text stringlengths 1 4.29k |
|---|
ମଧ୍ୟ ମନ୍ଦିରର ଶିଖର ପାର୍ଶ୍ଵ ମନ୍ଦିରମାନଙ୍କଠାରୁ ଉଚ୍ଚତର ଓ ଭୂମିରୁ ପ୍ରାୟ ମିଟର ବା ଫୁଟ୍ ଉଚ୍ଚ |
ମଧ୍ୟ ମନ୍ଦିରର ଶିଖର ତଳେ ପ୍ରଥମେ ବିଷ୍ଣୁଙ୍କ ଆସ୍ଥାନ ଥିଲା |
ଏହି ଆସ୍ଥାନଟି ସବୁ ଦିଗକୁ ଖୋଲୁଥିଲା |
ମନ୍ଦିରଟି ବୌଦ୍ଧମାନଙ୍କଦ୍ଵାରା ଅଧିକୃତ ହେବା ପରେ ଶିଖର ତଳେ ଚାରୋଟି କାନ୍ଥ ନିର୍ମିତ ହୋଇ ସେଥିରେ ବୁଦ୍ଧଙ୍କ ଚାରୋଟି ମୂର୍ତ୍ତି ପ୍ରତିଷ୍ଠିତ ହେଲା |
ମଧ୍ୟ ମନ୍ଦିରର ଆସ୍ଥାନ ତଳେ ମନ୍ଦିରର ଧନ ଗଛ୍ଛିତ ରଖିବା ପାଇଁ ଏକ ବଡ ଗର୍ତ୍ତ ରହିଥିଲା |
ମସିହାରେ ଜର୍ଜ୍ ଟ୍ରୁଭ୍ ଏହି ଗର୍ତ୍ତରୁ ସବୁ ଧନ ଲୁଣ୍ଠିତ ହୋଇ ତା ସ୍ଥାନରେ ବାଲି ଓ ପାଣି ଭର୍ତ୍ତି କରାଯାଇଥିବା ଦେଖିବାକୁ ପାଇଲେ |
ପ୍ରଥମ ଓ ଦ୍ଵିତୀୟ ସୋପାନରେ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବା କାରୁକାର୍ଯ୍ୟ ପ୍ରସ୍ତର କଳା ସାଜସଜ୍ଜା ମନ୍ଦିରର ସ୍ଥାପତ୍ୟ କଳା ସହିତ ସମ୍ମିଶ୍ରିତ ହୋଇ ମନ୍ଦିରକୁ ଅଧିକ ଖ୍ୟାତିସମ୍ପନ୍ନ କରାଇଛି |
ରାମାୟଣ ମହାଭାରତ ପରି ହିନ୍ଦୁ ମହାକାବ୍ୟ ଓ ପୌରାଣିକ କଥାମାନଙ୍କର ଦୃଶ୍ୟାବଳୀ ମନ୍ଦିରର କାନ୍ଥରେ ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି |
ହିଘାମ୍ ଏହି ପ୍ରସ୍ତର ଖୋଦିତ ଚିତ୍ରଗୁଡିକୁ ତାଙ୍କ ଜ୍ଞାତସାରରେ ଥିବା ରୈଖିକ ପ୍ରସ୍ତର ଚିତ୍ରମାନଙ୍କ ମଧ୍ୟରେ ସର୍ବୋତ୍କୃଷ୍ଟ ବୋଲି କହିଥିଲେ |
ଉତ୍ତର ପଶ୍ଚିମ କୋଣରୁ ବାମାବର୍ତ୍ତ ଦିଗରେ ପରିକ୍ରମା ଆରମ୍ଭ କଲେ ପ୍ରଥମେ ପଶ୍ଚିମ ପଟର ଚିତ୍ରଶାଳାରେ ରାମ ରାବଣଙ୍କ ଲଙ୍କା ଯୁଦ୍ଧ ଓ ପରେ କୁରୁକ୍ଷେତ୍ରରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ସଂଘଟିତ ମହାଭାରତ ଯୁଦ୍ଧର ବିବରଣୀ ଚିତ୍ରିତ ହୋଇଛି |
ଦକ୍ଷିଣ ପାର୍ଶ୍ଵର ଚିତ୍ରଶାଳାରେ ରାଜା ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ଏକ ଶୋଭାଯାତ୍ରା ହିନ୍ଦୁ ଧର୍ମରେ ବର୍ଣ୍ଣିତ ଟି ନର୍କ ଓ ଟି ସ୍ଵର୍ଗ ମଧ୍ୟ ଦର୍ଶିତ ହୋଇଛି |
ପୂର୍ବ ପଟର ଚିତ୍ରଶାଳାର କାନ୍ଥରେ ବିଷ୍ଣୁଙ୍କ ନିର୍ଦ୍ଦେଶକ୍ରମେ ଜଣ ଦେବତା ଓ ଜଣ ଅସୁର ବାସୁକୀ ନାଗକୁ ମେରୁ ପର୍ବତର ଚାରିପଟେ ଗୁଡାଇ କ୍ଷୀରସାଗରକୁ ମନ୍ଥନ କରୁଥିବାର ଅତ୍ୟନ୍ତ ମନୋରମ ଚିତ୍ର ଖୋଦିତ ହୋଇଛି |
