text
stringlengths 1
4.29k
|
|---|
ଅ ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଅକ୍ଷର
|
ଏହା ଏକ ସ୍ଵର ବର୍ଣ୍ଣ
|
ଏହି ବର୍ଣ୍ଣର ସ୍ଵତନ୍ତ୍ର ଚିହ୍ନ ବା ମାତ୍ରା ନାହିଁ
|
ଏହାକୁ ବାକି ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ କରି ଉଚ୍ଚାରଣ ଓ ବର୍ଣ୍ଣପରିଣୟ କରାଯାଇଥାଏ
|
ଏହାର ଉଚ୍ଚାରଣର ସ୍ଥାନ କଣ୍ଠ
|
ଆଗକାଳରେ ଅବଧାନମାନେ ପିଲାଙ୍କୁ ଏହି ଅକ୍ଷର ମଡ଼ାଇଲାବେଳେ ସ୍ଵରେ ଅ ବୋଲି ଡାକନ୍ତି
|
ଏହା ଓଁ ବା ପ୍ରଣବର ଅଂଶବିଶେଷ ବୋଲି ଶାସ୍ତ୍ରରେ କଥିତ
|
ଅ ଉ ମ୍ ମିଶି ଓଁ ହୋଇଅଛି
|
ଅଁଲାଭଟା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ ଗାଆଁ
|
ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
|
ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣା ଠାରୁ କି ମି ଦୂରରେ ଅବସ୍ଥିତ
|
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି
|
ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି
|
ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ
|
ଏହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ
|
ଭାରତରେ ସର୍ବତ୍ର ଏହା ଦେଖିବାକୁ ମିଳିଥାଏ
|
ପତ୍ରଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ବି ଏହାଠାରୁ ଟିକିଏ ବଡ଼ ଆକାରର ହୋଇଥାନ୍ତି
|
ଏହା ମଧ୍ୟମ ଉଚ୍ଚତା ବିଶିଷ୍ଟ ଗଛ
|
ଅନ୍ୟ ନାମ ଅଏଁଳା
|
ଓଡ଼ିଶାର ଗ୍ରାମାଞ୍ଚଳରେ ଅଁଳା କୋଳି ଅଅଁଳା କୋଳି ବା ନର କୋଳି ନାମରେ ଆଉ ଏକ ଗଛ ଦେଖାଯାଏ ଯାହା ଅଁଳାଠାରୁ ଆକାରରେ ସାନ ଓ ଶିରାଯୁକ୍ତ ଦ୍ରଷ୍ଟବ୍ୟ କୋଳି
|
ଏହାକୁ ଅଁଳା କୋଳିଠାରୁ ଅଲଗା ଚିହ୍ନଟ କରିବାପାଇଁ ଲୋକେ ଏହାକୁ ଧାତ୍ରୀ ଅଁଳା ବୋଲି ମଧ୍ୟ କହିଥାନ୍ତି
|
ଏହାର ଅନ୍ୟନାମଗୁଡିକ ହେଲା ତିଷ୍ୟଭଳା ଅମୃତା ବୟସ୍କା କାୟସ୍ଥା ଶ୍ରୀଫଳା ଧାତ୍ରିକା ଶିବା ଶାନ୍ନା ଧାତ୍ରୀ ବୃଷ୍ୟା ବୃତଫଳ ରୋଚନୀ କର୍ଷଫଳ ଏବଂ ତିଷ୍ୟା
