Dataset Viewer
Auto-converted to Parquet Duplicate
text
stringlengths
0
9.1k
ଅ ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଅକ୍ଷର । ଏହା ଏକ ସ୍ଵର ବର୍ଣ୍ଣ । ଏହି ବର୍ଣ୍ଣର ସ୍ଵତନ୍ତ୍ର ଚିହ୍ନ ବା ମାତ୍ରା ନାହିଁ । ଏହାକୁ ବାକି ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ କରି ଉଚ୍ଚାରଣ ଓ ବର୍ଣ୍ଣପରିଣୟ କରାଯାଇଥାଏ । ଏହାର ଉଚ୍ଚାରଣର ସ୍ଥାନ କଣ୍ଠ ।
ଆଗକାଳରେ ଅବଧାନମାନେ ପିଲାଙ୍କୁ ଏହି ଅକ୍ଷର ମଡ଼ାଇଲାବେଳେ ସ୍ଵରେ ଅ ବୋଲି ଡାକନ୍ତି । ଏହା ଓଁ ବା ପ୍ରଣବର ଅଂଶବିଶେଷ ବୋଲି ଶାସ୍ତ୍ରରେ କଥିତ । ଅ+ଉ+ମ୍ ମିଶି ଓଁ ହୋଇଅଛି ।
ଅଁଲାଭଟା, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣା ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ।
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।
ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଏହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଭାରତରେ ସର୍ବତ୍ର ଏହା ଦେଖିବାକୁ ମିଳିଥାଏ । ପତ୍ରଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ବି ଏହାଠାରୁ ଟିକିଏ ବଡ଼ ଆକାରର ହୋଇଥାନ୍ତି। ଏହା ମଧ୍ୟମ ଉଚ୍ଚତା ବିଶିଷ୍ଟ ଗଛ। ଅନ୍ୟ ନାମ ଅଏଁଳା । ଓଡ଼ିଶାର ଗ୍ରାମାଞ୍ଚଳରେ ଅଁଳା କୋଳି (ଅଅଁଳା କୋଳି ବା ନର କୋଳି) ନାମରେ ଆଉ ଏକ ଗଛ ଦେଖାଯାଏ ଯାହା ଅଁଳାଠାରୁ ଆକାରରେ ସାନ ଓ ଶିରାଯୁକ୍ତ (ଦ୍ରଷ୍ଟବ୍ୟ : କୋଳି)। ...
ଏହା ଅଳ୍ପ ମଧୁର ମିଶ୍ରିତ କଷାୟରସ, ରସାୟନ, ଶୀତବୀର୍ଯ୍ୟ, କେଶବର୍ଦ୍ଧକ, ମେଧାବର୍ଦ୍ଧକ, ଚକ୍ଷୁପ୍ରୀତିକାରୀ, ସୌନ୍ଦର୍ଯ୍ୟବର୍ଦ୍ଧକ, ଶୀତଳ, ତୃପ୍ତିପ୍ରଦ, ବାତ, ପିତ୍ତ, ଶ୍ଳେଷ୍ମ, ମେହ, ପ୍ରମେହ, ଦାହ, ତୃଷ୍ଣାବମନ, ଅମ୍ଳପିତ୍ତ, ରକ୍ତଦୋଷ, ଧାତୁଦୋଷ, ମୂତ୍ରାକ୍ଷୟ ପୀଡ଼ା, ଅଜୀର୍ଣ୍ଣ, ବାୟୁଶୂଳ ଓ ଅନିଦ୍ରା ନିବାରକ ଅଟେ।
ଓଡ଼ିଆରେ ଅଁଳା, ଅଏଁଳା
ବଙ୍ଗଳାରେ ଆମଲା, ଆମଲକୀ,
ହିଂଦିରେ ଆମଲା, ଅଶୋରା
ତେଲୁଗୁରେ ଉସରକାୟ ,
ସଂସ୍କୃତରେ ଧାତ୍ରୀ, ଆମଳକୀ, ଅମୃତ ଆମଳକ ଓ ତିଷ୍ୟଫଳା ଆଦି କୁହାଯାଏ।
ଏହାର ମଞିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ। ଏହା ପେଟରୋଗ, ସର୍ଦ୍ଦି ଓ ପ୍ରମେହ ଆଦିପାଇଁ ଗୁଣକାରୀ। ଏହା ଜୀବନିକା ‘ଗ’ (Vitamin C)ର ଉତ୍ସ। ଏହା ଚ୍ୟବନପ୍ରାଶର ମୁଖ୍ୟ ଘଟକ (ଶତକଡା ୯୦ ଭାଗରୁ ଅଧିକ)।
ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ।
ଫାଲ୍‌ଗୁନ ଶୁକ୍ଳ ଏକାଦଶୀକୁ ଅଅଁଳା ଏକାଦଶୀ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ଅଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ଜନ୍ମ ଦେଇଥିଲେ, ସେହି ସମୟରେ ଅଅଁଳା ବୃକ୍ଷର ଜନ୍ମ । ସ୍ୱୟଂ ବିଷ୍ଣୁ ଅଅଁଳା ବୃକ୍ଷକୁ ଆଦିବୃକ୍ଷ ରୂପେରେ ପ୍ରତିଷ୍ଠିତ କରିଥିଲେ । ଅଅଁଳାର ପ୍ରତ୍ୟେକ ଅଂଶରେ ଭଗବାନ୍ ବିରାଜମାନ ବୋଲି ହିନ୍ଦୁମାନେ ବିଶ୍...
କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନଟିକୁ ଅଅଁଳା ନବମୀ ଭାବେ ପାଳନ କରାଯାଏ । ଏହି ଦିନ ଅଅଁଳା ଗଛକୁ ପୂଜା କରାଯାଏ । ଓଡ଼ିଶାର ଧର୍ମ ସଂସ୍କୃତିରେ ଅଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି । ବିଶ୍ଵାସ କରାଯାଏ ଯେ ସରସ୍ଵତୀଙ୍କର ରଜୋଗୁଣରୁ ଅଅଁଳାର ସୃଷ୍ଟି । ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହେଇଥିବା ବିଶ୍ଵାସ କରାଯାଏ ।
ଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂତନ ଦ୍ରବ୍ୟ ଦେବାକୁ ଇଚ୍ଛାକଲେ । କ’ଣ ଦେବେ ଭାବୁଥିବା ବେଳେ ଉଭୟଙ୍କ ଚକ୍ଷୁରୁ ଏକସଙ୍ଗେ ଲୁହ ଝରିଲା । ସେହି ଆନନ୍ଦାଶ୍ରୁ ଭୂମିରେ ପଡ଼ି ଅଅଁଳାଗଛ ସୃଷ୍ଟିହେଲା । ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକତ୍ର ବନସ୍ତରେ ନିଜନିଜ ପତିଙ୍କ ପାଇଁ ପୂଜାପାଠ କରିବାକୁ ମନ ବଳାଇଲେ । କିନ୍ତୁ ଅସୁବିଧା ଥିଲା ସ୍ୱାମୀଙ୍କର ପ୍ର...
ଅଅଁଳା ନବମୀରେ ଅଅଁଳା ଗଛ ତଳେ ବଟା ଅଅଁଳାରେ ଭଗବାନ୍‌ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ । ଓଡ଼ିଆ ପରମ୍ପରାରେ ଏହି ସ୍ନାନକାର୍ଯ୍ୟ ଅଅଁଳା ନବମୀରୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ । ହବିଷିଆଳୀମାନେ ଏହିଦିନ ଅଅଁଳାଗଛ ମୂଳରେ ହବିଷ୍ୟାନ୍ନ ରାନ୍ଧନ୍ତି ଓ ବୃକ୍ଷ ଚାରିପଟେ ପ୍ରଦକ୍ଷଣ କରିଥାନ୍ତି ।
ଅଂକୋର୍ ୱାଟ୍ ବା ଅଂଗକୋର୍ ୱତ୍ ମନ୍ଦିର କାମ୍ଵୋଡିଆ ବା କାମ୍ପୁଚିଆରେ ସ୍ଥିତ ୧୬୨.୬ ହେକ୍ଟର୍ (୧୬୨୬୦୦୦ ବର୍ଗ ମିଟର୍ ବା ୪୦୨ ଏକର୍) କ୍ଷେତ୍ରଫଳ ବିଶିଷ୍ଟ ବିଶ୍ଵର ସର୍ବବୃହତ ଧାର୍ମିକ ଐତିହ୍ୟ ସ୍ଥଳୀ । କ୍ଷ୍ମେର୍ ବା ଖମେର୍ ଭାଷାରେ ଏହାକୁ អង្គរវត្ត ଭାବେ ଲେଖାଯାଏ ଓ ଏହାର ଅର୍ଥ ହେଲା "ମନ୍ଦିର ରାଜଧାନୀ" । ହିନ୍ଦୁ ଭଗବାନ ବିଷ୍ଣୁଙ୍କ ନିମନ୍ତେ କ୍ଷ୍ମେର୍ ରାଜବଂଶୀୟ ରାଜା ଦ୍ଵିତୀୟ...