ମାନ୍ନିକା କିନ୍ତୁ ଟି ଅସୁର ରହିଥିବା ମତ ପୋଷଣ କରନ୍ତି |
ତାଙ୍କ ମତାନୁସାରେ ଏହି ଅଖାଡୁଆ ସଂଖ୍ୟା ଦକ୍ଷିଣାୟନ ଆରମ୍ଭରୁ ବସନ୍ତ ବିଷୁବ ପର୍ଯ୍ୟନ୍ତ ଓ ବସନ୍ତ ବିଷୁବ ଠାରୁ ଉତ୍ତରାୟଣ ପର୍ଯ୍ୟନ୍ତ ସମୟ ବ୍ୟବଧାନର ସୂଚକ |
ଏହା ପରେ ଶ ଶତାବ୍ଦୀରେ ଖୋଦିତ ହୋଇଥିବା ଏକ ଚିତ୍ରରେ ବିଷ୍ଣୁ ଅସୁରମାନଙ୍କୁ ପରାସ୍ତ କରୁଛନ୍ତି |
ଉତ୍ତର ପଟର ଚିତ୍ରଶାଳାର କାନ୍ଥରେ ଶ୍ରୀକୃଷ୍ଣ ବାଣାସୁର ନାମକ ଏକ ଅସୁରକୁ ପରାସ୍ତ କରୁଥିବାର ଦୃଶ୍ୟ ଓ ଓ ଦେବାସୁର ସଂଗ୍ରାମର ଏକ ଚିତ୍ର ଖୋଦିତ ହୋଇଛି |
ଗ୍ଲେଜ୍ ଙ୍କ ମତରେ ଅନ୍ୟ ଶିଳାଚିତ୍ର ଅପେକ୍ଷା କୃଷ୍ଣ ବାଣାସୁର ଯୁଦ୍ଧରେ କରାଯାଇଥିବା କାରୁକାର୍ଯ୍ୟର ମାନ ଅତି ଖରାପ |
ଉତ୍ତର ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ କୋଣରେ ଖୋଦିତ ଶିଳାଚିତ୍ରରେ ରାମାୟଣର କେତେକ କଥା କୃଷ୍ଣଙ୍କ ଜୀବନ ସମ୍ପର୍କିତ ଓ କେତେକ ଅଜଣା ଚିତ୍ରମାନ ଖୋଦିତ ହୋଇଛି |
ଅଂକୋର୍ ୱାଟ୍ ମନ୍ଦିରର କାନ୍ଥରେ ଅନେକ ଅପ୍ ସରା ମାନଙ୍କର ଅନେକ ଚିତ୍ର ଓ ଦେବତାମାନଙ୍କର ରୁ ଅଧିକ ଚିତ୍ର ରହିଛି |
ଅଂକୋର୍ ର ଶିଳ୍ପୀମାନେ ମନ୍ଦିରର କାନ୍ଥ ଓ ସ୍ତମ୍ଭମାନଙ୍କରେ ପ୍ରାୟ ସେଣ୍ଟିମିଟର ଇଞ୍ଚ ଉଚ୍ଚତାର ଅପ୍ ସରା ମୂର୍ତ୍ତି ବା ଚିତ୍ର ରହିଛି |
ଦେବତାଙ୍କ ଚିତ୍ରଗୁଡିକ ସେଣ୍ଟିମିଟର ଇଞ୍ଚ ଉଚ୍ଚତାବିଶିଷ୍ଟ |
ଅଂକୋର୍ ୱାଟ୍ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବା ଚିତ୍ରରେ ସ୍ଥାନ ପାଇଥିବା କେତେକ ପ୍ରମୁଖ ପୌରାଣିକ ବିଷୟବସ୍ତୁ ହେଲେ |
ଏହା ବ୍ୟତୀତ ଧ୍ୟାନମଗ୍ନ ଶିବଙ୍କ ଚିତ୍ର ରାଜା ଦ୍ଵିତୀୟ ସୂର୍ଯ୍ୟବର୍ମନଙ୍କ ଐତିହାସିକ ଶୋଭାଯାତ୍ରା ଦ୍ଵାରବତୀର ଜଳ ଉତ୍ସବ ଯମରାଜଙ୍କଦ୍ଵାରା ନିର୍ଣ୍ଣିତ ଟି ନର୍କ ଓ ଟି ସ୍ଵର୍ଗ ଇତ୍ୟାଦିର ଚିତ୍ର ମଧ୍ୟ ମନ୍ଦିର କାନ୍ଥରେ ଖୋଦିତ ହୋଇଛି |
କାମ୍ଵୋଡିଆର ଅନ୍ୟାନ୍ୟ ମନ୍ଦିର ପରି ଅଂକୋର୍ ୱାଟ୍ କୁ ମଧ୍ୟ ଲଟାବୁଦା ମାଡିଯିବା ପଥର ଶରୀର ଉପରେ ଶିଉଳି ମାଡିଯିବା ଭୂମିର ଭୌଗୋଳିକ ପରିବର୍ତ୍ତନ ମନୁଷ୍ୟଙ୍କଦ୍ଵାରା ଲୁଣ୍ଠନ ତଥା ଯୁଦ୍ଧ ଇତ୍ୟାଦି ସହ୍ୟ କରିବାକୁ ପଡିଛି |