|
ଏହା ଅଳ୍ପ ମଧୁର ମିଶ୍ରିତ କଷାୟରସ ରସାୟନ ଶୀତବୀର୍ଯ୍ୟ କେଶବର୍ଦ୍ଧକ ମେଧାବର୍ଦ୍ଧକ ଚକ୍ଷୁପ୍ରୀତିକାରୀ ସୌନ୍ଦର୍ଯ୍ୟବର୍ଦ୍ଧକ ଶୀତଳ ତୃପ୍ତିପ୍ରଦ ବାତ ପିତ୍ତ ଶ୍ଳେଷ୍ମ ମେହ ପ୍ରମେହ ଦାହ ତୃଷ୍ଣାବମନ ଅମ୍ଳପିତ୍ତ ରକ୍ତଦୋଷ ଧାତୁଦୋଷ ମୂତ୍ରାକ୍ଷୟ ପୀଡ଼ା ଅଜୀର୍ଣ୍ଣ ବାୟୁଶୂଳ ଓ ଅନିଦ୍ରା ନିବାରକ ଅଟେ
|
ଓଡ଼ିଆରେ ଅଁଳା ଅଏଁଳା
|
ବଙ୍ଗଳାରେ ଆମଲା ଆମଲକୀ
|
ହିଂଦିରେ ଆମଲା ଅଶୋରା
|
ତେଲୁଗୁରେ ଉସରକାୟ
|
ସଂସ୍କୃତରେ ଧାତ୍ରୀ ଆମଳକୀ ଅମୃତ ଆମଳକ ଓ ତିଷ୍ୟଫଳା ଆଦି କୁହାଯାଏ
|
ଏହାର ମଞିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ
|
ଏହା ପେଟରୋଗ ସର୍ଦ୍ଦି ଓ ପ୍ରମେହ ଆଦିପାଇଁ ଗୁଣକାରୀ
|
ଏହା ଜୀବନିକା ଗ ର ଉତ୍ସ
|
ଏହା ଚ୍ୟବନପ୍ରାଶର ମୁଖ୍ୟ ଘଟକ ଶତକଡା ଭାଗରୁ ଅଧିକ
|
ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ
|
ଫାଲ୍ ଗୁନ ଶୁକ୍ଳ ଏକାଦଶୀକୁ ଅଅଁଳା ଏକାଦଶୀ ଭାବେ ପାଳନ କରାଯାଏ
|
ଶାସ୍ତ୍ରରେ ଅଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି
|
ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ଜନ୍ମ ଦେଇଥିଲେ ସେହି ସମୟରେ ଅଅଁଳା ବୃକ୍ଷର ଜନ୍ମ
|
ସ୍ୱୟଂ ବିଷ୍ଣୁ ଅଅଁଳା ବୃକ୍ଷକୁ ଆଦିବୃକ୍ଷ ରୂପେରେ ପ୍ରତିଷ୍ଠିତ କରିଥିଲେ
|
ଅଅଁଳାର ପ୍ରତ୍ୟେକ ଅଂଶରେ ଭଗବାନ୍ ବିରାଜମାନ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି
|
ଭଗବାନ ବିଷ୍ଣୁଙ୍କ ପ୍ରସନ୍ନତା ଏବଂ ମୋକ୍ଷର କାମନା ଲାଗି ଅଅଁଳା ଏକାଦଶୀ ଦିନ ଭକ୍ତ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଧ୍ୟାନ କରି ସଂକଳ୍ପ ନେଇ ଏକାଦଶୀ ବ୍ରତ ରଖିଥାନ୍ତି
|
ଭଗବାନଙ୍କ ପୂଜା ପରେ ଅଅଁଳା ବୃକ୍ଷ ପୂଜା କରିବା ଉଚିତ
|
ଏହିଦିନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ସ୍ୱର୍ଣ୍ଣମୂର୍ତ୍ତି ସ୍ଥାପନ କରି ବିଧିବଦ୍ଧ ଭାବେ ପୂଜା କରାଯାଏ
