେ ଚିତ୍ରଶାଳା ସଜ୍ଜିତ ଆୟତାକାର ମନ... |
କ୍ଷ୍ମେର୍ ଭାଷାରେ ଆଧୁନିକ ନାମ ଅଂକୋର୍ ୱାଟ୍ ଶବ୍ଦର ଅର୍ଥ ହେଲା ମନ୍ଦିର ନଗରୀ ବା ମନ୍ଦିର ରାଜଧାନୀ । ସଂସ୍କୃତ ଶବ୍ଦ “ନଗର”ରୁ କ୍ଷ୍ମେର୍ ଶବ୍ଦ “ନୋକୋର୍ (នគរ)”ର ଉତ୍ପତ୍ତି ଓ ପୁଣି ସେଥିରୁ ଆଧୁନିକ ସମୟରେ ବ୍ୟବହୃତ ଅଂକୋର୍ ଶବ୍ଦର ସୃଷ୍ଟି । କ୍ଷ୍ମେର୍ ଶବ୍ଦ “ୱାଟ୍”ର ଅର୍ଥ ହେଲା ମନ୍ଦିର ପ୍ରାଙ୍ଗଣ ଓ ଏହି ଶବ୍ଦଟି ସଂସ୍କୃତ ଶବ୍ଦ “ୱାଟ” (ଓଡ଼ିଆରେ ବାଡ)ରୁ ଏହା ଉଦ୍ଧୃତ । ମନ୍ଦି... |
ସାମ୍ପ୍ରତିକ ସମୟର ସିଏମ୍ ରିପ୍ ସହରର ଉତ୍ତର ଦିଗରେ ପ୍ରାୟ ୩.୪ ମାଇଲ୍ ବା ୫.୫ କିଲୋମିଟର୍ ଦୂରତାରେ ଅଂକୋର୍ ୱାଟ୍ ମନ୍ଦିର ଅବସ୍ଥିତ । ବାଫୁଅନ୍ ସହରରେ ଥିବା ଏହାର ପ୍ରାଚୀନ ରାଜଧାନୀରୁ ଅଳ୍ପ ପୂର୍ବ ଦିଗରେ ଏହି ମନ୍ଦିରର ଅବସ୍ଥିତି । ଏହି ଅଞ୍ଚଳର ଆଖପାଖରେ କାମ୍ପୁଚିଆର ଅନେକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି । ସମସ୍ତ ପ୍ରାଚୀନ ମନ୍ଦିରମାନଙ୍କଠାରୁ ଦକ୍ଷିଣତମ ହେଲା ଅଂକୋର୍ ୱାଟ୍ । |
ପୌରାଣିକ ଲୋକକଥା ଅନୁସାରେ ଦେବଙ୍କ ରାଜା ଇନ୍ଦ୍ର ନିଜ ପୁତ୍ର ପ୍ରେଚା କେତ୍ ମେଲେଙ୍କ ପାଇଁ ଯେଉଁ ପ୍ରାସାଦ ନିର୍ମାଣ କରିବା ପାଇଁ ଆଦେଶ ଦେଇଥିଲେ ସେଇଟି ହେଉଛି ଅଂକୋର୍ ୱାଟ୍ । କେତେକ ସ୍ଥାନୀୟ ଲୋକକଥା ଅନୁସାରେ ଜଣେ ଦୈବୀ ସ୍ଥପତିଙ୍କଦ୍ଵାରା ଅଂକୋର୍ ୱାଟ୍ ଗୋଟିଏ ରାତିରେ ନିର୍ମିତ ହୋଇଥିଲା ବୋଲି ତ୍ରୟୋଦଶ ଶତାବ୍ଦୀର ଚୀନୀ ପରିବ୍ରାଜକ ଝୋଉ ଦାଗ୍ଵାନ୍ଙ୍କ ଲେଖିଛନ୍ତି । |
ଖ୍ରୀଷ୍ଟାବ୍ଦ ୧୧୧୩ରୁ ୧୧୫୦ ପର୍ଯ୍ୟନ୍ତ ରାଜୁତି କରିଥିବା ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ରାଜୁତି ସମୟରେ, ଅର୍ଥାତ୍ ଦ୍ଵାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଅନୁମାନ କରାଯାଏ । ଏହାକୁ ରାଜକୀୟ ମନ୍ଦିର ବା ମନ୍ଦିର ରାଜଧାନୀ ଭାବେ ବିବେଚିତ କରାଯାଉଥିଲା ଓ ଭଗବାନ ବିଷ୍ଣୁଙ୍କ ନିମନ୍ତେ ଅର୍ପିତ ହୋଇଥିଲା । ମନ୍ଦିର ସମ୍ପର୍କିତ ସେହି ସମୟର କୌଣସି ଶି... |
ଦ୍ଵାଦଶ ଶତାବ୍ଦୀର ଶେଷ ଆଡକୁ ଅଂକୋର୍ ୱାଟ୍ କାଳକ୍ରମେ ଏକ ହିନ୍ଦୁ ଧର୍ମସ୍ଥଳୀରୁ ବୌଦ୍ଧ ଧର୍ମସ୍ଥଳୀରେ ପରିବର୍ତ୍ତିତ ହୋଇଥିଲା ଓ ଆଜି ସୁଦ୍ଧା ଏଠାରେ ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ଵୀ ଅଟନ୍ତି । ଆଶ୍ଚର୍ଯ୍ୟର କଥା ଯେ ଷୋଡଶ ଶତାବ୍ଦୀ ପରଠାରୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷିତ ଓ ଅବହେଳିତ ହୋଇଥିଲେ ହେଁ ଅଂକୋର୍ ୱାଟ୍ ଜନଶୂନ୍ୟ ହୋଇ ଭଗ୍ନାବଶେଷରେ ପରିଣତ ହୋଇନାହିଁ । ମନ୍ଦିର ଚାରିପଟରେ ସୁ... |
ପାଶ୍ଚାତ୍ୟ ନିବାସୀମାନଙ୍କ ମଧ୍ୟରେ ପର୍ତ୍ତୁଗୀଜ୍ ବୌଦ୍ଧଭିକ୍ଷୁ ଆଣ୍ଟୋନିଓ ଦା ମାଡାଲେନା ସର୍ବ ପ୍ରଥମେ ୧୫୮୬ ମସିହାରେ ଏହି ମନ୍ଦିର ପରିଭ୍ରମଣ କରିଥିଲେ ଓ ମନ୍ଦିର ସମ୍ପର୍କରେ କହିଥିଲେ ଯେ “ବିଶ୍ଵର ଅନ୍ୟ ଧର୍ମସ୍ଥଳ ବା ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଅଦ୍ଵିତୀୟ କଳାକୃତିକୁ ଲେଖନୀ ମୁନରେ ବୟାନ କରିବା ସମ୍ଭବପର ନୁହେଁ । ଜଣେ ମହାନ ଶିଳ୍ପୀ ଯାହା କାରୁକାର୍ଯ୍ୟ, ସାଜସଜ୍ଜା, ସୁନ... |
୧୭ଶ ଶତାବ୍ଦୀ ବେଳକୁ ପୂର୍ବେ ହିନ୍ଦୁ ମନ୍ଦିର ଭାବେ ପ୍ରତିଷ୍ଠିତ ଅଂକୋର୍ ୱାଟ୍ ମାନବ ସମାଜଦ୍ଵାରା ବର୍ଜିତ ହେବା ପରିବର୍ତ୍ତେ ଏକ ବୌଦ୍ଧ ମନ୍ଦିର ରୂପେ ପରିଗଣିତ ହେଲା । ଅଂକୋର୍ ଅଞ୍ଚଳରେ ମିଳିଥିବା ସପ୍ତଦଶ ଶତାବ୍ଦୀର ୧୪ଟି ଶିଳାଲେଖର ଅନୁଶୀଳନ କଲେ ଜଣାପଡେ ଯେ ଜାପାନରୁ ଆସିଥିବା ବୌଦ୍ଧ ତୀର୍ଥଯାତ୍ରୀମାନେ କ୍ଷ୍ମେର୍ର ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ବସବାସ କରୁଥିଲେ । ଜାପାନୀ ତ... |
ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଫରାସୀ ପ୍ରକୃତିବିତ୍ ଓ ଅନ୍ଵେଷକ ଅନ୍ରି ମୁହୋ ଏହି ମନ୍ଦିରର ଦର୍ଶନ କରିଥିଲେ ଓ ନିଜ ଯାତ୍ରା ବିବରଣାବଳୀଦ୍ଵାରା ଅଂକୋର୍ ୱାଟ୍କୁ ପାଶ୍ଚାତ୍ୟ ସମାଜରେ ଖ୍ୟାତ କରାଇଥିଲେ । ତାଙ୍କ ଭାଷାରେ “ଅଂକୋର୍ର ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ମନ୍ଦିର ମାଇକେଲ୍ ଏଞ୍ଜେଲୋଙ୍କ ନିର୍ମିତ କେତେକ ସ୍ଥାପତ୍ୟ କୃତି, ସୋଲୋମୋନ୍ ଇତ୍ୟାଦିଙ୍କର ପ୍ରତିଦ୍ଵନ୍ଦୀ ଏବଂ ଆମ ଅଞ୍ଚଳ... |
ଅନ୍ୟ ବିଦେଶୀ ଭ୍ରମଣକାରୀଙ୍କ ପରି ମୁହୋ ମଧ୍ୟ ଏହା ବିଶ୍ଵାସ କରୁନଥିଲେ ଯେ କ୍ଷ୍ମେର୍ମାନେ ଅଂକୋର୍ ପରି ମନ୍ଦିରର ନିର୍ମାଣ କରିପାରିଥିବେ । ତେଣୁ ଏପରି ମନ୍ଦିର ରୋମାନ୍ ସମୟରେ ତିଆରି ହୋଇଥିବ ବୋଲି ଆଶା କରାଯାଉଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ମନ୍ଦିରର ପୁନରୁଦ୍ଧାର ପାଇଁ ମନ୍ଦିର ପ୍ରାଙ୍ଗଣ ସଫା କରାଗଲା, ସେତେବେଳେ ମିଳିଥିବା ସ୍ଥାପତ୍ୟ ଶୈଳୀ ଓ ଶିଳାଲେଖ ସମ୍ପର୍କୀୟ ପ୍ରମାଣରୁ... |
ବିଂଶ ଶତାବ୍ଦୀରେ ଅଂକୋର୍ ୱାଟ୍ ମନ୍ଦିରର ସଂରକ୍ଷଣ ପାଇଁ ବହୁ କଷ୍ଟ ସ୍ଵୀକାର କରିବାକୁ ପଡିଲା । ବିଶେଷ କରି ମନ୍ଦିର ଉପରେ ଜମା ହୋଇଥିବା ମାଟି ଓ ମନ୍ଦିର ଉପରକୁ ମାଡିଯାଇଥିବା ଗଛ, ବୁଦା ସଫା କରିବାରେ ବହୁ ସମୟ ଲାଗିଥିଲା । ୧୯୭୦ ଓ ୧୯୮୦ ଦଶକରେ କାମ୍ପୁଚିଆର ଗୃହଯୁଦ୍ଧ ଓ କ୍ଷ୍ମେର୍ ବିଦ୍ରୋହୀମାନଙ୍କ ଦେଶ ଶାସନ ସମୟରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଲା । ନିକଟବର୍ତ... |
୧୩° ୨୪′ ୪୫″ଉତ୍ତର ଅକ୍ଷାଂଶ ୧୦୩° ୫୨′ ୦″ପୂର୍ବ ଦ୍ରାଘିମା ହେଲା ଅଂକୋର୍ ୱାଟ୍ ମନ୍ଦିରର ପ୍ରକୃତ ଭୌଗୋଳିକ ସ୍ଥିତି । ମନ୍ଦିରର ଶିଖର ପର୍ବତ ଢାଞ୍ଚାରେ ନିର୍ମିତ ହେବା ଓ ତାହାର ଚତୁଃପାର୍ଶ୍ଵରେ ରହିଥିବା ସମକୈନ୍ଦ୍ରିକ ଚିତ୍ରଶାଳା ଅଂକୋର୍ର ମନ୍ଦିରମାନଙ୍କର ଏକ ବିଶେଷତ୍ତ୍ଵ । ମନ୍ଦିରର ଶିଖର ଦେବତାଙ୍କ ବାସସ୍ଥଳୀ କୁହାଉଥିବା ମେରୁ ପର୍ବତର ସୂଚକ । ମୁଖ୍ୟ ମନ୍ଦିର ପାର୍ଶ୍ଵରେ ରହିଥି... |
ଅଂକୋର୍ ୱାଟ୍ ଏହି ଅଞ୍ଚଳର ଅନ୍ୟ ମନ୍ଦିରମାନଙ୍କଠାରୁ ଗୋଟିଏ ବିଷୟରେ ସମ୍ପୂର୍ଣ୍ଣ ଭିନ୍ନ । ତାହା ହେଲା ସମସ୍ତ ମନ୍ଦିରର ମୁଖ୍ୟଦ୍ଵାର ପୂର୍ବ ଦିଗରେ ଥିଲାବେଳେ ଅଂକୋର୍ ୱାଟ୍ ପଶ୍ଚିମ ଦିଗକୁ ମୁହଁ କରି ଦଣ୍ଡାୟମାନ । ଏପରି ଭିନ୍ନତା ଦେଖି ମୌରିସ୍ ଗ୍ଲେଜ୍ ଓ ଜର୍ଜ୍ କୋଡେ ପରି ଅନେକ ଗବେଷକମାନେ ଅନୁମାନ କରନ୍ତି ଯେ ରାଜା ସୂର୍ଯ୍ୟବର୍ମନ ବୋଧହୁଏ ଏହି ମନ୍ଦିରକୁ ନିଜର ସମାଧୀ ମନ୍ଦିର ଭାବ... |
ଏଲିଆନୋର୍ ମାନ୍ନିକା କିନ୍ତୁ ମନ୍ଦିର ସମ୍ପର୍କରେ ଏକ ଭିନ୍ନ ମତ ପୋଷଣ କରନ୍ତି । ତାଙ୍କ ଯୁକ୍ତି ଅନୁସାରେ ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ରାଜୁତି କାଳ ଏକ ସାମ୍ୟ, ଐକ୍ୟ ଓ ସଦ୍ଭାବନାର ପରିବେଶ ସୃଷ୍ଟି କରିଥିବାରୁ ଏପରି ନିର୍ମାଣ ହୋଇଛି । ଉଭୟ ସୌର ଓ ଚନ୍ଦ୍ର ସମୟଗଣନା ମନ୍ଦିରର ଗଠନରେ ପ୍ରତିଫଳିତ ହେବା ଏକ ଦୈବୀ ସମୟ ଆଡକୁ ଇଙ୍ଗିତ କରୁଥିଲା । ବିଷ୍ଣୁଙ୍କ ମୂର୍ତ୍ତିରେ ଦ୍ଵିତୀୟ ସୂର୍ଯ୍... |
ଅଂକୋର୍ ୱାଟ୍ ପାରମ୍ପରିକ କ୍ଷ୍ମେର୍ ସ୍ଥାପତ୍ୟ କଳାର ଉତ୍କର୍ଷତାର ସର୍ବଶ୍ରେଷ୍ଠ ଉଦାହରଣ । ଅଂକୋର୍ ୱାଟ୍ର ସ୍ଥାପତ୍ୟର ବିଶେଷତ୍ତ୍ଵ ଯୋଗୁଁ “ଅଂକୋର୍ ୱାଟ୍ ଶୈଳୀ” ଶବ୍ଦର ଆବିଷ୍କାର ହୋଇଛି । ଦ୍ଵାଦଶ ଶତାବ୍ଦୀ ବେଳକୁ କ୍ଷ୍ମେର୍ ସ୍ଥପତିମାନେ ମାଙ୍କଡା ପଥର ବା ଇଟା ପରିବର୍ତ୍ତେ ବାଲୁକା ପ୍ରସ୍ତରର ବ୍ୟବହାର କରି ମନ୍ଦିର ନିର୍ମାଣ କରିବାରେ ଓ ବାଲୁକା ପ୍ରସ୍ତର ଉପରେ ସୂକ୍ଷ୍ମ କାରୁକାର... |