ଅନ୍ୟ ମନ୍ଦିରମାନଙ୍କ ସହ ତୁଳନା କଲେ ଅଂକୋର୍ ୱାଟ୍ କୁ ଏଥିପାଇଁ ଅପେକ୍ଷାକୃତ ଭାବେ କମ୍ କ୍ଷତି ସହିବାକୁ ପଡିଛି ଓ ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରତ୍ନତତ୍ତ୍ଵ ବିଭାଗର ଅଧିକାରୀମାନେ ମଧ୍ୟ ଖୁବ୍ ଯତ୍ନଶୀଳ ହୋଇ କାମ କରିଛନ୍ତି |
ମସିହାରେ ଇକୋଲ୍ ଫ୍ରାଂକୋଇଜ୍ ଡି ଏକ୍ସ୍ ଟ୍ରିମ୍ ଓରିଏଣ୍ଟ୍ ନାମକ ଏକ ସଂସ୍ଥାଦ୍ଵାରା କଞ୍ଜର୍ଭେସନ୍ ଡି ଅଂକୋର୍ ଅଂକୋର୍ ସଂରକ୍ଷଣ ର ସ୍ଥାପନା କରାଯାଇ ଏହି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା |
ଏହା ପୂର୍ବରୁ ଅଂକୋର୍ ୱାଟ୍ ମନ୍ଦିରର ଭଗ୍ନାବଶେଷ ମଧ୍ୟରେ କେବଳ ଅନ୍ଵେଷଣମୂଳକ କାମ କରାଯାଉଥିଲା |
ମସିହାରେ ଅଂକୋର୍ ରେ ପୁନରୁଦ୍ଧାର ପାଇଁ କେତେକ ବିଶେଷ ପଦକ୍ଷେପ ନିଆଯାଇଥିଲା ଓ ଦଶକର ପ୍ରାରମ୍ଭ ପର୍ଯ୍ୟନ୍ତ କଞ୍ଜର୍ଭେସନ୍ ଡି ଅଂକୋର୍ ସଂସ୍ଥା ଗବେଷଣା ସଂରକ୍ଷଣ ପୁନରୁଦ୍ଧାରର ଦାୟିତ୍ତ୍ଵ ବହନ କରୁଥିଲା |
ସେହି ସମୟରେ କ୍ଷ୍ମେର୍ ରେ ବିଦ୍ରୋହ କାଳର ଆରମ୍ଭ ହେଲା ଓ କଞ୍ଜର୍ଭେସନ୍ ଡି ଅଂକୋର୍ ସଂସ୍ଥାକୁ ବନ୍ଦ କରିଦିଆଗଲା |
ରୁ ପର୍ଯ୍ୟନ୍ତ ଫରାସୀ ସରକାର କାମ୍ଵୋଡିଆର ସରକାରକୁ ମାନ୍ୟତା ନ ଦେବାରୁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗ ଅନେକ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିଥିଲା |
କିନ୍ତୁ ପୁନରୁଦ୍ଧାର ସମୟରେ ବହୁଳ ରାସାୟନିକ ପଦାର୍ଥ ଓ ସିମେଣ୍ଟ୍ ବ୍ୟବହାର କରି ମନ୍ଦିର ପଥରଗୁଡିକ କିଛିମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରି କେତେକ ମହଲରୁ ଫରାସୀ ଓ ଭାରତୀୟ ଅଧିକାରୀଙ୍କ ଏହି ପ୍ରଚେଷ୍ଟାର ସମାଲୋଚନା କରାଯାଇଥିଲା |
ନରୋଦମ ସିହାନୌକଙ୍କ ଅନୁରୋଧ ପରେ ମସିହାରେ ଅଂକୋର୍ ୱାଟ୍ କୁ ର ବିପଦମୁଖରେ ରହିଥିବା ବିଶ୍ଵ ଐତିହ୍ୟ ସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା |
ଅଂକୋର୍ ର ସୁରକ୍ଷା ପ୍ରତି ବିଶ୍ଵବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା କିନ୍ତୁ ପରେ ମସିହାରେ ପୁନରୁଦ୍ଧାର କାର୍ଯ୍ୟର ସନ୍ତୋଷଜନକ ସଫଳତା ପରେ ଏହାକୁ ବିପଦ ସୂଚକ ତାଲିକାରୁ ବାହାର କରିଦିଆଗଲା |