|
ଦ୍ୱାଦଶୀ ଦିନରେ ଏକାଦଶୀ ବ୍ରତ ଉଦ୍ ଯାପନ କରି ବ୍ରାହ୍ମଣଙ୍କୁ ପର୍ଶୁରାମ ମୂର୍ତ୍ତି ଭେଟି ଦିଆଯାଏ
|
ଭଗବାନ କହିଛନ୍ତି ଯେଉଁ ପ୍ରାଣୀ ସ୍ୱର୍ଗ ଏବଂ ମୋକ୍ଷ ପ୍ରାପ୍ତି ପାଇଁ କାମନା କରୁଛନ୍ତି ସେମାନେ ଫାଲଗୁନ ଶୁକ୍ଳ ପକ୍ଷରେ ଏକାଦଶୀ ବ୍ରତ କରିବା ଉଚିତ୍
|
କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନଟିକୁ ଅଅଁଳା ନବମୀ ଭାବେ ପାଳନ କରାଯାଏ
|
ଏହି ଦିନ ଅଅଁଳା ଗଛକୁ ପୂଜା କରାଯାଏ
|
ଓଡ଼ିଶାର ଧର୍ମ ସଂସ୍କୃତିରେ ଅଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି
|
ବିଶ୍ଵାସ କରାଯାଏ ଯେ ସରସ୍ଵତୀଙ୍କର ରଜୋଗୁଣରୁ ଅଅଁଳାର ସୃଷ୍ଟି
|
ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହେଇଥିବା ବିଶ୍ଵାସ କରାଯାଏ
|
ଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂତନ ଦ୍ରବ୍ୟ ଦେବାକୁ ଇଚ୍ଛାକଲେ
|
କ ଣ ଦେବେ ଭାବୁଥିବା ବେଳେ ଉଭୟଙ୍କ ଚକ୍ଷୁରୁ ଏକସଙ୍ଗେ ଲୁହ ଝରିଲା
|
ସେହି ଆନନ୍ଦାଶ୍ରୁ ଭୂମିରେ ପଡ଼ି ଅଅଁଳାଗଛ ସୃଷ୍ଟିହେଲା
|
ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକତ୍ର ବନସ୍ତରେ ନିଜନିଜ ପତିଙ୍କ ପାଇଁ ପୂଜାପାଠ କରିବାକୁ ମନ ବଳାଇଲେ
|
କିନ୍ତୁ ଅସୁବିଧା ଥିଲା ସ୍ୱାମୀଙ୍କର ପ୍ରିୟ ପୂଜା ସାମଗ୍ରୀ ସେମାନଙ୍କ ପାଖରେ ନ ଥିଲା
|
ଅର୍ଥାତ୍ ପାର୍ବତୀଙ୍କ ପାଖରେ ବେଲପତ୍ର କିମ୍ବା ଲକ୍ଷ୍ମୀଙ୍କ ପାଖରେ ତୁଳସୀ ନ ଥିଲା
|
ଦୁହେଁ ଭାବିବାକୁ ଲାଗିଲେ କିପରି ଏ ସମସ୍ୟାର ଆଶୁ ସମାଧାନ ହେବ
|
ଠିକ୍ ସେତିକିବେଳେ ନାରଦ ମୁନି ସେଠାରେ ପହଞ୍ଚି ସମସ୍ୟାଟି ଶୁଣି ଅଅଁଳା ବିଲ୍ୱ ଓ ତୁଳସୀ ସମାହାର ବୋଲି ସେମାନଙ୍କୁ କହିବାରୁ ସେ ଦୁହେଁ ଅଅଁଳାଗଛ ନିକଟରେ ପୂଜାକାର୍ଯ୍ୟ ସମାପନ କଲେ
|
ସେଇଥି ପାଇଁ ଅଅଁଳା ଶିବ ଓ ବିଷ୍ଣୁଙ୍କର ପ୍ରିୟବୃକ୍ଷ
|
ଅଅଁଳା ନବମୀରେ ଅଅଁଳା ଗଛ ତଳେ ବଟା ଅଅଁଳାରେ ଭଗବାନ୍ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ
|
ଓଡ଼ିଆ ପରମ୍ପରାରେ ଏହି ସ୍ନାନକାର୍ଯ୍ୟ ଅଅଁଳା ନବମୀରୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ
|
ହବିଷିଆଳୀମାନେ ଏହିଦିନ ଅଅଁଳାଗଛ ମୂଳରେ ହବିଷ୍ୟାନ୍ନ ରାନ୍ଧନ୍ତି ଓ ବୃକ୍ଷ ଚାରିପଟେ ପ୍ରଦକ୍ଷଣ କରିଥାନ୍ତି
|
ଅଂକୋର୍ ୱାଟ୍ ବା ଅଂଗକୋର୍ ୱତ୍ ମନ୍ଦିର କାମ୍ଵୋଡିଆ ବା କାମ୍ପୁଚିଆରେ ସ୍ଥିତ ହେକ୍ଟର୍ ବର୍ଗ ମିଟର୍ ବା ଏକର୍ କ୍ଷେତ୍ରଫଳ ବିଶିଷ୍ଟ ବିଶ୍ଵର ସର୍ବବୃହତ ଧାର୍ମିକ ଐତିହ୍ୟ ସ୍ଥଳୀ
|
କ୍ଷ୍ମେର୍ ବା ଖମେର୍ ଭାଷାରେ ଏହାକୁ ଭାବେ ଲେଖାଯାଏ ଓ ଏହାର ଅର୍ଥ ହେଲା ମନ୍ଦିର ରାଜଧାନୀ
|
ହିନ୍ଦୁ ଭଗବାନ ବିଷ୍ଣୁଙ୍କ ନିମନ୍ତେ କ୍ଷ୍ମେର୍ ରାଜବଂଶୀୟ ରାଜା ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ଦ୍ଵାରା ଏହି ମନ୍ଦିର ନିର୍ମିତ ହୋଇଥିଲା କିନ୍ତୁ କାଳକ୍ରମେ ଦ୍ଵାଦଶ ଶତାବ୍ଦୀର ଶେଷ ଆଡକୁ ଏହା ଏକ ବୌଦ୍ଧ ମନ୍ଦିରରେ ପରିଣତ ହୋଇଥିଲା
|
ଦ୍ଵାଦଶ ଶତାବ୍ଦୀର ଆରମ୍ଭ ବେଳକୁ ରାଜା ଦ୍ଵିତୀୟ ସୂର୍ଯ୍ୟବର୍ମନ କ୍ଷ୍ମେର ସାମ୍ରାଜ୍ୟର ରାଜଧାନୀ ଯଶୋଧାରାପୁର କ୍ଷ୍ମେର ଭାଷାରେ ବର୍ତ୍ତମାନ ସମୟରେ ଅଂକୋର୍ ନାମରେ ପରିଚିତ ଠାରେ ଏହି ମନ୍ଦିରର ନିର୍ମାଣ କରିଥିଲେ
|
ଏହା ତାଙ୍କର ରାଜକୀୟ ମନ୍ଦିର ବା ଇଷ୍ଟଦେବଙ୍କ ମନ୍ଦିର ଓ ପୂଜାସ୍ଥଳୀ ଥିଲା
|
ପୂର୍ବ ରାଜାମାନଙ୍କଦ୍ଵାରା ଅନୁସୃତ ଶୈବ ପରମ୍ପରାର ପରିବର୍ତ୍ତେ ଏହି ମନ୍ଦିରଟିକୁ ଭଗବାନ ବିଷ୍ଣୁଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଥିଲା
|
ଏହି ଅଞ୍ଚଳର ପ୍ରଚୀନ ମନ୍ଦିରମାନଙ୍କ ମଧ୍ୟରେ ଏହା ଉତ୍ତମ ରୂପେ ସଂରକ୍ଷିତ ଏବଂ ଏହାର ପ୍ରତିଷ୍ଠା ସମୟରୁ ଆରମ୍ଭ କରି ଏକ ଦୀର୍ଘକାଳ ପର୍ଯ୍ୟନ୍ତ ଏହା ଧାର୍ମିକ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ପାଲଟିଥିଲା
|
ଏହି ମନ୍ଦିର କ୍ଷ୍ମେର ପାରମ୍ପରିକ ସ୍ଥାପତ୍ୟ କଳାର ସର୍ବଶ୍ରେଷ୍ଠ ନିଦର୍ଶନ
|