ଅଂକୋର୍ ୱାଟ୍ କ୍ଷ୍ମେର୍ ମନ୍ଦିର ସ୍ଥାପତ୍ୟ କଳାର ଦୁଇଟି ମୁଖ୍ୟ ଅଂଗ ହେଲା ମେରୁ ପର୍ବତ ଢାଞ୍ଚାରେ ନିର୍ମିତ ମୁଖ୍ୟ ମନ୍ଦିର ଓ ତାହାର ଚତୁର୍ପାର୍ଶ୍ଵରେ ଅନେକ ଗ୍ୟାଲେରି ପରି ମନ୍ଦିର ପ୍ରାଙ୍ଗଣ/ଚିତ୍ରଶାଳାର ନିର୍ମାଣ । ହିନ୍ଦୁ ପୌରାଣିକ ମତାନୁସାରେ ମେରୁ ପର୍ବତରେ ଦେବଗଣ ବାସ କରନ୍ତି । ୩.୬ କିଲୋମିଟର୍ ଦୀର୍ଘ ଜଳପୂର୍ଣ୍ଣ ଖାଇ ଖୋଳାଯାଇ ତାହା ମଧ୍ୟରେ ଚିତ୍ରଶାଳା ସଜ୍ଜିତ ଆୟତାକାର ମନ...
କ୍ଷ୍ମେର୍ ଭାଷାରେ ଆଧୁନିକ ନାମ ଅଂକୋର୍ ୱାଟ୍‍ ଶବ୍ଦର ଅର୍ଥ ହେଲା ମନ୍ଦିର ନଗରୀ ବା ମନ୍ଦିର ରାଜଧାନୀ । ସଂସ୍କୃତ ଶବ୍ଦ “ନଗର”ରୁ କ୍ଷ୍ମେର୍ ଶବ୍ଦ “ନୋକୋର୍ (នគរ)”ର ଉତ୍ପତ୍ତି ଓ ପୁଣି ସେଥିରୁ ଆଧୁନିକ ସମୟରେ ବ୍ୟବହୃତ ଅଂକୋର୍ ଶବ୍ଦର ସୃଷ୍ଟି । କ୍ଷ୍ମେର୍ ଶବ୍ଦ “ୱାଟ୍”ର  ଅର୍ଥ ହେଲା ମନ୍ଦିର ପ୍ରାଙ୍ଗଣ ଓ ଏହି ଶବ୍ଦଟି ସଂସ୍କୃତ ଶବ୍ଦ “ୱାଟ” (ଓଡ଼ିଆରେ ବାଡ)ରୁ ଏହା ଉଦ୍ଧୃତ । ମନ୍ଦି...
ସାମ୍ପ୍ରତିକ ସମୟର ସିଏମ୍ ରିପ୍ ସହରର ଉତ୍ତର ଦିଗରେ ପ୍ରାୟ ୩.୪ ମାଇଲ୍ ବା ୫.୫ କିଲୋମିଟର୍ ଦୂରତାରେ ଅଂକୋର୍ ୱାଟ୍ ମନ୍ଦିର ଅବସ୍ଥିତ । ବାଫୁଅନ୍ ସହରରେ ଥିବା ଏହାର ପ୍ରାଚୀନ ରାଜଧାନୀରୁ ଅଳ୍ପ ପୂର୍ବ ଦିଗରେ ଏହି ମନ୍ଦିରର ଅବସ୍ଥିତି । ଏହି ଅଞ୍ଚଳର ଆଖପାଖରେ କାମ୍ପୁଚିଆର ଅନେକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି । ସମସ୍ତ ପ୍ରାଚୀନ ମନ୍ଦିରମାନଙ୍କଠାରୁ ଦକ୍ଷିଣତମ ହେଲା ଅଂକୋର୍ ୱାଟ୍ ।
ପୌରାଣିକ ଲୋକକଥା ଅନୁସାରେ ଦେବଙ୍କ ରାଜା ଇନ୍ଦ୍ର ନିଜ ପୁତ୍ର ପ୍ରେଚା କେତ୍ ମେଲେଙ୍କ ପାଇଁ ଯେଉଁ ପ୍ରାସାଦ ନିର୍ମାଣ କରିବା ପାଇଁ ଆଦେଶ ଦେଇଥିଲେ ସେଇଟି ହେଉଛି ଅଂକୋର୍ ୱାଟ୍ । କେତେକ ସ୍ଥାନୀୟ ଲୋକକଥା ଅନୁସାରେ ଜଣେ ଦୈବୀ ସ୍ଥପତିଙ୍କଦ୍ଵାରା ଅଂକୋର୍ ୱାଟ୍ ଗୋଟିଏ ରାତିରେ ନିର୍ମିତ ହୋଇଥିଲା ବୋଲି ତ୍ରୟୋଦଶ ଶତାବ୍ଦୀର ଚୀନୀ ପରିବ୍ରାଜକ ଝୋଉ ଦାଗ୍ଵାନ୍‍ଙ୍କ ଲେଖିଛନ୍ତି ।
ଖ୍ରୀଷ୍ଟାବ୍ଦ ୧୧୧୩ରୁ ୧୧୫୦ ପର୍ଯ୍ୟନ୍ତ ରାଜୁତି କରିଥିବା ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ରାଜୁତି ସମୟରେ, ଅର୍ଥାତ୍ ଦ୍ଵାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଅନୁମାନ କରାଯାଏ । ଏହାକୁ ରାଜକୀୟ ମନ୍ଦିର ବା ମନ୍ଦିର ରାଜଧାନୀ ଭାବେ ବିବେଚିତ କରାଯାଉଥିଲା ଓ ଭଗବାନ ବିଷ୍ଣୁଙ୍କ ନିମନ୍ତେ ଅର୍ପିତ ହୋଇଥିଲା । ମନ୍ଦିର ସମ୍ପର୍କିତ ସେହି ସମୟର କୌଣସି ଶି...
ଦ୍ଵାଦଶ ଶତାବ୍ଦୀର ଶେଷ ଆଡକୁ ଅଂକୋର୍ ୱାଟ୍ କାଳକ୍ରମେ ଏକ ହିନ୍ଦୁ ଧର୍ମସ୍ଥଳୀରୁ ବୌଦ୍ଧ ଧର୍ମସ୍ଥଳୀରେ ପରିବର୍ତ୍ତିତ ହୋଇଥିଲା ଓ ଆଜି ସୁଦ୍ଧା ଏଠାରେ ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ଵୀ ଅଟନ୍ତି । ଆଶ୍ଚର୍ଯ୍ୟର କଥା ଯେ ଷୋଡଶ ଶତାବ୍ଦୀ ପରଠାରୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷିତ ଓ ଅବହେଳିତ ହୋଇଥିଲେ ହେଁ ଅଂକୋର୍ ୱାଟ୍ ଜନଶୂନ୍ୟ ହୋଇ ଭଗ୍ନାବଶେଷରେ ପରିଣତ ହୋଇନାହିଁ । ମନ୍ଦିର ଚାରିପଟରେ ସୁ...