ମସିହାରେ ଅଂକୋର୍ ଅଞ୍ଚଳକୁ ବିଭିନ୍ନ ଜୋନ୍ ରେ ବିଭକ୍ତ କରାଗଲା ମସିହାରେ ଅଂକୋର୍ ର ରକ୍ଷଣାବେକ୍ଷଣ ପାଇଁ ଅପସରା ସଂସ୍ଥାର ଗଠନ କରାଗଲା ଏବଂ ମସିହାରେ କାମ୍ଵୋଡିଆର ଏହି ଐତିହ୍ୟ ସ୍ଥଳର ସୁରକ୍ଷା ପାଇଁ ସରକାରୀ ନିୟମର ପ୍ରଚଳନ କରାଗଲା |
ଫ୍ରାଂସ୍ ଜାପାନ୍ ଓ ଚୀନ୍ ପରି ଅନେକ ଦେଶ ଅଂକୋର୍ ୱାଟ୍ ର ସୁରକ୍ଷାରେ ସହାୟତା କରୁଛନ୍ତି |
ଜର୍ମାନ୍ ଅପସରା ସୁରକ୍ଷା ପ୍ରକଳ୍ପ ମନ୍ଦିର କାନ୍ଥରେ ଖୋଦିତ ଚିତ୍ର ଓ ପ୍ରତିମୂର୍ତ୍ତିର ସୁରକ୍ଷା କାର୍ଯ୍ୟର ତଦାରଖ କରୁଛି |
ଏହି ସଂସ୍ଥାର ସର୍ବେକ୍ଷଣ ଅନୁଯାୟୀ ସମସ୍ତ ଦେବତା ପ୍ରତିମୂର୍ତ୍ତିମାନଙ୍କ ପ୍ରାୟ ପ୍ରାକୃତିକ ଅବକ୍ଷୟ ଓ ପୂର୍ବ ସମୟରେ ପୁନରୁଦ୍ଧାର ପାଇଁ କରାଯାଇଥିବା ରାସାୟନିକ ବ୍ୟବହାର ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ରହିଛି |
ଏହା ସହିତ ମନ୍ଦିରର ଅନ୍ୟ ଅଂଶଗୁଡିକର ମରାମତି ଅବକ୍ଷୟ ହେବାରୁ ସୁରକ୍ଷା କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଇଛି |
ମନ୍ଦିରର ପଶ୍ଚିମ ପଟର କାନ୍ଥ ନ ଭୁଷୁଡିବା ପାଇଁ ମସିହାରେ କରାଯାଇଥିଲା |
ସେହିପରି ମସିହାରେ ଏକ ଜାପାନୀ ପ୍ରତ୍ନତତ୍ତ୍ଵ ବୈଜ୍ଞାନିକ ଦଳ ପାଠାଗାରର ପୁନରୁଦ୍ଧାର କରିବାରେ ସଫଳ ହୋଇଥିଲା |
ଅନେକ ବର୍ଷ ଗବେଷଣା ଓ ପରୀକ୍ଷଣ କରି ସାରିବା ପରେ ମସିହାରେ ଅଂକୋର୍ ୱାଟ୍ ମନ୍ଦିର କାନ୍ଥରେ ଖୋଦିତ କ୍ଷୀରସାଗର ମନ୍ଥନର ଏକ ଚିତ୍ରର ସଂରକ୍ଷଣ କାର୍ଯ୍ୟ ବିଶ୍ଵ ସ୍ମାରକ କୋଷ ହାତକୁ ନେଇଥିଲା |
ପୂର୍ବରୁ ପୁନରୁଦ୍ଧାର ପାଇଁ କରାଯାଇଥିବା ସମୟରେ ସିମେଣ୍ଟ୍ ର ବ୍ୟବହାର ଫଳରେ ଏହି ପ୍ରସ୍ତର ଉପରେ ଖୋଦିତ ଚିତ୍ରଶାଳାର ରଙ୍ଗ ନଷ୍ଟ ହେବା ଲୁଣ ଜମିଯିବା ଓ ପ୍ରସ୍ତର ଚିତ୍ର ନଷ୍ଟ ହେବା ଆରମ୍ଭ ହୋଇଥିଲା ଯାହାକୁ ପାରମ୍ପରିକ କ୍ଷ୍ମେର୍ ସ୍ଥାପତ୍ୟ କଳାର ଛାତ ପକାଇବା ବିଧିର ବ୍ୟବହାର କରି ପୁନରୁଦ୍ଧାର କରାଯାଇପାରିଲା |
ଏହି ପ୍ରକଳ୍ପ ରେ ସମାପ୍ତ ହୋଇଥିଲା |
ଶିଉଳି ଓ ଫିମ୍ପି ପରି ଜୀବଙ୍କଦ୍ଵାରା କାମ୍ଵୋଡିଆର ଅଂକୋର୍ ୱାଟ୍ ପ୍ରେହା ଖାନ୍ ବାୟୋନ୍ ପଶ୍ଚିମ ପ୍ରାସାତ୍ ପରି ମନ୍ଦିରର ବାଲୁକା ପଥର କ୍ଷତିଗ୍ରସ୍ତ ହୋଇଛି |
ଏଥିରେ ଥିବା କୀଟାଣୁ ଜୈବାମ୍ଳ ନିର୍ଗତ କରି ପଥରକୁ ନଷ୍ଟ କରିଦିଏ |
ପୁନରୁଦ୍ଧାର ସମୟରେ କେତେକ କାରୁକାର୍ଯ୍ୟର ଅବିକଳ ନକଲ ତିଆରି କରି ମନ୍ଦିରମାନଙ୍କରେ ଖଞ୍ଜିଦିଆ ଯାଇଛି |