ନିର୍ମାଣର ଅନରୂପତା ପାଇଁ ଏହି ମନ୍ଦିର ଅନେକ ପ୍ରଶଂସା ପାଇଛି । ବିଂଶ ଶତାବ୍ଦୀର ମଧ୍ୟଭାଗରେ ଅଂକୋର୍ ମନ୍ଦିରରେ ସଂରକ୍ଷକ ଭାବେ କାମ କରୁଥିବା ମୌରିସ୍ ଗ୍ଲେଜିଙ୍କ ମତରେ “ନିର୍ମାଣ ବେଳେ ସମସ୍ତ ଉପାଦାନର ସନ୍ତୁଳିତ ଓ ସଠିକ୍ ଅନୁପାତ ଯୋଗୁଁ ଅଂକୋର୍ ମନ୍ଦିରରେ ପୂର୍ଣ୍ଣତା ପରିଲକ୍ଷିତ ହୁଏ । ଶକ୍ତି, ଐକ୍ୟ ଓ ଠାଣିର ଏହା ଅଦ୍ଭୁତ ନିଦର୍ଶନ । “ |
ପଦ୍ମଫୁଲର କଢ ପରି ନିର୍ମିତ ମନ୍ଦିରର ଶିଖର, ସଠିକ୍ ଅକ୍ଷରେ ରହିଥିବା ଚିତ୍ରଶାଳା, ମନ୍ଦିର ପାଚେରୀ, ସୁନ୍ଦର କାରୁକାର୍ଯ୍ୟ ମଣ୍ଡିତ ଛାତ ଇତ୍ୟାଦି ସ୍ଥାପତ୍ୟ ଦୃଷ୍ଟିକୋଣରୁ ମନ୍ଦିରର ଉତ୍କର୍ଷତା ଦର୍ଶାନ୍ତି । ପ୍ରସ୍ତର ଉପରେ ଖୋଦିତ ଚିତ୍ର, ପୌରାଣିକ କଥାଚିତ୍ର, ଫୁଲମାଳା, ଦେବତା, ଅପ୍ସରା ମନ୍ଦିରର ଶୋଭା ଦ୍ଵିଗୁଣିତ କରନ୍ତି । କମ୍ ଭାବଭଙ୍ଗୀ ଓ ଭାବନାରେ ସ୍ଥିରତା କିଛି ଗବେଷକ ଅଂକୋ... |
ବାହାର ପଟର ପାଚେରୀଟି ମାପରେ ୩୩୬୦′ × ୨୬୩୧′ (୧୦୨୪ ମି. × ୮୦୨ ମି.)ର ଆୟତାକାର କ୍ଷେତ୍ର । ଏହା ପ୍ରାୟ ୧୫ ଫୁଟ୍ ବା ୪.୫ ମିଟର୍ ଉଚ୍ଚତା ବିଶିଷ୍ଟ । ବାହାର ପଟର ପାଚେରୀ ୩୦ ମି. (୯୮ ଫୁଟ୍) ଖୋଲା ପଡିଆଦ୍ଵାରା ଆବଦ୍ଧ । ତାହାକୁ ଚାରିପଟରୁ ୧୯୦ ମି. (୬୨୦ ଫୁଟ୍) ପ୍ରସ୍ଥବିଶିଷ୍ଟ ମନୁଷ୍ୟକୃତ ଜଳାଶୟ ବା ଖାଇ ଘେରି ରହିଛି । ମନ୍ଦିରକୁ ଯିବା ପାଇଁ ପୂର୍ବପଟରେ ଏକ ମାଟିବନ୍ଧ ଓ ପଶ୍ଚିମ ... |
ବାହାରପଟର ପାଚେରୀ ୮୨୦୦୦୦ ବର୍ଗମିଟର (୨୦୩ ଏକର) କ୍ଷେତ୍ର ଆବଦ୍ଧ କରି ରଖିଛି । ଏହି ସବୁ ଅଞ୍ଚଳ ପୂର୍ବେ ମନ୍ଦିର ବ୍ୟତୀତ ନଗର ଓ ରାଜପ୍ରାସାଦଦ୍ଵାରା ମଧ୍ୟ ଅଧିକୃତ ଥିଲା । ଏହି ସବୁ ଘର ପ୍ରସ୍ତର ହୀନ ଥିଲା ଓ କ୍ଷୟଶୀଳ ପଦାର୍ଥରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । କାରଣ ବର୍ତ୍ତମାନ ପୂର୍ବ କାଳର ସଡକ ଓ ସାହିର ଚିହ୍ନକୁ ଛାଡିଦେଲେ ଆଉ କିଛି ରହିନାହିଁ । ଅଧିକାଂଶ ଅଞ୍ଚଳରେ ବର୍ତ୍ତ... |
ମନ୍ଦିରର ବାହାର ପଟର କାନ୍ଥରେ ଗୃହଯୁଦ୍ଧ ସମୟରୁ ଅନେକ ଗୁଳି ଚିହ୍ନ ରହିଛି । ସ୍ଥାନେ ସ୍ଥାନେ ଏହି ଗୁଳି ଚିହ୍ନ ମଧ୍ୟରେ ଆଜିସୁଦ୍ଧା କେତୋଟି ଗୁଳି ଲାଖି ରହିଥିବା ଦେଖାଯାଏ । |
ନଗରଠାରୁ ସାମାନ୍ୟ ଉଚ୍ଚ ପ୍ରସ୍ତର ଭିତ୍ତି ଉପରେ ମନ୍ଦିରର ନିର୍ମାଣ ହୋଇଛି । ତିନୋଟି ସମକୈନ୍ଦ୍ରିକ ଆୟତାକାର ଚିତ୍ରଶାଳା କ୍ରମଶଃ ସୋପାନରେ ଉପରକୁ ଉଠି ସେମାନଙ୍କ କେନ୍ଦ୍ରରେ ମୁଖ୍ୟ ମନ୍ଦିର ବା ମଧ୍ୟ ମନ୍ଦିରର ଶିଖର ରହିଛି । ଭିତର ପଟର ସମକୈନ୍ଦ୍ରିକ ଆୟତାକାର କ୍ଷେତ୍ର ବାହାର ପଟର ଆୟତାକାର କ୍ଷେତ୍ରଠାରୁ ଉଚ୍ଚରେ ରହିଛି ଓ ତେଣୁ ଏମାନଙ୍କୁ ବିଭିନ୍ନ ସୋପାନ ରୂପେ ପରିଗଣିତ କରାଯାଇପାର... |
ବାହ୍ୟତମ ଚିତ୍ରଶାଳାଟିର ମାପ ପ୍ରାୟ ୧୮୭ ମି. × ୨୧୫ ମି. (୬୧୪ ଫୁଟ୍ × ୭୦୫ ଫୁଟ୍) । ମନ୍ଦିରର ପଶ୍ଚିମ ଦିଗରେ ବାହ୍ୟ ଚିତ୍ରଶାଳା ଓ ଦ୍ଵିତୀୟ ପାଚେରୀ “ପ୍ରେଆଃ ପୋଆନ୍” ନାମକ ଏକ ବାରଣ୍ଡାଦ୍ଵାରା ସଂଯୋଜିତ । ଏହାର ନାମର ଅର୍ଥ ହେଲା ସହସ୍ର ଭଗବାନଙ୍କ ମଣ୍ଡପ । ଏଠାରେ ତୀର୍ଥଯାତ୍ରୀମାନେ ବହୁ ପ୍ରାଚୀନ ସମୟରୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖି ଆସୁଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟତଃ ସମସ... |
ଦ୍ଵିତୀୟ ଓ ଅନ୍ତଃ ଚିତ୍ରଶାଳାର ବାହାରପଟକୁ ଦୁଇଟି ପାଠାଗାର ରହିଛି । ଏହା ମଧ୍ୟ ପ୍ରଥମେ ନିର୍ମିତ ମନ୍ଦିରର ଅଂଶ ନଥିବା ଅନୁମାନ କରାଯାଏ । ଦ୍ଵିତୀୟ ସୋପାନରୁ ଉପରକୁ ମନ୍ଦିରର କାନ୍ଥରେ ଅନେକ ଦେବତାଙ୍କ ଚିତ୍ର ରହିଛି । ମେରୁ ପର୍ବତର ଚାରିପଟେ ରହିଥିବା ସମୁଦ୍ରର ପ୍ରଭାବ ସୃଷ୍ଟି କରିବା ପାଇଁ ପୂର୍ବେ ୧୦୦ ମି. × ୧୧୫ ମି. ଆକାରବିଶିଷ୍ଟ ଦ୍ଵିତୀୟ ସୋପାନର ବାଡକୁ ଜଳପୂର୍ଣ୍ଣ କରି ରଖାଯ... |