ପାଶ୍ଚାତ୍ୟ ନିବାସୀମାନଙ୍କ ମଧ୍ୟରେ ପର୍ତ୍ତୁଗୀଜ୍ ବୌଦ୍ଧଭିକ୍ଷୁ ଆଣ୍ଟୋନିଓ ଦା ମାଡାଲେନା ସର୍ବ ପ୍ରଥମେ ୧୫୮୬ ମସିହାରେ ଏହି ମନ୍ଦିର ପରିଭ୍ରମଣ କରିଥିଲେ ଓ ମନ୍ଦିର ସମ୍ପର୍କରେ କହିଥିଲେ ଯେ “ବିଶ୍ଵର ଅନ୍ୟ ଧର୍ମସ୍ଥଳ ବା ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଅଦ୍ଵିତୀୟ କଳାକୃତିକୁ ଲେଖନୀ ମୁନରେ ବୟାନ କରିବା ସମ୍ଭବପର ନୁହେଁ । ଜଣେ ମହାନ ଶିଳ୍ପୀ ଯାହା କାରୁକାର୍ଯ୍ୟ, ସାଜସଜ୍ଜା, ସୁନ...
୧୭ଶ ଶତାବ୍ଦୀ ବେଳକୁ ପୂର୍ବେ ହିନ୍ଦୁ ମନ୍ଦିର ଭାବେ ପ୍ରତିଷ୍ଠିତ ଅଂକୋର୍ ୱାଟ୍ ମାନବ ସମାଜଦ୍ଵାରା ବର୍ଜିତ ହେବା ପରିବର୍ତ୍ତେ ଏକ ବୌଦ୍ଧ ମନ୍ଦିର ରୂପେ ପରିଗଣିତ ହେଲା । ଅଂକୋର୍ ଅଞ୍ଚଳରେ ମିଳିଥିବା ସପ୍ତଦଶ ଶତାବ୍ଦୀର ୧୪ଟି ଶିଳାଲେଖର ଅନୁଶୀଳନ କଲେ ଜଣାପଡେ ଯେ ଜାପାନରୁ ଆସିଥିବା ବୌଦ୍ଧ ତୀର୍ଥଯାତ୍ରୀମାନେ କ୍ଷ୍ମେର୍‍ର ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ବସବାସ କରୁଥିଲେ । ଜାପାନୀ ତ...
ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଫରାସୀ ପ୍ରକୃତିବିତ୍ ଓ ଅନ୍ଵେଷକ ଅନ୍‍ରି ମୁହୋ ଏହି ମନ୍ଦିରର ଦର୍ଶନ କରିଥିଲେ ଓ ନିଜ ଯାତ୍ରା ବିବରଣାବଳୀଦ୍ଵାରା ଅଂକୋର୍ ୱାଟ୍‍କୁ ପାଶ୍ଚାତ୍ୟ ସମାଜରେ ଖ୍ୟାତ କରାଇଥିଲେ । ତାଙ୍କ ଭାଷାରେ “ଅଂକୋର୍‍ର ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ମନ୍ଦିର ମାଇକେଲ୍ ଏଞ୍ଜେଲୋଙ୍କ ନିର୍ମିତ କେତେକ ସ୍ଥାପତ୍ୟ କୃତି, ସୋଲୋମୋନ୍ ଇତ୍ୟାଦିଙ୍କର ପ୍ରତିଦ୍ଵନ୍ଦୀ ଏବଂ ଆମ ଅଞ୍ଚଳ...
ଅନ୍ୟ ବିଦେଶୀ ଭ୍ରମଣକାରୀଙ୍କ ପରି ମୁହୋ ମଧ୍ୟ ଏହା ବିଶ୍ଵାସ କରୁନଥିଲେ ଯେ କ୍ଷ୍ମେର୍‍ମାନେ ଅଂକୋର୍ ପରି ମନ୍ଦିରର ନିର୍ମାଣ କରିପାରିଥିବେ । ତେଣୁ ଏପରି ମନ୍ଦିର ରୋମାନ୍ ସମୟରେ ତିଆରି ହୋଇଥିବ ବୋଲି ଆଶା କରାଯାଉଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ମନ୍ଦିରର ପୁନରୁଦ୍ଧାର ପାଇଁ ମନ୍ଦିର ପ୍ରାଙ୍ଗଣ ସଫା କରାଗଲା, ସେତେବେଳେ ମିଳିଥିବା ସ୍ଥାପତ୍ୟ ଶୈଳୀ ଓ ଶିଳାଲେଖ ସମ୍ପର୍କୀୟ ପ୍ରମାଣରୁ...
ବିଂଶ ଶତାବ୍ଦୀରେ ଅଂକୋର୍ ୱାଟ୍ ମନ୍ଦିରର ସଂରକ୍ଷଣ ପାଇଁ ବହୁ କଷ୍ଟ ସ୍ଵୀକାର କରିବାକୁ ପଡିଲା । ବିଶେଷ କରି ମନ୍ଦିର ଉପରେ ଜମା ହୋଇଥିବା ମାଟି ଓ ମନ୍ଦିର ଉପରକୁ ମାଡିଯାଇଥିବା ଗଛ, ବୁଦା ସଫା କରିବାରେ ବହୁ ସମୟ ଲାଗିଥିଲା । ୧୯୭୦ ଓ ୧୯୮୦ ଦଶକରେ କାମ୍ପୁଚିଆର ଗୃହଯୁଦ୍ଧ ଓ କ୍ଷ୍ମେର୍ ବିଦ୍ରୋହୀମାନଙ୍କ ଦେଶ ଶାସନ ସମୟରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଲା । ନିକଟବର୍ତ...
୧୩° ୨୪′ ୪୫″ଉତ୍ତର ଅକ୍ଷାଂଶ ୧୦୩° ୫୨′ ୦″ପୂର୍ବ ଦ୍ରାଘିମା ହେଲା ଅଂକୋର୍ ୱାଟ୍ ମନ୍ଦିରର ପ୍ରକୃତ ଭୌଗୋଳିକ ସ୍ଥିତି । ମନ୍ଦିରର ଶିଖର ପର୍ବତ ଢାଞ୍ଚାରେ ନିର୍ମିତ ହେବା ଓ ତାହାର ଚତୁଃପାର୍ଶ୍ଵରେ ରହିଥିବା ସମକୈନ୍ଦ୍ରିକ ଚିତ୍ରଶାଳା ଅଂକୋର୍‍ର ମନ୍ଦିରମାନଙ୍କର ଏକ ବିଶେଷତ୍ତ୍ଵ । ମନ୍ଦିରର ଶିଖର ଦେବତାଙ୍କ ବାସସ୍ଥଳୀ କୁହାଉଥିବା ମେରୁ ପର୍ବତର ସୂଚକ । ମୁଖ୍ୟ ମନ୍ଦିର ପାର୍ଶ୍ଵରେ ରହିଥି...
ଅଂକୋର୍ ୱାଟ୍ ଏହି ଅଞ୍ଚଳର ଅନ୍ୟ ମନ୍ଦିରମାନଙ୍କଠାରୁ ଗୋଟିଏ ବିଷୟରେ ସମ୍ପୂର୍ଣ୍ଣ ଭିନ୍ନ । ତାହା ହେଲା ସମସ୍ତ ମନ୍ଦିରର ମୁଖ୍ୟଦ୍ଵାର ପୂର୍ବ ଦିଗରେ ଥିଲାବେଳେ ଅଂକୋର୍ ୱାଟ୍‍ ପଶ୍ଚିମ ଦିଗକୁ ମୁହଁ କରି ଦଣ୍ଡାୟମାନ । ଏପରି ଭିନ୍ନତା ଦେଖି ମୌରିସ୍ ଗ୍ଲେଜ୍ ଓ ଜର୍ଜ୍ କୋଡେ ପରି ଅନେକ ଗବେଷକମାନେ ଅନୁମାନ କରନ୍ତି ଯେ ରାଜା ସୂର୍ଯ୍ୟବର୍ମନ ବୋଧହୁଏ ଏହି ମନ୍ଦିରକୁ ନିଜର ସମାଧୀ ମନ୍ଦିର ଭାବ...
ଏଲିଆନୋର୍ ମାନ୍ନିକା କିନ୍ତୁ ମନ୍ଦିର ସମ୍ପର୍କରେ ଏକ ଭିନ୍ନ ମତ ପୋଷଣ କରନ୍ତି । ତାଙ୍କ ଯୁକ୍ତି ଅନୁସାରେ ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ରାଜୁତି କାଳ ଏକ ସାମ୍ୟ, ଐକ୍ୟ ଓ ସଦ୍‍ଭାବନାର ପରିବେଶ ସୃଷ୍ଟି କରିଥିବାରୁ ଏପରି ନିର୍ମାଣ ହୋଇଛି । ଉଭୟ ସୌର ଓ ଚନ୍ଦ୍ର ସମୟଗଣନା ମନ୍ଦିରର ଗଠନରେ ପ୍ରତିଫଳିତ ହେବା ଏକ ଦୈବୀ ସମୟ ଆଡକୁ ଇଙ୍ଗିତ କରୁଥିଲା । ବିଷ୍ଣୁଙ୍କ ମୂର୍ତ୍ତିରେ ଦ୍ଵିତୀୟ ସୂର୍ଯ୍...