ମସିହା ପରଠାରୁ ଅଂକୋର୍ ୱାଟ୍ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଅଛି |
ଗଣନାନୁସାରେ ମସିହାରେ ଏହି ମନ୍ଦିରର ପର୍ଯ୍ୟଟକଙ୍କ ସଂଖ୍ୟା କେବଳ ଥିଲା |
କିନ୍ତୁ ମସିହାର ସରକାରୀ ଗଣନା ଅନୁସାରେ ସିଏମ୍ ରିପ୍ ଅଞ୍ଚଳରେ ସେ ବର୍ଷ ବିଦେଶୀ ପର୍ଯ୍ୟଟକ ଆସି ପହଞ୍ଚିଥିଲେ |
ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା ଲକ୍ଷରୁ ଅଧିକ ହୋଇଥିବା ବେଳେ ଓ ମସିହାର ପର୍ଯ୍ୟଟକଙ୍କ ସଂଖ୍ୟା ଲକ୍ଷ ଅତିକ୍ରମ କରିଥିଲା |
ସିଏମ୍ ରିପ୍ କୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ପ୍ରାୟତଃ ଅଂକୋର୍ ୱାଟ୍ ଦର୍ଶନ କରିବା ଉଦ୍ଦେଶ୍ୟ ନେଇ ଆସିଥାନ୍ତି |
ସୋକିମେକ୍ସ୍ ନାମକ ଏକ ବେସରକାରୀ ସଂସ୍ଥା ପରଠାରୁ ଏହି ମନ୍ଦିର ସ୍ଥଳପାଇଁ କାମ୍ପୁଚିଆର ସରକାରଙ୍କୁ ଭଡା ପ୍ରଦାନ କରିଆସୁଛି ଓ ମନ୍ଦିରଟି ଏହି ସଂସ୍ଥାର ତତ୍ତ୍ଵାବଧାନରେ ରହିଛି |
ମନ୍ଦିର ପ୍ରାଙ୍ଗଣମଧ୍ୟକୁ ଏତେ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ ସେମାନଙ୍କ ବାରମ୍ଵାର ସ୍ପର୍ଶ ଓ ଘର୍ଷଣଦ୍ଵାରା ମନ୍ଦିର କାନ୍ଥରେ ଅଙ୍କିତ କିଛି କାରୁକାର୍ଯ୍ୟ ନଷ୍ଟ ନିଶ୍ଚିହ୍ନ ମଧ୍ୟ ହୋଇଛି |
ତେଣୁ ମନ୍ଦିର ଚଟ୍ଟାଣ ଓ କାନ୍ଥରେ ଖୋଦିତ ଚିତ୍ରର ସୁରକ୍ଷା ନିମନ୍ତେ ସ୍ଥାନେ ସ୍ଥାନେ କାଠ ପାହାଚ ଓ ଦଉଡିଦ୍ଵାରା ବେଷ୍ଟିତ କରି ପର୍ଯ୍ୟଟକ ଓ କଳାକୃତି ମଧ୍ୟରେ ବିଭାଜନ ସୃଷ୍ଟି କରାଯାଇଛି |
ପର୍ଯ୍ୟଟନର ଅଭିବୃଦ୍ଧି ଫଳରେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ଖଜଣା ମିଳିବା ମଧ୍ୟ ସମ୍ଭବପର ହୋଇପାରିଛି |
ଅନ୍ୟ ଦେଶ ଯଥା ଚୀନ୍ ଭାରତ ମଧ୍ୟ କାମ୍ଵୋଡିଆର ମନ୍ଦିରମାନଙ୍କର ସୁରକ୍ଷାପାଇଁ କିଛି ଖର୍ଚ୍ଚ ବହନ କରୁଛନ୍ତି |
ଉଦାହରଣ ସ୍ଵରୂପ ତା ପ୍ରୋମ୍ ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ଭାରତ ସରକାର ଓ ବାୟୋନ୍ ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ଚୀନ୍ ସରକାର କାମ୍ଵୋଡିଆ ସରକାରଙ୍କ ସାହାଯ୍ୟ କରୁଛନ୍ତି |
ମସିହା ବେଳକୁ ପର୍ଯ୍ୟଟନରୁ ଆଦାୟ ହୋଇଥିବା ଅର୍ଥର ମନ୍ଦିରମାନଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରାଯାଇଥିଲା |
ଅଂକୋର୍ ୱାଟ୍ ର ପର୍ଯ୍ୟଟକ ସଂଖ୍ୟାରେ ଏପରି କ୍ରମାଗତ ବୃଦ୍ଧି ଯୋଗୁଁ ସଂଯୁକ୍ତ ରାଷ୍ଟ୍ର ଶୈକ୍ଷିକ ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ ଅଂକୋର୍ ର ସୁରକ୍ଷା ତଥା ବିକାଶ ପାଇଁ ଗଠିତ ର ସହଯୋଗୀ ଅନ୍ତର୍ଜାତୀୟ ସମିତି କାମ୍ଵୋଡିଆ ସରକାରଙ୍କ ବିଭାଗ ଓ ଅପସରା ସଂସ୍ଥା ଅଂକୋର୍ ରେ ସାଂସ୍କୃତିକ ପର୍ଯ୍ୟଟନ ର ବିକାଶ ପାଇଁ ସଚେତନତା ସୃଷ୍ଟି କରିଥିଲେ |
ବ୍ୟାବସାୟିକ ଓ ଅତ୍ୟଧିକ ପର୍ଯ୍ୟଟନରୁ ଦୂରେଇ ରହିବା ପର୍ଯ୍ୟଟକମାନଙ୍କୁ ଉନ୍ନତମାନର ଆବାସସ୍ଥଳୀ ଓ ସେବା ଯୋଗାଇଦେବାଦ୍ଵାରା କାମ୍ଵୋଡିଆର ସରକାରଙ୍କୁ ଅର୍ଥନୈତିକ ଲାଭ ମିଳିବା ସହିତ କାମ୍ଵୋଡିଆର ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ ହୋଇଥାଏ |
ମସିହାରେ କ୍ଷ୍ମେର୍ ସ୍ଥାପତ୍ୟ କଳାକୁ ଆଖି ଆଗରେ ରଖି ଅଂକୋର୍ ପର୍ଯ୍ୟଟନ ନଗର ର ମଧ୍ୟ କଳ୍ପନା କରାଯାଇଥିଲା ଯଦ୍ଦ୍ଵାରା ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଉନ୍ନତ ସେବା ସୁବିଧା ଯୋଗାଇ ଦିଆଯାଇପାରିବ |
କିନ୍ତୁ ନିର୍ମାଣ ପାଇଁ ଉଦ୍ଦିଷ୍ଟ ନିୟମର ପାଳନ ନକରି ପର୍ଯ୍ୟଟନର ବିକାଶ ନିମନ୍ତେ ବହୁଳ ମାତ୍ରାରେ ପୂର୍ବରୁ କରାଯାଇଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳର ଅବସ୍ଥା ଆହୁରି ଖରାପ ହୋଇଛି ବୋଲି ଅପସରା ଓ ପରି ସଂସ୍ଥାମାନେ ଉଦ୍ ବେଗ ପ୍ରକାଶ କରିଛନ୍ତି |
ଏ ସବୁ ପ୍ରକଳ୍ପଦ୍ଵାରା ସହରର ଭୂତଳ ଜଳ ଆବର୍ଜନା ନିଷ୍କାସନ ବୈଦ୍ୟୁତିକ ବ୍ୟବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି |
ଭୂତଳ ଜଳସ୍ତର ବଦଳିବା ଫଳରେ ଅଂକୋର୍ ୱାଟ୍ ର ସନ୍ତୁଳିତ ଗଠନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା କଥା ଗବେଷକମାନେ ଜଣାଇଛନ୍ତି |
ପର୍ଯ୍ୟଟନର ବିକାଶ ହେତୁ ତାଙ୍କ ସହରର ପରିବେଶ ଓ ଆକର୍ଷଣ ନଷ୍ଟ ହୋଇଛି ବୋଲି ସିଏମ୍ ରିପ୍ ର ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରି ଆସୁଛନ୍ତି |