ବର୍ତ୍ତମାନ ସମୟରେ ଏହି ମନ୍ଦିର କାମ୍ପୁଚିଆର ଜାତୀୟ ପ୍ରତୀକଭାବେ ପରିଗଣିତ ହେଉଛି
|
ଏହି ମନ୍ଦିର କାମ୍ପୁଚିଆର ଜାତୀୟ ପତାକାରେ ମଧ୍ୟ ଦୃଶ୍ୟମାନ ଏବଂ କାମ୍ପୁଚିଆକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ସ୍ଥଳୀ
|
ଅଂକୋର୍ ୱାଟ୍ କ୍ଷ୍ମେର୍ ମନ୍ଦିର ସ୍ଥାପତ୍ୟ କଳାର ଦୁଇଟି ମୁଖ୍ୟ ଅଂଗ ହେଲା ମେରୁ ପର୍ବତ ଢାଞ୍ଚାରେ ନିର୍ମିତ ମୁଖ୍ୟ ମନ୍ଦିର ଓ ତାହାର ଚତୁର୍ପାର୍ଶ୍ଵରେ ଅନେକ ଗ୍ୟାଲେରି ପରି ମନ୍ଦିର ପ୍ରାଙ୍ଗଣ ଚିତ୍ରଶାଳାର ନିର୍ମାଣ
|
ହିନ୍ଦୁ ପୌରାଣିକ ମତାନୁସାରେ ମେରୁ ପର୍ବତରେ ଦେବଗଣ ବାସ କରନ୍ତି
|
କିଲୋମିଟର୍ ଦୀର୍ଘ ଜଳପୂର୍ଣ୍ଣ ଖାଇ ଖୋଳାଯାଇ ତାହା ମଧ୍ୟରେ ଚିତ୍ରଶାଳା ସଜ୍ଜିତ ଆୟତାକାର ମନ୍ଦିର କାନ୍ଥ ଓ ପ୍ରାଙ୍ଗଣ ନିର୍ମାଣ କରାଯାଇଥିଲା
|
ପ୍ରାଙ୍ଗଣର କେନ୍ଦ୍ରରେ ମୁଖ୍ୟ ମନ୍ଦିର ଓ ପାର୍ଶ୍ଵ ମନ୍ଦିରର ଶିଖରମାନ ଅବସ୍ଥିତ ଥିଲା
|
ଅଂକୋର୍ ୱାଟ୍ ମନ୍ଦିରର ମୁଖ୍ୟଦ୍ଵାର ପଶ୍ଚିମ ଦିଗକୁ ମୁହାଁଇଛି ଯାହାକି ଅନ୍ୟ ଅଂକୋରୀୟ ମନ୍ଦିରଠାରୁ ଭିନ୍ନ
|
ଏହି ବିଶେଷତା ସମ୍ପର୍କରେ ବିଶେଷଜ୍ଞମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦିଏ
|
ମନ୍ଦିର କାନ୍ଥରେ ଖୋଦିତ ରାମାୟଣ ଯୁଦ୍ଧ ମହାଭାରତ ଯୁଦ୍ଧ ରାବଣ କୈଳାସ ପର୍ବତ ଉଠାଇବାକୁ ଚେଷ୍ଟା କରିବା ସମୁଦ୍ର ମନ୍ଥନ କୃଷ୍ଣ ଓ ବାଣାସୁର ଯୁଦ୍ଧ ଇତ୍ୟାଦି ପୌରାଣିକ କାହାଣୀର ନିଖୁଣ ଚିତ୍ର ସ୍ଥାପତ୍ୟର ସୌନ୍ଦର୍ଯ୍ୟ ନିମନ୍ତେ ଏହି ମନ୍ଦିର ବିଶ୍ଵ ପ୍ରସିଦ୍ଧ
|
କ୍ଷ୍ମେର୍ ଭାଷାରେ ଆଧୁନିକ ନାମ ଅଂକୋର୍ ୱାଟ୍ ଶବ୍ଦର ଅର୍ଥ ହେଲା ମନ୍ଦିର ନଗରୀ ବା ମନ୍ଦିର ରାଜଧାନୀ
|
ସଂସ୍କୃତ ଶବ୍ଦ ନଗର ରୁ କ୍ଷ୍ମେର୍ ଶବ୍ଦ ନୋକୋର୍ ର ଉତ୍ପତ୍ତି ଓ ପୁଣି ସେଥିରୁ ଆଧୁନିକ ସମୟରେ ବ୍ୟବହୃତ ଅଂକୋର୍ ଶବ୍ଦର ସୃଷ୍ଟି
|
କ୍ଷ୍ମେର୍ ଶବ୍ଦ ୱାଟ୍ ର ଅର୍ଥ ହେଲା ମନ୍ଦିର ପ୍ରାଙ୍ଗଣ ଓ ଏହି ଶବ୍ଦଟି ସଂସ୍କୃତ ଶବ୍ଦ ୱାଟ ଓଡ଼ିଆରେ ବାଡ ରୁ ଏହା ଉଦ୍ଧୃତ
|
ମନ୍ଦିରର ପ୍ରକୃତ ନାମ ବରାହ ବିଷ୍ଣୁଲୋକ ଥିଲା ବୋଲି ଜଣାଯାଏ