ଅଂକୋର୍ ୱାଟ୍ ପାରମ୍ପରିକ କ୍ଷ୍ମେର୍ ସ୍ଥାପତ୍ୟ କଳାର ଉତ୍କର୍ଷତାର ସର୍ବଶ୍ରେଷ୍ଠ ଉଦାହରଣ । ଅଂକୋର୍ ୱାଟ୍‍ର ସ୍ଥାପତ୍ୟର ବିଶେଷତ୍ତ୍ଵ ଯୋଗୁଁ “ଅଂକୋର୍ ୱାଟ୍ ଶୈଳୀ” ଶବ୍ଦର ଆବିଷ୍କାର ହୋଇଛି । ଦ୍ଵାଦଶ ଶତାବ୍ଦୀ ବେଳକୁ କ୍ଷ୍ମେର୍ ସ୍ଥପତିମାନେ ମାଙ୍କଡା ପଥର ବା ଇଟା ପରିବର୍ତ୍ତେ ବାଲୁକା ପ୍ରସ୍ତରର ବ୍ୟବହାର କରି ମନ୍ଦିର ନିର୍ମାଣ କରିବାରେ ଓ ବାଲୁକା ପ୍ରସ୍ତର ଉପରେ ସୂକ୍ଷ୍ମ କାରୁକାର...
ନିର୍ମାଣର ଅନରୂପତା ପାଇଁ ଏହି ମନ୍ଦିର ଅନେକ ପ୍ରଶଂସା ପାଇଛି । ବିଂଶ ଶତାବ୍ଦୀର ମଧ୍ୟଭାଗରେ ଅଂକୋର୍ ମନ୍ଦିରରେ ସଂରକ୍ଷକ ଭାବେ କାମ କରୁଥିବା ମୌରିସ୍ ଗ୍ଲେଜିଙ୍କ ମତରେ “ନିର୍ମାଣ ବେଳେ ସମସ୍ତ ଉପାଦାନର ସନ୍ତୁଳିତ ଓ ସଠିକ୍ ଅନୁପାତ ଯୋଗୁଁ ଅଂକୋର୍ ମନ୍ଦିରରେ ପୂର୍ଣ୍ଣତା ପରିଲକ୍ଷିତ ହୁଏ । ଶକ୍ତି, ଐକ୍ୟ ଓ ଠାଣିର ଏହା ଅଦ୍ଭୁତ ନିଦର୍ଶନ । “
ପଦ୍ମଫୁଲର କଢ ପରି ନିର୍ମିତ ମନ୍ଦିରର ଶିଖର, ସଠିକ୍ ଅକ୍ଷରେ ରହିଥିବା ଚିତ୍ରଶାଳା, ମନ୍ଦିର ପାଚେରୀ, ସୁନ୍ଦର କାରୁକାର୍ଯ୍ୟ ମଣ୍ଡିତ ଛାତ ଇତ୍ୟାଦି ସ୍ଥାପତ୍ୟ ଦୃଷ୍ଟିକୋଣରୁ ମନ୍ଦିରର ଉତ୍କର୍ଷତା ଦର୍ଶାନ୍ତି । ପ୍ରସ୍ତର ଉପରେ ଖୋଦିତ ଚିତ୍ର, ପୌରାଣିକ କଥାଚିତ୍ର, ଫୁଲମାଳା, ଦେବତା, ଅପ୍‍ସରା ମନ୍ଦିରର ଶୋଭା ଦ୍ଵିଗୁଣିତ କରନ୍ତି । କମ୍ ଭାବଭଙ୍ଗୀ ଓ ଭାବନାରେ ସ୍ଥିରତା କିଛି ଗବେଷକ ଅଂକୋ...
ବାହାର ପଟର ପାଚେରୀଟି ମାପରେ ୩୩୬୦′ × ୨୬୩୧′ (୧୦୨୪ ମି. × ୮୦୨ ମି.)ର ଆୟତାକାର କ୍ଷେତ୍ର । ଏହା ପ୍ରାୟ ୧୫ ଫୁଟ୍ ବା ୪.୫ ମିଟର୍ ଉଚ୍ଚତା ବିଶିଷ୍ଟ । ବାହାର ପଟର ପାଚେରୀ ୩୦ ମି. (୯୮ ଫୁଟ୍) ଖୋଲା ପଡିଆଦ୍ଵାରା ଆବଦ୍ଧ । ତାହାକୁ ଚାରିପଟରୁ ୧୯୦ ମି. (୬୨୦ ଫୁଟ୍) ପ୍ରସ୍ଥବିଶିଷ୍ଟ ମନୁଷ୍ୟକୃତ ଜଳାଶୟ ବା ଖାଇ ଘେରି ରହିଛି । ମନ୍ଦିରକୁ ଯିବା ପାଇଁ ପୂର୍ବପଟରେ ଏକ ମାଟିବନ୍ଧ ଓ ପଶ୍ଚିମ ...
ବାହାରପଟର ପାଚେରୀ ୮୨୦୦୦୦ ବର୍ଗମିଟର (୨୦୩ ଏକର) କ୍ଷେତ୍ର ଆବଦ୍ଧ କରି ରଖିଛି । ଏହି ସବୁ ଅଞ୍ଚଳ ପୂର୍ବେ ମନ୍ଦିର ବ୍ୟତୀତ ନଗର ଓ ରାଜପ୍ରାସାଦଦ୍ଵାରା ମଧ୍ୟ ଅଧିକୃତ ଥିଲା । ଏହି ସବୁ ଘର ପ୍ରସ୍ତର ହୀନ ଥିଲା ଓ କ୍ଷୟଶୀଳ ପଦାର୍ଥରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । କାରଣ ବର୍ତ୍ତମାନ ପୂର୍ବ କାଳର ସଡକ ଓ ସାହିର ଚିହ୍ନକୁ ଛାଡିଦେଲେ ଆଉ କିଛି ରହିନାହିଁ । ଅଧିକାଂଶ ଅଞ୍ଚଳରେ ବର୍ତ୍ତ...
ମନ୍ଦିରର ବାହାର ପଟର କାନ୍ଥରେ ଗୃହଯୁଦ୍ଧ ସମୟରୁ ଅନେକ ଗୁଳି ଚିହ୍ନ ରହିଛି । ସ୍ଥାନେ ସ୍ଥାନେ ଏହି ଗୁଳି ଚିହ୍ନ ମଧ୍ୟରେ ଆଜିସୁଦ୍ଧା କେତୋଟି ଗୁଳି ଲାଖି ରହିଥିବା ଦେଖାଯାଏ ।
ନଗରଠାରୁ ସାମାନ୍ୟ ଉଚ୍ଚ ପ୍ରସ୍ତର ଭିତ୍ତି ଉପରେ ମନ୍ଦିରର ନିର୍ମାଣ ହୋଇଛି । ତିନୋଟି ସମକୈନ୍ଦ୍ରିକ ଆୟତାକାର ଚିତ୍ରଶାଳା କ୍ରମଶଃ ସୋପାନରେ ଉପରକୁ ଉଠି ସେମାନଙ୍କ କେନ୍ଦ୍ରରେ ମୁଖ୍ୟ ମନ୍ଦିର ବା ମଧ୍ୟ ମନ୍ଦିରର ଶିଖର ରହିଛି । ଭିତର ପଟର ସମକୈନ୍ଦ୍ରିକ ଆୟତାକାର କ୍ଷେତ୍ର ବାହାର ପଟର ଆୟତାକାର କ୍ଷେତ୍ରଠାରୁ ଉଚ୍ଚରେ ରହିଛି ଓ ତେଣୁ ଏମାନଙ୍କୁ ବିଭିନ୍ନ ସୋପାନ ରୂପେ ପରିଗଣିତ କରାଯାଇପାର...