ସ୍ଥାନୀୟ ରାଜନୈତିକ ଓ ପ୍ରାକୃତିକ ଜଳବାୟୁ ପର୍ଯ୍ୟଟନ କେନ୍ଦ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ସ୍ଥାନୀୟ ଲୋକଙ୍କ ସଂସ୍କୃତି ସଭ୍ୟତାର ବଳିଦାନ ନଦେଇ କିପରି ପର୍ଯ୍ୟଟନର ବିକାଶ ହୋଇପାରିବ ସେଥିପ୍ରତି ଅଧିକାରୀମାନେ ସଚେତନ ରହିଛନ୍ତି |
ଏସିଆନ୍ ପର୍ଯ୍ୟଟନ ଫୋରମ୍ ରେ ବୋରୋବୁଦୁର୍ ଓ ଅଂକୋର୍ ୱାଟ୍ କୁ ଭଗିନୀ ପର୍ଯ୍ୟଟନ କେନ୍ଦ୍ର ଭାବେ ବିବେଚିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା |
ଅଂଶୁଘାତ ଇଂରାଜୀ ଭାଷାରେ ଏକ ଉତ୍ତାପ ଜନିତ ବେମାରୀ ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ |
ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ ଶୁଷ୍କ ଲାଲ ଓ ଓଦା ଚମ ମୁଣ୍ଡବଥା ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ |
ଏହା ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ |
ଅଧିକ ଜଟିଳ ହେଲେ ଅପସ୍ମାର ବାତ ରାବଡୋମାୟୋଲାଇସିସ ବୃକ୍ କ ଫେଲ ଆଦି ଲକ୍ଷଣମାନ ଦେଖାଯାଏ |
ଅତ୍ୟଧିକ ବାହ୍ୟ ଉତ୍ତାପ ଓ ଅଧିକ ଶାରୀରିକ ପରିଶ୍ରମ ଯୋଗୁ ଏହି ରୋଗ ହୁଏ |
ଅତି ଛୋଟ ଓ ଅତି ବୟସ୍କ ବ୍ୟକ୍ତି ଉତ୍ତାପ ଢେଉ ଅତ୍ୟଧିକ ଆର୍ଦ୍ରତା କେତେକ ଔଷଧ ହୃଦ୍ ରୋଗ ଚର୍ମ ରୋଗ ଯୋଗୁ ଏହି ସଙ୍କଟ ସୃଷ୍ଟି ହୁଏ |
ସାରୀରିକ ପରିଶ୍ରମ ନଥାଇ ହେଉଥିବାଅ ରୋଗ ସାଧାରଣତଃ ଅତି ଛହୋଟ ବା ଅତି ବୃଦ୍ଧ ଅବସ୍ଥାରେ ହୁଏ |
ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଏ |
ଏହା ଏକ ପ୍ରକାର ହାଇପରଥର୍ମିଆ ବା ଉଚ୍ଚତାପମାତ୍ରା ବେମାରୀ |
ଏହା ସାଧାରଣ ଜ୍ୱର ରୋଗଠାରୁ ପୃଥକ୍ |
ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ଓ ଅତ୍ୟଧିକ ଗରମରୁ ଦୂରରେ ରହିବାକୁ ଉପଦେଶ ଦିଆଯାଏ |
ରୋଗୀର ଦେହକୁ ତୁରନ୍ତ ଥଣ୍ଡା କରିବା ଓ ସାହାଯ୍ୟକାରୀ ଯତ୍ନ ନେବା ଆବଶ୍ୟକ |
ଦେହ ଉତ୍ତାପ କମେଇବା ପାଇଁ ରୋଗୀ ଦେହକୁ ଜଳ ସିଞ୍ଚନ କରାଯାଏ ଥଣ୍ଡା କରିବା ଲାଗି ବରଫ ମିଶ୍ରିତ ଜଳରେ ବୁଡ଼େଇ ରଖାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ |
ବରଫ ପ୍ୟାକ ରୁଟିନ ଭାବରେ ଦିଆଯାଏ ନାହିଁ |
ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ବର୍ଷକୁ ରୁ ଉର୍ଦ୍ଧ୍ୱ ମୃତ୍ୟୁ ହୁଏ |