ପ୍ରଥମ ଓ ଦ୍ଵିତୀୟ ସୋପାନରେ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବା କାରୁକାର୍ଯ୍ୟ, ପ୍ରସ୍ତର କଳା, ସାଜସଜ୍ଜା ମନ୍ଦିରର ସ୍ଥାପତ୍ୟ କଳା ସହିତ ସମ୍ମିଶ୍ରିତ ହୋଇ ମନ୍ଦିରକୁ ଅଧିକ ଖ୍ୟାତିସମ୍ପନ୍ନ କରାଇଛି । ରାମାୟଣ, ମହାଭାରତ ପରି ହିନ୍ଦୁ ମହାକାବ୍ୟ ଓ ପୌରାଣିକ କଥାମାନଙ୍କର ଦୃଶ୍ୟାବଳୀ ମନ୍ଦିରର କାନ୍ଥରେ ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି । ହିଘାମ୍ ଏହି ପ୍ରସ୍ତର ଖୋଦିତ ଚିତ୍ରଗୁଡିକୁ ତାଙ... |
ପୂର୍ବ ପଟର ଚିତ୍ରଶାଳାର କାନ୍ଥରେ ବିଷ୍ଣୁଙ୍କ ନିର୍ଦ୍ଦେଶକ୍ରମେ ୮୮ ଜଣ ଦେବତା ଓ ୯୨ଜଣ ଅସୁର ବାସୁକୀ ନାଗକୁ ମେରୁ ପର୍ବତର ଚାରିପଟେ ଗୁଡାଇ କ୍ଷୀରସାଗରକୁ ମନ୍ଥନ କରୁଥିବାର ଅତ୍ୟନ୍ତ ମନୋରମ ଚିତ୍ର ଖୋଦିତ ହୋଇଛି । ମାନ୍ନିକା କିନ୍ତୁ ୯୧ଟି ଅସୁର ରହିଥିବା ମତ ପୋଷଣ କରନ୍ତି । ତାଙ୍କ ମତାନୁସାରେ ଏହି ଅଖାଡୁଆ ୯୧ ସଂଖ୍ୟା ଦକ୍ଷିଣାୟନ ଆରମ୍ଭରୁ ବସନ୍ତ ବିଷୁବ ପର୍ଯ୍ୟନ୍ତ ଓ ବସନ୍ତ ବିଷୁବ ... |
ଅଂକୋର୍ ୱାଟ୍ ମନ୍ଦିରର କାନ୍ଥରେ ଅନେକ ଅପ୍ସରା ମାନଙ୍କର ଅନେକ ଚିତ୍ର ଓ ଦେବତାମାନଙ୍କର ୧୭୯୬ରୁ ଅଧିକ ଚିତ୍ର ରହିଛି । ଅଂକୋର୍ର ଶିଳ୍ପୀମାନେ ମନ୍ଦିରର କାନ୍ଥ ଓ ସ୍ତମ୍ଭମାନଙ୍କରେ ପ୍ରାୟ ୩୦-୪୦ ସେଣ୍ଟିମିଟର (୧୨-୧୬ ଇଞ୍ଚ) ଉଚ୍ଚତାର ଅପ୍ସରା ମୂର୍ତ୍ତି ବା ଚିତ୍ର ରହିଛି । ଦେବତାଙ୍କ ଚିତ୍ରଗୁଡିକ ୯୫-୧୧୦ ସେଣ୍ଟିମିଟର (୩୭-୪୩ ଇଞ୍ଚ) ଉଚ୍ଚତାବିଶିଷ୍ଟ । |
ଅଂକୋର୍ ୱାଟ୍ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବା ଚିତ୍ରରେ ସ୍ଥାନ ପାଇଥିବା କେତେକ ପ୍ରମୁଖ ପୌରାଣିକ ବିଷୟବସ୍ତୁ ହେଲେ : |
ଏହା ବ୍ୟତୀତ ଧ୍ୟାନମଗ୍ନ ଶିବଙ୍କ ଚିତ୍ର, ରାଜା ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ଐତିହାସିକ ଶୋଭାଯାତ୍ରା, ଦ୍ଵାରବତୀର ଜଳ ଉତ୍ସବ, ଯମରାଜଙ୍କଦ୍ଵାରା ନିର୍ଣ୍ଣିତ ୩୨ଟି ନର୍କ ଓ ୩୭ଟି ସ୍ଵର୍ଗ ଇତ୍ୟାଦିର ଚିତ୍ର ମଧ୍ୟ ମନ୍ଦିର କାନ୍ଥରେ ଖୋଦିତ ହୋଇଛି । |
କାମ୍ଵୋଡିଆର ଅନ୍ୟାନ୍ୟ ମନ୍ଦିର ପରି ଅଂକୋର୍ ୱାଟ୍କୁ ମଧ୍ୟ ଲଟାବୁଦା ମାଡିଯିବା, ପଥର ଶରୀର ଉପରେ ଶିଉଳି ମାଡିଯିବା, ଭୂମିର ଭୌଗୋଳିକ ପରିବର୍ତ୍ତନ, ମନୁଷ୍ୟଙ୍କଦ୍ଵାରା ଲୁଣ୍ଠନ ତଥା ଯୁଦ୍ଧ ଇତ୍ୟାଦି ସହ୍ୟ କରିବାକୁ ପଡିଛି । ଅନ୍ୟ ମନ୍ଦିରମାନଙ୍କ ସହ ତୁଳନା କଲେ ଅଂକୋର୍ ୱାଟ୍କୁ ଏଥିପାଇଁ ଅପେକ୍ଷାକୃତ ଭାବେ କମ୍ କ୍ଷତି ସହିବାକୁ ପଡିଛି ଓ ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରତ୍ନତତ୍... |
୧୯୦୮ ମସିହାରେ ଇକୋଲ୍ ଫ୍ରାଂକୋଇଜ୍ ଡି-ଏକ୍ସ୍ଟ୍ରିମ୍ ଓରିଏଣ୍ଟ୍ (École française d'Extrême-Orient - EFEO) ନାମକ ଏକ ସଂସ୍ଥାଦ୍ଵାରା କଞ୍ଜର୍ଭେସନ୍ ଡି-ଅଂକୋର୍ (Conservation d'Angkor - ଅଂକୋର୍ ସଂରକ୍ଷଣ)ର ସ୍ଥାପନା କରାଯାଇ ଏହି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା । ଏହା ପୂର୍ବରୁ ଅଂକୋର୍ ୱାଟ୍ ମନ୍ଦିରର ଭଗ୍ନାବଶେଷ ମଧ୍ୟରେ କେବଳ ଅନ୍ଵେଷଣମୂଳକ କାମ କରାଯାଉଥିଲ... |
ନରୋଦମ ସିହାନୌକଙ୍କ ଅନୁରୋଧ ପରେ ୧୯୯୨ ମସିହାରେ ଅଂକୋର୍ ୱାଟ୍କୁ UNESCOର ବିପଦମୁଖରେ ରହିଥିବା ବିଶ୍ଵ ଐତିହ୍ୟ ସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା । ଅଂକୋର୍ର ସୁରକ୍ଷା ପ୍ରତି ବିଶ୍ଵବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା, କିନ୍ତୁ ପରେ ୨୦୦୪ ମସିହାରେ ପୁନରୁଦ୍ଧାର କାର୍ଯ୍ୟର ସନ୍ତୋଷଜନକ ସଫଳତା ପରେ ଏହାକୁ ବିପଦ ସୂଚକ ତାଲିକାରୁ ବାହାର କରିଦିଆଗଲା । ୧... |