ବାହ୍ୟତମ ଚିତ୍ରଶାଳାଟିର ମାପ ପ୍ରାୟ ୧୮୭ ମି. × ୨୧୫ ମି. (୬୧୪ ଫୁଟ୍ × ୭୦୫ ଫୁଟ୍) । ମନ୍ଦିରର ପଶ୍ଚିମ ଦିଗରେ ବାହ୍ୟ ଚିତ୍ରଶାଳା ଓ ଦ୍ଵିତୀୟ ପାଚେରୀ “ପ୍ରେଆଃ ପୋଆନ୍” ନାମକ ଏକ ବାରଣ୍ଡାଦ୍ଵାରା ସଂଯୋଜିତ । ଏହାର ନାମର ଅର୍ଥ ହେଲା ସହସ୍ର ଭଗବାନଙ୍କ ମଣ୍ଡପ । ଏଠାରେ ତୀର୍ଥଯାତ୍ରୀମାନେ ବହୁ ପ୍ରାଚୀନ ସମୟରୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖି ଆସୁଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟତଃ ସମସ...
ଦ୍ଵିତୀୟ ଓ ଅନ୍ତଃ ଚିତ୍ରଶାଳାର ବାହାରପଟକୁ ଦୁଇଟି ପାଠାଗାର ରହିଛି । ଏହା ମଧ୍ୟ ପ୍ରଥମେ ନିର୍ମିତ ମନ୍ଦିରର ଅଂଶ ନଥିବା ଅନୁମାନ କରାଯାଏ । ଦ୍ଵିତୀୟ ସୋପାନରୁ ଉପରକୁ ମନ୍ଦିରର କାନ୍ଥରେ ଅନେକ ଦେବତାଙ୍କ ଚିତ୍ର ରହିଛି । ମେରୁ ପର୍ବତର ଚାରିପଟେ ରହିଥିବା ସମୁଦ୍ରର ପ୍ରଭାବ ସୃଷ୍ଟି କରିବା ପାଇଁ ପୂର୍ବେ ୧୦୦ ମି. × ୧୧୫ ମି. ଆକାରବିଶିଷ୍ଟ ଦ୍ଵିତୀୟ ସୋପାନର ବାଡକୁ ଜଳପୂର୍ଣ୍ଣ କରି ରଖାଯ...
ପ୍ରଥମ ଓ ଦ୍ଵିତୀୟ ସୋପାନରେ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବା କାରୁକାର୍ଯ୍ୟ, ପ୍ରସ୍ତର କଳା, ସାଜସଜ୍ଜା ମନ୍ଦିରର ସ୍ଥାପତ୍ୟ କଳା ସହିତ ସମ୍ମିଶ୍ରିତ ହୋଇ ମନ୍ଦିରକୁ ଅଧିକ ଖ୍ୟାତିସମ୍ପନ୍ନ କରାଇଛି । ରାମାୟଣ, ମହାଭାରତ ପରି ହିନ୍ଦୁ ମହାକାବ୍ୟ ଓ ପୌରାଣିକ କଥାମାନଙ୍କର ଦୃଶ୍ୟାବଳୀ ମନ୍ଦିରର କାନ୍ଥରେ ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି । ହିଘାମ୍ ଏହି ପ୍ରସ୍ତର ଖୋଦିତ ଚିତ୍ରଗୁଡିକୁ ତାଙ...
ପୂର୍ବ ପଟର ଚିତ୍ରଶାଳାର କାନ୍ଥରେ ବିଷ୍ଣୁଙ୍କ ନିର୍ଦ୍ଦେଶକ୍ରମେ ୮୮ ଜଣ ଦେବତା ଓ ୯୨ଜଣ ଅସୁର ବାସୁକୀ ନାଗକୁ ମେରୁ ପର୍ବତର ଚାରିପଟେ ଗୁଡାଇ କ୍ଷୀରସାଗରକୁ ମନ୍ଥନ କରୁଥିବାର ଅତ୍ୟନ୍ତ ମନୋରମ ଚିତ୍ର ଖୋଦିତ ହୋଇଛି । ମାନ୍ନିକା କିନ୍ତୁ ୯୧ଟି ଅସୁର ରହିଥିବା ମତ ପୋଷଣ କରନ୍ତି । ତାଙ୍କ ମତାନୁସାରେ ଏହି ଅଖାଡୁଆ ୯୧ ସଂଖ୍ୟା ଦକ୍ଷିଣାୟନ ଆରମ୍ଭରୁ ବସନ୍ତ ବିଷୁବ ପର୍ଯ୍ୟନ୍ତ ଓ ବସନ୍ତ ବିଷୁବ ...
ଅଂକୋର୍ ୱାଟ୍ ମନ୍ଦିରର କାନ୍ଥରେ ଅନେକ ଅପ୍‍ସରା ମାନଙ୍କର ଅନେକ ଚିତ୍ର ଓ ଦେବତାମାନଙ୍କର ୧୭୯୬ରୁ ଅଧିକ ଚିତ୍ର ରହିଛି । ଅଂକୋର୍‍ର ଶିଳ୍ପୀମାନେ ମନ୍ଦିରର କାନ୍ଥ ଓ ସ୍ତମ୍ଭମାନଙ୍କରେ ପ୍ରାୟ ୩୦-୪୦ ସେଣ୍ଟିମିଟର (୧୨-୧୬ ଇଞ୍ଚ) ଉଚ୍ଚତାର ଅପ୍‍ସରା ମୂର୍ତ୍ତି ବା ଚିତ୍ର ରହିଛି । ଦେବତାଙ୍କ ଚିତ୍ରଗୁଡିକ ୯୫-୧୧୦ ସେଣ୍ଟିମିଟର (୩୭-୪୩ ଇଞ୍ଚ) ଉଚ୍ଚତାବିଶିଷ୍ଟ ।
ଅଂକୋର୍ ୱାଟ୍ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବା ଚିତ୍ରରେ ସ୍ଥାନ ପାଇଥିବା କେତେକ ପ୍ରମୁଖ ପୌରାଣିକ ବିଷୟବସ୍ତୁ ହେଲେ :
ଏହା ବ୍ୟତୀତ ଧ୍ୟାନମଗ୍ନ ଶିବଙ୍କ ଚିତ୍ର, ରାଜା ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ଐତିହାସିକ ଶୋଭାଯାତ୍ରା, ଦ୍ଵାରବତୀର ଜଳ ଉତ୍ସବ, ଯମରାଜଙ୍କଦ୍ଵାରା ନିର୍ଣ୍ଣିତ ୩୨ଟି ନର୍କ ଓ ୩୭ଟି ସ୍ଵର୍ଗ ଇତ୍ୟାଦିର ଚିତ୍ର ମଧ୍ୟ ମନ୍ଦିର କାନ୍ଥରେ ଖୋଦିତ ହୋଇଛି ।
କାମ୍ଵୋଡିଆର ଅନ୍ୟାନ୍ୟ ମନ୍ଦିର ପରି ଅଂକୋର୍ ୱାଟ୍‍କୁ ମଧ୍ୟ ଲଟାବୁଦା ମାଡିଯିବା, ପଥର ଶରୀର ଉପରେ ଶିଉଳି ମାଡିଯିବା, ଭୂମିର ଭୌଗୋଳିକ ପରିବର୍ତ୍ତନ, ମନୁଷ୍ୟଙ୍କଦ୍ଵାରା ଲୁଣ୍ଠନ ତଥା ଯୁଦ୍ଧ ଇତ୍ୟାଦି ସହ୍ୟ କରିବାକୁ ପଡିଛି । ଅନ୍ୟ ମନ୍ଦିରମାନଙ୍କ ସହ ତୁଳନା କଲେ ଅଂକୋର୍ ୱାଟ୍‍କୁ ଏଥିପାଇଁ ଅପେକ୍ଷାକୃତ ଭାବେ କମ୍ କ୍ଷତି ସହିବାକୁ ପଡିଛି ଓ ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରତ୍ନତତ୍...