ଏହି ମୃତ୍ୟୁ ହାର ସନ ରୁ ମଧ୍ୟରେ ବୃଦ୍ଧି ପାଇଥିବା ଜଣାଯାଏ |
ଅତ୍ୟଧିକ ପରିଶ୍ରମ ବା ବ୍ୟାୟାମ ଯୋଗୁ ମୃତ୍ୟୁ ହାର ମାତ୍ର ଥିବାବେଳେ ଅଣବ୍ୟାୟାମ କାରନ ଯୋଗୁ ମୃତ୍ୟୁ ହୁଏ |
ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ଵଖୁରାକୃତି ହ୍ରଦ |
ଏହା ମହାନଦୀ କୂଳରେ ବାଙ୍କୀର ବିପରୀତ ଦିଗରେ ପାଖାପାଖି ହେକ୍ଟର ଜମିରେ ବ୍ୟାପିଅଛି |
ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହର ଠାରୁ କି ମି ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ |
ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଅଛି |
ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି |
ଅଂଶୁମାନ ଦତ୍ତଜୀରାଓ ଗାଏକୱାଡ୍ ଜନ୍ମ ସେପ୍ଟେମ୍ବର ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ପ୍ରଶିକ୍ଷକ |
ସେ ଭାରତୀୟ ଜାତୀୟ ଦଳ ପାଇଁ ଟି ଟେଷ୍ଟ ଓ ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଛନ୍ତି |
ଜଣେ ରକ୍ଷଣଶୀଳ ବେଟସମେନ ହିସାବରେ ଜଣା ଶୁଣା ଗାଏକୱାଡ୍ ୱେଷ୍ଟ ଇଣ୍ଡିଜର ଦ୍ରୁତ ବୋଲର ମାନଙ୍କ ବିପକ୍ଷରେ ମଧ୍ୟ ଖୁବ ସୁନ୍ଦର ବେଟିଙ୍ଗ କରିପାରୁଥିଲେ |
ସେଥିପାଇଁ ତାଙ୍କୁ କୁହାଯାଉଥିଲା |
ସେ କଲିକତାଠାରେ ରେ ୱେଷ୍ଟ ଇଣ୍ଡିଜ ସହ ଖେଳି ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ |
ପୁଣି ରେ ସେହି କଲିକତାରେ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ |
ଗାଏକୱାଡ୍ ଟି ଟେଷ୍ଟ ଖେଳି ହାରରେ ସ୍କୋର କରିଥିଲେ |
ସେ ସମୟରେ ଥିବା ଦୁର୍ଦ୍ଧର୍ଷ ୱେଷ୍ଟ ଇଣ୍ଡିଜ ଦ୍ରୁତ ବୋଲର ମାନଙ୍କ ବିରୁଦ୍ଧରେ ଖେଳିଥିବାରୁ ଏହି ପ୍ରଦର୍ଶନକୁ ଖୁବ ଭଲ ବୋଲି କୁହାଯାଏ |
ସେ ଟେଷ୍ଟରେ ଟି ଶତକ ସହ ଟି ଅର୍ଦ୍ଧ ଶତକ ମଧ୍ୟ କରିଥିଲେ |
ତାଙ୍କର ସର୍ବାଧିକ ସ୍କୋର ଥିଲା ଯାହା ସେ ପାକିସ୍ଥାନ ବିରୁଦ୍ଧ ଖେଳରେ ରେ ଜଲନ୍ଧର ସହରରେ କରିଥିଲେ |
ସେହି ରଣ କରିବା ପାଇଁ ସେ କ୍ରିଜରେ ମିନିଟ ରହିଥିଲେ |
Subsets and Splits
No community queries yet
The top public SQL queries from the community will appear here once available.