|
ସାମ୍ପ୍ରତିକ ସମୟର ସିଏମ୍ ରିପ୍ ସହରର ଉତ୍ତର ଦିଗରେ ପ୍ରାୟ ମାଇଲ୍ ବା କିଲୋମିଟର୍ ଦୂରତାରେ ଅଂକୋର୍ ୱାଟ୍ ମନ୍ଦିର ଅବସ୍ଥିତ
|
ବାଫୁଅନ୍ ସହରରେ ଥିବା ଏହାର ପ୍ରାଚୀନ ରାଜଧାନୀରୁ ଅଳ୍ପ ପୂର୍ବ ଦିଗରେ ଏହି ମନ୍ଦିରର ଅବସ୍ଥିତି
|
ଏହି ଅଞ୍ଚଳର ଆଖପାଖରେ କାମ୍ପୁଚିଆର ଅନେକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି
|
ସମସ୍ତ ପ୍ରାଚୀନ ମନ୍ଦିରମାନଙ୍କଠାରୁ ଦକ୍ଷିଣତମ ହେଲା ଅଂକୋର୍ ୱାଟ୍
|
ପୌରାଣିକ ଲୋକକଥା ଅନୁସାରେ ଦେବଙ୍କ ରାଜା ଇନ୍ଦ୍ର ନିଜ ପୁତ୍ର ପ୍ରେଚା କେତ୍ ମେଲେଙ୍କ ପାଇଁ ଯେଉଁ ପ୍ରାସାଦ ନିର୍ମାଣ କରିବା ପାଇଁ ଆଦେଶ ଦେଇଥିଲେ ସେଇଟି ହେଉଛି ଅଂକୋର୍ ୱାଟ୍
|
କେତେକ ସ୍ଥାନୀୟ ଲୋକକଥା ଅନୁସାରେ ଜଣେ ଦୈବୀ ସ୍ଥପତିଙ୍କଦ୍ଵାରା ଅଂକୋର୍ ୱାଟ୍ ଗୋଟିଏ ରାତିରେ ନିର୍ମିତ ହୋଇଥିଲା ବୋଲି ତ୍ରୟୋଦଶ ଶତାବ୍ଦୀର ଚୀନୀ ପରିବ୍ରାଜକ ଝୋଉ ଦାଗ୍ଵାନ୍ ଙ୍କ ଲେଖିଛନ୍ତି
|
ଖ୍ରୀଷ୍ଟାବ୍ଦ ରୁ ପର୍ଯ୍ୟନ୍ତ ରାଜୁତି କରିଥିବା ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ରାଜୁତି ସମୟରେ ଅର୍ଥାତ୍ ଦ୍ଵାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଅନୁମାନ କରାଯାଏ
|
ଏହାକୁ ରାଜକୀୟ ମନ୍ଦିର ବା ମନ୍ଦିର ରାଜଧାନୀ ଭାବେ ବିବେଚିତ କରାଯାଉଥିଲା ଓ ଭଗବାନ ବିଷ୍ଣୁଙ୍କ ନିମନ୍ତେ ଅର୍ପିତ ହୋଇଥିଲା
|
ମନ୍ଦିର ସମ୍ପର୍କିତ ସେହି ସମୟର କୌଣସି ଶିଳାଲେଖ ବା ପ୍ରାଚୀନ ତଥ୍ୟର ଅନୁପସ୍ଥିତି ଯୋଗୁଁ ମନ୍ଦିରର ପ୍ରକୃତ ନାମ କଣ ଥିଲା ତାହା ଜଣାପଡିନାହିଁ
|
କିନ୍ତୁ ଏହାର ନାମ ବିଷ୍ଣୁଙ୍କ ନାମାନୁସାରେ ବରାହ ବିଷ୍ଣୁଲୋକ ହୋଇଥାଇପାରେ ବୋଲି କେହି କେହି ଅନୁମାନ କରନ୍ତି
|
କେତେକ ଶିଳାଚିତ୍ରର ଅର୍ଦ୍ଧ ସମାପ୍ତ ଅବସ୍ଥାରୁ ରାଜାଙ୍କ ପରଲୋକର କିଛି ସମୟ ପରେ ମନ୍ଦିର କାମ ସମାପ୍ତ ହୋଇଥିବାର ଅନୁମାନ କରାଯାଏ
|
ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ମୃତ୍ୟୁର ପ୍ରାୟ ବର୍ଷ ପରେ ମସିହା ବେଳକୁ କ୍ଷ୍ମେର୍ ମାନଙ୍କ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଚାମ୍ ମାନଙ୍କଦ୍ଵାରା ଅଂକୋର୍ ଅଧିକୃତ ହେଲା
|
ତାହାପରେ ରାଜା ସପ୍ତମ ଜୟବର୍ମନଙ୍କଦ୍ଵାରା ଏହି ସାମ୍ରାଜ୍ୟର ପୁନରୁତ୍ଥାନ ହୋଇଥିଲା
|
ସପ୍ତମ ଜୟବର୍ମନ ଅଂକୋର ୱାଟ୍ ର ଉତ୍ତର ଦିଗକୁ ଅଂକୋର୍ ଥୋମ୍ ଓ ବାୟୋନ୍ ଠାରେ ଯଥାକ୍ରମେ ନିଜର ନୂତନ ରାଜଧାନୀ ଓ ନୂତନ ରାଜ ମନ୍ଦିରର ସ୍ଥାପନା କରିଥିଲେ
|
ଦ୍ଵାଦଶ ଶତାବ୍ଦୀର ଶେଷ ଆଡକୁ ଅଂକୋର୍ ୱାଟ୍ କାଳକ୍ରମେ ଏକ ହିନ୍ଦୁ ଧର୍ମସ୍ଥଳୀରୁ ବୌଦ୍ଧ ଧର୍ମସ୍ଥଳୀରେ ପରିବର୍ତ୍ତିତ ହୋଇଥିଲା ଓ ଆଜି ସୁଦ୍ଧା ଏଠାରେ ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ଵୀ ଅଟନ୍ତି
|
ଆଶ୍ଚର୍ଯ୍ୟର କଥା ଯେ ଷୋଡଶ ଶତାବ୍ଦୀ ପରଠାରୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷିତ ଓ ଅବହେଳିତ ହୋଇଥିଲେ ହେଁ ଅଂକୋର୍ ୱାଟ୍ ଜନଶୂନ୍ୟ ହୋଇ ଭଗ୍ନାବଶେଷରେ ପରିଣତ ହୋଇନାହିଁ
|
ମନ୍ଦିର ଚାରିପଟରେ ସୁରକ୍ଷା ପ୍ରଦାନ ନିମନ୍ତେ ଖନନ କରାଯାଇଥିବା ଜଳପୂର୍ଣ୍ଣ ଖାଇ ଯୋଗୁଁ ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ ଅନାବନା ଜଙ୍ଗଲ ଓ ଲଟାବୁଦା ମାଡିପାରି ନଥିଲେ
|
ପାଶ୍ଚାତ୍ୟ ନିବାସୀମାନଙ୍କ ମଧ୍ୟରେ ପର୍ତ୍ତୁଗୀଜ୍ ବୌଦ୍ଧଭିକ୍ଷୁ ଆଣ୍ଟୋନିଓ ଦା ମାଡାଲେନା ସର୍ବ ପ୍ରଥମେ ମସିହାରେ ଏହି ମନ୍ଦିର ପରିଭ୍ରମଣ କରିଥିଲେ ଓ ମନ୍ଦିର ସମ୍ପର୍କରେ କହିଥିଲେ ଯେ ବିଶ୍ଵର ଅନ୍ୟ ଧର୍ମସ୍ଥଳ ବା ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଅଦ୍ଵିତୀୟ କଳାକୃତିକୁ ଲେଖନୀ ମୁନରେ ବୟାନ କରିବା ସମ୍ଭବପର ନୁହେଁ
|
ଜଣେ ମହାନ ଶିଳ୍ପୀ ଯାହା କାରୁକାର୍ଯ୍ୟ ସାଜସଜ୍ଜା ସୁନ୍ଦର ମନ୍ଦିର ଶିଖର ଓ ନିଖୁଣତାର କଳ୍ପନା କରିପାରେ ସେ ସବୁ ଏହି ମନ୍ଦିରରେ ବିଦ୍ୟମାନ
|
End of preview. Expand
in Data Studio
No dataset card yet
- Downloads last month
- 9