୧୯୦୮ ମସିହାରେ ଇକୋଲ୍ ଫ୍ରାଂକୋଇଜ୍ ଡି-ଏକ୍ସ୍‍ଟ୍ରିମ୍ ଓରିଏଣ୍ଟ୍ (École française d'Extrême-Orient - EFEO) ନାମକ ଏକ ସଂସ୍ଥାଦ୍ଵାରା କଞ୍ଜର୍ଭେସନ୍ ଡି-ଅଂକୋର୍ (Conservation d'Angkor - ଅଂକୋର୍ ସଂରକ୍ଷଣ)ର ସ୍ଥାପନା କରାଯାଇ ଏହି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା । ଏହା ପୂର୍ବରୁ ଅଂକୋର୍ ୱାଟ୍ ମନ୍ଦିରର ଭଗ୍ନାବଶେଷ ମଧ୍ୟରେ କେବଳ ଅନ୍ଵେଷଣମୂଳକ କାମ କରାଯାଉଥିଲ...
ନରୋଦମ ସିହାନୌକଙ୍କ ଅନୁରୋଧ ପରେ ୧୯୯୨ ମସିହାରେ ଅଂକୋର୍ ୱାଟ୍‍କୁ UNESCOର ବିପଦମୁଖରେ ରହିଥିବା ବିଶ୍ଵ ଐତିହ୍ୟ ସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା । ଅଂକୋର୍‍ର ସୁରକ୍ଷା ପ୍ରତି ବିଶ୍ଵବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା, କିନ୍ତୁ ପରେ ୨୦୦୪ ମସିହାରେ ପୁନରୁଦ୍ଧାର କାର୍ଯ୍ୟର ସନ୍ତୋଷଜନକ ସଫଳତା ପରେ ଏହାକୁ ବିପଦ ସୂଚକ ତାଲିକାରୁ ବାହାର କରିଦିଆଗଲା । ୧...
ଶିଉଳି ଓ ଫିମ୍ପି ପରି ଜୀବଙ୍କଦ୍ଵାରା କାମ୍ଵୋଡିଆର ଅଂକୋର୍ ୱାଟ୍, ପ୍ରେହା ଖାନ୍, ବାୟୋନ୍, ପଶ୍ଚିମ ପ୍ରାସାତ୍ ପରି ମନ୍ଦିରର ବାଲୁକା ପଥର କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଥିବା କୀଟାଣୁ ଜୈବାମ୍ଳ ନିର୍ଗତ କରି ପଥରକୁ ନଷ୍ଟ କରିଦିଏ । ପୁନରୁଦ୍ଧାର ସମୟରେ କେତେକ କାରୁକାର୍ଯ୍ୟର ଅବିକଳ ନକଲ ତିଆରି କରି ମନ୍ଦିରମାନଙ୍କରେ ଖଞ୍ଜିଦିଆ ଯାଇଛି ।
୧୯୯୦ ମସିହା ପରଠାରୁ ଅଂକୋର୍ ୱାଟ୍ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଅଛି । ଗଣନାନୁସାରେ ୧୯୯୩ ମସିହାରେ ଏହି ମନ୍ଦିରର ପର୍ଯ୍ୟଟକଙ୍କ ସଂଖ୍ୟା କେବଳ ୭୬୫୦ ଥିଲା । କିନ୍ତୁ ୨୦୦୪ ମସିହାର ସରକାରୀ ଗଣନା ଅନୁସାରେ ସିଏମ୍ ରିପ୍ ଅଞ୍ଚଳରେ ସେ ବର୍ଷ ୫୬୧୦୦୦ ବିଦେଶୀ ପର୍ଯ୍ୟଟକ ଆସି ପହଞ୍ଚିଥିଲେ । ୨୦୦୭ ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥିବା ବେଳେ, ୨୦୧୨ ଓ ...
ଅଂକୋର୍ ୱାଟ୍‍ର ପର୍ଯ୍ୟଟକ ସଂଖ୍ୟାରେ ଏପରି କ୍ରମାଗତ ବୃଦ୍ଧି ଯୋଗୁଁ ସଂଯୁକ୍ତ ରାଷ୍ଟ୍ର ଶୈକ୍ଷିକ ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (UNESCO), ଅଂକୋର୍‍ର ସୁରକ୍ଷା ତଥା ବିକାଶ ପାଇଁ ଗଠିତ UNESCOର ସହଯୋଗୀ ଅନ୍ତର୍ଜାତୀୟ ସମିତି (International Coordination Committee - ICC), କାମ୍ଵୋଡିଆ ସରକାରଙ୍କ ବିଭାଗ ଓ ଅପସରା ସଂସ୍ଥା ଅଂକୋର୍‍ରେ “ସାଂସ୍କୃତିକ ପର୍ଯ୍ୟଟନ”ର ବିକାଶ ପାଇଁ...
କିନ୍ତୁ ନିର୍ମାଣ ପାଇଁ ଉଦ୍ଦିଷ୍ଟ ନିୟମର ପାଳନ ନକରି ପର୍ଯ୍ୟଟନର ବିକାଶ ନିମନ୍ତେ ବହୁଳ ମାତ୍ରାରେ ପୂର୍ବରୁ କରାଯାଇଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳର ଅବସ୍ଥା ଆହୁରି ଖରାପ ହୋଇଛି ବୋଲି ଅପସରା ଓ ICC ପରି ସଂସ୍ଥାମାନେ ଉଦ୍‍ବେଗ ପ୍ରକାଶ କରିଛନ୍ତି । ଏ ସବୁ ପ୍ରକଳ୍ପଦ୍ଵାରା ସହରର ଭୂତଳ ଜଳ, ଆବର୍ଜନା ନିଷ୍କାସନ, ବୈଦ୍ୟୁତିକ ବ୍ୟବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଭୂତଳ ଜ...
ଅଂଶୁଘାତ ( ଇଂରାଜୀ ଭାଷାରେ Heat stroke, also known as sun stroke) ଏକ ଉତ୍ତାପ ଜନିତ ବେମାରୀ (heat illness) ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ୪୦.୦ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ ,(high blod pressure) ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ...
ଅତ୍ୟଧିକ ବାହ୍ୟ ଉତ୍ତାପ ଓ ଅଧିକ ଶାରୀରିକ ପରିଶ୍ରମ (physical exertion) ଯୋଗୁ ଏହି ରୋଗ ହୁଏ । ଅତି ଛୋଟ ଓ ଅତି ବୟସ୍କ ବ୍ୟକ୍ତି, ଉତ୍ତାପ ଢେଉ (heat waves), ଅତ୍ୟଧିକ ଆର୍ଦ୍ରତା (humidity), କେତେକ ଔଷଧ, ହୃଦ୍‌ରୋଗ, ଚର୍ମ ରୋଗ ଯୋଗୁ ଏହି ସଙ୍କଟ ସୃଷ୍ଟି ହୁଏ । ସାରୀରିକ ପରିଶ୍ରମ ନଥାଇ ହେଉଥିବାଅ ରୋଗ ସାଧାରଣତଃ ଅତି ଛହୋଟ ବା ଅତି ବୃଦ୍ଧ ଅବସ୍ଥାରେ ହୁଏ । ଲକ୍ଷଣ ଅନୁଯାୟୀ ରୋ...
ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ଓ ଅତ୍ୟଧିକ ଗରମରୁ ଦୂରରେ ରହିବାକୁ ଉପଦେଶ ଦିଆଯାଏ । ରୋଗୀର ଦେହକୁ ତୁରନ୍ତ ଥଣ୍ଡା କରିବା ଓ ସାହାଯ୍ୟକାରୀ ଯତ୍ନ (supportive care) ନେବା ଆବଶ୍ୟକ । ଦେହ ଉତ୍ତାପ କମେଇବା ପାଇଁ ରୋଗୀ ଦେହକୁ ଜଳ ସିଞ୍ଚନ କରାଯାଏ, ଥଣ୍ଡା କରିବା ଲାଗି ବରଫ ମିଶ୍ରିତ ଜଳରେ ବୁଡ଼େଇ ରଖାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous flui...
ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ବର୍ଷକୁ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ ହୁଏ । ଏହି ମୃତ୍ୟୁ ହାର ସନ ୧୯୯୫ରୁ ୨୦୧୫ ମଧ୍ୟରେ ବୃଦ୍ଧି ପାଇଥିବା ଜଣାଯାଏ । ଅତ୍ୟଧିକ ପରିଶ୍ରମ ବା ବ୍ୟାୟାମ ଯୋଗୁ ମୃତ୍ୟୁ ହାର ମାତ୍ର ୫% ଥିବାବେଳେ ଅଣବ୍ୟାୟାମ କାରନ ଯୋଗୁ ୬୫% ମୃତ୍ୟୁ ହୁଏ ।
ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ଵଖୁରାକୃତି ହ୍ରଦ ।
ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହର ଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ । ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଅଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି ।
ଅଂଶୁମାନ ଦତ୍ତଜୀରାଓ ଗାଏକୱାଡ୍ pronunciation (help·info) (ଜନ୍ମ-୨୩ ସେପ୍ଟେମ୍ବର ୧୯୫୨) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ପ୍ରଶିକ୍ଷକ । ସେ ଭାରତୀୟ ଜାତୀୟ ଦଳ ପାଇଁ ୪୦ଟି ଟେଷ୍ଟ ଓ ୧୫ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଛନ୍ତି ।
ଜଣେ ରକ୍ଷଣଶୀଳ ବେଟସମେନ ହିସାବରେ ଜଣା ଶୁଣା ଗାଏକୱାଡ୍ ୱେଷ୍ଟ ଇଣ୍ଡିଜର ଦ୍ରୁତ ବୋଲର ମାନଙ୍କ ବିପକ୍ଷରେ ମଧ୍ୟ ଖୁବ ସୁନ୍ଦର ବେଟିଙ୍ଗ କରିପାରୁଥିଲେ । ସେଥିପାଇଁ ତାଙ୍କୁ The great wall କୁହାଯାଉଥିଲା । ସେ କଲିକତାଠାରେ ୧୯୭୪ରେ ୱେଷ୍ଟ ଇଣ୍ଡିଜ ସହ ଖେଳି ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ପୁଣି ୧୯୮୪ରେ ସେହି କଲିକତାରେ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ ।
ଗାଏକୱାଡ୍ ୪୦ଟି ଟେଷ୍ଟ ଖେଳି ୩୦.୦୭ ହାରରେ ୧୯୮୫ ସ୍କୋର କରିଥିଲେ । ସେ ସମୟରେ ଥିବା ଦୁର୍ଦ୍ଧର୍ଷ ୱେଷ୍ଟ ଇଣ୍ଡିଜ ଦ୍ରୁତ ବୋଲର ମାନଙ୍କ ବିରୁଦ୍ଧରେ ଖେଳିଥିବାରୁ ଏହି ପ୍ରଦର୍ଶନକୁ ଖୁବ ଭଲ ବୋଲି କୁହାଯାଏ । ସେ ଟେଷ୍ଟରେ ୨ଟି ଶତକ ସହ ୧୦ଟି ଅର୍ଦ୍ଧ ଶତକ ମଧ୍ୟ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ଥିଲା ୨୦୧ ଯାହା ସେ ପାକିସ୍ଥାନ ବିରୁଦ୍ଧ ଖେଳରେ ୧୯୮୨/୩ରେ ଜଲନ୍ଧର ସହରରେ କରିଥିଲେ । ...
୨୦୦୦ ମସିହାରେ କ୍ରିକେଟରୁ ଅବସର ନେବା ପରେ ସେ ପ୍ରଶିକ୍ଷଣ ଦିଗରେ ଧ୍ୟାନ ଦେଇ ଭାରତୀୟ ଜାତୀୟ ଦଳର ପ୍ରଶିକ୍ଷକ ଭାବରେ ୨ ଥର ଦାୟିତ୍ଵ ଗ୍ରହଣ କରିଥିଲେ ।
ସୁବାସ ଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ଅ ଆକାରେ ଆ' ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା । ଚଳନ୍ତି ଶିକ୍ଷା ବ୍ୟବସ୍ଥା ଉପରେ ଏହି ଚଳଚ୍ଚିତ୍ରଟିରେ କଟାକ୍ଷ କରାଯାଇଛି । ନାୟିକା ମିନି, ନିଜେ ଜଣେ ଶିକ୍ଷୟତ୍ରୀ ହୋଇ ଧରାବନ୍ଧା ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି । ଏହି ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦ...
ଓଡ଼ିଆଚଳଚ୍ଚିତ୍ର ‘ଅ ଆକାରେ ଆ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଅ ଆ ହର୍ଷେଇ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ଉଭୟ ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ କୃଷ୍ଣଚନ୍ଦ୍ର ମଲ୍ଲିକ । କୁମାର ଚିନ୍ମୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଏନ୍ ପାଢ଼ୀ ଏହି କଥାଚିତ୍ରଟି ଚିତ୍ରନାଟ୍ୟ ରଚନା କରିଥି...
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କିରଥିଲେ ଅର୍ଦ୍ଧେନ୍ଦୁ । ବବ୍‌ଲି ଏବଂ ଶ୍ରୀଜଳା, ଦୁଇଜଣ ନାୟିକା ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ପ୍ରୀତିରାଜ ଶତପଥୀ, ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ମୌସୁମୀ ଶାହା, ଶୁଭ, ପ୍ରିୟଙ୍କା, ରୋହନ ଭଟ୍ଟାଚାର୍ଯ୍ୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଜ୍ଞାନ ଏବଂ ବିଭୂତି । କୁମାର ବାପି, ପମି, ଶୈଳଭାମା, ଅରବିନ୍ଦ, ଜୟା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଅ ଆ ହର୍ଷେଇ ଇଣ୍ଟରନେଟ ମୁଭି ଡାଟାବେସରେ
ମାଘ ପୂର୍ଣ୍ଣମୀ, ଅଇଘରା ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା (ଅଗ୍ନ୍ୟୁତ୍ସବ), ଅଇଘେରା, ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା (ଅଗିଜଳା), ଅଗିରା ପୂର୍ଣ୍ଣମୀଏଠାକୁ ଲେଉଟାଇ ଆଣିଥାନ୍ତି ।
ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । କମାରଶାଳର ଶାଣ ଦେହରୁ ଉଦ୍...
ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ । କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ । ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା । ମାଘ ପୂର୍ଣ୍ଣମୀ ପରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚ...
ପୁରୀ ଜିଲ୍ଲାରେ ବ୍ରାହ୍ମଣ ଶାସନମାନଙ୍କରେ ଠାକୁର ଝୁଲଣରେ ପଟୁଆର କରି ଯିବାବେଳେ ପ୍ରତି ଘରସାମନାରେ ରହି ଦୁଆରି ଭୋଗ ଖାଇଥାନ୍ତି । ଗୃହସ୍ଥ ତାଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଓ ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ଆଗରୁ ପୋତି ଥାନ୍ତି । ଦିଅଁ ବିଜେ କଲାବେଳେ ସେହି ହୁଳାରେ ନିଆଁ ଲଗାଇ ଦିଆଯାଏ । ଦିଅଁ ଗାଁମୁଣ୍ଡରେ ପହଞ୍ଚିଲା ବେଳକୁ ଗ୍ରାମବାସୀଙ୍କ ଦେଇ ସଂଗୃହିତ ଏକ ବଡ଼ କୁଟାଗ...