ଶିଉଳି ଓ ଫିମ୍ପି ପରି ଜୀବଙ୍କଦ୍ଵାରା କାମ୍ଵୋଡିଆର ଅଂକୋର୍ ୱାଟ୍, ପ୍ରେହା ଖାନ୍, ବାୟୋନ୍, ପଶ୍ଚିମ ପ୍ରାସାତ୍ ପରି ମନ୍ଦିରର ବାଲୁକା ପଥର କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଥିବା କୀଟାଣୁ ଜୈବାମ୍ଳ ନିର୍ଗତ କରି ପଥରକୁ ନଷ୍ଟ କରିଦିଏ । ପୁନରୁଦ୍ଧାର ସମୟରେ କେତେକ କାରୁକାର୍ଯ୍ୟର ଅବିକଳ ନକଲ ତିଆରି କରି ମନ୍ଦିରମାନଙ୍କରେ ଖଞ୍ଜିଦିଆ ଯାଇଛି । |
୧୯୯୦ ମସିହା ପରଠାରୁ ଅଂକୋର୍ ୱାଟ୍ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଅଛି । ଗଣନାନୁସାରେ ୧୯୯୩ ମସିହାରେ ଏହି ମନ୍ଦିରର ପର୍ଯ୍ୟଟକଙ୍କ ସଂଖ୍ୟା କେବଳ ୭୬୫୦ ଥିଲା । କିନ୍ତୁ ୨୦୦୪ ମସିହାର ସରକାରୀ ଗଣନା ଅନୁସାରେ ସିଏମ୍ ରିପ୍ ଅଞ୍ଚଳରେ ସେ ବର୍ଷ ୫୬୧୦୦୦ ବିଦେଶୀ ପର୍ଯ୍ୟଟକ ଆସି ପହଞ୍ଚିଥିଲେ । ୨୦୦୭ ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥିବା ବେଳେ, ୨୦୧୨ ଓ ... |
ଅଂକୋର୍ ୱାଟ୍ର ପର୍ଯ୍ୟଟକ ସଂଖ୍ୟାରେ ଏପରି କ୍ରମାଗତ ବୃଦ୍ଧି ଯୋଗୁଁ ସଂଯୁକ୍ତ ରାଷ୍ଟ୍ର ଶୈକ୍ଷିକ ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (UNESCO), ଅଂକୋର୍ର ସୁରକ୍ଷା ତଥା ବିକାଶ ପାଇଁ ଗଠିତ UNESCOର ସହଯୋଗୀ ଅନ୍ତର୍ଜାତୀୟ ସମିତି (International Coordination Committee - ICC), କାମ୍ଵୋଡିଆ ସରକାରଙ୍କ ବିଭାଗ ଓ ଅପସରା ସଂସ୍ଥା ଅଂକୋର୍ରେ “ସାଂସ୍କୃତିକ ପର୍ଯ୍ୟଟନ”ର ବିକାଶ ପାଇଁ... |
କିନ୍ତୁ ନିର୍ମାଣ ପାଇଁ ଉଦ୍ଦିଷ୍ଟ ନିୟମର ପାଳନ ନକରି ପର୍ଯ୍ୟଟନର ବିକାଶ ନିମନ୍ତେ ବହୁଳ ମାତ୍ରାରେ ପୂର୍ବରୁ କରାଯାଇଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳର ଅବସ୍ଥା ଆହୁରି ଖରାପ ହୋଇଛି ବୋଲି ଅପସରା ଓ ICC ପରି ସଂସ୍ଥାମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏ ସବୁ ପ୍ରକଳ୍ପଦ୍ଵାରା ସହରର ଭୂତଳ ଜଳ, ଆବର୍ଜନା ନିଷ୍କାସନ, ବୈଦ୍ୟୁତିକ ବ୍ୟବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଭୂତଳ ଜ... |
ଅଂଶୁଘାତ ( ଇଂରାଜୀ ଭାଷାରେ Heat stroke, also known as sun stroke) ଏକ ଉତ୍ତାପ ଜନିତ ବେମାରୀ (heat illness) ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ୪୦.୦ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ ,(high blod pressure) ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ... |
ଅତ୍ୟଧିକ ବାହ୍ୟ ଉତ୍ତାପ ଓ ଅଧିକ ଶାରୀରିକ ପରିଶ୍ରମ (physical exertion) ଯୋଗୁ ଏହି ରୋଗ ହୁଏ । ଅତି ଛୋଟ ଓ ଅତି ବୟସ୍କ ବ୍ୟକ୍ତି, ଉତ୍ତାପ ଢେଉ (heat waves), ଅତ୍ୟଧିକ ଆର୍ଦ୍ରତା (humidity), କେତେକ ଔଷଧ, ହୃଦ୍ରୋଗ, ଚର୍ମ ରୋଗ ଯୋଗୁ ଏହି ସଙ୍କଟ ସୃଷ୍ଟି ହୁଏ । ସାରୀରିକ ପରିଶ୍ରମ ନଥାଇ ହେଉଥିବାଅ ରୋଗ ସାଧାରଣତଃ ଅତି ଛହୋଟ ବା ଅତି ବୃଦ୍ଧ ଅବସ୍ଥାରେ ହୁଏ । ଲକ୍ଷଣ ଅନୁଯାୟୀ ରୋ... |
ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ଓ ଅତ୍ୟଧିକ ଗରମରୁ ଦୂରରେ ରହିବାକୁ ଉପଦେଶ ଦିଆଯାଏ । ରୋଗୀର ଦେହକୁ ତୁରନ୍ତ ଥଣ୍ଡା କରିବା ଓ ସାହାଯ୍ୟକାରୀ ଯତ୍ନ (supportive care) ନେବା ଆବଶ୍ୟକ । ଦେହ ଉତ୍ତାପ କମେଇବା ପାଇଁ ରୋଗୀ ଦେହକୁ ଜଳ ସିଞ୍ଚନ କରାଯାଏ, ଥଣ୍ଡା କରିବା ଲାଗି ବରଫ ମିଶ୍ରିତ ଜଳରେ ବୁଡ଼େଇ ରଖାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous flui... |
ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ବର୍ଷକୁ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ ହୁଏ । ଏହି ମୃତ୍ୟୁ ହାର ସନ ୧୯୯୫ରୁ ୨୦୧୫ ମଧ୍ୟରେ ବୃଦ୍ଧି ପାଇଥିବା ଜଣାଯାଏ । ଅତ୍ୟଧିକ ପରିଶ୍ରମ ବା ବ୍ୟାୟାମ ଯୋଗୁ ମୃତ୍ୟୁ ହାର ମାତ୍ର ୫% ଥିବାବେଳେ ଅଣବ୍ୟାୟାମ କାରନ ଯୋଗୁ ୬୫% ମୃତ୍ୟୁ ହୁଏ । |
ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ଵଖୁରାକୃତି ହ୍ରଦ । |
ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହର ଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ । ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଅଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି । |
ଅଂଶୁମାନ ଦତ୍ତଜୀରାଓ ଗାଏକୱାଡ୍ pronunciation (help·info) (ଜନ୍ମ-୨୩ ସେପ୍ଟେମ୍ବର ୧୯୫୨) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ପ୍ରଶିକ୍ଷକ । ସେ ଭାରତୀୟ ଜାତୀୟ ଦଳ ପାଇଁ ୪୦ଟି ଟେଷ୍ଟ ଓ ୧୫ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଛନ୍ତି । |
ଜଣେ ରକ୍ଷଣଶୀଳ ବେଟସମେନ ହିସାବରେ ଜଣା ଶୁଣା ଗାଏକୱାଡ୍ ୱେଷ୍ଟ ଇଣ୍ଡିଜର ଦ୍ରୁତ ବୋଲର ମାନଙ୍କ ବିପକ୍ଷରେ ମଧ୍ୟ ଖୁବ ସୁନ୍ଦର ବେଟିଙ୍ଗ କରିପାରୁଥିଲେ । ସେଥିପାଇଁ ତାଙ୍କୁ The great wall କୁହାଯାଉଥିଲା । ସେ କଲିକତାଠାରେ ୧୯୭୪ରେ ୱେଷ୍ଟ ଇଣ୍ଡିଜ ସହ ଖେଳି ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ପୁଣି ୧୯୮୪ରେ ସେହି କଲିକତାରେ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ । |
ଗାଏକୱାଡ୍ ୪୦ଟି ଟେଷ୍ଟ ଖେଳି ୩୦.୦୭ ହାରରେ ୧୯୮୫ ସ୍କୋର କରିଥିଲେ । ସେ ସମୟରେ ଥିବା ଦୁର୍ଦ୍ଧର୍ଷ ୱେଷ୍ଟ ଇଣ୍ଡିଜ ଦ୍ରୁତ ବୋଲର ମାନଙ୍କ ବିରୁଦ୍ଧରେ ଖେଳିଥିବାରୁ ଏହି ପ୍ରଦର୍ଶନକୁ ଖୁବ ଭଲ ବୋଲି କୁହାଯାଏ । ସେ ଟେଷ୍ଟରେ ୨ଟି ଶତକ ସହ ୧୦ଟି ଅର୍ଦ୍ଧ ଶତକ ମଧ୍ୟ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ଥିଲା ୨୦୧ ଯାହା ସେ ପାକିସ୍ଥାନ ବିରୁଦ୍ଧ ଖେଳରେ ୧୯୮୨/୩ରେ ଜଲନ୍ଧର ସହରରେ କରିଥିଲେ । ... |
୨୦୦୦ ମସିହାରେ କ୍ରିକେଟରୁ ଅବସର ନେବା ପରେ ସେ ପ୍ରଶିକ୍ଷଣ ଦିଗରେ ଧ୍ୟାନ ଦେଇ ଭାରତୀୟ ଜାତୀୟ ଦଳର ପ୍ରଶିକ୍ଷକ ଭାବରେ ୨ ଥର ଦାୟିତ୍ଵ ଗ୍ରହଣ କରିଥିଲେ । |
ସୁବାସ ଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ଅ ଆକାରେ ଆ' ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା । ଚଳନ୍ତି ଶିକ୍ଷା ବ୍ୟବସ୍ଥା ଉପରେ ଏହି ଚଳଚ୍ଚିତ୍ରଟିରେ କଟାକ୍ଷ କରାଯାଇଛି । ନାୟିକା ମିନି, ନିଜେ ଜଣେ ଶିକ୍ଷୟତ୍ରୀ ହୋଇ ଧରାବନ୍ଧା ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି । ଏହି ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦ... |
ଓଡ଼ିଆଚଳଚ୍ଚିତ୍ର ‘ଅ ଆକାରେ ଆ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: |
ଅ ଆ ହର୍ଷେଇ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ଉଭୟ ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ କୃଷ୍ଣଚନ୍ଦ୍ର ମଲ୍ଲିକ । କୁମାର ଚିନ୍ମୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଏନ୍ ପାଢ଼ୀ ଏହି କଥାଚିତ୍ରଟି ଚିତ୍ରନାଟ୍ୟ ରଚନା କରିଥି... |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କିରଥିଲେ ଅର୍ଦ୍ଧେନ୍ଦୁ । ବବ୍ଲି ଏବଂ ଶ୍ରୀଜଳା, ଦୁଇଜଣ ନାୟିକା ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ପ୍ରୀତିରାଜ ଶତପଥୀ, ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ମୌସୁମୀ ଶାହା, ଶୁଭ, ପ୍ରିୟଙ୍କା, ରୋହନ ଭଟ୍ଟାଚାର୍ଯ୍ୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଜ୍ଞାନ ଏବଂ ବିଭୂତି । କୁମାର ବାପି, ପମି, ଶୈଳଭାମା, ଅରବିନ୍ଦ, ଜୟା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ । |
ଅ ଆ ହର୍ଷେଇ ଇଣ୍ଟରନେଟ ମୁଭି ଡାଟାବେସରେ |
ମାଘ ପୂର୍ଣ୍ଣମୀ, ଅଇଘରା ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା (ଅଗ୍ନ୍ୟୁତ୍ସବ), ଅଇଘେରା, ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା (ଅଗିଜଳା), ଅଗିରା ପୂର୍ଣ୍ଣମୀଏଠାକୁ ଲେଉଟାଇ ଆଣିଥାନ୍ତି । |
ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । କମାରଶାଳର ଶାଣ ଦେହରୁ ଉଦ୍... |
ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ । କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ । ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା । ମାଘ ପୂର୍ଣ୍ଣମୀ ପରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚ... |
ପୁରୀ ଜିଲ୍ଲାରେ ବ୍ରାହ୍ମଣ ଶାସନମାନଙ୍କରେ ଠାକୁର ଝୁଲଣରେ ପଟୁଆର କରି ଯିବାବେଳେ ପ୍ରତି ଘରସାମନାରେ ରହି ଦୁଆରି ଭୋଗ ଖାଇଥାନ୍ତି । ଗୃହସ୍ଥ ତାଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଓ ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ଆଗରୁ ପୋତି ଥାନ୍ତି । ଦିଅଁ ବିଜେ କଲାବେଳେ ସେହି ହୁଳାରେ ନିଆଁ ଲଗାଇ ଦିଆଯାଏ । ଦିଅଁ ଗାଁମୁଣ୍ଡରେ ପହଞ୍ଚିଲା ବେଳକୁ ଗ୍ରାମବାସୀଙ୍କ ଦେଇ ସଂଗୃହିତ ଏକ ବଡ଼ କୁଟାଗ... |
କଟକ ଜିଲ୍ଲାରେ ଏହି ଉତ୍ସବକୁ 'ମେଣ୍ଢାକୁଡ଼ିଆ ପୋଡ଼ି' କୁହାଯାଇଥାଏ । |
ବାଲେଶ୍ଵର ଜିଲ୍ଲାରେ ଅଗିଜଳା ଉତ୍ସବକୁ 'ମେଣ୍ଢାଘର ପୋଡ଼ି' କୁହାଯାଇଥାଏ । |
ପଶ୍ଚିମବଙ୍ଗରେ ଦୋଳ ପୂର୍ଣ୍ଣିମା ଆଗ ଦିନ ରାତିରେ ଏହି ପରି ଏକ ଅଗ୍ନିଉତ୍ସବ ହୋଇଥାଏ । |
ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଅଗ୍ନିଉତ୍ସବ ହୋଇନଥିଲେ ମଧ୍ୟ ଲୋକେ କଉତୁକରେ ପରସ୍ପର ଭିତରେ ଯୁଦ୍ଧ କରିଥାନ୍ତି । ] |
ମହାରାଷ୍ଟ୍ରରେ ନାନାଦି ଯୁଦ୍ଧରେ ନିହତ ବୀରମାନଙ୍କ ବଂଶଧର ମାନେ ହାତରେ ଖଣ୍ଡାଧରି ନିଆଁ ଚାରିପଟେ ବୁଲି ନାଚନ୍ତି ଓ ଏହି ନିଆଁରେ ଗରମ କରାଯାଇଥିବା ପାଣିରେ ଗାଧାନ୍ତି । |
ପଶ୍ଚିମ ଭାରତରେ ପ୍ରତ୍ୟେକ ଗୃହସ୍ଥଙ୍କ ଘର ଆଗରେ ଗବଗଛଟିଏ ପୋତାଯାଇ ତହିଁ ଉପରେ କୁଟା, ଚିରାକନା ଓ ଘଷି ଆଦି ଜମା କରାଯାଇ ଅଗି ଜଳା ହୁଏ ଓ ଲୋକେ ରାତିଯାକ ଅଶ୍ଳୀଳ ଗୀତ ଗାଇ ନାଚନ୍ତି । |
ଅଉରଙ୍ଗାବାଦ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । |
ଅଉରଙ୍ଗାବାଦ ୨୪.୭୫୩୯ ଉତ୍ତର ଅକ୍ଷାଂଶ ଓ ୮୪.୩୭୪୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୫୪ ଫୁଟ ଉଚ୍ଚତାରେ ରହିଛି । |
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଉରଙ୍ଗାବାଦ ସହରର ମୋଟ ଜନସଂଖ୍ୟା ୭୯୩୫୧ ଅଟେ । ସେଥି ମଧ୍ୟରୁ ୫୩.୨୯% ଜଣ ପରୁଷ ହୋଇଥିବା ବେଳେ ୪୬.୭୧% ଜଣ ନାରୀ ଅଟନ୍ତି । ଅଉରଙ୍ଗାବାଦର ସାକ୍ଷରତା ହାର ୬୯.୮୬% ଅଟେ । ଏହା ଜାତୀୟ ହାର ଠାରୁ ୫.୦୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୫୨% ପ୍ରତିଶତ ପୁରୁଷ ଓ ୨୯.୩୪% ନାରୀ ଅଟନ୍ତି । ୧୫.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ... |
ହିନ୍ଦୀ ଅଉରଙ୍ଗାବାଦର ସରକାରୀ ଭାଷା ଅଟେ । |
ଅଉରଙ୍ଗାବାଦ ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । |
ଅଉରଙ୍ଗାବାଦ ୧୯.୮୮୦୯ ଉତ୍ତର ଅକ୍ଷାଂଶ ଓ ୭୫.୩୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୮ ଫୁଟ ଉଚ୍ଚତାରେ ରହିଛି । |
୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଉରଙ୍ଗାବାଦ ସହରର ମୋଟ ଜନସଂଖ୍ୟା ୧୧,୭୧,୨୬୦ ଅଟେ । ଏଠାରେ ପ୍ରତି ୧୦୦୦ ଜଣ ପୁରୁଷରେ ୯୨୯ ଜଣ ନାରୀ ବାସ କରୁଥିବାବେଳେ ଶିଶୁ ନାରୀ-ପୁରୁଷ ଅନୁପାତ ୮୭୧ ଅଟେ । ଅଉରଙ୍ଗାବାଦର ସାକ୍ଷରତା ହାର ୮୭.୪୯% ଅଟେ । ଏହା ଜାତୀୟ ହାର (୭୫.୩%) ଠାରୁ ୧୨.୧୯% ପ୍ରତିଶତ ଅଧିକ । ସେଥିରୁ ୯୨.୧୮% ପ୍ରତିଶତ ପୁରୁଷ ଓ ୮୨.୫୦% ନାରୀ ଅଟନ୍ତି । ୧୩.୫୧% ଲୋକଙ୍କ... |
ମରାଠୀ ଅଉରଙ୍ଗାବାଦର ସରକାରୀ ଭାଷା ଅଟେ । |
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅଉରଙ୍ଗାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୭.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୧୦.୭ mm/inches ହୋଇଥାଏ । |
ଅଏଡ଼ା ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । |
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳ ଠାରୁ ୯୨ କି.ମି. ଦୂରରେ ଅବସ୍ଥିତ । |
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। |
ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ । |
ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ଠାରେ ଅକସା ବେଳାଭୂମି ଅବସ୍ଥିତ । ଏହା ଏକ ଜନପ୍ରିୟ ବେଳାଭୂମି ହେବା ସହ ଅବଶରବିନୋଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ଏହା ମୁମ୍ବାଇ ନିକଟସ୍ଥ ମାଲାଡଠାରେ ମାଲଭାନି ନିକଟରେ ରହିଛି । |
ଏହା ଏକ ନିରୋଳା ତଥା ଶାନ୍ତା ସ୍ଥାନରେ ରହିଛି । ଏଠାରେ ବହ ସଂଖ୍ୟାରେ କଚ୍ଛପ ଓ ଶାମୁକା ଖୋଳ ଦେଖିବାକୁ ମିଳେ । ଏହା ନିକଟରେ ଅନେକ ହୋଟେଲ ଓ ଅବସର ବିନୋଦନ କେନ୍ଦ୍ର ରହିଛି । ପର୍ଯ୍ୟଟକ ମାନେ ଏଠାକୁ ଆସି ରହଣି କରିପାରନ୍ତି । |
ଏହି ବେଳାଭୂମିରେ ଭାରତୀୟ ନୌସେନାର କେନ୍ଦ୍ର INS Hamla ରହିଛି । ଏହାର ଏକ ପାଟରେ ଔ ଏକ କ୍ଷୁଦ୍ର ବେଳାଭୂମି " ଦାନା ପାଣି " ନାମରେ ରହିଛି । |
ମାଲାଡ ( ପୂର୍ବ) ଷ୍ଟେସନରୁ ବସ ଯୋଗେ ବା ବୋରୀଭିଳି ରେଳ ଷ୍ଟେସନରୁ ଏଠାକୁ ଆସି ହୁଏ । ମାଲଡ ଷ୍ଟ୍ରେସନରୁ ଏହି ବେଳାଭୂମି ପ୍ରାୟ 9 କିଲୋମିଟର ଦୁରବର୍ତୀ ଓ ବୋରୀଭିଳି ଠାରୁ 12 କିଲୋମିଟର ଦୂର । |
ସମୁଦ୍ରରେ ଢେଉ ଏଠାରେ ପ୍ରଖର ରହୁଥିବାରୁ ଏହି ବେଳାଭୂମି ସନ୍ତରଣ ପାଇଁ ଅନୁପଯୁକ୍ତ । ସେଥିପାଇଁ ସାବଧାନ ରହିବାକୁ ସୂଚନା ଫଳକ ସବୁ ଲଗାଯିବା ସହ ଲାଇଫ ଗାର୍ଡ ରହିବାର ବ୍ୟବସ୍ଥା କରାଯାଇଛି । ଏଳାଭୂମି ନିକଟରେ ସମୁଦ୍ରରେ ପଥର ସବୁ ରହିଥାଏ । ବର୍ଷା ଋତୁରେ ଏହି ସ୍ଥାନରେ ସମୁଦ୍ର ଆହୁରି ବେସୀ ଉତ୍ତୋଳିତ ହେଇଥାଏ । ଏଠାକୁ ସପ୍ତାହନ୍ତ ଅବସରରେ 15,000 ଦର୍ଶକ ଆସିଥାନ୍ତି । |
ଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ ( ଇଂରାଜୀରେ Sudden infant death syndrome (SIDS), ବା cot death ବା crib death) ଏକ ରୋଗ ଯେଉଁଥିରେ ଏକ ବର୍ଷରୁ କମ ବୟସର ଶିଶୁଙ୍କର ଅକାରଣ ଅକସ୍ମାତ ମୃତ୍ୟୁ ହୁଏ । ତନ୍ନ ତନ୍ନ କରି ସମସ୍ତ ପରୀକ୍ଷା କରିସାରିବା ପରେ ଏପରିକି ଅଟୋପ୍ସି ପରେ ମଧ୍ୟ ମୃତ୍ୟୁର କୌଣସି କାରଣ ନ ମିଳିଲେ ଏହି ନାମ ଦିଆଯାଏ । ସଂକ୍ଷେପରେ ଏହାକୁ ଏସ.ଆଇ.ଡି. କ... |
End of preview. Expand in Data Studio
No dataset card yet
- Downloads last month
- 9