କଟକ ଜିଲ୍ଲାରେ ଏହି ଉତ୍ସବକୁ 'ମେଣ୍ଢାକୁଡ଼ିଆ ପୋଡ଼ି' କୁହାଯାଇଥାଏ ।
ବାଲେଶ୍ଵର ଜିଲ୍ଲାରେ ଅଗିଜଳା ଉତ୍ସବକୁ 'ମେଣ୍ଢାଘର ପୋଡ଼ି' କୁହାଯାଇଥାଏ ।
ପଶ୍ଚିମବଙ୍ଗରେ ଦୋଳ ପୂର୍ଣ୍ଣିମା ଆଗ ଦିନ ରାତିରେ ଏହି ପରି ଏକ ଅଗ୍ନିଉତ୍ସବ ହୋଇଥାଏ ।
ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଅଗ୍ନିଉତ୍ସବ ହୋଇନଥିଲେ ମଧ୍ୟ ଲୋକେ କଉତୁକରେ ପରସ୍ପର ଭିତରେ ଯୁଦ୍ଧ କରିଥାନ୍ତି । ]
ମହାରାଷ୍ଟ୍ରରେ ନାନାଦି ଯୁଦ୍ଧରେ ନିହତ ବୀରମାନଙ୍କ ବଂଶଧର ମାନେ ହାତରେ ଖଣ୍ଡାଧରି ନିଆଁ ଚାରିପଟେ ବୁଲି ନାଚନ୍ତି ଓ ଏହି ନିଆଁରେ ଗରମ କରାଯାଇଥିବା ପାଣିରେ ଗାଧାନ୍ତି ।
ପଶ୍ଚିମ ଭାରତରେ ପ୍ରତ୍ୟେକ ଗୃହସ୍ଥଙ୍କ ଘର ଆଗରେ ଗବଗଛଟିଏ ପୋତାଯାଇ ତହିଁ ଉପରେ କୁଟା, ଚିରାକନା ଓ ଘଷି ଆଦି ଜମା କରାଯାଇ ଅଗି ଜଳା ହୁଏ ଓ ଲୋକେ ରାତିଯାକ ଅଶ୍ଳୀଳ ଗୀତ ଗାଇ ନାଚନ୍ତି ।
ଅଉରଙ୍ଗାବାଦ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ ।
ଅଉରଙ୍ଗାବାଦ ୨୪.୭୫୩୯ ଉତ୍ତର ଅକ୍ଷାଂଶ ଓ ୮୪.୩୭୪୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୫୪ ଫୁଟ ଉଚ୍ଚତାରେ ରହିଛି ।
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଉରଙ୍ଗାବାଦ ସହରର ମୋଟ ଜନସଂଖ୍ୟା ୭୯୩୫୧ ଅଟେ । ସେଥି ମଧ୍ୟରୁ ୫୩.୨୯% ଜଣ ପରୁଷ ହୋଇଥିବା ବେଳେ ୪୬.୭୧% ଜଣ ନାରୀ ଅଟନ୍ତି । ଅଉରଙ୍ଗାବାଦର ସାକ୍ଷରତା ହାର ୬୯.୮୬% ଅଟେ । ଏହା ଜାତୀୟ ହାର ଠାରୁ ୫.୦୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୫୨% ପ୍ରତିଶତ ପୁରୁଷ ଓ ୨୯.୩୪% ନାରୀ ଅଟନ୍ତି । ୧୫.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ...
ହିନ୍ଦୀ ଅଉରଙ୍ଗାବାଦର ସରକାରୀ ଭାଷା ଅଟେ ।
ଅଉରଙ୍ଗାବାଦ ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ ।
ଅଉରଙ୍ଗାବାଦ ୧୯.୮୮୦୯ ଉତ୍ତର ଅକ୍ଷାଂଶ ଓ ୭୫.୩୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୮ ଫୁଟ ଉଚ୍ଚତାରେ ରହିଛି ।
୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଉରଙ୍ଗାବାଦ ସହରର ମୋଟ ଜନସଂଖ୍ୟା ୧୧,୭୧,୨୬୦ ଅଟେ । ଏଠାରେ ପ୍ରତି ୧୦୦୦ ଜଣ ପୁରୁଷରେ ୯୨୯ ଜଣ ନାରୀ ବାସ କରୁଥିବାବେଳେ ଶିଶୁ ନାରୀ-ପୁରୁଷ ଅନୁପାତ ୮୭୧ ଅଟେ । ଅଉରଙ୍ଗାବାଦର ସାକ୍ଷରତା ହାର ୮୭.୪୯% ଅଟେ । ଏହା ଜାତୀୟ ହାର (୭୫.୩%) ଠାରୁ ୧୨.୧୯% ପ୍ରତିଶତ ଅଧିକ । ସେଥିରୁ ୯୨.୧୮% ପ୍ରତିଶତ ପୁରୁଷ ଓ ୮୨.୫୦% ନାରୀ ଅଟନ୍ତି । ୧୩.୫୧% ଲୋକଙ୍କ...
ମରାଠୀ ଅଉରଙ୍ଗାବାଦର ସରକାରୀ ଭାଷା ଅଟେ ।
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅଉରଙ୍ଗାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୭.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୧୦.୭ mm/inches ହୋଇଥାଏ ।
ଅଏଡ଼ା ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳ ଠାରୁ ୯୨ କି.ମି. ଦୂରରେ ଅବସ୍ଥିତ ।
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।
ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ଠାରେ ଅକସା ବେଳାଭୂମି ଅବସ୍ଥିତ । ଏହା ଏକ ଜନପ୍ରିୟ ବେଳାଭୂମି ହେବା ସହ ଅବଶରବିନୋଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ଏହା ମୁମ୍ବାଇ ନିକଟସ୍ଥ ମାଲାଡଠାରେ ମାଲଭାନି ନିକଟରେ ରହିଛି ।
ଏହା ଏକ ନିରୋଳା ତଥା ଶାନ୍ତା ସ୍ଥାନରେ ରହିଛି । ଏଠାରେ ବହ ସଂଖ୍ୟାରେ କଚ୍ଛପ ଓ ଶାମୁକା ଖୋଳ ଦେଖିବାକୁ ମିଳେ । ଏହା ନିକଟରେ ଅନେକ ହୋଟେଲ ଓ ଅବସର ବିନୋଦନ କେନ୍ଦ୍ର ରହିଛି । ପର୍ଯ୍ୟଟକ ମାନେ ଏଠାକୁ ଆସି ରହଣି କରିପାରନ୍ତି ।
ଏହି ବେଳାଭୂମିରେ ଭାରତୀୟ ନୌସେନାର କେନ୍ଦ୍ର INS Hamla ରହିଛି । ଏହାର ଏକ ପାଟରେ ଔ ଏକ କ୍ଷୁଦ୍ର ବେଳାଭୂମି " ଦାନା ପାଣି " ନାମରେ ରହିଛି ।
ମାଲାଡ ( ପୂର୍ବ) ଷ୍ଟେସନରୁ ବସ ଯୋଗେ ବା ବୋରୀଭିଳି ରେଳ ଷ୍ଟେସନରୁ ଏଠାକୁ ଆସି ହୁଏ । ମାଲଡ ଷ୍ଟ୍ରେସନରୁ ଏହି ବେଳାଭୂମି ପ୍ରାୟ 9 କିଲୋମିଟର ଦୁରବର୍ତୀ  ଓ ବୋରୀଭିଳି ଠାରୁ 12 କିଲୋମିଟର ଦୂର ।
ସମୁଦ୍ରରେ ଢେଉ ଏଠାରେ ପ୍ରଖର ରହୁଥିବାରୁ ଏହି ବେଳାଭୂମି ସନ୍ତରଣ ପାଇଁ ଅନୁପଯୁକ୍ତ । ସେଥିପାଇଁ ସାବଧାନ ରହିବାକୁ ସୂଚନା ଫଳକ ସବୁ ଲଗାଯିବା ସହ ଲାଇଫ ଗାର୍ଡ ରହିବାର ବ୍ୟବସ୍ଥା କରାଯାଇଛି । ଏଳାଭୂମି ନିକଟରେ ସମୁଦ୍ରରେ ପଥର ସବୁ ରହିଥାଏ । ବର୍ଷା ଋତୁରେ ଏହି ସ୍ଥାନରେ ସମୁଦ୍ର ଆହୁରି ବେସୀ ଉତ୍ତୋଳିତ ହେଇଥାଏ । ଏଠାକୁ ସପ୍ତାହନ୍ତ ଅବସରରେ 15,000 ଦର୍ଶକ ଆସିଥାନ୍ତି ।
ଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ ( ଇଂରାଜୀରେ Sudden infant death syndrome (SIDS), ବା cot death ବା crib death) ଏକ ରୋଗ ଯେଉଁଥିରେ ଏକ ବର୍ଷରୁ କମ ବୟସର ଶିଶୁଙ୍କର ଅକାରଣ ଅକସ୍ମାତ ମୃତ୍ୟୁ ହୁଏ । ତନ୍ନ ତନ୍ନ କରି ସମସ୍ତ ପରୀକ୍ଷା କରିସାରିବା ପରେ ଏପରିକି ଅଟୋପ୍ସି ପରେ ମଧ୍ୟ ମୃତ୍ୟୁର କୌଣସି କାରଣ ନ ମିଳିଲେ ଏହି ନାମ ଦିଆଯାଏ । ସଂକ୍ଷେପରେ ଏହାକୁ ଏସ.ଆଇ.ଡି. କ...
End of preview. Expand in Data Studio

No dataset card yet

Downloads last month
9